spot_img
Home Blog Page 5284

ତାଲିବାନୀଙ୍କ କ୍ରୁରତା, ଜିନ୍ସ ପିନ୍ଧିଥିବାରୁ ରାସ୍ତା ମଝିରେ ଯୁବକଙ୍କୁ ଚାବୁକ ମାଡ଼

କାବୁଲ: ତାଲିବାନ ଆଫଗାନିସ୍ତାନକୁ କାବୁ କରିବା ପରେ ସେମାନେ ସେଠାରେ ଥିବା ସାଧାରଣ ଜନତାଙ୍କ ଉପରେ ଅତ୍ୟାଚାର କରିବା ଆରମ୍ଭ କରିଛନ୍ତି। ଜିନ୍ସ ପରି ‘ପାଶ୍ଚାତ୍ୟ’ ପୋଷାକ ପିନ୍ଧିଥିବାରୁ ଆଫଗାନିସ୍ତାନ ରାସ୍ତାରେ ସାଧାରଣ ନାଗରିକଙ୍କୁ ମାଡ ମାରୁଛନ୍ତି ତାଲିବାନୀ । ବେଳେବେଳେ ଏକ ଚାବୁକ ସହିତ ପିଟୁଛନ୍ତି ମଧ୍ୟ ।

ଡେଲି ମେଲ ରିପୋର୍ଟ ଅନୁଯାୟୀ, ଅନେକ ଯୁବକ ଆଫଗାନିସ୍ତାନ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ଯେ ଜିନ୍ସ ପିନ୍ଧି ଇସଲାମ ଧର୍ମକୁ ଅସମ୍ମାନ କରୁଥିବା ଅଭିଯୋଗ କରି ତାଲିବାନ ଆତଙ୍କବାଦୀମାନେ ସେମାନଙ୍କୁ ମାଡ ମାରିଛନ୍ତି ।

ଏକ ପୋଷ୍ଟରେ କୁହାଯାଇଛି ଯେ, କିଛି ଯୁବକ କାବୁଲରେ ନିଜ ସାଙ୍ଗ ମାନଙ୍କ ସହ ବୁଲାବୁଲି କରୁଥିଲେ, ଛିକ ସେହି ସମୟରେ କିଛି ତାଲିବାନୀଙ୍କ ସହ ମୁହାଁମୁହିଁ ହୋଇଗଲେ, କିଛି ଯୁବକ ଦୌଡ଼ି ପଳାଇଲେ, ଆଉ କିଛିଙ୍କୁ ବନ୍ଧୁକ ମୁନରେ ଅଟକାଇଲେ ତାଲିବାନୀ । ପରେ ସେମାନଙ୍କୁ ରାସ୍ତାରେ ମାଡ଼ ମାରିଥିଲେ । ଜଣେ ତାଲିବାନୀ ସ୍ଥାନୀୟ ଖବରକାଗଜ ଇଟିଲାଟ୍ରୋଜକୁ କହିଛନ୍ତି ଯେ, ପୁରୁଷଙ୍କ ପାଇଁ ଡ୍ରେସ କୋଡ ସ୍ଥିର କରିବା ବାକି ଅଛି ।କିନ୍ତୁ ରିପୋର୍ଟରେ ଦର୍ଶାଯାଇଛି ଯେ ପାରମ୍ପାରିକ ‘ଆଫଗାନିସ୍ତାନ ପୋଷାକ’ରୁ ଛାଡ଼ି ‘ପାଶ୍ଚାତ୍ୟ ‘ପୋଷାକକୁ ତାଲିବାନ ଅନୁମତି ଦେବାକୁ ଅନିଚ୍ଛା ପ୍ରକାଶ କରୁଛି।

ରାଜ୍ୟ ଦକ୍ଷତା ବିକାଶ ପ୍ରାଧିକରଣକୁ ଆଉ ଏକ ସଫଳତା: ବାହାର ରାଜ୍ୟରେ ଚାକିରି ପାଇଲେ ୧୫ ଆଦିବାସୀ ଯୁବତୀ

 ଓଡ଼ିଶା ରାଜ୍ୟ ଦକ୍ଷତା ବିକାଶ ପ୍ରାଧିକରଣର ଆଉ ଏକ ସଫଳତା । କୁଶଳି କରି ଗଢିତୋଳିବା ପରେ ୧୫ ଆଦିବାସୀ ଝିଅ ପାଇଲେ ଚାକିରି । କେରଳର ଏକ ଘରୋଇ ଶିଳ୍ପରେ ଚାକିରି ପାଇବା ପରେ ପ୍ରଥମ କରି ରାଜ୍ୟ ବାହାରକୁ ଯାଇଛନ୍ତି ଆଦିବାସୀ ଯୁବତୀ । ଟ୍ରେନିଂ ନେବା ପରେ ରୋଜଗାର କରିବାକୁ ଯାଇଥିବା ଯୁବତୀମାନଙ୍କ ମୁହଁରେ ଦେଖିବାକୁ ମିଳିଥିଲା ଖୁସି । ମାଗଣା ଖାଇବା ରହିବା ସହ ଟ୍ରେନିଂ ଦେଇ ରାଜ୍ୟ ବାହାରକୁ ଯାଇ ରୋଜଗାର କରିବାର ସୁଯୋଗ ସୃଷ୍ଟି କରିଥିବାରୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ଯୁବତୀ ।

ଆଦିବାସୀ ବଣ ପାହାଡ଼ ଘେରା ଉପାନ୍ତ ଅଞ୍ଚଳରୁ କେରଳ ଶିଳ୍ପାଞ୍ଚଳ । ୧୫ ଜଣ ଆଦିବାସୀ ଯୁବତୀ ପାଇଲେ ନିଯୁକ୍ତି  । ସଫଳତା ଦେଉଛି ଓଡ଼ିଶା ରାଜ୍ୟ ଦକ୍ଷତା ବିକାଶ ପ୍ରାଧିକରଣ  । ବଣ ମଲ୍ଲୀ ବଣରେ ଫୁଟି ଝଡ଼ିପଡ଼ିବା ଭଳି ଗାଁରେ ରହି ମୂଲ ଲାଗୁଥିଲେ ଆଦିବାସୀ ଝିଅ । ନା ବାହାର ଦୁନିଆ ବିଷୟରେ ଜାଣି ପାରୁଥିଲେ ନା ରୋଜଗାର କରିପାରୁଥିଲେ । ଆଧୁନିକତାର ପାଦରେ ପାଦ ମିଶାଇ ଚାଲିବା ବି ଅସମ୍ଭବ ଥିଲା । କିନ୍ତୁ ରାଜ୍ୟ ସରକାରଙ୍କର ଦକ୍ଷତା ବିକାଶ ଟ୍ରେନିଂ ସେଣ୍ଟର ଦେଲା ନୂଆ ପରିଚୟ । ପାଠ କମ୍ ପଢିଲେ ମଧ୍ୟ ଟ୍ରେନିଂ ନେଇ କୁଶଳୀ ହେବା ପରେ ଚାକିରି ପାଇଛନ୍ତି ଏହି ଯୁବତୀମାନେ । ସେମାନେ ବିମାନରେ ଚଢ଼ିବାକୁ ଲାଇନ୍ ଲଗାଇଛନ୍ତି । ବାହାର ରାଜ୍ୟକୁ ଯିବେ । ରୋଜଗାର କରି ପରିବାର ପୋଷିବେ । ଆଖିରେ ଆଖିଏ ସ୍ୱପ୍ନ ଦେଖିଥିବା ଏହି ଯୁବତୀମାନେ ସୁନ୍ଦରଗଡ ଜିଲ୍ଲାରୁ କେରଳ ଯାଇଛନ୍ତି ।

ନିଯୁକ୍ତିଦାତାଙ୍କ ପାଇଁ ପ୍ରଥମ ପସନ୍ଦ ପାଲଟିଛି ଓଡ଼ିଶା । ଗରିବ ପିଲାଙ୍କୁ ଆଣି ମାଗଣା ଖାଇବା ରହିବା ସହ ପିଲାମାନଙ୍କୁ ଦକ୍ଷ କରି ପ୍ରସ୍ତୁତ କରୁଛନ୍ତି ଦକ୍ଷତା ବିକାଶ କର୍ତ୍ତୃପକ୍ଷ । ପ୍ରତିବର୍ଷ ରାଜ୍ୟରୁ ପାଖାପାଖି ୫ ହଜାର ପିଲାଙ୍କୁ କୁଶଳୀ କରିବା ସହ ରାଜ୍ୟ ତଥା ରାଜ୍ୟ ବାହାରେ ନିଯୁକ୍ତି ଦେଉଛି ଦକ୍ଷତା ବିକାଶ ପ୍ରାଧିକରଣ । ରାଜ୍ୟର ୩୦ଟି ଜିଲ୍ଲାରେ ୩୦ଟି ଦକ୍ଷତା ବିକାଶ କେନ୍ଦ୍ର ରହିଥିବା ବେଳେ ପ୍ରତି ବ୍ୟାଚର ପିଲାଙ୍କୁ ଦୁଇ ମାସର ଟ୍ରେନିଂ ଦିଆଯାଉଛି । ପୂର୍ବରୁ ହଜାର ହଜାର ଯୁବକ ଯବତୀ ବେକାର ହୋଇ ରହୁଥିଲେ । କିନ୍ତୁ ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଏମାନଙ୍କୁ ନୂଆ ପରିଚୟ ଦେଇଛି ।

ଏଥିସହିତ ପଢ଼ନ୍ତୁ: ମୋଦି- ପୁଟିନଙ୍କ ଆଲୋଚନା, ଆଫଗାନିସ୍ତାନ ସଙ୍କଟକୁ ନେଇ ୪୫ ମିନିଟ୍ ବାର୍ତ୍ତାଳପ

ରାଜଧାନୀରେ ଆଉ ୫୬ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ

ଭୁବନେଶ୍ୱର: ଗତ ୨୪ଘଣ୍ଟାରେ ଭୁବନେଶ୍ୱରରେ ଆଉ ୫୬ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଫଳରେ ଭୁବନେଶ୍ୱରରେ ମୋଟ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୧୮୩୭କୁ ବୃଦ୍ଧି ପାଇଛି । ବର୍ତ୍ତମାନ ସୁଦ୍ଧା ୧୪୫୬ଜଣ ସୁସ୍ଥ ହୋଇଛନ୍ତି । ୩୮୧ଟି ମାମଲା ବର୍ତ୍ତମାନ ସକ୍ରିୟ ରହିଛି । ଗତ ୨୪ଘଣ୍ଟାରେ ସଚେତନତା ଓ ସଫେଇ କାର୍ଯ୍ୟକ୍ରମକୁ ବ୍ୟାପକ କରାଯାଇ ୨୮୧୫୭ଟି ଘରେ ମୋଟ ୧,୧୭,୭୮୬ ଲୋକଙ୍କ ଠାରୁ ତଥ୍ୟ ସଂଗ୍ରହ କରାଯାଇଛି । ୭୦୯୪୦ଟି ସମ୍ଭାବ୍ୟ ମଶା ବୃଦ୍ଧି ସ୍ଥାନକୁ ହଟେଇବା ସହ ୭୩୧୧୦ଟି ସ୍ଥାନରୁ ମଶାର ଲାର୍ଭାକୁ ଚିହ୍ନଟ କରି ନଷ୍ଟ କରାଯାଇଥିବା ବିଏମସି ପକ୍ଷରୁ ସୂଚନା ମିଳିଛି ।

ଏଥିସହିତ ପଢ଼ନ୍ତୁ: ଦୁର୍ଘଟଣାଗ୍ରସ୍ତଙ୍କ ପାଇଁ ‘ସୋଲାସିୟମ୍ ପାଣ୍ଠି’: ଆହତ ଓ ମୃତକଙ୍କ ପରିବାର ପାଇବେ ଆର୍ଥିକ ସହାୟତା

 

କିଏ ସେହି ପାକିସ୍ତାନୀ ଯିଏ ବିଲ୍ ଗେଟ୍ସଙ୍କଠାରୁ ଠକି ନେଇଛି ୭୦୦ କୋଟି ଟଙ୍କା ?

ନୂଆଦିଲ୍ଲୀ: ଠକାମୀର ଶିକାର ହେଲେ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ବିଲ ଗେଟସ । ଜଣେ ପାକିସ୍ତାନୀ ବ୍ୟକ୍ତି ବିଲ ଗେଟସଙ୍କ ପାଖରୁ ୭୦୦ କୋଟି ଟଙ୍କା ଠକିଛନ୍ତି । ଏହି ଦାବି ଏକ ପୁସ୍ତକରେ କରାଯାଇଛି । ‘The Key Man: The True Story of How The Global Elite was Duped by a Capitalist Fairy Tale’ ପୁସ୍ତକରେ ଦାବି କରାଯାଇଛି ଯେ ଆରିଫ୍ ନାକଭି ନାମକ ଜଣେ ପାକିସ୍ତାନୀ ବିଲ୍ ଗେଟ୍ସଙ୍କ ଠାରୁ ୭୪୧ କୋଟି ଟଙ୍କାର ଠକେି କରିଛନ୍ତି । ଏହି ପୁସ୍ତକଟିକୁ ସାଇମନ୍ କ୍ଲାର୍କ ଏବଂ ୱିଲ୍ ଲଚ୍ ଲେଖିଛନ୍ତି। ବହିରେ କୁହାଯାଇଥିଲା ଯେ ବାସ୍ତବରେ ଆରିଫ ନାକଭି ଜଣେ ‘ଠକ’ ଥିଲେ, ଯିଏ କୋଟିପଟିଙ୍କ ସମ୍ପତ୍ତି ହଡ଼ପ କରୁଥିଲେ।

ରିପୋର୍ଟ ଅନୁଯାୟୀ, ଆରିଫ ପାକିସ୍ତାନର ଏକ ଘରୋଇ ଇକ୍ୱିଟି ଫାର୍ମର ମୁଖ୍ୟ ଥିଲେ। ସେ ବିଭିନ୍ନ ବ୍ୟବସାୟରେ ଟଙ୍କା ବିନିଯୋଗ କରିବା ପାଇଁ ଦୁନିଆର ନିବେଶକମାନଙ୍କ ପାଇଁ କାମ କରୁଥିଲେ । ଏହାରି ଭିତରେ ସେ ବିଲ୍ ଗେଟ୍ସଙ୍କ ସମେତ ଅନେକ ଧନୀ ବ୍ୟକ୍ତିଙ୍କ ସହ ଭଲ ସମ୍ପର୍କ ସ୍ଥାପନ କରିଥିଲେ। ପରେ, ଏହି ସମ୍ପର୍କଗୁଡିକର ଫାଇଦା ଉଠାଇ ସେ ବିଲ୍ ଗେଟ୍ସଙ୍କ ଠାରୁ ବିପୁଳ ପରିମାଣର ଅର୍ଥ ବିନିଯୋଗ କରିଥିଲେ।

ପୁସ୍ତକ ଅନୁଯାୟୀ, ଆରିଫ ନାକଭି ପ୍ରାୟ ୧୦୦ ମିଲିୟନ୍ ଡଲାରର ଅପବ୍ୟବହାର କରିଥିଲେ। ଏହି ରାଶିର ଅଧା ହିସାବ ମିଳିଲା ନାହିଁ । ଏହି ମାମଲାରେ ନାକଭି ଜେଲ ମଧ୍ୟ ଯାଇଥିଲେ । କାରଣ ତାଙ୍କର ଜଣେ କର୍ମଚାରୀ ଇ-ମେଲ ପଠାଇ ସମସ୍ତ ନିବେଶକଙ୍କୁ ସୂଚନା ଦେଇଥିଲେ।

କୁହାଯାଇଥିଲା ଯେ ଏକ ସମୟରେ ଆରିଫ ନାକଭିଙ୍କ ସ୍ଥିତି ଏତେ ବୃଦ୍ଧି ପାଇଥିଲା ଯେ ଆମେରିକାର ରାଷ୍ଟ୍ରପତି ବାରାକ ଓବାମା ତାଙ୍କୁ ମୁସଲିମ ବ୍ୟବସାୟ ନେତାଙ୍କ ଶିଖର ସମ୍ମିଳନୀକୁ ନିମନ୍ତ୍ରଣ କରିଥିଲେ। କେବଳ ଏତିକି ନୁହେଁ, ନାକଭିର ଏକ କମ୍ପାନୀରେ ଆମେରିକା ସରକାର ମଧ୍ୟ ଅନେକ ମିଲିୟନ ଡଲାର ବିନିଯୋଗ କରିଥିଲେ। ତେବେ ନାକଭି ନିଜେ ନିଜର ସମ୍ମାନ ବଢ଼ାଇବା ପାଇଁ ବଡ ଦାନ ଦେଇଥିଲେ। ବିଲ୍ ଏବଂ ମେଲିଣ୍ଡା ଗେଟ୍ସଙ୍କ ପରି ସେ ମଧ୍ୟ ନିଜର ‘ଅମନ୍ ଫାଉଣ୍ଡେସନ୍’ ସୃଷ୍ଟି କରିଥିଲେ

ଦୁର୍ଘଟଣାଗ୍ରସ୍ତଙ୍କ ପାଇଁ ‘ସୋଲାସିୟମ୍ ପାଣ୍ଠି’: ଆହତ ଓ ମୃତକଙ୍କ ପରିବାର ପାଇବେ ଆର୍ଥିକ ସହାୟତା

ଭୁବନେଶ୍ୱର: ଲୋକଙ୍କ ପାଇଁ ବହୁ ଯୋଜନା ରହିଥିଲେ ସୁଦ୍ଧା ସଚେତନତା ଅଭାବ ଯୋଗୁଁ ଅନେକ ବିଷୟରେ ଅନଭିଜ୍ଞ ଲୋକେ । ସୋଲାସିୟମ୍‌ ପାଣ୍ଠି ଏହାର ଏକ ନଗ୍ନ ଉଦାହରଣ । ହିଟ୍‌ ଆଣ୍ଡ ରନ୍‌ ମାମଲା ବା ଅଜଣା ଗାଡ଼ି ଧକ୍କାରେ ମୃତାହତ କରୁଥିବା ବ୍ୟକ୍ତିଙ୍କ ପାଇଁ ରହିଛି ଏହି ଯୋଜନା । ସଚେତନତା ଅଭାବରୁ ଶତକଡା ୫ପ୍ରତିଶତରୁ କମ୍‌ ଲୋକ ଏହାର ଲାଭ ପାଇଛନ୍ତି । ଏନେଇ ସଚେତନତାକୁ ବ୍ୟାପକ କରିବାକୁ ସରକାରଙ୍କ ପକ୍ଷରୁ ଜାରି ହୋଇଛି ନିର୍ଦ୍ଦେଶନାମା ।

କାମରେ ଲାଗୁନି ‘ସୋଲାସିୟମ୍‌ ପାଣ୍ଠି’ । ପାଣ୍ଠି ସମ୍ପର୍କରେ ସଚେତନ ନାହନ୍ତି ଲୋକେ । ୨୦୧୮ ରୁ ଗଠିତ ହୋଇଛି ଏହି ପାଣ୍ଠି । ଦିନକୁ ଦିନ ବଢିବାରେ ଲାଗିଛି ସଡ଼କ ଦୁର୍ଘଟଣା । ସେଥିମଧ୍ୟରୁ ହିଟ୍‌ ଆଣ୍ଡ ରନ୍‌ ବା ଅଜାଣା ଗାଡି ଧକ୍କା ସଂଖ୍ୟା ଅଧିକ । ଏଭଳି ଦୁର୍ଘଟଣାରେ ଅଜଣା ଗାଡ଼ି ହୋଇଥିବାରୁ ମୃତ ବା ଆହତଙ୍କୁ ବୀମା ଅର୍ଥ ମିଳିନଥାଏ । ଏହାକୁ ଦୃଷ୍ଟିରେ ରଖି ସୁପ୍ରିମ୍‌କୋର୍ଟଙ୍କ ନିର୍ଦେଶ କ୍ରମେ ଦେଶବ୍ୟାପୀ ସବୁ ରାଜ୍ୟରେ ଗଠନ କରାଯାଇଛି ସୋଲାସିୟମ୍‌ ପାଣ୍ଠି । ତେବେ ଆଜି ପର୍ଯ୍ୟନ୍ତ ଏହାର ଲାଭ ଉଠାଇପାରି ନାହାନ୍ତି ଲୋକେ । ଦୁର୍ଘଟଣାର ୬ ମାସ ମଧ୍ୟରେ ଆବେଦନ କରିବାକୁ ଥିବା ବେଳେ ଆବେଦନର ୧୫ଦିନ ମଧ୍ୟରେ ଏହି ସହାୟତା ପ୍ରଦାନ କରିବାକୁ ନିୟମ ରହିଛି । ସୋଲାସିୟମ୍‌ ପାଣ୍ଠି ସମ୍ପର୍କରେ ଲୋକେ ସଚେତନ ନଥିବା କାରଣରୁ ଆଜି ପର୍ଯ୍ୟନ୍ତ ମାତ୍ର ୫ ପ୍ରତିଶତ ଲୋକ ହିଁ ଏହାର ସୁବିଧା ପାଉଛନ୍ତି ।

ଓଡିଶାରେ ୨୦୧୮ ରୁ ଏକ କୋଟି ଟଙ୍କାର ପାଣ୍ଠି ସୃଷ୍ଟି କରାଯାଇଛି । ଦୁର୍ଘଟଣାରେ ମୃତକଙ୍କ ପାଇଁ ୨ଲକ୍ଷ ଟଙ୍କା ଓ ଆହତଙ୍କ ପାଇଁ ୫୦ହଜାର ଟଙ୍କାର ଆର୍ଥିକ ସହାୟତା ବ୍ୟବସ୍ଥା ରହିଛି । ତେବେ ଲୋକଙ୍କ ମଧ୍ୟରେ ଏନେଇ ସଚେତନତାର ଅଭାବ ଥିବା ସ୍ୱୀକାର କରିଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ । ସଡ଼କ ସୁରକ୍ଷା ମାସ ପାଳନ ଅବସରରେ ଏନେଇ ଲୋକଙ୍କ ମଧ୍ୟରେ ସଚେତନ ସୃଷ୍ଟି କରିବାକୁ ବିଭାଗ ଲକ୍ଷ୍ୟ ରଖିଛି । ତେବେ ବର୍ତ୍ତମାନ ରାଜ୍ୟର ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀ ଓ ସବୁ ଏସ୍‌ପିଙ୍କୁ ସସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରିବାକୁ ନିର୍ଦେଶନାମା ଜାରି କରାଯାଇଛି । ସେପଟେ ଭୁବନେଶ୍ୱରରେ ସମସ୍ତ ଥାନା ଇନ୍ସପେକ୍ଟରମାନଙ୍କୁ ଏନେଇ ଅବଗତ କରାଯାଇ ଏହିକୁ ତ୍ୱରାନ୍ୱିତ କରାଯାଇଥିବା କହିଛନ୍ତି ଡିସିପି ।ଦୁର୍ଘଟଣା ପରେ ଯଦି କୌଣସି ସମୟରେ ଦୁର୍ଘଟଣା ଭିଆଇଥିବା ଗାଡ଼ି ସମ୍ପର୍କରେ ସୂଚନା ମିଳେ ତେବେ ସୋଲାସିୟମ୍‌ ପାଣ୍ଠିରୁ ଆର୍ଥିକ ସହାୟତା ପାଇଥିବା ବ୍ୟକ୍ତି ବା ତାଙ୍କ ପରିବାର ଏହି ଟଙ୍କା ଫେରାଇବାକୁ ପଡିଥାଏ ।

ଏଥିସହିତ ପଢ଼ନ୍ତୁ: ପୁଣି ଫେରୁଛି Joker Virus ! ପୋଲିସର ଚେତାବନୀ, ଫୋନରୁ ତୁରନ୍ତ ହଟାନ୍ତୁ ଏହି ୮ଟି ଆପ୍

୭୦ ବର୍ଷର ସମ୍ପତିକୁ ବିକି ଦେଲେ ମୋଦି ସରକାର: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: କେନ୍ଦ୍ରରେ ଶାସନାଧିନ ମୋଦି ସରକରାଙ୍କ ଉପରେ ଅନର୍ଗଳ ଆରୋପ ଲଗାଇଛନ୍ତି କଂଗ୍ରେସ ସାଂସଦ ତଥା ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ  । ଅପରାହ୍ନରେ ରାହୁଲ ଗାନ୍ଧୀ ଜାତୀୟ କଂଗ୍ରେସ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି  । ଏଥିସହିତ ମୋଦି ସରକରାଙ୍କ ଅମଳରେ ଦେଶ କଣ ସବୁ କ୍ଷତି ସହିଛି ଏବଂ ଆଗକୁ ଦେଶର ଭବିଷ୍ୟତ କଣ ହେହାକୁ ଯାଉଛି, ତାହାକୁ ଉଲ୍ଲେଖ କରିଛନ୍ତି ରାହୁଲ  । ସେହିପରି ସାମ୍ହାଦିକ ସମ୍ମିଳନୀରେ ସ୍ପଷ୍ଟରୂପେ ମୋଦି ସରକାର ଅଭିଯୋଗର ଲମ୍ବା ଫର୍ଦ୍ଦ ଗଦା କରିଛନ୍ତି  ।

କେନ୍ଦ୍ରରେ ପୂର୍ବରୁ ଶାସନ କରିଥିବା କଂଗ୍ରେସ ସରକାର ଦୀର୍ଘ ସାତ ଦଶନ୍ଧିରେ ଯାହା ଉପାର୍ଜନ କରିଥିଲା, ସେ ସବୁକୁ ସାତ ବର୍ଷରେ ବିକ୍ରୟ କରିଦେଇଥିବା ଅଭିଯୋଗ କରିଛନ୍ତି ରାହୁଲ  । ନରେନ୍ଦ୍ର ମୋଦି ଏବଂ ତାଙ୍କ ଦଳ ବିଜେପିର ନାରା ଥିଲା,  ଦୀର୍ଘ ୭୦ ବର୍ଷରେ ଦେଶ ପାଇଁ କଂଗ୍ରେସ କିଛି କରିନାହିଁ  । କିନ୍ତୁ ଦୀର୍ଘ ୭୦ ବର୍ଷ ଧରି କଂଗ୍ରେସ ଯାହା ଉପାର୍ଜନ କରିଥିଲା ତାହାକୁ ସୋମବାର ସୁଦ୍ଧା ବିଜେପି ସରକାର ବିକ୍ରି କରିଦେଇଥିବା ନେଇ କହିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ  ।

ଦେଶରେ ପାଣି, ଖଣି, ବିମାନବନ୍ଦର, କ୍ରୀଡ଼ା, ଟେଲିକମ, ବିଦ୍ୟୁତ, ଏବଂ ରାଷ୍ଟ୍ରାୟତ କମ୍ପାନୀ ଗୁଡ଼ିକୁ ମୋଦି ସରକାର ଘରୋଇ ମାର୍କେଟରେ ନିଲାମ କରିଦେଇଛି  । ଯଦ୍ୱାରା ଦେଶ ଆଗାମୀ ଦିନରେ ବହୁମୂଲ୍ୟ ଦେବାକୁ ଯାଉଛି  । ମୋଦି ସରକାର କେବଳ କିଛିଟା ହାତଗଣତି ବ୍ୟବସାୟୀଙ୍କ ଲାଭ ପାଇଁ ଏସବୁ କରୁଛନ୍ତି  । କ୍ଷୁଦ୍ର, ମଧ୍ୟମ ଧରଣର ବ୍ୟବସାୟୀ ମାନେ ତଳି ତଳାନ୍ତ ହୋଇ ଗଲଣି  । ସେମାନଙ୍କର ଅବସ୍ଥା ସୋଚନୀୟ ହେଲାଣି  । କିନ୍ତୁ କେବଳ ତିନି, ଚାରିଟା ଶିଲ୍ପପତିଙ୍କର ଉନ୍ନତି ଘଟୁଥିବା ଅଭିଯୋଗ ଲଗାଇଛି କଂଗ୍ରେସ  ।

 

ଅଫ୍‌ଲାଇନ୍ ମାଟ୍ରିକ ପରୀକ୍ଷାରେ କୃତକାର୍ଯ୍ୟ ହେଲେ ବିଧାୟକ

ଭଞ୍ଜନଗର: ମାଟ୍ରିକ ପରୀକ୍ଷାରେ କୃତକାର୍ଯ୍ୟ ହେଲେ ବିଧାୟକ । ଅଫଲାଇନ୍ ମାଟ୍ରିକ ପରୀକ୍ଷାରେ ମୋଟ ୫ଶହ ମାର୍କରୁ ୩୪୦ ମାର୍କ ରଖି ପାସ୍ କରିଛନ୍ତି ସୋରଡ଼ା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ । ଗତ ଜୁଲାଇ ୩୦ ତାରିଖରେ ଅଫ୍‌ଲାଇନ୍ ପରୀକ୍ଷା ଦେଇଥିଲେ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ । ସେ ସୋରଡ଼ା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ପରୀକ୍ଷା ଦେଇଥିଲେ ।

ସେ ପୂର୍ବରୁ ବହୁ ଥର ମାଟ୍ରିକ ପରୀକ୍ଷା ଦେବା ନେଇ ଚେଷ୍ଟା କରିଥିଲେ ସୁଦ୍ଧା ପାରିବାରିକ, ରାଜେନୖତିକ ଓ ସମାଜସେବା ଭିତରେ ରହି ସୁଯୋଗ ପାଇପାରୁନଥିବା କହିଥିଲେ । ତେବେ ତାଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ଥିବାରୁ ଯୋଗୁଁ ସେ ଆଇସୋଲେସନ୍‌ ଓ୍ୱାର୍ଡରେ ରହି ପରୀକ୍ଷା ଦେଇଥିଲେ ।

ଏଥିସହିତ ପଢ଼ନ୍ତୁ: ଅଫ୍‌ଲାଇନ୍ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ: ୮୦.୮୩ ପ୍ରତିଶତ ଛାତ୍ରଛାତ୍ରୀ ପାସ୍

ଏଥିସହିତ ପଢ଼ନ୍ତୁ: ମାଟ୍ରିକ ପରୀକ୍ଷା ଦେଉଛନ୍ତି ସୋରଡ଼ା ବିଧାୟକ

ବଦଳୁଛି ଜଳବାୟୁ, ପ୍ରଥମଥର ଗ୍ରୀନ ଲ୍ୟାଣ୍ଡରେ ବର୍ଷା

ଗ୍ରୀନଲ୍ୟାଣ୍ଡ: ପ୍ରଥମ ଥର ଲାଗି ଗ୍ରୀନଲ୍ୟାଣ୍ଡର ଶୀର୍ଷ ସ୍ଥାନରେ ବର୍ଷା ହୋଇଛି । ସମ୍ଭବତଃ ବିଶ୍ବ ତାପାୟନ ଓ ଜଳବାୟୁ ପରିବର୍ତ୍ତନ ଯୋଗୁ ଏହା ଘଟିଛି ବୋଲି କୁହାଯାଇଛି । ବରଫାଚ୍ଛିଦତ ଅଞ୍ଚଳର ୯ହଜାର ୮୦୦ ଫୁଟ ଉଚ୍ଚରେ ଗତ ଅଗଷ୍ଟ ୧୪ ତାରିଖରେ ଏହି ବର୍ଷା ହୋଇଛି ବୋଲି ଆମେରିକା ବରଫ ଓ ତୁଷାର ତଥ୍ୟ କେନ୍ଦ୍ର ପକ୍ଷରୁ କୁହାଯାଉଛି ।

ବର୍ଷା ହେବା ଯୋଗୁ ଏଠାକାର ତାପମାତ୍ରା ଶୂନ୍ୟ ଡିଗ୍ରୀ ବା ତା ତଳକୁ ଖସିବା ଆଶା କରାଯାଉଛି । ଆଣ୍ଟାର୍କଟିକା ପରେ ଏହି ଅଞ୍ଚଳ ହେଉଛି ବିଶ୍ବର ଦ୍ବିତୀୟ ସର୍ବବୃହତ ତୁଷାର ଆଚ୍ଛାଦିତ ଅଞ୍ଚଳ । ପୂର୍ବରୁ ଏହି ଅଞ୍ଚଳରେ ଏପରି ବର୍ଷା ହୋଇ ନଥିଲା । ବୋଲି କହିଛି ଡାନିସ ପରିବେଶ ପ୍ରତିଷ୍ଠାନ । ଗତ ୨ ହଜାର ବର୍ଷ ମଧ୍ୟରେ ଏହି ଅଞ୍ଚଳରେ ମାତ୍ର ୯ ଥର ତାପମାତ୍ରା ବୃଦ୍ଧି ପାଇଛି ।

ପୁଣି ଫେରୁଛି Joker Virus ! ପୋଲିସର ଚେତାବନୀ, ଫୋନରୁ ତୁରନ୍ତ ହଟାନ୍ତୁ ଏହି ୮ଟି ଆପ୍

ନୂଆଦିଲ୍ଲୀ: ନିକଟରେ ‘ଜୋକର’ ଭାଇରସ ଫେରିବା ବିଷୟରେ ବେଲଜିୟମ ପୋଲିସ ଆଣ୍ଡ୍ରଏଡ ଆପ୍ ବ୍ୟବହାରକାରୀଙ୍କୁ ଚେତାବନୀ ଦେଇଥିଲା। ସବୁଠାରୁ ସ୍ଥାୟୀ ଭାଇରସ୍ ମଧ୍ୟରୁ ଜୋକର୍ ଆଣ୍ଡ୍ରଏଡ୍ ଡିଭାଇସ୍ ଉପରେ ଆକ୍ରମଣ କରେ ଏବଂ ଗୁଗୁଲ୍ ପ୍ଲେ ଷ୍ଟୋର୍‌ରେ ଥିବା ବିଭିନ୍ନ ଆପ ମଧ୍ୟରେ ନିଜକୁ ଲୁଚାଇ ରଖେ । ଏହି ଭାଇରସ୍ ଉପଭୋକ୍ତାଙ୍କ ବିନା ଅନୁମତିରେ ଦେୟଯୁକ୍ତ ସେବାରେ ସବସ୍କ୍ରାଇବ କରିବାକୁ ସକ୍ଷମ ଥିବା କୁହାଯାଉଛି। ଆଠଟି ପ୍ଲେ ଷ୍ଟୋର ଆପରେ ଏହି ପ୍ରୋଗ୍ରାମ ଚିହ୍ନଟ ହୋଇଛି ବୋଲି ବେଲଜିୟମ ପୋଲିସ ଏହାର ୱେବସାଇଟରେ ପ୍ରକାଶିତ ବିବୃତ୍ତିରେ କହିଛି।

ଫୋନରୁ ତୁରନ୍ତ ହଟାନ୍ତୁ ଏହ୍ ୮ଟି ଆପ୍

ସୂଚନା ଅନୁଯାୟୀ, ଏହି ୮ ଟି ଆପ୍ ହେଉଛି ସେହି ଆପ୍ ଯାହାକୁ କ୍ୱିକ୍ ହିଲ୍ ସିକ୍ୟୁରିଟି ଲ୍ୟାବ୍ ଅନୁସନ୍ଧାନକାରୀମାନେ ଚଳିତ ବର୍ଷ ଜୁନରେ ଆବିଷ୍କାର କରିଥିଲେ । ମାଲୱେର୍ ରିପୋର୍ଟ ହେବା ପରେ ଗୁଗଲ୍ ଏହି ଆପ୍ଗୁଡ଼ିକୁ ପ୍ଲେ ଷ୍ଟୋରରୁ ହଟାଇ ଦେଇଛି । ତଥାପି, ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କୁ ଏହି ଆପ୍ଗୁଡ଼ିକୁ ସ୍ମାର୍ଟଫୋନରୁ ହଟାଇବାକୁ ପଡିବ । ବେଲଜିୟମ କର୍ତ୍ତୃପକ୍ଷଙ୍କ ନିକଟରେ ହୋଇଥିବା ଏକ ଚେତାବନୀ ଅନୁଯାୟୀ, ଏପରି କିଛି ଉପଭୋକ୍ତା ଅଛନ୍ତି, ଯେଉଁମାନେ ଏପର୍ଯ୍ୟନ୍ତ ସେମାନଙ୍କ ଡିଭାଇସରେ ଏହି ଆପ୍ ରଖିଛନ୍ତି ଏବଂ ଜୋକର ମାଲୱେୟାରର ଶିକାର ହେଉଛନ୍ତି।

ଜୋକର ଭାଇରସ ଦ୍ୱାରା ପ୍ରଭାବିତ ଆଣ୍ଡରଏଡ ଆପ୍ସର ତାଲିକା:

 

  1. Auxiliary Message
  2. Element Scanner
  3. Fast Magic SMS
  4. Free CamScanner
  5. Go Messages
  6. Super Message
  7. Super SMS
  8. Travel Wallpapers

‘ଜୋକର୍’ ହେଉଛି ଅନ୍ୟତମ ମାଲୱେର୍ ଯାହା କ୍ରମାଗତ ଭାବରେ ଆଣ୍ଡ୍ରଏଡ୍ ଡିଭାଇସ୍ କୁ ଟାର୍ଗେଟ୍ କରେ । ଏହା ପ୍ରଥମେ ୨୦୧୭ ରେ ଚିହ୍ନଟ ହୋଇଥିଲା । କୁଇକ୍ ହିଲ୍ ର ଅନୁସନ୍ଧାନକାରୀଙ୍କ ଅନୁଯାୟୀ, ଜୋକର୍ SMS, କଣ୍ଟାକ୍ଟ ଲିଷ୍ଟ, ଡିଭାଇସର ସୂଚନା, OTP ସହିତ ଅନେକ ସମ୍ବେଦନଶୀଳ ସୂଚନା ଚୋରି କରେ । ଏହା ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରେ କିମ୍ବା ମାସ ଶେଷରେ ଆପଣଙ୍କ କ୍ରେଡିଟ କାର୍ଡରେ ଏକ ବଡ଼ ଧରଣର ପରିବର୍ତ୍ତନର କାରଣ ହୋଇପାରେ ବୋଲି ସେ କହିଛନ୍ତି। ଏହି ଆପ ବିଷୟରେ ବେଲଜିୟମ ପୋଲିସ ଚେତାବନୀ ଦେଇ କହିଛି ଯେ, ଏହି ଭାଇରସ୍ ପେଡ୍ ସେବା, ବିଶେଷକରି ପ୍ରିମିୟମ୍ ସେବାରେ ସବସ୍କ୍ରାଇବ କରେ, ଯାହା ଉପଭୋକ୍ତା ଜାଣିପାରନ୍ତିନାହିଁ ।

ସିମେଣ୍ଟ ବସ୍ତାରୁ ପ୍ରସ୍ତୁତ କରୁଛନ୍ତି ଜରି ବ୍ୟାଗ୍‌: ରୋଜଗାରକ୍ଷମ ହୋଇପାରିଛନ୍ତି ଏସ୍ଏଚ୍‌ଜି ମହିଳା

ବାଲିପାଟଣା:  ସିମେଣ୍ଟ ବସ୍ତାରୁ ଜରି ବ୍ୟାଗ୍‌ ପ୍ରସ୍ତୁତ କରି ସ୍ୱାବଲମ୍ୱୀ ହେଉଛନ୍ତି ମହିଳା । ନିଜସ୍ୱ ମେସିନ୍ ବସାଇ ଭଳିକି ଭଳି ବ୍ୟାଗ୍ ତିଆରି କରୁଛନ୍ତି ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତାର ଏସଏଚଜି ମହିଳା । ପ୍ରତି ବ୍ୟାଗ୍‌କୁ ୧୦ରୁ ୫୦ ଟଙ୍କାରେ ବିକ୍ରି କରି ନିଜେ ଆତ୍ମନିର୍ଭରଶୀଳ ହେବା ସହିତ ଅନ୍ୟମାନଙ୍କୁ ରୋଜଗାର ଦେଉଛନ୍ତି ।

ବ୍ୟାଗ୍‌ରେ ରୂପାନ୍ତର ହେଉଛି ଅଦରକାରୀ ଜରି ବସ୍ତା । ବ୍ୟାଗ୍ ପ୍ରସ୍ତୁତ କରୁଛନ୍ତି ସ୍ୱଂୟ ସହାୟକ ମହିଳା । ନିତ୍ୟ ବ୍ୟବହାର୍ଯ୍ୟ କାର୍ଯ୍ୟରେ ଲାଗୁଛି ବ୍ୟାଗ୍ । ପରିବେଶ ପ୍ରଦୂଷଣ ମଧ୍ୟ ଦୂର ହେଉଛି । ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବ୍ଲକ୍ ହୀରାପୁର ଗାଁରେ ପ୍ରସ୍ତୁତ ହେଉଛି ଏହି ବ୍ୟାଗ୍ । ଅଦରକାରୀ ସିମେଣ୍ଟ ଜରିକୁ ସଂଗ୍ରହ କରି ସଂୟ ସହାୟକ ଗୋଷ୍ଠୀ ମହିଳାମାନେ ଭଳିକି ଭଳି ଘରକରଣା ବ୍ୟାଗ୍ ପ୍ରସ୍ତୁତ କରୁଛନ୍ତି । ଆଉ ଏହାକୁ ବିକ୍ରି ସ୍ୱାବଲମ୍ୱୀ ହେଉଛନ୍ତି ।

ହୀରାପୁର ଗାଁର ଅଧିକାଂଶ ଏସଏଚଜି ମହିଳା ଏହି ବ୍ୟାଗ୍ ପ୍ରସ୍ତୁତ କରୁଛନ୍ତି । ଦିନକୁ ଦେଢ ଶହରୁ ଅଧିକ ଏହି ବ୍ୟାଗ୍ ତିଆରି କରିବା ସହ ଏହାକୁ ୧୦ଟଙ୍କାରୁ ୫୦ ଟଙ୍କାରେ ବିକ୍ରି କରୁଛନ୍ତି । ହାତ ତିଆରି ବ୍ୟାଗ୍ ଚାହିଦା ସ୍ଥାନୀୟ ଅଞ୍ଚଳରେ ବେଶ ରହିଥିବା ବେଳେ ମହିଳାମାନେ ଦୁଇ ପଇସା ଭଲ ରୋଜଗାର କରୁଛନ୍ତି । ଘର କାମ କରିବା ସାଙ୍ଗକୁ ଫୁରସତ୍ ମିଳିଲେ ମହିଳାମାନେ ଜରି ବ୍ୟାଗ୍ ପ୍ରସ୍ତୁତ କରୁଛନ୍ତି । ନିଜେ ରୋଜଗାରକ୍ଷମ ହେବା ସହିତ ଅନ୍ୟମାନଙ୍କୁ ରୋଜଗାର ଦେଉଛନ୍ତି ।

ଏଥିସହିତ ପଢ଼ନ୍ତୁ: ଅଫ୍‌ଲାଇନ୍ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ: ୮୦.୮୩ ପ୍ରତିଶତ ଛାତ୍ରଛାତ୍ରୀ ପାସ୍