ପାରୋଲରେ ଆସିଥିବା କଏଦୀଙ୍କ ଆତ୍ମହତ୍ୟା

ମାହାଙ୍ଗା: ପାରୋଲ୍‌ରେ ଆସିଥିବା କଏଦୀଙ୍କ ଆତ୍ମହତ୍ୟା । ମୃତ କଏଦୀ ଜଣଙ୍କ କଟକ ଜିଲ୍ଲା ମାହାଙ୍ଗା ଥାନା ବରାହିପୁର ଗାଁର ରାଜକିଶୋର ନାୟକ  । ତେବେ ଆତ୍ମହତ୍ୟା କାରଣ ଏବେ ଯାଏଁ ଅସ୍ପଷ୍ଟ ରହିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି । ସୂଚନା ମୁତାବକ, ରାଜକିଶୋର ନାୟକ  ପୁରୀ କାକଟପୁର ଅଞ୍ଚଳର ହୋଇଥିବା ବେଳେ ଶ୍ଵଶୁର ଘର କଟକ ଜିଲ୍ଲା ମାହାଙ୍ଗା ଥାନା ବାରାହୀପୁରରେ ଦୀର୍ଘ ବର୍ଷ ହେବ ରହିଆସୁଥିଲେ ।

  ସେ ୨୦୦୮ରେ ମାହାଙ୍ଗାର ତ୍ରିବେଣିଶ୍ୱର ବଜାରରେ ହୋଇଥିବା ବୋମାମାଡ଼ରେ ଜଣଙ୍କର ମୃତ୍ୟୁ ହୋଇଥିଲା । ଏଥିରେ ତାଙ୍କର ସମ୍ପୃକ୍ତି ଥିବା ଅଭିଯୋଗରେ ଚୌଦାର ଜେଲ୍‌ରେ ସେ  ଆଜୀବନ କଏଦୀ ଭାବେ ସଜ୍ଜା କାଟୁଥିଲେ । ଗତ ମେ ମାସ ୨୧ ତାରିଖରେରେ କରୋନା ସଂକ୍ରମଣ ପାଇଁ ସେ ଘରକୁ  ପାରୋଲରେ ଆସିଥିଲେ । ପାରୋଲ ଶେଷ ପରେ ଆଜି ତାଙ୍କର ଜେଲ ଫେରିବାର ଦିନ ଥିଲା । ହେଲେ ସକାଳୁ ବେକରେ ଏକ ଲୁଗାରେ  ଆତ୍ମହତ୍ୟା କରିଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି।  ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ଓ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ କଟକ ପଠାଇଛି ।

Leave a Reply