spot_img
Home Blog Page 5283

ଶ୍ରୀମନ୍ଦିର ଢାଞ୍ଚାରେ ପ୍ରସ୍ତୁତ ହେବ ଲିଙ୍ଗରାଜ ମନ୍ଦିର ଦ୍ୱାର

ଭୁବନେଶ୍ୱର: ଶ୍ରୀମନ୍ଦିର ଢାଞ୍ଚାରେ ତିଆରି ହେବ ଲିଙ୍ଗରାଜ ମନ୍ଦିରର ଦ୍ୱାର । ଲିଙ୍ଗରାଜ ମନ୍ଦିରର ସିଂହଦ୍ୱାରରେ ହେବ ରୁପା ଛାଉଣୀ । ଏନେଇ ଆସିଥିବା ଏକ ପ୍ରସ୍ତାବ ଉପରେ ଲାଗିଛି ମୋହର । ବିଏମ୍‌ସି କମିଶନରଙ୍କ ଅଧ୍ୟକ୍ଷତାରେ ଏଏସଆଇ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି । ବୈଠକରେ ଏଏସ୍‌ଆଇ ଭୁବନେଶ୍ୱର ଏଡିଏମ, ଏଏସଆଇଇ ସୁପରିଟେଣ୍ଡେଣ୍ଟ ଓ ୪ ନିଯୋଗର କର୍ମକର୍ତ୍ତା ଉପସ୍ଥିତ ଥିଲେ । ଏଥିରେ ପ୍ରଭୁଙ୍କ ସିଂହଦ୍ୱାର ପାଇଁ ରୂପା କବାଟ ଲାଗିବା ନେଇ ପ୍ରସ୍ତାବ ଦିଆଯାଇଥିଲା । ଏଥିରେ ସମସ୍ତଙ୍କ ସହମତି ମିଳିଛି । ମନ୍ଦିରର ସିଂହଦ୍ୱାର ରୁପା କବାଟ ନିର୍ମାଣ ସହିତ ମନ୍ଦିର ପରିସରର ମରାମତି ଓ ଗର୍ଭଗୃହର ପୁନରୁଦ୍ଧାର ନେଇ ବିସ୍ତୃତ ଆଲୋଚନା ହୋଇଛି । ଆସନ୍ତା ଶୁକ୍ରବାର ସକାଳ ସାଢେ ୭ଟା ସମୟରେ ଏସମ୍ପର୍କରେ ଅନୁଧ୍ୟାନ କରିବ ଏଏସ୍‌ଆଇର ସ୍ୱତନ୍ତ୍ର ଟିମ୍‌ ।

ଏଥିସହିତ ପଢ଼ନ୍ତୁ: ଟ୍ରପଲାଇନ୍ ପ୍ରଭାବରେ ବଦଳିବ ପାଗ: ୯ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ

 

ପର୍ଣ୍ଣ ଭିଡିଓ ପ୍ରସ୍ତୁତ ମାମଲା: ଗିରଫ ରାଜ କୁନ୍ଦ୍ରାଙ୍କ ଜାମିନ ଆବେଦନ ଉପରେ ଶୁଣାଣି ଆଜି

ମହାରାଷ୍ଟ୍ର: ପର୍ଣ୍ଣ ଫିଲ୍ମ ମାମଲାରେ ଗିରଫ ରାଜ କୁନ୍ଦ୍ରାଙ୍କର ଆଜି ହେବ ଜାମିନ ଶୁଣାଣି । ବମ୍ବେ ହାଇକୋର୍ଟରେ ଜାମିନ ଶୁଣାଣି କରାଯିବ । ତଳ କୋର୍ଟରେ ଜାମିନ ଆବେଦନ ଖାରଜ ହୋଇଥିବାବେଳେ ପରେ ହାଇକୋର୍ଟରେ ଆବେଦନ କରିଥିଲେ ରାଜ କୁନ୍ଦ୍ରା । ମଧ୍ୟବର୍ତ୍ତୀକାଳୀନ ଆଶ୍ୱସ୍ତି ଦେଇ ଅଗଷ୍ଟ ୨୫ରେ ଶୁଣାଣି ପାଇଁ କୋର୍ଟ ସ୍ଥିର କରିଥିଲେ । ୨୦୨୦ ମସିହାରେ ପର୍ଣ୍ଣ ଫିଲ୍ମ ରାକେଟରେ ସାଇବର ପୁଲିସ ଦ୍ୱାରା ପଞ୍ଜୀକୃତ ମାମଲାରେ ଜାମିନ ଲାଗି ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ରାଜ କୁନ୍ଦ୍ରା । ସେ ତାଙ୍କ ଆବେଦନରେ କହିଛନ୍ତି ଯେ ଗତ ବର୍ଷ ସାଇବର ପୁଲିସ ଦ୍ୱାରା ପଞ୍ଜୀକୃତ ହୋଇଥିବା ଏତଲାରେ ତାଙ୍କ ନାମ ଅନ୍ତର୍ଭୁକ୍ତ ହୋଇନାହିଁ। ପୂର୍ବରୁ ପୁଲିସକୁ ନିଜର ବିବୃତ୍ତି ଦେଇଛନ୍ତି ଏବଂ ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିଛନ୍ତି । ଏବଂ ତାଙ୍କ ବିରୋଧରେ କୌଣସି ପ୍ରମାଣ ନାହିଁ ବୋଲି ସେ ଆବେଦନରେ ଦର୍ଶାଇଛନ୍ତି । ତେବେ ପର୍ଣ୍ଣ ଫିଲ୍ମ ମାମଲାରେ ଗିରଫ ହୋଇ ଏବେ ଜେଲରେ ଅଛନ୍ତି ରାଜ କୁନ୍ଦ୍ରା ।

ଏଥିସହିତ ପଢ଼ନ୍ତୁ: ଜାମିନ ପାଇଲେ କେନ୍ଦ୍ରମନ୍ତ୍ରୀ ନାରାୟଣ, ମହଙ୍ଗା ପଡିଥିଲା ମୁଖ୍ୟମନ୍ତ୍ରୀ ଉଦ୍ଧବଙ୍କୁ ଆପତ୍ତିଜନକ ଶବ୍ଦ

ଇନ୍ଫୋଭ୍ୟାଲି ଅଞ୍ଚଳରୁ ୫୦ ଗ୍ରାମ ବ୍ରାଉନସୁଗାର ଜବତ

ଖୋର୍ଦ୍ଧା: ଥମୁନି ବ୍ରାଉନ୍‌ସୁଗାର କାରବାର । ଗତକାଲି ରାତିରେ ତଳଖେଦା ଇନ୍ଫୋଭାଲି ଛକ ନିକଟରୁ ବ୍ରାଉନ୍‌ ସୁଗାର ଜବତ କରିଛି ସ୍ଥାନୀୟ ପୋଲିସ । ୫୦ଗ୍ରାମ୍‌ ବ୍ରାଉନସୁଗାର ଜବତ ସହ ୨ ଜଣଙ୍କୁ ଗିରଫ କରିଛି ପୋଲିସ । ବ୍ରାଉନସୁଗାର ସହ ୩ଟି ମୋବାଇଲ ଏବଂ ନଗଦ ୩ ହଜାର ୨୮୦ ଟଙ୍କା ଜବତ କରାଯାଇଛି । ଦୁଇ ଅଭିଯୁକ୍ତ ସାଗୁଆନ ବଗିଚା ଅଞ୍ଚଳର ବୋଲି ଜଣାପଡ଼ିଛି । ଏମାନେ ରୀତିମତ ଭାବେ ଖୋର୍ଦ୍ଧା, ଜଟଣୀ, ଖଣ୍ଡଗିରି ଅଞ୍ଚଳରେ ବ୍ରାଉନସୁଗାର ବିକ୍ରି କରି ଆସୁଥିବା କହିଛନ୍ତି ଜଟଣୀ ଥାନା ଅଧିକାରୀ ବିଶ୍ୱ ରଞ୍ଜନ ସାହୁ ।

ଟ୍ରପଲାଇନ୍ ପ୍ରଭାବରେ ବଦଳିବ ପାଗ: ୯ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ଓଡ଼ିଶାରେ ଚିନ୍ତା ବଢ଼ାଇଛି ନିଆଣ୍ଟିଆ ବର୍ଷା । ଜୁଲାଇ ମାସରେ ସାଧାରଣ ବର୍ଷା ହୋଇଥିଲେ ମଧ୍ୟ ଅଗଷ୍ଟ ମାସରେ କମ୍ ବର୍ଷା ହୋଇଛି । ଯାହା ଗତ କିଛି ଦଶନ୍ଧିର ରେକର୍ଡ ଭାଙ୍ଗିଛି । ଆଗାମୀ ୭ ଦିନ ମଧ୍ୟରେ ଲଘୁଚାପ ହେବାର ସମ୍ଭାବନା ନାହିଁ  । ତେବେ ଟ୍ରପଲାଇନ୍ ପ୍ରଭାବରେ ରାଜ୍ୟରେ ବଦଳିବ ପାଗ । ବିଭିନ୍ନ ଜିଲ୍ଲାକୁ ଘଡ଼ଘଡ଼ି ବିଜୁଳି ସହ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଆସନ୍ତା ୪ଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କରାକରାଯାଇଛି । ଆଜି ପାଇଁ ୯ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି  ।  କନ୍ଧମାଳ, ନୟାଗଡ, ଖୋର୍ଦ୍ଧା, କଟକ, ଅନୁଗୁଳ, ଢେଙ୍କାନାଳ, କେଉଁଝର, ମୟୂରଭଂଜ ଓ ବାଲେଶ୍ୱରର ଗୋଟିଏ ଦୁଇଟି ସ୍ଥାନରେ ଘଡଘଡି ବିଜୁଳି ସହ ବଜ୍ରପାତ ବର୍ଷା ହେବାର ସମ୍ଭାବନା ରହିଛି  । ଆସନ୍ତାକାଲି ରାଜ୍ୟରେ ବର୍ଷାର ପରିମାଣ ଆହୁରି ବୃଦ୍ଧି ପାଇବା ସହ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି  । ଏପର୍ଯ୍ୟନ୍ତ ମୌସୁମୀର ସ୍ଥିତି ଅନୁଯାଇ ରାଜ୍ୟରେ ୩୧ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି  । ଜୁନ ପହିଲାରୁ ଆଜି ପର୍ଯ୍ୟନ୍ତ ମୋଟ ୫୮୮ ଦଶମିକ ୩ ମିଲିମିଟର ବର୍ଷା ରେକର୍ଡ ହୋଇଛି ଯାହା ସ୍ବାଭାବିକ ଠାରୁ ୩୧ ପ୍ରତିଶତ କମ୍ ବୋଲି ସୂଚନା ଦେଇଛି ପାଣିପାଗ କେନ୍ଦ୍ର ।  ରାଜ୍ୟର ୨୭ଟି ଜିଲ୍ଲାରେ ନିଅଣ୍ଟିଆ ହୋଇଥିବାବେଳେ କୋରାପୁଟ, ମାଲକାନଗିରି ଏବଂ ନୂଆପଡାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଛି  ।

ଏଥିସହିତ ପଢ଼ନ୍ତୁ: ସ୍ତ୍ରୀ’ ଜୁଇରେ ଝାସ ଦେଇ ଆତ୍ମହତ୍ୟା କଲେ ସ୍ୱାମୀ

 

 

 

 

ସ୍ତ୍ରୀ’ ଜୁଇରେ ଝାସ ଦେଇ ଆତ୍ମହତ୍ୟା କଲେ ସ୍ୱାମୀ

ଧର୍ମଗଡ଼: ସ୍ତ୍ରୀର ଜୁଇରେ ସ୍ୱାମୀ ଝାସ ଦେଇ ଆତ୍ମାହୂତି ଦେଲେ ସ୍ୱାମୀ । ଏଭଳି ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି କଳାହାଣ୍ଡି ଜିଲ୍ଲା କେଗାଁ ଥାନା ସିଆଲଜୋଡି ଗାଁରୁ । ସୂଚନା ଅନୁସାରେ ଚହକା ଗ୍ରାମ ପଞ୍ଚାୟତର ସିଆଲଯୋଡ଼ିସ୍ଥିତ ୫ ନମ୍ବର ୱାର୍ଡସଭ୍ୟା ରଇବାରୁ ଶବର ଅସୁସ୍ଥ ହୋଇ ଗତକାଲି ସ୍ଥାନୀୟ ଡାକ୍ତରଖାନାକୁ ଯାଇଥିଲେ । ଚିକିତ୍ସିତ ହୋଇ ଘରକୁ ଫେରି ଆସିବା ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଆହୁରି ବିଗିଡ଼ି ଯାଇଥିଲା । ଆଜି ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ହୋଇଥିଲା । ସ୍ତ୍ରୀଙ୍କ ମୃତ୍ୟୁପରେ ସମ୍ପର୍କୀୟମାନେ ରୀତିନୀତି ମୁତାବକ ତାଙ୍କ ଶବ ସତ୍କାର କରିବାକୁ ଗାଁ ନିକଟରେ ଥିବା ଜମିକୁ ନେଇଥିଲେ । ସମ୍ପର୍କୀୟମାନେ ଶବସତ୍କାର କରି ଫେରୁଥିବା ବେଳେ, ସ୍ୱାମୀ ନୀଳମଣି ଶବର ଅଧାରୁ ଫେରିଯାଇ ସ୍ତ୍ରୀଙ୍କ ଜୁଇକୁ ଡେଇଁପଡିଥି​ଲେ । ନିଆଁ ଜଳୁଥିବାରୁ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି ସ୍ୱାମୀ । ସେପଟେ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ଏଥିସହିତ ପଢ଼ନ୍ତୁ: ବାଇକ୍ ଚୋରି କରି ଚମ୍ପଟ ମାରିବା ବେଳେ କାବୁ କଲେ ଗ୍ରାମବାସୀ

 

 

ଜାମିନ ପାଇଲେ କେନ୍ଦ୍ରମନ୍ତ୍ରୀ ନାରାୟଣ, ମହଙ୍ଗା ପଡିଥିଲା ମୁଖ୍ୟମନ୍ତ୍ରୀ ଉଦ୍ଧବଙ୍କୁ ଆପତ୍ତିଜନକ ଶବ୍ଦ

ମୁମ୍ବାଇ: ଗିରଫ ହେବାର ଆଠ ଘଣ୍ଟା ପରେ କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କୁ ମିଳିଛି ଜାମିନ  । ମାମଲା ରୁଜୁ ପରେ ପୋଲିସ ଗିରଫ କରିଥିଲା  । ପରବର୍ତ୍ତୀ ସମୟରେ କୋର୍ଟରେ ହାଜର ହୋଇଥିଲେ କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ  । କୋର୍ଟରେ ହାଜର ହେବା ପରେ କେନ୍ଦ୍ରମନ୍ତ୍ରୀ ରାଣେଙ୍କୁ ମିଳିଲା ଜାମିନ  । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ବିରୋଧରେ ଅପଶବ୍ଦ ବ୍ୟବହାର କରି ଅଡୁଆରେ ଫସିଥିଲେ କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ  ।

କୋଙ୍କଣ ଅଞ୍ଚଳରେ ଜନୌଷଧି ରାଲିରେ ଯୋଗ ଦେବା ଅବସରରେ ରାଣେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକେରଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ । ରାଣେ କହିଥିଲେ- ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସ୍ବାଧୀନତାର ବର୍ଷ ଜାଣନ୍ତି ନାହିଁ । ଠାକରେ ଭାଷଣ ଦେବା ବେଳେ ଏହି ବିଷୟ ଜାଣିବା ଉଚିତ । ଯଦି ଏହି ଅବସରରେ ସେଠାରେ ନିଜେ ଉପସ୍ଥିତ ଥାନ୍ତେ ତେବେ ଠାକରେଙ୍କୁ ସେ ଚାପୁଡା ମାରିଥାନ୍ତେ ବୋଲି କହିଛନ୍ତି ରାଣେ ।

ସେପଟେ ରାଣେଙ୍କ ବିରୋଧରେ ବିଭିନ୍ନ ଥାନାରେ ୪ଟି ମାମଲା ରୁଜୁ ହୋଇଛି । ପୁଣେ, ନାସିକ, ମହାଦ ଓ ରାଇଗଡ ଜିଲ୍ଲାରେ ଏସବୁ ମାମଲା ରୁଜୁ ହୋଇଛି । ପ୍ରତିବାଦରେ ନାସିକ ସ୍ଥିତ ବିଜେପି କାର୍ଯ୍ୟାଳୟ ଉପରକୁ ଶିବସେନା କର୍ମୀ ଟେକାପଥରମାଡ କରିଛନ୍ତି । ସ୍ଥିତି ପ୍ରତି ସଜାଗ ଦୃଷ୍ଟି ଦେବା ଲାଗି ନାସିକ ପୋଲିସ କମିଶନର ଦୀପକ ପାଣ୍ଡେ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ପ୍ରସଙ୍ଗକୁ ନେଇ ମୁମ୍ବାଇରେ ବିଜେପି- ଶିବସେନା କର୍ମୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା  ।

ପଞ୍ଜାବରେ ତୁଟିନି, ଛତିଶଗଡ଼ରେ ବିଭ୍ରାଟ ନିଆଁ

ରାୟପୁର:କଂଗ୍ରେସର ପିଛା ଛାଡୁନି କନ୍ଦଳ  । ଯେଉଁଠି ଦେଖିବ ସେଠାରେ କେଁ  ।  ଗୋଟେପଟେ ଦଳ ଦୁଇ ତିନୋଟି ରାଜ୍ୟରେ ସରକରାର ଗଢିବାରେ ସାମର୍ଥ ହୋଇଥିବାବେଳେ ସେଥିରେ ମଦ୍ୟ ବିବାଦ  ।  ପଞ୍ଜାବ କଂଗ୍ରେସ କଳି ନ ତୁଟୁଣୁ ଛତିଶଗଡ଼ କଂଗ୍ରେସରେ ଏବେ ଫାଟ ଦେଖାଯାଇଛି । ମୁଖ୍ୟମନ୍ତ୍ରୀ ପଦ ପାଇଁ ଦୁଇଫାଳ ହୋଇଛି ଛତିଶଗଡ଼ କଂଗ୍ରେସ । ବିବାଦ ବଢ଼ିବା ପରେ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କୁ ଗାଦିଚ୍ୟୁତ କରିବାକୁ ହାଇକମାଣ୍ଡଙ୍କ ଉପରେ ଚାପ ପଡୁଛି ।

ମୁଖ୍ୟମନ୍ତ୍ରୀ ପଦକୁ ନେଇ ଜୋରଦାର ଚର୍ଚ୍ଚା ଲାଗି ରହିଥିବା ବେଳେ ଭୂପେଶ ବାଘେଲଙ୍କ ସମେତ ସ୍ବାସ୍ଥ୍ୟମନ୍ତ୍ରୀ ଟି ଏସ୍ ସିଂଦେଓ ଓ ଅନ୍ୟ ବରିଷ୍ଠ ନେତା ଆଜି ଦିଲ୍ଲୀରେ ରାହୁଲ ଗାନ୍ଧୀଙ୍କୁ ଭେଟିଛନ୍ତି । ଟି ଏସ୍‌ ସିଂଦେଓଙ୍କ ଗୋଷ୍ଠୀଙ୍କ କହିବା କଥା ଯେ, ଜୁନରେ ଭୂପେଶ ବାଘେଲ ମୁଖ୍ୟମନ୍ତ୍ରୀ ହେବାକୁ ଅଢ଼େଇ ବର୍ଷ ପୁରିଛି । ଏବେ ସିଂଦେଓଙ୍କୁ ମୁଖ୍ୟମନ୍ତ୍ରୀ କରାଯାଉ । ସରକାର ଗଠନ ପୂର୍ବରୁ ଏ ନେଇ ଆଲୋଚନା ସରିଥିଲା । ତେଣୁ ଏବେ ସିଂଦେଓଙ୍କୁ ଦାୟିତ୍ବ ହସ୍ତାନ୍ତର କରିବାକୁ ଦାବି କରିଛନ୍ତି ଛତିଶଗଡ଼ କଂଗ୍ରେସର ଏକ ଗୋଷ୍ଠୀ।

ବାଇକ୍ ଚୋରି କରି ଚମ୍ପଟ ମାରିବା ବେଳେ କାବୁ କଲେ ଗ୍ରାମବାସୀ

ବଲାଙ୍ଗୀର: ବାଇକ୍ ଚୋରକୁ କାବୁ କଲେ ଗ୍ରାମବାସୀ । ଲୋଇସିଂହା ଥାନା ଅନ୍ତର୍ଗତ ଝରଣିପାଳି ଗାଁର ଦୁଇ ଜଣ ବାଇକ ଚୋର ହାଟରୁ ଜଣେ ଗ୍ରାମବାସୀଙ୍କ ବାଇକ ଚୋରି କରି ଚମ୍ପଟ ମାରିବାକୁ ଉଦ୍ୟମ କରୁଥିଲେ । ଏ ନେଇ ଜାଣିବାକୁ ପାଇବା ପରେ ଗ୍ରାମାବୀସ ଚୋରଙ୍କ ପିଛା କରିଥିଲେ । ପରେ ଚୋରି ବାଇକ ଉଦ୍ଧାର କରିବା ସହ ଦୁଇ ଜଣ ବାଇକ ଚୋରକୁ ରାସ୍ତାରେ ନିର୍ଧୁମ ମାଡ଼ ମାରିଥିଲେ । ଉଭୟ ଚୋରକୁ ମାଡ଼ ମାରି ଲୋଇସିଂହା ପୋଲିସର ଜିମା ଦେଇଥିଲେ । ପୋଲିସ ପଚାରଉଚୁରା ପରେ ଦୁଇ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ବାଇକ ଚୋର ମାନେ ହେଲେ ବରଗଡ଼ ଜିଲ୍ଲା ଗାଈସିଲେଟର ରାହୁଲ ସା ଓ ପଦ୍ମପୁରର ଚିତରଞ୍ଜନ ଦାସ । ଗିରଫ ବାଇକ ଦୁହିଁଚୋରଙ୍କ ନାଁରେ ବିଭିନ୍ନ ଥାନାରେ ବାଇକ ଚୋରି ମାମଲା ରହିଛି । ଗତ କିଛି ଦିନ ହେଲା ଲୋଇସିଂହା ଓ ପାଟଣାଗଡ଼ ଅଞ୍ଚଳରୁ କିଛି ବାଇକ ଚୋରି କରି ବିକ୍ରି କରିଥିବା ନେଇ ପୋଲିସକୁ କହିଛନ୍ତି । ତେବେ ପୋଲିସ ଦୁଇ ଚୋରକୁ ରିମାଣ୍ଡରେ ଆଣି ଅଧିକ ତଦନ୍ତ କରିବ ବୋଲି ଜଣାପଡ଼ିଛି ।

ଏଥିସହିତ ପଢ଼ନ୍ତୁ: ବାଇକ୍ ଉପରେ ଚଢ଼ିଗଲା ଟ୍ରକ୍: ମାଆ ଓ ପୁଅ ମୃତ

ଏଫଡିଏର ଅନୁମତି, ବ୍ୟବହାର ହୋଇପାରିବ ଫାଇଜର-ବାୟୋଏନଟେକ ଟିକା

ୱାସିଂଟନ : ଫାଇଜର-ବାୟୋଏନଟେକ ଟିକାକୁ ପୂର୍ଣ୍ଣକାଳୀନ ଅନୁମତି ଦେଲା ଆମେରିକା ଖାଦ୍ୟ ଓ ଔଷଧ ପ୍ରଶାସନ ବା ଏଫଡିଏ । ଏଫଡିଏ ଦ୍ବାରା ପୂର୍ଣ୍ଣ ଅନୁମତି ଲାଭ କରିବାରେ ଏହି ଟିକା ହେଉଛି ପ୍ରଥମ । 16ବର୍ଷରୁ ଅଧିକ ବୟସର ଲୋକଙ୍କୁ ଏହି ଟିକା ଦିଆଯିବ । ଏହି ଟିକା କୋମିର୍ନାଟି ନାମରେ ପରିଚିତ ହେବ । 12ରୁ 15 ବର୍ଷ ବୟସ୍କ ପିଲାଙ୍କ ଲାଗି ଏହା ଜରୁରୀକାଳୀନ ଟିକା ଭାବେ ବ୍ୟବହାର କରାଯାଇପାରିବ ।

ଏହା ସହ ଦୁର୍ବଳ ବ୍ୟକ୍ତିବିଶେଷଙ୍କ କ୍ଷେତ୍ରରେ ଏହାକୁ ତୃତୀୟ ଡୋଜ ଭାବେ ବ୍ୟବହାର କରାଯାଇପାରିବ । କୋଭିଡ ମୁକାବିଲାରେ ଏହି ଟିକା ଏବେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବ । ଏହି ଅତି ଉଚ୍ଚମାନର ଏବଂ ନିରାପଦ ବୋଲି ଏଫଡିଏ କହିଛି । ଯଦିଓ ବିଶ୍ବବ୍ୟାପୀ କୋଟି କୋଟି ଲୋକ ବିଭିନ୍ନ ଟିକା ନେଲେଣି ତଥାପି ଫାଇଜରର ଏହି ଟିକା ଆତ୍ମବିଶ୍ବାସ ସୃଷ୍ଟି କରିବା ସହ ଏକ ମାଇଲଖୁଣ୍ଟି ହେବ ବୋଲି କୁହାଯାଇଛି । ପୂର୍ବରୁ ଗତବର୍ଷ ଡିସେମ୍ବରରୁ 16ବର୍ଷରୁ ଅଧିକ ବୟସର ଲୋକଙ୍କ ଲାଗି ଫାଇଜର ବାୟୋଏନେଟିକାକୁ ଜରୁରୀକାଳୀନ ବ୍ୟବହାର ଲାଗି ଅନୁମତି ଦିଆଯାଇଥିଲା ।

କାମ ଦେଇଛି 5-T ସଂସ୍କାର: ଗତ ବର୍ଷ ତୁଳନାରେ ୫୭ ପ୍ରତିଶତ ଅଧିକ ରାଜସ୍ୱ ସଂଗ୍ରହ

ଭୁବନେଶ୍ୱର: କରୋନା ପାଇଁ ପ୍ରଭାବିତ ହୋଇନି ରାଜ୍ୟ ଅର୍ଥନୀତି । ଲକ୍‌ଡାଉନ୍‌ ସତ୍ତ୍ୱେ ରାଜସ୍ୱ ସଂଗ୍ରହରେ ରାଜ୍ୟକୁ ମିଳିଛି ସଫଳତା । ୨୦୨୧ ଏପ୍ରିଲରୁ ଜୁଲାଇ ମାସ ଭିତରେ ରାଜସ୍ୱ ସଂଗ୍ରହ ଗତବର୍ଷ ଅପେକ୍ଷା ୫୭ ପ୍ରତିଶତ ବୃଦ୍ଧି ପାଇଛି । ରାଜ୍ୟ ସରକାରଙ୍କ ଫାଇଭ୍‌-ଟି ସଂସ୍କାର ଯୋଗୁଁ ଏହି ସଫଳତା ମିଳିଥିବା ବିଶେଷଜ୍ଞ କହିଛନ୍ତି  । ଅଣଟିକସ ରାଜସ୍ୱ ଆଦାୟ ଆହୁରି ବଢ଼ିବ ବୋଲି ଆକଳନ କରାଯାଇଛି ।

କରୋନାରେ ପ୍ରଭାବିତ ହୋଇନି ରାଜ୍ୟ ଅର୍ଥନୀତି  । ୪ ମାସ ଧରି ଲକ୍‌ଡାଉନ୍‌ ସ୍ଥିତିରେ ମୋଟ ରାଜସ୍ୱ ସଂଗ୍ରହ ୭ ହଜାର ୬୬୮ କୋଟି  । ଯାହାକି ଗତବର୍ଷ ତୁଳନାରେ ୫୭ ପ୍ରତିଶତ ଅଧିକ  । ରାଜସ୍ୱ ସଂଗ୍ରହରେ କାମ ଦେଇଛି ରାଜ୍ୟ ସରକାରଙ୍କ ୫-ଟି ସଂସ୍କାର । ଅର୍ଥ ବିଭାଗର ତଥ୍ୟ ଅନୁଯାୟୀ, ୨୦୨୧ ଏପ୍ରିଲରୁ ଜୁଲାଇ ୩୧ ତାରିଖ ଭିତରେ ଓଜିଏସ୍‌ଟି ସଂଗ୍ରହ ଗତବର୍ଷ ଅପେକ୍ଷା ୬୪ ପ୍ରତିଶତ ବୃଦ୍ଧି ଘଟିଛି । ପେଟ୍ରୋଲ, ଡିଜେଲ ଓ ମଦ ଉପରେ ଭାଟ୍‌ ଆଦାୟ ହୋଇଛି ଅଧିକ ୮୯ ପ୍ରତିଶତ । ବିରୋଧୀ ବି ସରକାରଙ୍କ ଏହି ସଫଳତାକୁ ସ୍ୱୀକାର କରିଛନ୍ତି । ପୂର୍ବତନ ଅର୍ଥମନ୍ତ୍ରୀଙ୍କ ମତରେ, ସାନିଟାଇଜର ମେସିନ୍‌, ଔଷଧ ଓ ଅନ୍ୟ ମେଡିକାଲ ଜିନିଷ କିଣାକିଣିରେ ଲୋକ ଅଧିକ ବ୍ୟୟ କରିଛନ୍ତି । ଏସବୁ ସାମଗ୍ରୀ ଉପରେ ଅଧିକ ଜିଏସ୍‌ଟି ସଂଗ୍ରହ ହୋଇଛି । ସେହିପରି ଲକ୍‌ଡାଉନ୍‌ ପାଇଁ ଅଫଲାଇନ୍‌ କାରବାର ବନ୍ଦ ଥିଲେ ବି ଅନ୍‌ଲାଇନ୍‌ ଯୋଗେ ଲୋକମାନେ ବିଭିନ୍ନ ସାମଗ୍ରୀ କିଣିଛନ୍ତି ।

ଲକ୍‌ଡାଉନ୍‌ରେ ଖଣିଜ ଉତ୍ତୋଳନ ବନ୍ଦ ନଥିଲା । ଶିଳ୍ପ ବି ଚାଲୁଥିଲା । ଏଥିପାଇଁ ଜିଏସ୍‌ଟି ଆଦାୟ ଭଲ ହୋଇଛି । ଏବେ ଅନ୍ତରାଷ୍ଟ୍ରୀୟ ବଜାରରେ ଲୁହାପଥର ଓ ଅନ୍ୟ ଖଣିଜ ପଦାର୍ଥର ବଜାର ଦର ଉଚ୍ଚା ରହିଛି । ଏହା ସହିତ ଆଡ୍‌-ଭାଲୋରମ୍‌ ବ୍ୟବସ୍ଥା ଯୋଗୁ ଉତ୍ତୋଳିତ ଖଣିଜ ପଦାର୍ଥର ବଜାର ଦର ଅନୁଯାୟୀ ଆନୁପାତିକ ଜିଏସଟି ମିଳୁଛି । ଏହା ରାଜସ୍ୱ ବୃଦ୍ଧିରେ ସହାୟକ ହୋଇଛି । ଆଗକୁ ଏହି ଧାରା ଜାରି ରହିବ । ଫଳରେ ସରକାର ଅଣଟିକସ କ୍ଷେତ୍ରରୁ ଅଧିକ ରାଜସ୍ୱ ପାଇବେ ।

୨୦୨୦ରୁ କରୋନା ଲାଗି ରହିଥିଲେ ବି ରାଜ୍ୟ ସରକାରଙ୍କ ସ୍ୱଚ୍ଛ ଶିଳ୍ପନୀତି ଲକ୍ଷାଧିକ କୋଟି ଟଙ୍କାର ପୁଞ୍ଜି ଆକୃଷ୍ଟ କରିଛି । ଏଭଳି ଧାରା ଜାରି ରହିଲେ ଆଗାମୀ ଦିନରେ ବଜେଟ୍‌ ଆକଳନ ଅନୁଯାୟୀ ଆର୍ଥିକବର୍ଷ ସରିବା ପୂର୍ବରୁ ରାଜସ୍ୱ ସଂଗ୍ରହ ଲକ୍ଷ୍ୟ ପୂରଣ ହୋଇଯିବ ।