ଏସିଏଫ୍‌ ସୌମ୍ୟ ରଞ୍ଜନଙ୍କ ମୃତ୍ୟୁ ମାମଲା: କ୍ରାଇମବ୍ରାଞ୍ଚ ହାତରେ ବିଦ୍ୟାଭାରତୀ ଓ ଡିଏଫ୍‌ଓଙ୍କ ଲାଏ ଡିଟେକ୍ସନ ରିପୋର୍ଟ

ଭୁବନେଶ୍ୱର: ଏସିଏଫ୍ ସୌମ୍ୟ ରଞ୍ଜନଙ୍କ ମୃତ୍ୟୁ ମାମଲାରେ ଆସିଲା ଲାଏ ଡିଟେକ୍ସନ ଟେଷ୍ଟ ରିପୋର୍ଟ । ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ, ଡିଏଫଓ ଓ ରୋଷେୟାଙ୍କ ଲାଏ ଡିଟେକ୍ସନ୍‌ ରିପୋର୍ଟ କ୍ରାଇମବ୍ରାଞ୍ଚ ପାଖରେ ପହଞ୍ଚିଛି । ତଦନ୍ତକାରୀ ଟିମ୍‌ ରିପୋର୍ଟ ନେଇ ତର୍ଜମା କରୁଛନ୍ତି । ପୁରୁଣା ବୟାନ ସହ ଲାଏ ଡିଟେକ୍ସନ ଟେଷ୍ଟ ରିପୋର୍ଟକୁ ମେଳାଇ ଅନୁଧ୍ୟାନ କରୁଛି କ୍ରାଇମବ୍ରାଞ୍ଚ । ରିପୋର୍ଟ ଆସିବା ପରେ ତର୍ଜମା କରାଯାଉଥିବା କ୍ରାଇମବ୍ରାଞ୍ଚ ଏଡିଜି କହିଛନ୍ତି । ରିପୋର୍ଟ ଆଧାରରେ ଖୁବଶୀଘ୍ର ଆଗକୁ ବଢିବ ତଦନ୍ତ ।

ଗତ ୨୦ ତାରିଖରେ ମୃତ ଏସିଏଫ୍ ସୌମ୍ୟ ରଞ୍ଜନଙ୍କ ପତ୍ନୀ ବିଦ୍ୟା ଭାରତୀଙ୍କ ଲାଏ ଡିଟେକ୍ସନ ଟେଷ୍ଟ ହୋଇଥିଲା । ଷ୍ଟେଟ୍ ଫରେନ୍ସିକ୍ ଲ୍ୟାବରେ ପତ୍ନୀ ବିଦ୍ୟାଭାରତୀଙ୍କ ଲାଏ ଡିଟେକ୍ସନ ଟେଷ୍ଟ ହୋଇଥିଲା । ତଦନ୍ତକାରୀ ଅଧିକାରୀ ଓ ଲାଏ ଡିଟେକ୍ସନ ଅଫିସରଙ୍କ ସମ୍ମୁଖରେ ପଚରାଉଚରା କରାଯାଇଥିଲା । ସ୍ୱାମୀ ସୌମ୍ୟ ରଞ୍ଜନଙ୍କ ସମ୍ପର୍କରେ ପଚରାଯିବାରୁ ଭାବ ବିହ୍ୱଳ ହୋଇ ପଡିଥିଲେ ବିଦ୍ୟା ଭାରତୀ । ପାଖାପାଖି ୩ ଘଣ୍ଟା ଧରି ବିଦ୍ୟାଙ୍କର ଲାଏ ଡିଟେକ୍ସନ ଟେଷ୍ଟ ହୋଇଥିଲା । ପ୍ରଥମେ ତାଙ୍କ ପାରିବାରିକ ସମ୍ପର୍କ, ବୈବାହିକ ଜୀବନ ଓ ପରବର୍ତ୍ତି ସମୟରେ ଡିଏଫଓଙ୍କ ସହ ପରକୀୟାପ୍ରୀତି ଯେଉଁ ଅଭିଯୋଗ ଆସିଥିଲା । ସେ ନେଇ ପ୍ରଶ୍ନ କରିଥିଲା କ୍ରାଇମବ୍ରାଞ୍ଚ ଟିମ ।

ଏଥିସହିତ ପଢ଼ନ୍ତୁ: ବିଦ୍ୟାଭାରତୀଙ୍କୁ କ୍ରାଇମବ୍ରାଞ୍ଚର ୫୦ ପ୍ରଶ୍ନ: ପରକୀୟାପ୍ରୀତି ନେଇ ମଧ୍ୟ କରିଛି ପ୍ରଶ୍ନ

Leave a Reply