ପାକିସ୍ତାନୀ ଆଙ୍କରଙ୍କ ତାଲିବାନ ପ୍ରେମ୍,ଲାଇଭ୍ ଟିଭିରେ ହିଜବ ପିନ୍ଧି ଜ୍ଞାନ ବାଣ୍ଟିଲେ

1 min read
Karnataka Hijab Row Secunderabad Institute Has Barred Burqa For Girls

ନୂଆଦିଲ୍ଲୀ: ଏବେ ଆଫଗାନିସ୍ତାନରେ ରାଜ୍ କରୁଛି ତାଲିବାନ୍ । ତାଲିବାନର ବର୍ବରତା କାହାକୁ ମଧ୍ୟ ଅଛପା ନାହିଁ । ମହିଳାଙ୍କ ସହିତ ହେଉଥିବା ଅତ୍ୟାଚାର କଥା ତ କହିଲେ ନ ସରେ । ତାଲିବାନକୁ ତିଆରି କରିଥିବା ପାକିସ୍ତାନ ତାଲିବାନର ଭଲ ଗୁଣ ଦୁନିଆ ଆଗରେ ଗଣୁଛି । ଖୋଦ୍ ପାକ୍ ପ୍ରଧାନମନ୍ତ୍ରୀ ତାଲିବାନ ଶାସନକୁ ସମର୍ଥନ କରୁଛନ୍ତି । ତାଲିବାନକୁ ଆଉ ଟିକେ ସମୟ ଦିଅ ବୋଲି  ବିଶ୍ୱ ଆଗରେ ଯୁକ୍ତି କରୁଛନ୍ତି । ଏମିତିରେ ପାକିସ୍ତାନୀ ମିଡିଆ କେମିତି ପଛରେ ରୁହନ୍ତା ? ପାକିସ୍ତାନୀ ମିଡିଆ ମଧ୍ୟ ଦିନରାତି ତାଲିବାନ ମନ୍ତ୍ର ଜପ କରୁଛି । ଆଫଗାନିସ୍ତାନରେ ମହିଳାଙ୍କୁ ଘର ଭିତରେ ରହିବାକୁ ବାଧ୍ୟ କରୁଥିବା ତାଲିବାନର କଠୋର ବୁର୍ଖା ନିୟମ ବିରୋଧରେ ଅନେକ ମୁହଁ ଖୋଲୁଛନ୍ତି । କିନ୍ତୁ ପାକିସ୍ତାନର ଜଣେ ମହିଳା ଆଙ୍କରଙ୍କୁ ତାଲିବାନ ଏତେ ଭଲ ଲାଗୁଛି ଯେ, ସେ ବୁର୍ଖାକୁ ବିରୋଧ କରୁଥିବା ଓ ମହିଳା ଅଧିକାର ସୁରକ୍ଷା ବିରୋଧରେ ଲାଇଭ୍ ଡ୍ରାମା କରିବାକୁ ପଛାଇ ନାହାନ୍ତି । ଏହି ଆଙ୍କର ଜଣକ ଲାଇଭ୍ ଟିଭିରେ ତାଲିବାନକୁ ସମର୍ଥନ କରି ବୁର୍ଖା ପିନ୍ଧି ଦର୍ଶକଙ୍କୁ ଜ୍ଞାନ ବାଣ୍ଟିବାରେ ଟିକିଏ ବି ହେଳା କରିନାହାନ୍ତି ।

ଶୁକ୍ରବାର ପାକିସ୍ତାନୀ ଚ୍ୟାନେଲ ସମ୍ମା ଟିଭିର ନ୍ୟୁଜ୍ ଆଙ୍କର କିରନ ନାଜ୍ ଲାଇଭ୍ ଟେଲିକାଷ୍ଟରେ ଏମିତି କାଣ୍ଡ କରିଛନ୍ତି । ତାଲିବାନ ସମର୍ଥନରେ ତାଙ୍କର ଏହି କାରନାମା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।  ଆଙ୍କର ଜଣକ ତାଲିବାନର ହିଜାବ ନିୟମକୁ ଠିକ୍ ଦର୍ଶାଇ ଲାଇଭରେ ଥିବାବେଳେ କ୍ୟାମେରା ସାମ୍ନାରେ ହିଜାବ ପିନ୍ଧି କହିଲେ , ହିଜାବ ପିନ୍ଧିବା ଦ୍ୱାରା ଚିନ୍ତାଧାରା ବଦଳି ଯାଏନି ।

ସମା ଟିଭିର ନ୍ୟୁଜ୍ ଆଙ୍କରଙ୍କ ଏହି ଭିଡ଼ିଓ ସୋସିଅଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । କିରନଙ୍କ ଏହି କାରନାମା ପଛରେ ଜଣେ ପ୍ରଫେସରଙ୍କ ବକ୍ତବ୍ୟ ରହିଛି ।   ଲାଇଭ ଡିବେଟରେ ପାକିସ୍ତାନୀ ପ୍ରଫେସର  ପରବେଜ୍ ହୁଡଭୋୟଙ୍କ ହିଜାବକୁ କଡାକଡି କରିବା ବିରୋଧରେ ମନ୍ତବ୍ୟ ଦେଇଥିଲେ । କାୟଦେ ଆଜମ ୟୁନିଭର୍ସିଟିରେ  ପଢାଉଥିବା ପରଭେଜ୍ ହୁଡଭୋୟ କହିଲେଯେ, ସେ ୧୯୭୩ ମସିହାରେ ପଢ଼ାଇବା ଆରମ୍ଭ କରିଥିଲେ । ୪୭ ବର୍ଷ ତଳେ କୌଣସି ମହିଳାଙ୍କୁ ବୁର୍ଖାରେ ଦେଖିବା ସହଜ ନଥିଲା ।       ଆଉ ଏବେ ହିଜାବ ଏବଂ ବୁର୍ଖା  ଗୋଟିଏ ହୋଇ ଯାଇଛି  ଏବଂ ତା ସାଙ୍ଗକୁ ବିନା ହିଜବରେ ସାଧାରଣ ଝିଅଙ୍କୁ ଦେଖିବାକୁ ମିଳୁନାହିଁ । ବୁର୍ଖା ଓ ହିଜବ ପିନ୍ଧିବା କାରଣରୁ କ୍ଲାସରେ ସେମାନଙ୍କ ଆକ୍ଟିଭିଟି କମିଯାଉଛି । ଏମିତିକି ସେମାନେ କ୍ଲାସ କରୁଛନ୍ତି କି ନାହିଁ ତାହା ଜଣା ପଡୁନାହିଁ ।


ପ୍ରଫେସରଙ୍କ କଥା କିନ୍ତୁ କିରନ ନାଜଙ୍କୁ ପସନ୍ଦ ଆସିନଥିଲା । ତେଣୁ ତୁରନ୍ତ ସେ ବୁର୍ଖା ଓ ହିଜବ ଉପରେ ଜ୍ଞାନ ବାଣ୍ଟିବା ଆରମ୍ଭ କରିଦେଇଥିଲେ । ଲାଇଭ୍ ଟିଭିରେ ପାକିସ୍ତାନର ଏହି ବଡବୋଲା ଆଙ୍କର ହିଜବ ପିନ୍ଧି କହିଥିଲେ ଯେ, ଏହାକୁ ପିନ୍ଧିବା ଦ୍ୱାରା ମୋ ଆକ୍ଟିଭିଟିରେ କିଛି ଅସୁବିଧା ହେଉନି । ସୂଚନାଯୋଗ୍ୟ ଯେ, କିରନ ତାଙ୍କ ଭାରତ ବିରୋଧି ଆଙ୍କରିଂ ପାଇଁ କୁଖ୍ୟାତ ।

Leave a Reply