ଟିକାକରଣ କ୍ଷେତ୍ରରେ ରାଜ୍ୟରେ ଆଉ ଏକ ମାଇଲଷ୍ଟୋନ୍: ୩କୋଟି ଭ୍ୟାକ୍ସିନ୍ ଡୋଜ୍ ଦିଆଗଲା

1 min read

ଭୁବନେଶ୍ୱର: ଟିକାକରଣ କ୍ଷେତ୍ରରେ ରାଜ୍ୟର ପୁଣି ଆଉ ଏକ ମାଇଲଷ୍ଟୋନ୍ । ଓଡ଼ିଶାରେ ୩ କୋଟି ଡୋଜରୁ ଅଧିକ କରୋନା ଟିକାକରଣ ହୋଇଛି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ୍‌ ଜରିଆରେ ସୂଚନା ଦେଇଛି । ରାଜ୍ୟରେ ଟିକାକରଣକୁ ଅପୂର୍ବ ସଫଳତା ମିଳିଥିବାରୁ ସରକାର ପକ୍ଷରୁ ସ୍ୱାସ୍ଥ୍ୟ ବିଭାଗର ଟିମ୍‌କୁ ଧନ୍ୟବାଦ ଜଣାଯାଇଛି । ଟିକାକରଣରେ ରାଜ୍ୟକୁ ଏପରି ସଫଳତାର ଶ୍ରେୟ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟକର୍ମୀଙ୍କୁ ଦେବା ସହ ସେମାନଙ୍କୁ ପ୍ରଶଂସା କରିଛନ୍ତି । ସେହିଭଳି ଏହି କାମରେ ଓଡ଼ିଶାରବାସୀ ମଧ୍ୟ ଯଥେଷ୍ଟ ସହଯୋଗ କରିଥିବାରୁ ସମସ୍ତଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଧନ୍ୟବାଦ ଦିଆଯାଇଛି । ରାଜ୍ୟରେ ୩ କୋଟି ଭ୍ୟାକ୍ସିନେସନ ନେଇ ରେକର୍ଡ ପରେ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ ସମୟରେ ଏଭଳି ସଫଳତା ପାଇଁ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

Leave a Reply