spot_img
Home Blog Page 53

ସମ୍ବଲପୁରରେ ଜଣେ ମାଂସ ଦୋକାନୀକୁ ଗୁଳିକରି ହତ୍ୟା

ନନ୍ଦିଘୋଷ ବ୍ୟୁରୋ :  ସମ୍ବଲପୁର ବୁର୍ଲା ଥାନା ଅନ୍ତର୍ଗତ କିର୍ବା ଛକ ଠାରେ ଗୁଳିକାଣ୍ଡ l ଏମଡି ଅନିଶ ନାମକ ଜଣେ ମାଂସ ଦୋକାନୀକୁ ଗୁଳିକରି ହତ୍ୟା କରାଯାଇଥିବା ବେଳେ ଅଭିଯୁକ୍ତ ଅଟକ ଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ସେପଟେ ଘଟଣାସ୍ଥଳ ରେ ଦୁଇଜଣ ଅତିରିକ୍ତ ଏସପି, ବୁର୍ଲା ଏସଡ଼ିପିଓ, ବରିଷ୍ଠ ଥାନା ଅଧିକାରୀ ଉପସ୍ଥିତ ଥିବାବେଳେ  ହତ୍ୟାକାଣ୍ଡର କାରଣ ପୂର୍ବ ଶତ୍ରୁତା ବୋଲି ସନ୍ଦେହ କରାଯାଉଛି  l

ଅଭିଯୁକ୍ତ ଅଟୋରେ ଆସି ଗୁଳି ମାଡ଼ କରି ଫେରାର ମାରିଥିବା ବେଳେ ପୋଲିସ ଗୋଡାଇ ଗୋଡାଇ ଧରିଛି । ସବୁଠାରୁ ବଡ଼କଥା ହେଲା ଉଭୟେ ଗୋଟିଏ ଘରେ ଭଡ଼ା ରହୁଥିବା ବେଳେ ନିଜ ନିଜ ଭିତରେ ଝଗଡା ପରେ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

ବୌଦ୍ଧରେ ଗଞ୍ଜେଇ କାରବାରକୁ ନେଇ ବଡ଼ ଆକ୍ସନ୍

ନନ୍ଦିଘୋଷ ବ୍ୟୁରୋ :  ବୌଦ୍ଧରେ ଗଞ୍ଜେଇ କାରବାରକୁ ନେଇ ଭାଇରାଲ ଅଡିଓ ପରେ ବଡ଼ ଆକ୍ସନ୍‌ । ବୌଦ୍ଧରେ ଗଞ୍ଜେଇ କାରବାର ସହ ପୋଲିସ ବିଭାଗର କିଛି କର୍ମଚାରୀଙ୍କ ସମ୍ପୃକ୍ତି ନେଇ ଅଭିଯୋଗ ଉଠିବା ପରେ ବିଭାଗୀୟ ସ୍ତରରେ ହୋଇଛି କଡ଼ା କାର୍ଯ୍ୟାନୁଷ୍ଠାନ । ବଘିଆପଡ଼ା ଫାଣ୍ଡି ଏସ୍‌ଆଇ ପ୍ରାଣବନ୍ଧୁ ସାହୁଙ୍କୁ ନିଲମ୍ବିତ କରାଯାଇଥିବା ବେଳେ, ଗଞ୍ଜେଇ ନେଇ ଯାଇ ଧରାପଡ଼ିଥିବା ହୋମଗାର୍ଡ ମାନଭଞ୍ଜ ଜଗଦଲାଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି ।

ଗଞ୍ଜେଇ କାରବାର ସହ ପୋଲିସ ବିଭାଗର ଯେକୌଣସି ଅଧିକାରୀ କିମ୍ବା କର୍ମଚାରୀଙ୍କ ସମ୍ପୃକ୍ତିର ପ୍ରମାଣ ମିଳିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଏସପି । ଗଞ୍ଜେଇ କାରବାରକୁ ରୋକିବା ପାଇଁ ବୌଦ୍ଧ ପୋଲିସ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଉଛି । ଫାଣ୍ଡି ପୋଲିସ ଜବତ କରିଥିବା ଗଞ୍ଜେଇକୁ ହେପାଜତରୁ ବାହାରକୁ ଚୋରା ଚାଲାଣ କରାଯାଇଥିବା ଅଭିଯୋଗ ଉଠିଥିଲା । ଗତ ୨୨ ତାରିଖରେ ଭାଇରଲ ହୋଇଥିଲା ଏକ ଚାଞ୍ଚଲ୍ୟକର ଅଡିଓ ।

ଏହି ଅଡିଓରେ ଗଞ୍ଜେଇ ଜବତ, ଚାଲାଣ ଏବଂ ଟଙ୍କା କାରବାରକୁ ନେଇ ହୋଇଥିବା କଥାବାର୍ତ୍ତା ସାମ୍ନାକୁ ଆସିଥିଲା । ଘଟଣାରେ ପ୍ରାୟ ୧ କୁଇଣ୍ଟାଲ ୨୦ କେଜି ଗଞ୍ଜେଇ ଜବତ ହୋଇଥିଲା । ଏହି ଘଟଣାରେ ଦୁଇ ଯୁବକଙ୍କ ସହ ଜଣେ ହୋମଗାର୍ଡ ମଧ୍ୟ ଧରାପଡ଼ିଥିବା କୁହାଯାଇଥିଲା । ପଚରାଉଚରା ବେଳେ ଗଞ୍ଜେଇ ବଘିଆପଡା ଫାଣ୍ଡିରୁ ଆସିଥିବା ନେଇ ସେମାନେ କହିଥିବା ଅଡିଓରେ ଦାବି କରିଥିଲେ ।ପରେ ଜଣେ ସବ୍‌-ଇନ୍ସପେକ୍ଟର ଫାଣ୍ଡି ଅଧିକାରୀଙ୍କୁ ଫୋନ୍‌ରେ ପଚାରିଥିବା ବେଳେ ହୋଇଥିବା କଥାବାର୍ତ୍ତା ମଧ୍ୟ ଭାଇରଲ ହୋଇଥିଲା । କଥାବାର୍ତ୍ତାରେ ୨ କୁଇଣ୍ଟାଲ ୭୦ କେଜି ଗଞ୍ଜେଇ ଦିଆଯାଇଥିବା ଏବଂ ଟଙ୍କା ଆସିଥିବା ଭଳି ଦାବି ଶୁଣିବାକୁ ମିଳିଥିଲା ।

 

ବ୍ରହ୍ମପୁରରେ ସାହି ଦାଦାଙ୍କ ରାଜ୍

ନନ୍ଦିଘୋଷ ବ୍ୟୁରୋ : ବ୍ରହ୍ମପୁରରେ ସାହି ଦାଦାଙ୍କ ରାଜ୍ । ସହରର ଅସ୍ଥାୟି ବସଷ୍ଟାଣ୍ଡରୁ ଭାଇରାଲ ହେଉଛି ଦାଦାଗିରିର ଆଉ ଏକ ଭିଡ଼ିଓ  । ପୋଲିସ କାର୍ଯ୍ୟାନୁଷ୍ଠାନ ନେଉଛି ତଥାପି ସୁଧୁରୁନାହାନ୍ତି ବ୍ରହ୍ମପୁର ଅପରାଧୀ । ସର୍ବସମ୍ମୁଖରେ ଜନଗହଳି ପୂର୍ଣ୍ଣ ସ୍ଥାନରେ ଏପରିକି ବିଚ୍ ରାସ୍ତାରେ ଦାଦାବଟି ଦାବି କରିବା ସହ ଆକ୍ରମଣ ଓ ଭଙ୍ଗାରୁଜା କରିବାକୁ ପଛାଉ ନାହାନ୍ତି ।

ପୋଲିସ କାର୍ଯ୍ୟାନୁଷ୍ଠାନକୁ ଯେମିତି ଆଦୌ ଭୟ କି ଖାତିର ବି ନାହିଁ ।  କିଛି ଯୁବକ ଯାତ୍ରୀବାହୀ ବସକୁ ଅଟକାଇ ବସ କର୍ମଚାରୀଙ୍କୁ ଆକ୍ରମଣ କରିବା, ଗାଳିଗୁଲଜ କରିବା ଧମକ ଦେଇ ଲୋକଙ୍କୁ ଭୟଭୀତ କରିବା ପରି ଭିଡିଓ ଏବେ ଭାଇରଲ ହେବାରେ ଲାଗିଛି । ଏହାକୁ ନେଇ ବ୍ରହ୍ମପୁର ଅସ୍ଥାୟୀ ବସଷ୍ଟାଣ୍ଡରେ ଭୟର ବାତାବରଣ ଦେଖିବାକୁ ମିଳିଛି ।ଯାତ୍ରୀ ଓ ବସ ମାଲିକ ଓ କର୍ମଚାରୀ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ସୋର ପୌରପାଳିକା ଆଗରେ କଂଗ୍ରେସର ଅଭିନବ ପ୍ରତିବାଦ।

ନନ୍ଦିଘୋଷ ବ୍ୟୁରୋ : ସୋର ପୌରପାଳିକା ଆଗରେ କଂଗ୍ରେସର ଅଭିନବ ପ୍ରତିବାଦ। ଆଲୋକୀକରଣ ଦାବିରେ ଖୋଲିଲେ ଫାଷ୍ଟଫୁଡ୍ ଦୋକାନ l ଦୀର୍ଘ ଦିନ ଧରି ଦାବି କରିବା ସତ୍ତ୍ୱେ ଶୁଣିଲେନି ସରକାର କି ପ୍ରଶାସନ। ଶେଷରେ ଲୋକଙ୍କ ସମସ୍ୟା ଦୂର କରିବା ପାଇଁ ଅଭିନବ ଉପାୟରେ ପ୍ରତିବାଦ କରିଛି କଂଗ୍ରେସ। ସୋର ପୌରପାଳିକା ଅଞ୍ଚଳରେ 19ଗୋଟି ୱାର୍ଡ ଦୀର୍ଘ ଦିନ ଧରି ରାସ୍ତାଘାଟରେ ଆଲୋକୀକରଣ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି।

ଏନେଇ ସ୍ଥାନୀୟ କଂଗ୍ରେସ ନେତା ଓ କର୍ମୀମାନେ ପୌର ପ୍ରଶାସନ ଏବଂ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ଏହାର ପ୍ରତିବାଦରେ ଆଜି କଂଗ୍ରେସ ପକ୍ଷରୁ ପୌରପାଳିକା କାର୍ଯ୍ୟାଳୟ ଆଗରେ ହିଁ ଏକ ଫାଷ୍ଟଫୁଡ୍ ଦୋକାନ ଖୋଲାଯାଇଛି। ଅର୍ଥ ଅଭାବରୁ ପ୍ରଶାସନ ଆଲୋକୀକରଣ କରିପାରୁନାହିଁ, ତେବେ କଂଗ୍ରେସ ନିଜେ ବିକ୍ରି କରିଥିବା ଫାଷ୍ଟଫୁଡ୍ ରୋଜଗାରରୁ ଯେଉଁ ଲାଭ ଟଙ୍କା ମିଳିବ, ସେଥିରେ ସହରର ଆଲୋକୀକରଣ ବ୍ୟବସ୍ଥା କରିବ ବୋଲି କଂଗ୍ରେସ ନେତା ରାଜେନ୍ଦ୍ର ମହାନ୍ତି କହିଛନ୍ତି।କଂଗ୍ରେସର ଏହି ଅଭିନବ ପ୍ରତିବାଦ ସ୍ଥାନୀୟ ଅଞ୍ଚଳରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି।

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ନନ୍ଦିଘୋଷ ବ୍ୟୁରୋ : ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । ପୂର୍ବ ଶତ୍ରୁତାରୁ ଆକ୍ରମଣ ସନ୍ଦେହ । ଯୁବକ ଜଣଙ୍କ ଗୁରୁତର ହୋଇ କଟକ ସ୍ଥାନାନ୍ତର । ସାମାଜିକ ଗଣମାଧ୍ୟମରେ କଥା କଟାକଟି ପରେ ଆକ୍ରମଣ ସନ୍ଦେହ । ଅନୁଗୋଳ  ହୁଲୁରିସିଂହାର ସଞ୍ଜୀବ ମାଣ୍ଡୋଠିଆ ବିଳମ୍ବିତ ରାତିରେ ଘରକୁ ଫେରୁଥିବା ବେଳେ ମ୍ୟୁନିସିପାଲିଟି ସ୍କୁଲ ନିକଟରେ ହଠାତ ୫-୬ ଯୁବକ ତାଙ୍କୁ ଅଟକାଇବା ସହ ଠେଙ୍ଗାରେ ଆକ୍ରମଣ କରିଥିଲେ ।

ସେ ପଡିଗଲା ପରେ ବିଧା ଗୋଇଠା ମାରି ଫେରାର ହୋଇ ଯାଇଥିଲେ । ଖବର ପାଇ ସଞ୍ଜୀବଙ୍କ ସାଙ୍ଗସାଥି ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସଞ୍ଜୀବଙ୍କ ଛାତି ଓ ମୁଣ୍ଡରେ ଆଘାତ ଲାଗିଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।

ପାରାଦୀପ ଛାଡ଼ିଲେ ଓସେନ ଓ୍ବିନର ଜାହାଜର ଉଦ୍ଧାର ଦୁଇ କ୍ରିୟୁ ସଦସ୍ୟ

ନନ୍ଦିଘୋଷ ବ୍ୟୁରୋ : ପାରାଦୀପ ଛାଡ଼ିଲେ ଓସେନ ଓ୍ବିନର ଜାହାଜର ଉଦ୍ଧାର ଦୁଇ କ୍ରିୟୁ ସଦସ୍ୟ । ଜାହାଜ ଏଜେନ୍ସି ସହାୟତାରେ ତାଙ୍କୁ ଏକ କାର ଯୋଗେ କୋଲକାତା ନିଆଯାଇଛି । କୋଲକାତାରୁ ଉଭୟଙ୍କୁ ଚୀନ ଦୂତାବାସକୁ ହସ୍ତାନ୍ତର କରାଯିବ ଏବଂ ସେଠାରୁ ସେମାନଙ୍କୁ ଚୀନ ପଠାଯିବାର ବ୍ୟବସ୍ଥା କରାଯିବ । ଜାହାଜର ଏଜେଣ୍ଟ ଚାଇନା ଦୂତାବାସ ସହିତ ଯୋଗାଯୋଗ କରି ଉଭୟଙ୍କ ଭିସା ଓ ପାସପୋର୍ଟ କାର୍ଯ୍ୟ ସାରିଛନ୍ତି ।

ଗତକାଲି ତଦନ୍ତକାରୀ ସଂସ୍ଥା ନିକଟରେ ସମୁଦ୍ର ଭିତରର ସଂଘର୍ଷର କାହାଣୀ ବଖାଣିଥିଲେ ଉଭୟ କ୍ରିୟୁ ସଦସ୍ୟ । ଜାହାଜ ଓସେନ୍ ଓ୍ବିନର ର ୨୪ କ୍ରିୟୁ ସଦସ୍ୟଙ୍କ ମଧ୍ୟରୁ ଉଦ୍ଧାର ହୋଇଛନ୍ତି ମାତ୍ର ଦୁଇଜଣ ।  ଗତ ୨୦ ତାରିଖରେ ପାରାଦୀପ ବନ୍ଦରରୁ ୭୨ ହଜାର ମେଟ୍ରିକ୍ ଟନ୍ ଲୁହାପଥର ନେଇ ଯାଉଥିବା ପଣ୍ୟବାହୀ ଜାହାଜ ଓସେନ୍ ଓ୍ବିନର ୨୩୦ ନଟିକାଲ ମାଇଲ ଦୂରରେ ହଠାତ୍ ଯୋଗାଯୋଗ ବିଚ୍ଛିନ୍ନ ହୋଇ ବୁଡିଯାଇଥିଲା। ସେମାନଙ୍କ ମଧ୍ୟରୁ ମାତ୍ର ଦୁଇଜଣଙ୍କୁ ହିଁ ଉଦ୍ଧାର କରାଯାଇଥିଲା ।

ଉଭୟ ପାରାଦୀପରେ ପହଞ୍ଚିବା ପରେ ପ୍ରାଥମିକ ଚିକିତ୍ସା ପରେ ଗତକାଲି ଭାରତୀୟ ବିଭିନ୍ନ ତଦନ୍ତକାରୀ ସଂସ୍ଥା ପକ୍ଷରୁ ଦୁଇଜଣ କନସୋଲେଟର, ଜଣେ ଆଡଭୋକେଟ୍ ଓ ଜଣେ ଭାଷା ଅନୁବାଦକଙ୍କ ଦ୍ଵାରା ଉଭୟଙ୍କୁ ଜେରା କରାଯିବା ପରେ ମିଳିଥିଲା ଚାଞ୍ଚଲ୍ୟକର ତଥ୍ୟ । ସମୁଦ୍ରରେ ଅଧିକ ରୋଲିଂ ଯୋଗୁଁ ଖୁବ୍ କମ୍ ସମୟ ମଧ୍ୟରେ ବୁଡ଼ି ଯାଇଥିଲା ଜାହାଜ ଓସେନ୍ ଓ୍ବିନର । ଜାହାଜର କ୍ୟାପଟେନ୍ ବିପଦ ସଂକେତ ଦେବା ସହିତ ସାଇରନ ବଜାଇଥିଲେ । ହେଲେ ଜାହାଜର ୨୪ ସଦସ୍ୟଙ୍କ ମଧ୍ୟରୁ ମାତ୍ର ୧୦ ଜଣ ଜାହାଜ ଉପରକୁ ଆସି ସମୁଦ୍ରକୁ ଡେଇଁ ପଡ଼ିଥିଲେ ।

ଜାହାଜ ବୁଡିବା ସମୟରେ ସମୁଦ୍ରରେ ସୃଷ୍ଟି ହୋଇଥିବା ଭ‌ଉଁରୀରେ ଫସିଯାଇ ବୁଡିଯାଇଥିଲେ ୮ ଜଣ କ୍ରିୟୁ ସଦସ୍ୟ । ଅନ୍ୟ ୧୪ ଜଣ ଜାହାଜ ଭିତରେ ହିଁ ରହିଯାଇଥିବା ଉଦ୍ଧାର କ୍ରିୟୁ ସଦସ୍ୟ ପ୍ରକାଶ କରିଥିବା ସୂଚନା ମିଳିଛି । ତେବେ ସେମାନେ ଦୀର୍ଘ ୨୦ ଘଣ୍ଟା ସମୁଦ୍ରରେ ଭାସିବା ପରେ ଭାରତ ଆସୁଥିବା ଏକ ତୈଳ ଜାହାଜ ସେମାନଙ୍କୁ ଉଦ୍ଧାର କରିଥିଲା । ଅନ୍ୟ ପକ୍ଷରେ ଏବେ ବି ଜାହାଜର ଅନ୍ୟ ସଦସ୍ୟ ଏବଂ ଜାହାଜ ବୁଡିଥିବା ସ୍ଥାନର କୌଣସି ସଠିକ୍ ତଥ୍ୟ ମିଳିପାରି ନାହିଁ । ଏବେବି ଚାଇନାର ଦୁଇଟି ଜାହାଜ ଓ ନ୍ୟାଭିର ଦୁଇଟି ଏୟାରକ୍ରାଫ୍ଟ ଦ୍ବାରା ସର୍ଚ୍ଚ ଅପରେସନ ଜାରି ରହିଛି ।

ଖୋଲିବ ଅପରାଧୀକ ଲିଙ୍କର ଗୁମର

ନନ୍ଦିଘୋଷ ବ୍ୟୁରୋ : ଖୋଲିବ ଅପରାଧୀକ ଲିଙ୍କର ଗୁମର । ଆଜି ଗିରଫ ନିଲମ୍ବିତ ବିଜେପି ନେତା ପ୍ରକାଶ ପାଶୱାନଙ୍କୁ ରିମାଣ୍ଡରେ ଆଣି ଘାଣ୍ଟିବ ପୋଲିସ । ଗତକାଲି ୨ ଦିନ ରିମାଣ୍ଡ ପାଇଁ ଅନୁମତି ଦେଇଥିଲେ କୋର୍ଟ । ସେପଟେ ପ୍ରକାଶ ଗିରଫ ହେବା ପରେ ତାଙ୍କ ବିରୋଧରେ ବଢୁଛି ଅଭିଯୋଗ । ଉଦିତ ନଗର ଥାନାରେ ପ୍ରକାଶ ପାଶଓ୍ବାନଙ୍କ ନାମରେ ଦୁଇଟି ମାମଲା ରୁଜୁ କରାଯାଇ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।

ଦୁଇ ଜଣଙ୍କ ଠାରୁ ୩ ଲକ୍ଷରୁ ଅଧିକ  ଟଙ୍କା ଠକି ନେଇଥିବା ଓ ଦାଦାବଟି ଆଦାୟ କରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ପରେ ଉଦିତନଗର ଥାନାରେ ପ୍ରକାଶଙ୍କ ନାମରେ ଦୁଇଟି ମାମଲା ରୁଜୁ କରି ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ଟିମ୍ଵର କଲୋନୀ ନିକଟ ସଂରକ୍ଷିତ ଜଙ୍ଗଲ ଜମିରେ ପ୍ରକାଶ ପାଶଓ୍ବାନ ବେଆଇନ ଭାବେ ବିଜେପି କାର୍ଯ୍ୟାଳୟ ସହିତ ସାଂସଦ ପ୍ରତିନିଧିଙ୍କ କାର୍ଯ୍ୟଳୟ କରିଥିବା ଅଭିଯୋଗ ହେବା ପରେ ବନ ବିଭାଗ ପକ୍ଷରୁ ତଦନ୍ତ କରାଯାଇ ଅଫିସକୁ ସିଲ କରାଯାଇଛି । ପାନପୋଷ ରେଞ୍ଜ ଅଫିସର ତଦନ୍ତ ରିପୋର୍ଟ ଦେଵା ପରେ ଅଫିସକୁ ସିଲ କରାଯାଇଛି ।

ବେଆଇନ ନିର୍ମାଣ କାର୍ଯ୍ୟ ସହିତ ସମ୍ପୃକ୍ତ ସମ୍ପତ୍ତି ନିର୍ମାଣ ସାମଗ୍ରୀ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି । ଏସମ୍ପର୍କରେ କିଛି ଆପତ୍ତି ଥିଲେ ଅଗଷ୍ଟ ୩୧ ତାରିଖ ସୁଦ୍ଧା ରାଉରକେଲା ବନଖଣ୍ଡ ଅଧିକାରୀଙ୍କ ନିକଟରେ ଉପସ୍ଥିତ ରହି ତଥ୍ୟ ଦାଖଲ କରିବା ପାଇଁ ନୋଟିସ ଜାରି କରାଯାଇଛି । ପ୍ରକାଶ ଗିରଫ ହେବା ପରେ ତାଙ୍କର ଅନ୍ୟ ଦୁଇଜଣ ସହଯୋଗୀ ଅମିତ ନାୟକ ଓ ବିଜେପି ନେତା ଜନ ନାୟକ ରଘୁନାଥପାଲ୍ଲି ଥାନାରେ ଆତ୍ମସମର୍ପଣ କରିଛନ୍ତି । ପୋଲିସ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ରାଉରକେଲା ସର୍କିଟ ହାଉସରୁ ବନ୍ଧୁକ ସହ ଗିରଫ ହୋଇଥିବା ଅପରାଧୀଙ୍କୁ ପ୍ରକାଶ ସହଯୋଗ କରିଥିବା ଅଭିଯୋଗ ରହିଛି ।  ମାମଲାରେ ପୋଲିସ ୧୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଏହି ରାକେଟରେ ସଂପୃକ୍ତ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଜାରି ରହିଛି ।

ନେପାଳରେ ପ୍ରଳୟଙ୍କରୀ ଆକସ୍ମିକ ବନ୍ୟାରେ ମୃତ୍ୟୁସଂଖ୍ୟା ୬ଶହରେ ପହଞ୍ଚିଛି

ନନ୍ଦିଘୋଷ ବ୍ୟୁରୋ : ନେପାଳ ଓ ତିବ୍ଦବ ସୀମାରେ ପ୍ରଳୟଙ୍କରୀ ଆକସ୍ମିକ ବନ୍ୟାରେ ମୃତ୍ୟୁସଂଖ୍ୟା ୬ଶହରେ ପହଞ୍ଚିଛି । ସେହିପରି ପାଖାପାଖି ୨୫ଶହ ଲୋକ ଏବେବି ନିଖୋଜ ରହିଛନ୍ତି । ବନ୍ୟା ଏବଂ ଭୂସ୍ଖଳନ ଯୋଗୁଁ ବଡ଼ ବଡ଼ ରାସ୍ତାଘାଟ, ପୋଲ, ଜନବସତି ଏବଂ ବହୁ ଗୁରୁତ୍ୱପୂର୍ଣ୍ଣ ଜଳବିଦ୍ୟୁତ୍ ପ୍ରକଳ୍ପ ମାଟିରେ ମିଶିଯାଇଛି । ବିପର୍ଯ୍ୟୟର ଛାତିଥରା ଘଟଣା ମନରୁ ଲିଭିନଥିବା ନଥିବାବେଳେ ଆଉ ଏକ ବଡ଼ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି ।

ଶୁକ୍ରବାର ନେପାଳର ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଚେତାବନୀ ଦେଇଛନ୍ତି ଯେ, ଭୋତେକୋଶୀ ନଦୀ ଅଞ୍ଚଳରେ ପୁଣିଥରେ କାଦୁଅ ମିଶା ପାଣିର ସ୍ତର ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଭୋତେକୋଶୀ ଓ ତ୍ରିଶୂଳୀ ନଦୀକୂଳବର୍ତ୍ତୀ ଅଞ୍ଚଳର ସ୍ଥାନୀୟ ଲୋକ ଏବଂ ଉଦ୍ଧାରକାରୀ ଦଳଙ୍କୁ ସତର୍କ ରହିବାକୁ ଏବଂ ନିରାପଦ ସ୍ଥାନକୁ ଚାଲିଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ପ୍ରଳୟ କେବଳ ନେପାଳ ମଧ୍ୟରେ ସୀମିତ ନରହି ଏକ ଅନ୍ତର୍ଜାତୀୟ ସଙ୍କଟ ପାଲଟିଛି ।

ତିବ୍ଦତ ଅଞ୍ଚଳ ମଧ୍ୟ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଥିବାବେଳେ ଶହ ଶହ ଲୋକ, ଯେଉଁଥିରେ କି କିଛି ବିଦେଶୀ ନାଗରିକ ମଧ୍ୟ ଅଛନ୍ତି, ନିଖୋଜ ରହିଛନ୍ତି । ଏଭଳି ଜଟିଳ ପରିସ୍ଥିତିରେ ଫସିରହିଥିବା ପର୍ଯ୍ୟଟକମାନଙ୍କୁ ଉଦ୍ଧାର ଏବଂ ଜରୁରୀକାଳୀନ ସହାୟତା ଯୋଗାଇବାରେ ଭାରତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି । ସେପଟେ ଧ୍ୱଂସ ହୋଇଥିବା ପୋଲ ଏବଂ ଗଠନମୂଳକ କାର୍ଯ୍ୟଗୁଡ଼ିକୁ ପୁନର୍ନିର୍ମାଣ କରିବା ପାଇଁ ନେପାଳ ସରକାର ଭାରତ ଏବଂ ଚୀନ୍ ନିକଟରୁ ସହଯୋଗ କାମନା କରିଛନ୍ତି ।

ଏପଟେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଅନୁଯାୟୀ ଏହି ମହାବିପର୍ଯ୍ୟୟରୁ  ଉଦ୍ଧାର ହୋଇଥିବା ୨୧ ଜଣ ଭାରତୀୟ ନାଗରିକ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଦିଲ୍ଲୀ ଫେରିଛନ୍ତି । ସେହିପରି ଅଗଷ୍ଟ ୨୧ରେ କୈଳାସ ମାନସରୋବର ଯାତ୍ରାରେ ଯାଇଥିବା ଆନ୍ଧ୍ରପ୍ରଦେଶର ୨୮ ଜଣ ତୀର୍ଥଯାତ୍ରୀ ଜଳ ପ୍ରଳୟ ସୃଷ୍ଟି ହେବା ପୂର୍ବରୁ ସୀମାନ୍ତ ଇମିଗ୍ରେସନ୍ ଅଫିସ ଅତିକ୍ରମ କରିଯାଇଥିବାରୁ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି।

ନିଖୋଜ ଲୋକଙ୍କ ମଧ୍ୟରେ ୩୨୦ ଜଣ ଭାରତୀୟ ଏବଂ ୧୦୦ ଜଣ ଭାରତୀୟ ବଂଶୋଦ୍ଭବ ସାମିଲ ଅଛନ୍ତି । ୩୨୦ ଭାରତୀୟଙ୍କ ସହ କୌଣସି ଯୋଗାଯୋଗ ହୋଇ ପାରୁନଥିବା ସରକାର ସୂଚନା ଦେଇଛନ୍ତି । ଅପରପକ୍ଷରେ ତିବ୍ଦତ ସୀମାରେ ଅଟକି ରହିଥିବା ପ୍ରାୟ ୪୦୦ ଭାରତୀୟ ସୁରକ୍ଷିତ ଥିବା ବେଳେ ୯୩ ଜଣ ନାଗରିକ ସଫଳତାର ସହ ନେପାଳ ମଧ୍ୟକୁ ପ୍ରବେଶ କରିଛନ୍ତି  ।

ଓଡ଼ିଶାରେ ସ୍କ୍ରବ ଟାଇଫୁସ ଆତଙ୍କ

ନନ୍ଦିଘୋଷ ବ୍ୟୁରୋ : ଓଡ଼ିଶାରେ ସ୍କ୍ରବ ଟାଇଫୁସ ଆତଙ୍କ । ଅନୁଗୋଳରେ ସ୍କ୍ରବ ଟାଇଫୁସରେ ଜଣକର ମୃତ୍ୟୁ ଅଭିଯୋଗ । ପାଲଲହଡ଼ା ସାନବାଘଧରି ଗାଁର ସୁମନ୍ତ ସେଠୀଙ୍କ ବୁର୍ଲାର ଏକ ଘରୋଇ ଡାକ୍ତରଖାନାରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଜ୍ବରରେ ୧୫ରୁ ଉର୍ଦ୍ଧ୍ବ ଆକ୍ରାନ୍ତ ଥିବାରୁ ଗାଁରେ ଭୟର ବାତାବରଣ ଦେଖାଦେଇଛି । ଗତ କିଛିଦିନ ହେବ ଗାଁରେ ଅଜଣା ପୋକ କାମୁଡ଼ିବା ଯୋଗୁଁ ଜ୍ୱର ଆସିବା ସହ ମୁଣ୍ଡ ବିନ୍ଧା ହୋଇ ଲୋକେ ଅସୁସ୍ଥ ହୋଇ ପଡିଥିଲେ ।

ମେଡିକାଲ ଯାଇ ପରୀକ୍ଷା କରିବା ପରେ ସ୍କ୍ରବ ଟାଇଫୁସ ପଜେଟିଭି ଥିବା ଜଣା ପଡ଼ିଥିଲା । ଏଥିରେ ଗାଁ ର ସୁମନ୍ତ ସେଠୀ ନାମକ ଜଣେ ଯୁବକଙ୍କ ଚିକିତ୍ସା ଚାଲିଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି । ଅନ୍ୟପଟେ ୧୦ ରୁ ଉର୍ଦ୍ଧ୍ବ ଆକ୍ରାନ୍ତ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଯାହାକୁ ନେଇ ଏବେ ଗାଁ ରେ ଭୟର ବାତାବରଣ ଦେଖା ଦେଇଛି ।

ଅନ୍ୟପଟେ ଆଜି ପ୍ରଶାସନ ପକ୍ଷରୁ ଗାଁକୁ ଏକ ଡାକ୍ତରୀ ଦଳ ପଠା ଯିବାର ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି I ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ପାଞ୍ଚ ଜଣିଆ ଟିମ ପାଳଲହଡା  ସାନବାଘଧରି ଗାଁରେ ପହଞ୍ଚି ସମସ୍ତ ଜ୍ଵରରେ ଆକ୍ରାନ୍ତ ରୋଗୀଙ୍କ ରକ୍ତ ନମୁନା ସଂଗ୍ରହ କରିଥିବା ସୂଚନା ଦେଇଛନ୍ତି ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ମଦନ ମୋହନ ପ୍ରଧାନ ।

ବଢିବାରେ ଲାଗିଛି ନେପାଳରେ ଘଟିଥିବା ପ୍ରଳୟଙ୍କରୀ ଫ୍ଲାସ ଫ୍ଲଡରେ ମୃତ୍ୟୁସଂଖ୍ୟା

ନନ୍ଦିଘୋଷ ବ୍ୟୁରୋ : ବଢିବାରେ ଲାଗିଛି ନେପାଳରେ ଘଟିଥିବା ପ୍ରଳୟଙ୍କରୀ ଫ୍ଲାସ ଫ୍ଲଡରେ ମୃତ୍ୟୁସଂଖ୍ୟା। ୪୭୦ରୁ ମୃତଦେହ ଉଦ୍ଧାର ହୋଇଛି। ୧୪୦୦ରୁ ଅଧିକ ନିଖୋଜ ଅଛନ୍ତି। ୧୩ ହଜାରରୁ ଅଧିକ ଯବାନ ରେସ୍କ୍ୟୁ ଅପରେସନରେ ନିୟୋଜିତ ହୋଇଛନ୍ତି । ନିଖୋଜ ୨୮୮ ଭାରତୀୟଙ୍କ ମଧ୍ୟରୁ ୨୧ ଜଣଙ୍କୁ ଉଦ୍ଧାର କରାଯାଇଛି। ୨୮୮ ଜଣଙ୍କ ମଧ୍ୟରୁ ୭୩ ଜଣ ତ୍ରିଶୂଳୀ ୱାନ ପାୱାର ପ୍ରୋଜେକ୍ଟରେ କାର୍ଯ୍ୟରତ ଥିଲେ। ନିଖୋଜ ଭାରତୀୟଙ୍କ ମଧ୍ୟରେ ଅଛନ୍ତି ବିହାର, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ କିଛି ରାଜ୍ୟର ପର୍ଯ୍ୟଟକ।

ଭାରତୀୟ ନାଗରିକଙ୍କ ସହାୟତା ପାଇଁ କାଠମାଣ୍ଡୁସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି। … ସେପଟେ ତିବ୍ବତ-ନେପାଳ ସୀମାରେ ଏକ ଜଳାଶୟ ୭୨ ଘଣ୍ଟାରେ ଭାଙ୍ଗିପାରେ ବୋଲି ସତର୍କ କରାଇଛି ଚୀନ ଜଳ ସମ୍ପଦ ମନ୍ତ୍ରାଳୟ। ଏହି ଜଳାଶୟରେ ୨ ନିୟୁତ କ୍ୟୁବିକ ଘନଫୁଟ ଜଳ ଥିବାରୁ ଯଦି ଏହା ଭାଙ୍ଗେ ତେବେ ସ୍ଥିତି ଅଧିକ ଭୟଙ୍କର ହେବ ବୋଲି ଆଶଙ୍କା ବ୍ୟକ୍ତ କରାଯାଇଛି। ଉତ୍ତର ଲାଙ୍ଗତାଙ୍କ ଲିରୁଙ୍ଗରେ ବିଶାଳ ଗ୍ଲାସିୟର ଧସିବା ଯୋଗୁ ଏହି ଅଘଟଣ ଘଟିଥିଲା। ପ୍ରାୟ ୫ ହଜାର ୨୦୦ ମିଟର ଗ୍ଳାସିୟର ଧସିବା ସହ ୧୨୦୦ ମିଟର ତଳେ ଥିବା ଭୋତେକୋଶୀ ନଦୀର ଶାଖା ନଦୀ ଲିହେନ୍ଦ ନଦୀରେ ଖସିବା ଯୋଗୁ ଏହି ଭୟଙ୍କର ଦୁର୍ବିପାକ ଘଟିଥିଲା।