spot_img
Home Blog Page 5297

୮୫ ଜଣ ଭାରତୀୟଙ୍କୁ ନେଇ ଆଫଗାନିସ୍ତାନରୁ ଫେରୁଛି ବାୟୁସେନା ବିମାନ

କାବୁଲ: ତାଲିବାନ କବଳରୁ ମୁକୁଳିଲେ ଭାରତୀୟ । ଫସି ରହିଥିବା ୮୫ଜଣ ଭାରତୀୟଙ୍କୁ ନେଇ ଉଡ଼ାଣ ଭରିଲା ଭାରତୀୟ ବାୟୁସେନା ବିମାନ । କାବୁଲ ଏୟାରପୋର୍ଟରୁ ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ଆମେରିକା ସରକାରଙ୍କ ସହ ନିରନ୍ତର ଯୋଗାଯୋଗ କରାଯାଉଛି ।ଆଫଗାନିସ୍ତାନର ବିଭିନ୍ନ ସ୍ଥାନରେ ଫସି ରହିଥିବା ଭାରତୀୟମାନଙ୍କୁ ଉଦ୍ଧାର କରିବା ଲାଗି ବାୟୁସେନାର ସି-୧୭ ବିମାନ କାବୁଲରେ ପହଞ୍ଚି ୮୫ ଜଣଙ୍କୁ ନେଇ ଉଡ଼ାଣ ଆରମ୍ଭ କରିଥିବା ସୂଚନା ମିଳିଛି । ପ୍ରାୟ ୪ଶହ ଭାରତୀୟ ସେଠାରେ ଫସି ରହିଥିବା ଜଣାପଡ଼ିଛି । ପୂର୍ବରୁ ମଧ୍ୟ ସ୍ୱତନ୍ତ୍ର ବିମାନ ଯୋଗେ ଆଫଗାନିସ୍ତାନରେ ରହୁଥିବା କିଛି ଭାରତୀୟଙ୍କୁ ଫେରାଇ ଅଣାଯାଇଥିଲା ।

ଏଥିସହିତ ପଢ଼ନ୍ତୁ: ଆଫଗାନିସ୍ତାନରୁ ଫେରିବେ ଆଉ ୪୫୦ ଜଣ ଭାରତୀୟ

ସିରିଞ୍ଜ ଅଭାବ: ରାଜ୍ୟରେ ଟିକାକରଣ ବାଧାପ୍ରାପ୍ତ

ଭୁବନେଶ୍ୱର: ପ୍ରଥମେ ଟିକା ଅଭାବ ଏବେ ସିରିଞ୍ଜ ଅଭାବ । କରୋନା ଟିକା ପାଇଁ ସିରିଞ୍ଜ ସାଜିଛି ବାଧକ । ରାଜ୍ୟରେ AD ସିରିଞ୍ଜର ଘୋର ଅଭାବ ଦେଖାଦେଇଥିବା ବେଳେ ସିରିଞ୍ଜ ନଥିବାରୁ ୧୨ଟି ଜିଲ୍ଲାରେ ଟିକାକରଣ ବନ୍ଦ ରହିଛି । ତୁରନ୍ତ ୫୦ଲକ୍ଷ ସିରିଞ୍ଜ ଯୋଗାଇବାକୁ କେନ୍ଦ୍ର ନିକଟରେ ଦାବି ଜଣାଇଛି କେନ୍ଦ୍ର । ଚିଠି ଲେଖି ସ୍ୱାସ୍ଥ୍ୟ ବିଭାଗ ଦାବି ଜଣାଇଥିବା ବେଳେ ସାଧାରଣ ସିରିଞ୍ଜରେ ଟିକା ଦେବାକୁ କେନ୍ଦ୍ରର ଉତ୍ତର ରଖିଛି ।

ଏଥିସହିତ ପଢ଼ନ୍ତୁ: ରାଜ୍ୟରେ ଆଉ ୯୧୧ ଜଣ କରୋନା ସଂକ୍ରମିତ ଚିହ୍ନଟ: ୧୮ବର୍ଷରୁ କମ୍ ୧୧୬ ଜଣ ଚିହ୍ନଟ

ଏଟିଏମ୍‌ ଗାଡ଼ି ଅପହରଣ ମାମଲାରେ ୩ ଜଣ ଗିରଫ

ବ୍ରହ୍ମପୁର: ବଡ଼ବଜାର ଥାନା ନିକଟ ଏକ୍ସିସ୍ ବ୍ୟାଙ୍କ ନିକଟରୁ AGS କମ୍ପାନୀର ଏଟିଏମ୍‌ରେ ଟଙ୍କା ଭର୍ତ୍ତି କରିବା ଗାଡିକୁ ଅପହରଣ ମାମଲାରେ ପୋଲିସକୁ ମିଳିଛି ସଫଳତା । ଉକ୍ତ ଗାଡିର ଚାଳକ ଆଶିଷ ଦିଗାଲ ହିଁ ନିଜେ ଅପହରଣ ନାଟକ କରିଥିଲେ । ପୋଲିସ ପ୍ରଥମ ଦିନରୁ ହିଁ ଗାଡ଼ି ଚାଳକଙ୍କ ଉପରେ ସନ୍ଦେହ କରି ଆସୁଥିଲେ । ଆଜି ଗାଡ଼ି ଚାଳକକୁ ପୋଲିସ ଅଟକ ରଖିଥିବା ବେଳେ ତାଙ୍କର ୩ ସହଯୋଗୀଙ୍କୁ ପୋଲିସ ବାହାର ଜିଲ୍ଲାରୁ ଉଠାଇ ଆଣିବା ସହ ସେମାନଙ୍କ ନିକଟରୁ ୨୧ ଲକ୍ଷ ଟଙ୍କା ଜବତ ମଧ୍ୟ କରିଛି । ଗତକାଲି ପୋଲିସର ଏକ ଟିମ ଗଞ୍ଜାମର ପଡୋଶୀ ଜିଲାକୁ ଯାଇ ସେମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଡ୍ରାଇଭରକୁ ଲଗାତାର ଗୁଡ଼ାଇ ତୁଡାଇ ପ୍ରଶ୍ନ ପଚାରିବା ପରେ ଅସ୍ତବ୍ୟସ୍ତ ହୋଇ ପୋଲିସ ନିକଟରେ ସତକଥା କହିବାକୁ ବାଧ୍ୟ ହୋଇଥିଲା ।  ୩ ଦିନ ପୂର୍ବେ ଉକ୍ତ ଟଙ୍କା ଭର୍ତ୍ତି ଗାଡିକୁ ବଡ଼ବଜାର AXIS ବ୍ୟାଙ୍କ ନିକଟରୁ ବନ୍ଧୁକ  ମୁନରେ ଅପହରଣ ହୋଇଥିବା ନେଇ AGS କମ୍ପାନୀ ପକ୍ଷରୁ ଅଭିଯୋଗ ହୋଇଥିଲା । ପରେ ପୋଲିସ ଆନ୍ଧ୍ର ସୀମାନ୍ତ ଗିରିସୋଲା ନିକଟରୁ ଉକ୍ତ ଭ୍ୟାନ ସହ ଅଚେତ ଅବସ୍ଥାରେ ଡ୍ରାଇଭରକୁ ଉଦ୍ଧାର କରିଥିଲା ।

ଏଥିସହିତ ପଢ଼ନ୍ତୁ: ରାଜ୍ୟରେ ଆଉ ୯୧୧ ଜଣ କରୋନା ସଂକ୍ରମିତ ଚିହ୍ନଟ: ୧୮ବର୍ଷରୁ କମ୍ ୧୧୬ ଜଣ ଚିହ୍ନଟ

 

ଏସିଏଫ୍ ସୌମ୍ୟ ରଞ୍ଜନଙ୍କ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ନିକଟରେ ହାଜର ହେଲେ ଡିଏଫ୍‌ଓ

ପାରଳାଖେମୁଣ୍ଡି: ରହସ୍ୟ ଘେରରେ ଏସିଏଫ୍ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲା । ମୃତ୍ୟୁକୁ ନେଇ ଏବେ ବି ସସପେନ୍ସ ଲାଗି ରହିଥିବା ବେଳେ କ୍ରାଇମବ୍ରାଞ୍ଚ ନିକଟରେ ହାଜର ହୋଇଛନ୍ତି ଡିଏଫଓ ସଂଗ୍ରାମ ବେହେରା । ପୂର୍ବରୁ ପୋଲିସର ଜେରାର ସମ୍ମୁଖୀନ ହୋଇଥିବା ବେଳେ ତତ୍କାଳୀନ ଏସପି ଦେଇଥିଲେ କ୍ଲିନଚିଟ୍ । ଏବେ କ୍ରାଇମବ୍ରାଞ୍ଚ ହାତରେ ମାମଲା ରହିଥିବାରୁ ଡିଏଫଓଙ୍କୁ ପ୍ରଶ୍ନ ବାଣରେ ଘାଇଲା କରିବ କ୍ରାଇମବ୍ରାଞ୍ଚ । ଘଟଣାରେ ଏ ପର୍ଯ୍ୟନ୍ତ ୧୪ଜଣଙ୍କୁ ଜେରା କରିସାରିଲାଣି କ୍ରାଇମବ୍ରାଞ୍ଚ । ଖୁବଶୀଘ୍ର ବିଦ୍ୟାଭାରତୀଙ୍କୁ କ୍ରାଇମବ୍ରାଞ୍ଚ ଜେରା କରିବା ନେଇ ସୂଚନା ମିଳିଛି । ଗତକାଲି ଗୁରାଣ୍ଡି ଥାନା ଅଧିକାରୀ ମମତା ପଣ୍ଡାଙ୍କୁ ଜେରା କରିଥିଲା କ୍ରାଇମବ୍ରାଞ୍ଚ । ସୌମ୍ୟଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନାନ୍ତର ବେଳେ ମମତା ଅଧିକ ସମୟ ଆମ୍ୱୁଲାନ୍ସ ଅଟକାଇଥିବା ଅଭିଯୋଗ ହୋଇଥିଲା । ଏପରିକି ସେ ବିଦ୍ୟାଭାରତୀଙ୍କ ସମ୍ପର୍କୀୟ ଓ ମାମଲାର ପ୍ରମାଣ ନଷ୍ଟ କରିବାରେ ମଧ୍ୟ ସହଯୋଗ କରିଥିବା ସୌମ୍ୟଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ । ପୂର୍ବରୁ ସୌମ୍ୟଙ୍କ ଦୁଇ ସହଯୋଗୀ ଏସିଏଫ୍, ବନ ବିଭାଗ କର୍ମଚାରୀ, ତହସିଲଦାର, ଆମ୍ବୁଲାନ୍ସ କର୍ମଚାରୀଙ୍କ ସହିତ ଦୁଇ ଡାକ୍ତରଙ୍କୁ ଜେରା କରିସାରିଛି କ୍ରାଇମବ୍ରାଞ୍ଚ । ମାମଲାରେ ଡିଏଫଓ ଓ ବିଦ୍ୟାଭାରତୀଙ୍କୁ ଜେରା କରିବାକୁ ଦାବି କରିଛନ୍ତି ପରିବାର ଲୋକ ।

 

ରାଜ୍ୟରେ ଆଉ ୯୧୧ ଜଣ କରୋନା ସଂକ୍ରମିତ ଚିହ୍ନଟ: ୧୮ବର୍ଷରୁ କମ୍ ୧୧୬ ଜଣ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟ କରୋନା ସ୍ଥିତିରେ ସୁଧାର ପରିଲକ୍ଷିତ ହୋଇଛି । ଲଗାତାର ହଜାରେ ତଳେ ରହିଛି ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ୯୧୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ୧୮ କମ୍ ୧୧୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ୫୩୧ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୩୮୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୨୩, ବାଲେଶ୍ୱର ୫୧, ବରଗଡ଼ ୭, ଭଦ୍ରକ ୧୨, କଟକ ୮୮, ଦେବଗଡ଼ ୧୦, ଢେଙ୍କାନାଳ ୧୬, ଗଜପତି ୬, ଗଞ୍ଜାମ ୪, ଜଗତସିଂହପୁର ୨୪, ଯାଜପୁର ୪୯, ଝାରସୁଗୁଡ଼ା ୨, କଳାହାଣ୍ଡି ୭, କନ୍ଧମାଳ ୪, କେନ୍ଦ୍ରାପଡ଼ା ୩୧, କେନ୍ଦୁଝର ୧୦, ଖୋର୍ଦ୍ଧା ୩୫୨, କୋରାପୁଟ ୬, ମାଲକାନଗିରି ୭, ନୟାଗଡ଼ ୧୯, ପୁରୀ ୩୦, ରାୟଗଡ଼ା ୭, ସମ୍ୱଲପୁର ୧୩, ସୋନପୁର ୩, ସୁନ୍ଦରଗଡ଼ ୮ ଓ ଷ୍ଟେଟ୍ ପୁଲ୍‌ରୁ ୭୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ଏଯାବତ୍ ରାଜ୍ୟରେ ମୋଟ ୯ହଜାର ୪୯୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

୧୨ ବର୍ଷରୁ ଅଧିକ ବୟସ୍କ ପିଲାଙ୍କ ପାଇଁ ଜାଇକୋଭ୍‌-ଡି’ ଟିକାକୁ ମିଳିଲା ଅନୁମତି

ନୂଆଦିଲ୍ଲୀ: ଭ୍ୟାକ୍ସିନ୍‌କୁ ନେଇ ଆସିଲା ଭଲ ଖବର । ୧୨ ବର୍ଷରୁ ଅଧିକ ବୟସ୍କ ପିଲାଙ୍କ ପାଇଁ ଭାରତ ସରକାର ଆଉ ଏକ କରୋନା ଟିକାର ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି । ଜାଇଡସ୍ କାଡିକାଲର ୩ ଡୋଜ୍ କୋଭିଡ ଟିକା ଜାଇକୋଭ୍-ଡି’ର ଜରୁରୀ ବ୍ୟବହାର ପାଇଁ ଅନୁମତି ମିଳିଛି । କେନ୍ଦ୍ର ସରକାରଙ୍କ ଟିକା ବିଶେଷଜ୍ଞ କମିଟି ଜାଇଡସର ଏହି ଟିକାକୁ ବ୍ୟବହାର ସ୍ୱୀକୃତି ଦେଇଛନ୍ତି । ୧୨ବର୍ଷରୁ ଅଧିକ ବୟସ ବର୍ଗଙ୍କୁ ଏହି ଟିକା ଦିଆଯିବ ଅହମଦାବାଦ୍‌ର ଏହି କମ୍ପାନୀ ଗତ ଜୁଲାଇ ୧ ତାରିଖରେ ଟିକାର ଜରୁରୀ ବ୍ୟବହାର ପାଇଁ ଡିସିଜିଆଇରେ ଆବେଦନ କରିଥିଲା । କମ୍ପାନୀ ଦେଶର ୫୦ରୁ ଅଧିକ କେନ୍ଦ୍ରରେ ଟିକାରୁ ସବୁଠୁ ଅଧିକ ନୈଦାନିକ ପରୀକ୍ଷଣ ହୋଇଥିବା କୁହାଯାଇଛି । ୧୨ ବର୍ଷରୁ ଊର୍ଦ୍ଧ୍ୱ ୧୦୦୦ ଶିଶୁଙ୍କଠାରେ ଏହି ଟିକାର ପରୀକ୍ଷଣ ହୋଇଛି । ଏହା କରୋନା ସମେତ ଦେଶର ଏବେ ୬ଟି ଟିକାର ବୃବହାର ପାଇଁ ଅନୁମତି ମିଳିଛି  । କମ୍ପାନୀ କହିଛି ଏହା ବାର୍ଷିକ ୧୦ରୁ ୧୨ କୋଟି ଡାେଜ୍ ପ୍ରସ୍ତୁତ କରିବା ପାଇଁ ଯୋଜନା କରିଛି  । ଏବଂ ଟିକା ଗଚ୍ଛିତ ଆରମ୍ଭ କରିଦେଇଛି । ଭାରତ ବାୟୋଟେକ୍ କୋଭାକ୍ସିନ୍ ପରେ ଏହା ଦ୍ୱିତୀୟ ସ୍ୱଦେଶୀ ଟିକା । ଏହି ଟିକା ନୂଆ ପ୍ରଜାତି ବିରୋଧରେ ଏବଂ ବିଶେଷ କରି ଡେଲ୍ଡା ପ୍ରଜାତି ବିରୋଧରେ ଫଳପ୍ରଦ ବୋଲି ଟିକା ନିର୍ମାଣକାରୀ ସଂସ୍ଥା ପକ୍ଷରୁ କୁହାଯାିଛି ।

ଏଥିସହିତ ପଢ଼ନ୍ତୁ: ଟିକା ନେଇ ୮୭ ହଜାର ସଂକ୍ରମିତ, ଆବଶ୍ୟକତା ପଡୁଛି ବୁଷ୍ଟର ଡୋଜ୍

କାବୁଲ ଅକ୍ତିଆର ପରେ ରକ୍ତମୁଖା ତାଲିବାନୀ: ବିରୋଧର ସ୍ୱର ଉଠାଇଲେ କରୁଛନ୍ତି ଆକ୍ରମଣ

କାବୁଲ: ଆଫଗାନିସ୍ତାନ କବଜା ପରେ ରକ୍ତମୁଖା ହୋଇଛି ତାଲିବାନ୍ । ଯିଏ ବି ତାଲିବାନ ବିରୋଧରେ ସ୍ୱର ଉଠାଉଛି ତା’ ଉପରେ ହେଉଛି ଆକ୍ରମଣ । ଏଭିଳିକି କିଛି ପୂର୍ବତନ ସେନା ଅଧିକାରୀଙ୍କୁ ଖୋଜିବା ଆରମ୍ଭ କରିଛି ତାଲିବାନ୍ । ଏ ନେଇ ଘର ଘର ବୁଲି ଆରମ୍ଭ ହୋଇଛି ସର୍ଚ୍ଚ ଅପରେସନ୍ । ତାଲିବାନର ବର୍ବରତା ବିରୋଧରେ ଦେଶରେ ସ୍ୱର ଉଠାଇଲେଣି ହଜାର ହଜାର ମହିଳା । ତାଲିବାନଙ୍କ ଶାସନକୁ ବିରୋଧ କରି ରାସ୍ତାକୁ ଓହ୍ଲାଉଛନ୍ତି ମହିଳାମାନେ । ମାନବିକ, ଶିକ୍ଷା ଅଧିକାର ଲାଗି ମହିଳାମାନେ ଦାବି କରୁଥିବା ବେଳେ ସେମାନଙ୍କ ବିରୋଧରେ ଦମନଲୀଳା ଆରମ୍ଭ କରିଛି ତାଲିବାନ । ସେପଟେ ତାଲିବାନ ଡରରେ ଦେଶ ଛାଡୁଛନ୍ତି ହଜାର ହଜାର ନାଗରିକ । ଆତଙ୍କବାଦୀଙ୍କ ହାତରେ ମରିବା ଅପେକ୍ଷା ଦେଶଛାଡ଼ି ଚାଲିଯିବାକୁ ଚାହିଁଛନ୍ତି ଦେଶବାସୀ । କାତାର, ପାକିସ୍ତାନକୁ ପଳାୟନ କରିଛନ୍ତି ଶହ ଶହ ନାଗରିକ । ସେପଟେ ଆସନ୍ତା ଅଗଷ୍ଟ ୩୧ ପରେ ଦେଶରେ ଗଠନ ହୋଇପାରେ ନୂଆ ସରକାର । ଏ ନେଇ ପ୍ରସ୍ତୁତି ଆରମ୍ଭ କରିଛି ତାଲିବାନ । ତେବେ ତାଲିବାନକୁ ଦେଶରୁ ହଟାଇବା ପାଇଁ ଅଣ୍ଟା ଭିଡିଛନ୍ତି ନିଜକୁ ରାଷ୍ଟ୍ରପତି ଘୋଷଣା କରିଥିବା ଉମରୁଲ୍ଲା ସାଲେହ । ପୂର୍ବତନ କିଛି ସେନା ଅଧିକାରୀ, ପୋଲିସ ଓ ଲୋକଙ୍କୁ ଏକଜୁଟ କରି ତାଲିବାନ ବିରୋଧରେ ମୋର୍ଚ୍ଚା ଖୋଲିବା ଆରମ୍ଭ କରିଛନ୍ତି ସାଲେହ ।

ସ୍ମାର୍ଟ ବିଦ୍ୟାଳୟର ଆଜି ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର/ବ୍ରହ୍ମପୁର: ସ୍ମାର୍ଟ ବିଦ୍ୟାଳୟର ଆଜି ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ସ୍ମାର୍ଟ ବିଦ୍ୟାଳୟର ଉଦ୍‌ଘାଟନ କରିବେ । 5-T ପଦ୍ଧତିରେ ପରିଚାଳିତ ଉଚ୍ଚବିଦ୍ୟାଳୟ ରୁପାନ୍ତରଣ କାର୍ଯ୍ୟକ୍ରମରେ ହିଞ୍ଜିଳି ଓ ଶେରଗଡ଼ ବ୍ଳକର ପ୍ରାୟ ୫୦ଟି ଉଚ୍ଚ ବିଦ୍ୟାଳୟ ସ୍ଥାନ ପାଇଛି । ଏହି ସମସ୍ତ ବିଦ୍ୟାଳୟର ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉଦଘାଟନ ହେବାକୁ ଥିବା ବିଦ୍ୟାଳୟ ମଧ୍ୟରେ ରହିଛି ପୌରାଞ୍ଚଳ ସରକାରୀ ଏନଏସି ଉଚ୍ଚ ବିଦ୍ୟାଳୟ ସମେତ, ଦୟାପଲ୍ଲୀ, ଶାସନ ଆମ୍ବଗାଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ବେଲଗାଁ ରଘୁନାଥ ବିଦ୍ୟାପୀଠ । ପ୍ରଥମ ପର୍ଯ୍ୟାୟରେ ଆଜି ୨୦ ଜଣ ବିଧାୟକ ସ୍ମାର୍ଟ ବିଦ୍ୟାଳୟ କାର୍ଯ୍ୟକ୍ରମରେ ସାମିଲ ହେବେ । ମୋଟ ୫ଟି ପର୍ଯ୍ୟାୟରେ ସ୍ମାର୍ଟ ବିଦ୍ୟାଳୟ ବୁଲିବେ ବିଧାୟକ । ଏ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଏହା ପୂର୍ବରୁ ଗତ ୧୫ ଓ ୧୬ ତାରିଖରେ ହିଞ୍ଚିଳି ଓ ଶେରଗଡର ୩୯ଟି ବିଦ୍ୟାଳୟ ବୁଲି ସ୍ଥିତି ସମୀକ୍ଷା କରିଥିଲେ ୫-ଟି ସଚିବ ଭି. କେ ପାଣ୍ଡିଆନ । ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ଆଧୁନିକୀକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରିକଳ୍ପନା ଏବେ ବାସ୍ତବ ରୂପ ନେଇଛି । ସ୍ମାର୍ଟ କ୍ଲାସରୁମ୍ ପାଇଁ ସ୍କୁଲ କ୍ୟାମ୍ପସ ଆଧୁନିକିକରଣ ହୋଇଥିବା ବେଳେ ଡିଜିଟାଲ ହେଉଛି କ୍ଲାସ ରୁମ ଓ ଲାଇବ୍ରେରୀ । ସେହିଭଳି ଆକର୍ଷଣୀୟ ହେଉଛି ଖେଳ ପଡ଼ିଆ ।

ଏଥିସହିତ ପଢ଼ନ୍ତୁ: ଆଇଆଇଟି ଇଞ୍ଜିନିୟରିଂରେ ଓଡିଆ ଭାଷାରେ ପଢିବେ ଛାତ୍ରଛାତ୍ରୀ

ମେଡ଼ିକାଲ ବୁଲିଲେ ନବ ଦାସ, ଯୋଜନାର ରୂପାୟନ ନେଇ କଲେ ତଦାରଖ

ମାଲକାନଗିରି: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ । ସରକାରଙ୍କ ପକ୍ଷରୁ ଦିଆଯାଉଥିବା ସମସ୍ତ ଯୋଜନା କିପରି ଲୋକମାନେ ପାଇପାରିବେ ସେ ବିଷୟରେ ଡାକ୍ତର ଓ ମେଡିକାଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ । ମାଲକାନଗିରିରେ ଆଦିବାସୀ ଓ ଗରିବଙ୍କ ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ରାଜ୍ୟ ସରକାର ସବୁବେଳେ ପ୍ରତିଶ୍ରୁତିଵଦ୍ଧ । ତେଣୁ ଆଗାମୀ ଦିନରେ ମେଡିକାଲରେ ଥିବା ସମସ୍ତ ଅଭାବ ପୂରଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ।

ସେପଟେ ରାଜ୍ୟ ସରକାର ବୁଝିବେ ସ୍ୱାସ୍ଥ୍ୟସେବା । ସୁରକ୍ଷିତ ରଖ ନିଜ ସଞ୍ଚିତ ଅର୍ଥ, ଅନ୍ୟ କାମର ଲଗାଅ । ଏପରି ବାର୍ତ୍ତା ଦେଇ ଉପାନ୍ତରୁ ଚିକିତ୍ସା କ୍ଷେତ୍ରରେ ଏକ ଐତିହାସିକ ଅଭିଯାନ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମାଲକାନଗିରିରୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଣ୍ଟନ କରି ଦେଶରେ ପ୍ରଥମ ରାଜ୍ୟ ଭାବେ ଲେଖିଛନ୍ତି ନୂଆ ଅଧ୍ୟାୟ ।

ବଣ୍ଡା ଜନଜାତିର ଶୁକ୍ରୀ ଧାଙ୍ଗଡ଼ାମାଝୀ ପ୍ରଥମ ହିତାଧିକାରୀ ଭାବେ ଗ୍ରହଣ କରିଛନ୍ତି ପ୍ରଥମ ସ୍ମାର୍ଟ କାର୍ଡ । ଏହାସହ ଆଉ କିଛି ହିତାଧିକାରୀଙ୍କୁ କାର୍ଡ ବାଣ୍ଟିଛନ୍ତି ନବୀନ । କହିଛନ୍ତି, ସ୍ୱାସ୍ଥ୍ୟ ହିଁ ସମ୍ପଦ । ପରିବାରର କେହି ଅସୁସ୍ଥ ହୋଇ ରୋଗରେ ପଡିଗଲେ ଚିନ୍ତା ବଢିଯାଏ । ଜମି ବିକ୍ରି କରି, ସୁନା ଗହଣା ବିକି ଖର୍ଚ୍ଚ ତୁଲାଇବା କଥା ବେଶ ଦୁଃଖଦାୟକ । ଏପରିକି ପିଲାଙ୍କର ପାଠପଢାରେ ମଧ୍ୟ ଡୋରି ବନ୍ଧା ହୋଇଥାଏ । କିନ୍ତୁ ଏବେ ଏହି ସ୍ମାର୍ଟ କାର୍ଡ ଦୁଃଖ ଲାଘବ କରିବ ବୋଲି ଆଶା କରିଛନ୍ତି ନବୀନ ।

ମହାରାଷ୍ଟ୍ରରେ ମର୍ମନ୍ତୁଦ ଦୁର୍ଘଟଣା, ଡମ୍ଫର ଓଲଟି ୧୩ ଜଣକ ମୃତ୍ୟୁ

ମୁମ୍ବାଇ: ମହାରାଷ୍ଟ୍ରରେ ସଡକ ଦୁର୍ଘଟଣାରେ ୧୩ ଜଣକ ମୃତ୍ୟୁ । ବୁଲଡାଣାରେ ଏହି ଦୁର୍ଘଟଣା ଘଟିଛି । ଗାଡି ତଳେ ଚାପି ହୋଇ ଯାଇଛି ଶ୍ରମିକଙ୍କ ଜୀବନ । ସମୃଦ୍ଧି ରାଜମାର୍ଗ ପରିଯୋଜନା କାମ ପାଇଁ ଏକ ଡମ୍ଫରରେ ଯାଉଥିଲେ ୧୬ ଜଣ ଶ୍ରମିକ । ବର୍ଷା ଫଳରେ ମାଟି ଅତଡା ଧସିଯିବା କାରଣରୁ ଗାଡି ଓଲଟି ପଡିଥିଲା ।

ମିଳିଥିବା ସୂଚନା ମୁତାବକ ଗାଡି ତଳେ ଚାପି ହୋଇ ଘଟଣାସ୍ଥଳରେ ୮ ଜଣକ ମୃତ୍ୟୁ ହୋଇଥିବାବେଳେ ଚିକିତ୍ସିତ ଅବସ୍ଥାରେ ୫ ଜଣକ ମୃତ୍ୟୁ ହୋଇଛି । ଅନ୍ୟମାନଙ୍କ ଚିକିତ୍ସା ଚାଲିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।