Pipili By-Election: ୧୩ତମ ରାଉଣ୍ଡ ସୁଦ୍ଧା ୧୪ ହଜାରରୁ ଅଧିକ ଭୋଟରେ ଆଗୁଆ ରୁଦ୍ର

1 min read
Pipili By-Election BJD Leads By 14212 Votes

ଭୁବନେଶ୍ୱର: ବିଜୟ ମୁହାଁ ବିଜେଡି । ପିପିଲି ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ପ୍ରତି ରାଉଣ୍ଡରେ ଆଗୁଆ ରହୁଛନ୍ତି । ରାଉଣ୍ଡ ପରେ ରାଉଣ୍ଡ ଭୋଟ୍ ଗଣତି ଚାଲିଥିବା ବେଳେ ବଢ଼ି ଚାଲିଛି ଭୋଟ୍ ବ୍ୟବଧାନ । ୧୩ତମ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ୧୪ ହଜାର ୨୧୨ ଭୋଟରେ ଆଗୁଆ ରହିଛନ୍ତି ।

୧୩ ତମ ରାଉଣ୍ଡ ସୁଦ୍ଧ ବିଜେଡିକୁ ୫୦ ହଜାର ୮୮୦ ଭୋଟ୍ ମିଳିଥିବା ବେଳେ ବିଜେପି ଖାତାକୁ ଯାଇଛି ୩୬, ୬୬୮ ଭୋଟ୍ । ଅମାନତ ହରାଇବାକୁ ଯାଉଥିବା କଂଗ୍ରେସକୁ ମିଳିଛି ମାତ୍ର ୨,୭୮୨ ଭୋଟ୍ । ନୋଟାରେ ୪୭୨ ଭୋଟ୍ ପଡ଼ିଛି । ବିଜେଡି ୫୫.୦୯ ପ୍ରତିଶତ ଭୋଟ୍ ପାଇଥିବା ବେଳେ ବିଜେପି ପାଇଛି ୩୯.୭୦ ପ୍ରତିଶତ ଭୋଟ୍ । ସେହିଭଳି କଂଗ୍ରେସକୁ ମିଳିଛି ୩.୦୧ ପ୍ରତିଶତ ଭୋଟ୍ ।

ପୁରୀ ପେଣ୍ଠକଟା ୱେୟାର ହାଉସ୍ ଷ୍ଟ୍ରଙ୍ଗ୍‌ ରୁମରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଚାଲିଛି ଭୋଟ୍ ଗଣତି । ୫ ଓ ୬ ନମ୍ବର ରୁମରେ ଇଭିଏମ ଭୋଟ୍‌ ଗଣତି ହେଉଛି । ଗଣତିରେ ୬୨ ଜଣ ଅଧିକାରୀ ନିୟୋଜିତ ହୋଇଛନ୍ତି । ଗଣତି ପାଇଁ ୧୪ଟି ଟେବୁଲର ବ୍ୟବସ୍ଥା ହୋଇଛି । ମୋଟ ୨୫ ରାଉଣ୍ଡ ଗଣତି ହେବ ।

Leave a Reply