ଦେଶରେ ଲାଗି ରହିଛି ତୈଳ ସଂକଟ, ଅଭାବ କାରଣରୁ ସେନା ବାଣ୍ଟିବାକୁ ଯାଉଛି ପେଟ୍ରୋଲ-ଡିଜେଲ

ଲଣ୍ଡନ: ଏମିତି ଏକ ଦେଶ ଯେଉଁଠି ସେନା ବାଣ୍ଟିବେ ପେଟ୍ରୋଲ ଏବଂ ଡିଜେଲ। ଡେଲିଭରି ବୟ ହୋଇ ଏବେ ଘରେ ଘରେ ପହଞ୍ଚାଇବେ ପେଟ୍ରୋଲ। ବନ୍ଧୁକ ଧରି ଦେଶକୁ ରକ୍ଷା କରୁଥିବା ସେନା ଏବେ ହାତରେ ପେଟ୍ରୋଲ ଧରି ଘରେ ଘରେ ଡେଲିଭରି କରିବେ। ସେନାଙ୍କ ଦ୍ୱାରା ପେଟ୍ରୋଲ ବଣ୍ଟାଉଥିବା ଦେଶ ହେଉଛି ବ୍ରିଟେନ୍‌।

ତେଲ ଅଭାବକୁ ନେଇ ବ୍ରିଟେନରେ ତେଲର ଘୋର ଅଭାବ ମୁକାବିଲା କରୁଛି। ଏହି ତେଲ ଅଭାବକୁ ଦୂର କରିବା ପାଇଁ ବର୍ତ୍ତମାନ ସେନା ମୁତୟନ କରାଯାଇଛି। ସରକାର କହିଛନ୍ତି ଯେ ସଶସ୍ତ୍ର ବାହିନୀର ଅଧିକାରୀମାନେ ସୋମବାର ଠାରୁ ବ୍ରିଟେନର ସବୁ ଗ୍ୟାରେଜ ମାନଙ୍କୁ ପେଟ୍ରୋଲ ପହଞ୍ଚାଇବେ। ପ୍ରେଟ୍ରୋଲ ପମ୍ପ ଉପରେ ଚାପକୁ ହ୍ରାସ କରିବା ପାଇଁ ମହିଳା ଏବଂ ତାଙ୍କ ସହ ୧୦୦ ଡ୍ରାଇଭରଙ୍କ ସମେତ ପ୍ରାୟ ୨୦୦ ସୈନିକ ଅଭାବକୁ ପୁରଣ କରିବେ। ତେବେ ମାର୍ଚ୍ଚ ଶେଷ ସୁଦ୍ଧା ବ୍ରିଟେନରେ ତୈଳ ଅଭାବକୁ ୩ ଶହ ବିଦେଶୀ ଇନ୍ଧନ ଟ୍ୟାଙ୍କର୍ ପୂରଣ କରିବ ବୋଲି ମନ୍ତ୍ରୀମାନେ ଘୋଷଣା କରିଛନ୍ତି।

ମନ୍ତ୍ରୀମାନେ କହିଛନ୍ତି ଯେ ଯଦି ଲୋକମାନେ ସାଧାରଣ ଭାବରେ ପେଟ୍ରୋଲ କିଣନ୍ତି ତେବେ ଦେଶରେ ତେଲର ଅଭାବ ହେବନାହିଁ। କିନ୍ତୁ ଲୋକେ ତେଲ ସରିଯିବା ଭୟରେ ଅହେତୁକ ଭାବରେ କିଣୁ ପେଟ୍ରୋଲ। ଟ୍ୟାକ୍ସି ଡ୍ରାଇଭର ମାନେ ଗାଡ଼ିରେ ଫୁଲ ତୖଳ ଭରୁଛନ୍ତି। ପେଟ୍ରୋଲ ପମ୍ପରେ ଲୋକେ ପେଟ୍ରୋଲ ପାଇଁ ଲାଇନ୍‌ ଲଗାଇ ଛିଡ଼ା ହେଉଛନ୍ତି। ଯେଉଁଥି ପାଇଁ ଦେଶରେ ଏବେ ପ୍ରେଟ୍ରୋଲ ସମସ୍ୟା ଦେଖାଯାଇଛି। ମନ୍ତ୍ରୀ ମାନେ କହିଛନ୍ତିଯେ ପେଟ୍ରୋଲ ପମ୍ପର ସ୍ଥିତିରେ ସୁଧାର ଆସୁଛି ଏବଂ ବିକ୍ରି ଅପେକ୍ଷା ଅଧିକ ପେଟ୍ରୋଲ ବିତରଣ କରାଯାଉଛି ବୋଲି ସେ କହିଛନ୍ତି। କିନ୍ତୁ ସେ ସ୍ୱୀକାର କରିଛନ୍ତି ଯେ ଦେଶର କେତେକ ଅଞ୍ଚଚଳରେ ପରିସ୍ଥିତି ବହୁତ ଖରାପ ରହିଛି। ଶୁକ୍ରବାର ଦିନ, ଆରଏସି ମୋଟରିଂ ଗ୍ରୁପ୍ କହିଛି ଯେ ବିତରଣ ସମସ୍ୟା ସମାଧାନ ହେଉଛି।

ତେବେ ସୈନିକ ମାନେ କେମିତି ପେଟ୍ରୋଲ ବାଣ୍ଟିବେ ସେ ନେଇ ଏବେ ସ୍ୱତନ୍ତ୍ର ଟ୍ରେନିଂ ନେଉଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି ।

Leave a Reply