spot_img
Home Blog Page 5282

ମାସିକ ଶିଶୁ ପତ୍ରିକା ‘ଶିଶୁ ଲେଖା’ ଲୋକାର୍ପିତ, ସାହିତ୍ୟିକ ମନୋଜ ଦାସଙ୍କ ସଂପର୍କରେ ଉଲ୍ଲେଖ

ଭୁବନେଶ୍ୱର: ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ମାସିକ ଶିଶୁ ପତ୍ରିକା ଶିଶୁ ଲେଖା ଲୋକାର୍ପିତ ହୋଇଛି । ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ନିର୍ଦ୍ଦେଶାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଟିତ ଏକ ସ୍ବତନ୍ତ୍ର ଉତ୍ସବରେ ଏହାର ଲୋକାର୍ପଣ କରିଛନ୍ତି ବିଭାଗୀୟ ସଚିବ ସୁରେଶ ଚନ୍ଦ୍ର ଦଳାଇ ।

ଚଳିତ ସଂସ୍କରଣରେ ଦିବଙ୍ଗତ ଲେଖକ ତଥା ସାହିତ୍ୟିକ ମନୋଜ ଦାସଙ୍କ ସଂପର୍କରେ ଉଲ୍ଲେଖ କରାଯାଇଛି । ଆଗାମୀ ଦିନରେ ପ୍ରତି ମାସରେ ସଂସ୍କରଣ ପ୍ରକାଶ ପାଇବ ଏବଂ ଶିଶୁମାନଙ୍କ ଜାଣିବା ଭଳି ବିଷୟବସ୍ତୁ ପତ୍ରିକାରେ ସ୍ଥାନ ପାଇବ ବୋଲି ସଚିବ କହିଛନ୍ତି ।

ଗାଡ଼ି ଚଳାଉଛନ୍ତି କି ସାବଧାନ୍, ଆଇନ ନମାନିଲେ ରଦ୍ଦ ହୋଇପାରେ ଲାଇସେନ୍ସ

ଭୁବନେଶ୍ୱର: ଟ୍ରାଫିକ ନିୟମ ନମାନିଲେ ଭାରି ପଡ଼ିବ କାର୍ଯ୍ୟାନୁଷ୍ଠାନ  ।  ପୂର୍ବ ଅପେକ୍ଷା ଆହୁରି କଠୋର ହୋଇଛି ଟ୍ରାଫିକ୍ ନିୟମ । ଏଣିକି ସଡ଼କ ସୁରକ୍ଷା ନିୟମ ଭାଙ୍ଗିଲେ ରଦ୍ଦ ହେବ ଲାଇସେନ୍ସ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ସବୁ RTOଙ୍କୁ ଏନେଇ ଚିଠି ଲେଖିଛନ୍ତି ପରିବହନ କମିଶନର । ରାଜ୍ୟ ପରିବହନ ବିଭାଗର ନିୟମକୁ ଉଲ୍ଲଂଘନ କଲେ ଲାଇସେନ୍ସ ରଦ୍ଦ ହେବା ନେଇ ସୂଚନା ଦିଆଯାଇଛି  । ଏହି ସମସ୍ତ ନିୟମ ଗୁଡ଼ିକ ହେଉଛି, ଦ୍ରୁତ ଗତିରେ ଗାଡ଼ି ଚାଳନା, ମଦ ପିଇ ଗାଡି ଚଳାଇବା, ବିନା ହେଲମେଟ୍‌ରେ ଗାଡ଼ି ଚାଳନା କରିବା ଏବଂ ଗାଡ଼ି ଚଳାଇବା ବେଳେ ମୋବାଇଲ୍‌ ଫୋନ୍ ବ୍ୟବହାର କରିବା ଆଇନ ଅନୁଯାୟୀ ଭୁଲ  ।

ତେଣୁ ଗାଡ଼ି ଚାଳନା ବେଳେ ଯୋଉଁ ବ୍ୟକ୍ତି ଏହି ସମସ୍ତ ମଧ୍ୟରୁ ଯେକୌଣସି କାର୍ଯ୍ୟ କରୁଥିବେ ଉକ୍ତ ବ୍ୟକ୍ତିଙ୍କର  ଲାଇଲେନ୍‌ସ ବାତିଲ୍‌ ହେବ । ଏହା ବ୍ୟତୀତ ଅନ୍ୟ କାରଣ ମଧ୍ୟ ରହିଛି  । ଯଥା କ୍ଷମତାଠାରୁ ଅଧିକ ଯାତ୍ରୀ ପରିବହନ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏବେ ସୁଦ୍ଧା ଆଇନ ଉଲ୍ଲଙ୍ଘନ କରି ୨୭ହଜାର ୨୬୪ଜଣଙ୍କ ଲାଇସେନ୍ସ ରଦ୍ଦ ହୋଇଛି । ସେହିପରି ରେଡ୍‌ ଲାଇଟ୍‌ ଉଲ୍ଲଂଘନ କରି ୫୨ଜଣ, ଓଭଲରଲୋଡିଂରେ ହଜାରେ ୬୭ଜଣ, ଗାଡି ଚଳାଇବା ବେଳେ ଫୋନ୍‌ରେ କଥା ହୋଇ ୮୨୦ ଜଣଙ୍କ ଲାଇସେନ୍‌ସ ରଦ୍ଦ କରାଯାଇଥିବା ନେଇ ସୂଚନା ପରିବହନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତାଲିବାନ ସହ କଥା ହେବ ଭାରତ, କୂଟନୈତିକ ରାସ୍ତା ଖୋଲା ରଖିବାକୁ ଚାହେଁ ନୂଆଦିଲ୍ଲୀ !

ନୂଆଦିଲ୍ଲୀ: ତାଲିବାନ ସହିତ ଭାରତ କୂଟନୈତିକ ସମ୍ପର୍କ ସ୍ଥାପନ କରିବ କି ? ଭାରତ ତାଲିବାନ ନେତୃତ୍ୱ ସହିତ କଥାବାର୍ତ୍ତା ହେବ କି ? ଆଫଗାନିସ୍ତାନ ଉପରେ ତାଲିବାନ କବଜା ପରଠାରୁ ଏହି ପ୍ରଶ୍ନ ଉଠୁଛି । ତେବେ ଏକ ଜାତୀୟ ନ୍ୟୁଜ୍ ଚ୍ୟାନେଲ ଅନୁସାରେ ଭାରତ ସରକାର ଦେଶହିତରେ ଆଫଗାନିସ୍ତାନର ନୂଆ ସରକାର ସହିତ ଆଲୋଚନା କରିବାକୁ ପ୍ରସ୍ତୁତ ହେଉଛନ୍ତି । ସୂତ୍ର ଅନୁସାରେ ଆଫଗାନିସ୍ତାନରେ ନୂଆ ସରକାର ଗଠନ ପରେ ଭାରତ ସବୁ ପକ୍ଷ ସହିତ ଆଲୋଚନା କରିବାକୁ ମନ ବଳାଇଥିବା ଜଣା ପଡ଼ିଛି । ଆବଶ୍ୟକତା ପଡ଼ିଲେ ଭାରତ ତାଲିବାନ ସହିତ ମଧ୍ୟ ଆଲୋଚନା କରିବ । ସୂତ୍ର ଅନୁସାରେ ଆଫଗାନିସ୍ତାନର ପରିବର୍ତ୍ତିତ ପରିସ୍ଥିତି ଦୃଷ୍ଟିରୁ ଭାରତ ସରକାର ପୁରା ପ୍ରସଙ୍ଗକୁ ନେଇ ନିଜର ନୀତି ଖୁବଶୀଘ୍ର ତିଆରି କରିବେ ।

ସୂଚନାଯୋଗ୍ୟ ଯେ, ଭାରତ ଓ ତାଲିବାନ ମଧ୍ୟରେ ଗୁପ୍ତ ଆଲୋଚନା ନେଇ ଅନେକ ସମୟରେ ମିଡିଆରେ ରିପୋର୍ଟ ଆସିଛି । ଯାହାକୁ ଭାରତ ସରକାର ସ୍ୱୀକାର କିମ୍ବା ଅସ୍ୱୀକାର କରିଛନ୍ତି । ତାଲିବାନ ତା’ର ପ୍ରଥମ ଶାସନ କାଳରେ ପାକିସ୍ତାନୀ ଆତଙ୍କବାଦୀଙ୍କୁ ସାହାଯ୍ୟ କରୁଥିଲା । ନୂଆ ପରିସ୍ଥିତିରେ ତାଲିବାନ ପୁଣି ତାରା ପୁରୁଣା ନୀତିକୁ ଅନୁସରଣ କରିପାରେ ବୋଲି ଭାରତ ଆଶଙ୍କା କରୁଛି । ଅନ୍ୟପକ୍ଷରେ ତାଲିବାନ କହିଛି ଯେ, ଭାରତ ଚାହିଁଲେ ଆଫଗାନିସ୍ତାନର ଅସମ୍ପୂର୍ଣ୍ଣ ଭାରତୀୟ ପ୍ରକଳ୍ପକୁ ଏହା ପୁରା କରିପାରିବ । ତେବେ ଏହାସହିତ ତାଲିବାନ ଭାରତକୁ ଚେତାବନୀ ମଧ୍ୟ ଦେଇଛି । ଆଫଗାନ ମାଟିକୁ କୌଣସି ଦେଶ ନିଜ ସ୍ୱାର୍ଥ ପାଇଁ ବ୍ୟବହାର କରି ପାରିବ ନାହିଁ ବୋଲି ତାଲିବାନ କହିଛି । ତାଲିବାନ ମଧ୍ୟ କାଶ୍ମୀରରେ କୌଣସି ପ୍ରକାରର ହସ୍ତକ୍ଷେପ କରିବ ନାହିଁ ବୋଲି ସ୍ପଷ୍ଟ କରିଦେଇଛି । ତେବେ ଭାରତ ତାଲିବାନର କଥା ଉପରେ କେତେ ବିଶ୍ୱାସ କରିବ ତାହା ବଡ଼ କଥା ।

ଏଥିସହିତ ପଢ଼ନ୍ତୁ: ପୌର ନିର୍ବାଚନ ବିଳମ୍ୱ ପ୍ରସଂଗ: ୪ ସପ୍ତାହ ମଧ୍ୟରେ ଜବାବ ରଖିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ପୌର ନିର୍ବାଚନ ବିଳମ୍ୱ ପ୍ରସଂଗ: ୪ ସପ୍ତାହ ମଧ୍ୟରେ ଜବାବ ରଖିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ, ଭୁବନେଶ୍ୱର ଓ ପୁରୀ ପୌର ନିର୍ବାଚନ ପ୍ରସଙ୍ଗ । ତିନିଟି ଆବେଦନ ଉପରେ ହାଇକୋର୍ଟରେ ପୃଥକ ପୃଥକ ଶୁଣାଣି ହୋଇଛି । ଅଢେଇ ବର୍ଷରୁ ଅଧିକ ସମୟ ହେବ ରାଜ୍ୟରେ ପୌର ନିର୍ବାଚନ ହୋଇନି ବୋଲି ଆବେଦନକାରୀ ଆବେଦନରେ ଦର୍ଶାଇ ଥିଲେ । ଶୁଣାଣି ପରେ ହାଇକୋର୍ଟ ରାଜ୍ୟ ନିର୍ବାଚନ କମିଶନ, ମୁଖ୍ୟ ଶାସନ ସଚିବ, ପଞ୍ଚାୟତିରାଜ ଓ ନଗର ଉନ୍ନୟନ ସଚିବଙ୍କୁ ନୋଟିସ ଜାରି କରି ୪ ସପ୍ତାହ ମଧ୍ୟରେ ଜବାବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

କଟକ, ପୁରୀ ଓ ଭୁବନେଶ୍ୱରରେ ପୌରାଞ୍ଚଳ ନିର୍ବାଚନ ପାଇଁ ତୁରନ୍ତ ବିଜ୍ଞପ୍ତି ପ୍ରକାଶ ପାଇଁ ନିର୍ଦ୍ଦେଶ ପ୍ରଦାନ କରାଯାଉ ବୋଲି ଆବେଦନରେ ଦର୍ଶାଯାଇଥିଲା। ପୌରାଞ୍ଚଳ ନିର୍ବଚନର କାର୍ଯ୍ୟକାଳ ୨୦୧୯ରୁ ଶେଷ ହୋଇଛି । ଜନପ୍ରତିନିଧିତ୍ୱ ଅନୁସାରେ ଯେଉଁ ସଂସ୍ଥା ପରିଚାଳିତ ହେବା କଥା ତାକୁ ଏବେ ସରକାରୀ ଅଧିକାରୀମାନ ଚଳାଉଛନ୍ତି। ପୌର ପରିଷଦର ନିର୍ବାଚିତ ସଦସ୍ୟଙ୍କ ୫ ବର୍ଷିଆ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ନିର୍ବାଚନ ହେବା କଥା। କିନ୍ତୁ ଇତି ମଧ୍ୟରେ ତିନି ବର୍ଷ ବିତିବାକୁ ବସିଥିବା ବେଳେ ପୌର ନିର୍ବାଚନ କରାଯାଇ ନାହିଁ।

ଏଥିସହିତ ପଢ଼ନ୍ତୁ: ଜେଏମ୍‌ଏମ୍‌ରେ ଫାଟ, ଦଳରୁ ଇସ୍ତଫା ଦେଲେ ମହେଶ ହେମ୍ୱ୍ରମ୍

ବାବା ବେଶରେ ୩ କୋଟି ଟଙ୍କାର ଚୂନ ଲଗାଇଲେ

ଭୁବନେଶ୍ୱର: ଓଟିଡିସି ନାଁରେ ୩ କୋଟି ଠକେଇ ମାମଲାରେ ଖୋଲୁଛି ଆତ୍ମଘୋଷିତ ବାବାଙ୍କ ଠକେଇର ଫର୍ଦ୍ଦ । ଗିରଫ ପରେ ବିଜୟାନନ୍ଦଙ୍କ ଗୁମର ଖୋଲିବାରେ ଲାଗିଛି । ଭାଇରାଲ ହେଉଛି ବାବା ବିଜୟାନନ୍ଦ ଚୌଧୁରୀଙ୍କ ଫଟୋ । ମୁଣ୍ଡରେ ମୁକୁଟ, ମଥାରେ ସିନ୍ଦୁର ଟିକା ଓ ଗଳାରେ ଫୁଲ ମାଳ ପକାଇ ଲୋକଙ୍କୁ ଠକୁଥିଲେ ବିଜୟାନନ୍ଦ । କେତେବେଳେ ଗେରୁଆ ଓ କେତେବେଳେ ଧଳାବସ୍ତ୍ର ପିନ୍ଧି ନିଜର ରୂପ ବଦଳାଉଥିଲେ । ତାଙ୍କର ଏପରି ଅନେକ ଛଦ୍ମବେଶ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଚୌଦ୍ୱାରରୁ ଢେଙ୍କାନାଳ ଯ଼ିବା ରାସ୍ତାରେ ରହିଛି ଠକ ବାବାଙ୍କ ଆଶ୍ରମ । ହେଲେ କଟକ ସେକ୍ଟର ୧୦ର ବିଡ଼ାନାସି ଅଞ୍ଚଳରେ ରହୁଥିଲେ ବାବା । ତନ୍ତ୍ରମନ୍ତ୍ର ଆଳରେ କଣ୍ଟାକ୍ଟରଙ୍କ ନିକଟରୁ ଜାଲ୍ ଦସ୍ତଖତ କରାଇ ଚୂନ ଲଗାଉଥିବା ଅଭିଯୋଗ ହୋଇଛି । ଅଭିଯୋଗ ପରେ ବାବାଙ୍କୁ ରିମାଣ୍ଡରେ ଆଣି ଇଓଡବ୍ଲୁ ପଚରାଉଚରା କରୁଥିବା ସୂଚନା ମିଳିଛି । ପୂର୍ବରୁ ନିଜକୁ ଓଟିଡିସିର ଚେୟାରମ୍ୟନର ପରିଚୟ ଦେଇ ସ୍ପେଶାଲ କ୍ଲାସ କଣ୍ଟ୍ରାକ୍ଟର ଧନୁର୍ଦ୍ଧର ଚମ୍ପତିରାୟଙ୍କ ନିକଟରୁ ୩କୋଟି ଟଙ୍କା ଚୂନ ଲାଗାଇଥିବା ଅଭିଯୋଗ ଆସିଥିଲା । ଓଟିଡିସି ନାଁରେ ୩କୋଟି ଠକେଇ ଅଭିଯୋଗରେ ଗତ ରବିବାର ବାବା ବିଜୟାନନ୍ଦ ଚୌଧୁରୀ ଓରଫ ବିଜୟାନନ୍ଦ ମହାରାଜଙ୍କୁ ଗିରଫ କରିଛି ଇଓଡବ୍ଳ୍ୟୁ । ଠକେଇରେ ଶିକାର ହୋଇଥିବା ବ୍ୟକ୍ତି ବିଜୟାନନ୍ଦଙ୍କ ବିରୋଧରେ କ୍ରାଇମ୍‌ବ୍ରାଞ୍ଚର ଇଓଡବ୍ଳ୍ୟୁ ନିକଟରେ ଅଭିଯୋଗ କରିଛନ୍ତି ।

ଏଥିସହିତ ପଢ଼ନ୍ତୁ: ତାଲିବାନକୁ ଡରିଗଲେ ବାଇଡନ୍,ଅଗଷ୍ଟ ୩୧ରେ ହିଁ କାବୁଲ ଛାଡ଼ିବେ ଆମେରିକା ସେନା

 

ତାଲିବାନକୁ ଡରିଗଲେ ବାଇଡନ୍,ଅଗଷ୍ଟ ୩୧ରେ ହିଁ କାବୁଲ ଛାଡ଼ିବେ ଆମେରିକା ସେନା

କାବୁଲ: ତାଲିବାନ ଧମକରେ ଭୟଭୀତ ଆମେରିକା ଅଗଷ୍ଟ ୩୧ ତାରିଖ ସୁଧା କାବୁଲ ଛାଡିବା ପାଇଁ ପ୍ରକ୍ରିୟା ଜୋରଦାର କରିଛି । କେବଳ ସେତିକି ନୁହେଁ ଯେଉଁ ଆମେରିକୀୟ ସୈନିକଙ୍କୁ ନିଜର ନାଗରିକଙ୍କ ଉଦ୍ଧାର ପାଇଁ ନିୟୋଜିତ କରାଯାଇଛି ସେମାନେ ମଧ୍ୟ ଅଗଷ୍ଟ ୩୧ ସୁଧା ନିଜ ଦେଶକୁ ଫେରିଯିବ । ଆମେରିକାର ସହଯୋଗୀ ରାଷ୍ଟ୍ର ଆଉ କିଛି କାବୁଲରେ ରହିବା ପାଇଁ ୱାସିଂଟନକୁ ଅନୁରୋଧ କରୁଥିଲେ ମଧ୍ୟ ବାଇଡେନ୍ ପ୍ରଶାସନ ନିଜ ନିଷ୍ପତ୍ତିରେ ଅଟଳ ରହିଛି ।
ଆମେରିକାର ଏହି ନିଷ୍ପତ୍ତି ପଛରେ ରହିଛି ସିଆଇଏ ମୁଖ୍ୟ ଓ ତାଲିବାନ ନେତା ମୁଲ୍ଲା ବରାଦାର ମଧ୍ୟରେ ହୋଇଥିବା ବାର୍ତ୍ତାର ବିଫଳତା । ଅଗଷ୍ଟ ୩୧ ପରେ ମଧ୍ୟ କିଛି ଦିନ ପାଇଁ ଆମେରିକୀୟ ସୈନିକଙ୍କୁ କାବୁଲ ବିମାନବନ୍ଦରର ସୁରକ୍ଷା ଦାୟିତ୍ୱରେ ରହିବା ପାଇଁ ଅନୁମତି ଦେବା ପାଇଁ ସିଆଇଏ ମୁଖ୍ୟ ବରାଦରକୁ ଅନୁରୋଧ କରିଥିଲେ । ଏହି ପ୍ରସ୍ତାବାକୁ ତାଲିବାନ ସିଧସଳଖ ପ୍ରତ୍ୟାଖାନ କରିଦେଇଥିଲା । ପରେ ତାଲିବାନ ମୁଖପାତ୍ର ସୁହୈଲ ଶାହିନ ୩୧ ଅଗଷ୍ଟ ପରେ ଆମେରିକା କାବୁଲରୁ ସେନା ନ ହଟାଇଲେ ପରିଣାମ ଗମ୍ଭୀର ହେବ ବୋଲି କହିଥିଲେ । ଏହାପରେ ଆମେରିକା ତା’ର ଉଦ୍ଧାର କାର୍ଯ୍ୟକୁ ତ୍ୱାରନ୍ୱିତ କରିଛି ।
ଚେକପଏଣ୍ଟରେ ଆଫଗାନୀଙ୍କୁ ରୋକୁଛି ତାଲିବାନ
ଏହା ମଧ୍ୟରେ ତାଲିବାନ ଆଫଗାନୀ ନାଗରିକଙ୍କୁ ନିଜ ଦେଶ ନଛାଡିବାକୁ କହିଛି । ତାଲିବାନର କଥା ନମାନି ଦେଶ ଛାଡିବାକୁ ବିମାନବନ୍ଦରରେ ଲୋକ ପହଞ୍ଚୁଛନ୍ତି । ଯାହାକୁ ନେଇ ଉତକ୍ଷିପ୍ତ ଥିବା ତାଲିବାନ ପ୍ରଥମେ ଆମେରିକାକୁ ଆଫଗାନୀ ନାଗରିକଙ୍କୁ ଦେଶରୁ ନନେବା ପାଇଁ କହିଥିଲା । ତେବେ ଏବେ ତାଲିବାନ କାବୁଲର ବିଭିନ୍ନ ସ୍ଥାନରେ ଚେକ୍ ପଏଣ୍ଟ୍ ଲଗାଇଛି । ବିମାନବନ୍ଦର ଆଡ଼କୁ ଯାଉଥିବା ରାସ୍ତାକୁ ତାଲିବାନ ଅବରୋଧ କରିଛି । ଏହି ଚେକପଏଣ୍ଟରେ ଆଫଗାନୀ ନାଗରିକଙ୍କୁ ତାଲିବାନ ଅଟକାଉଛି ।
କାବୁଲରେ କେତେ ଆମେରିକୀୟ ସୈନିକ ଅଛନ୍ତି ?
କାବୁଲ ବିମାନ ବନ୍ଦର ଏବେ ଆମେରିକା ସୈନିକଙ୍କ କବଜାରେ ରହିଛି । ସେଠାରେ ୫ ହଜାର ୮ଶହ ସୈନିକ ମୁତୟନ ଅଛନ୍ତି । ଏହା ସହିତ ୧୦୦୦ ବ୍ରିଟିଶ ସୈନିକ ଓ କିଛି ତୁର୍କୀ ସୈନିକ ମଧ୍ୟ ଏୟାରପୋର୍ଟ ସୁରକ୍ଷା ସମ୍ଭାଳୁଛନ୍ତି । କାବୁଲର ଅଚାନକ ପତନ ପରେ ଆମେରିକା ସାଢେ ୩ ହଜାର ସୈନିକଙ୍କୁ କାବୁଲ ବିମାନ ବନ୍ଦର ସୁରକ୍ଷା ପାଇଁ ପଠାଇଥିଲା ।

ଏଥିସହିତ ପଢ଼ନ୍ତୁ: ସଲମାନ୍ ଖାନ୍‌ଙ୍କୁ ବିମାନ ବନ୍ଦରରେ ଅଟକାଇବା ଘଟଣା: କାର୍ଯ୍ୟାନୁଷ୍ଠାନ ନେଇ ସ୍ପଷ୍ଟ କଲା ସିଆଇଏସ୍‌ଏଫ୍

ସଲମାନ୍ ଖାନ୍‌ଙ୍କୁ ବିମାନ ବନ୍ଦରରେ ଅଟକାଇବା ଘଟଣା: କାର୍ଯ୍ୟାନୁଷ୍ଠାନ ନେଇ ସ୍ପଷ୍ଟ କଲା ସିଆଇଏସ୍‌ଏଫ୍

ବଲିଉଡ୍ ଅଭିନେତା ସଲମାନ୍ ଖାନ୍‌ଙ୍କୁ ବିମାନ ବନ୍ଦରରେ ଅଟକାଇଥିବା ସିଆଇଏସ୍ଏଫ୍ ଅଫିସର ଦଣ୍ଡିତ ହୋଇଛନ୍ତି । ତାଙ୍କ ମୋବାଇଲ୍ ସିଜ୍ କରାଯାଇଛି । ଏଭଳି ଖବରକୁ ଖଣ୍ଡନ କରିଛି ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ୍ ସିକ୍ୟୁରିଟି ଫୋର୍ସ । ସିଆଇଏସ୍‌ଏଫ୍ ପକ୍ଷରୁ ଏକ ଟ୍ୱିଟ୍ କରାଯାଇ ଏ ନେଇ ସ୍ପଷ୍ଟ କରାଯାଇଛି । ସିଆଇଏସ୍ଏଫ୍ ଯବାନଙ୍କୁ ଦଣ୍ଡିତ କରାଯାଇନି ବରଂ ସମ୍ମାନୀତ କରାଯାଇଛି । ନିଜ ଦାୟିତ୍ୱକୁ ସଠିକ୍ ଭାବେ ତୁଲାଇଥିବାରୁ ସିଆଇଏସ୍‌ଏଫ୍ ଯବାନ ସୋମନାଥ ମହାନ୍ତିଙ୍କୁ ପୁରସ୍କୃତ କରାଯାଇଥିବା ସିଆଇଏସ୍ଏଫ୍ ପକ୍ଷରୁ କୁହାଯାଇଛି । ଏବଂ ଦଣ୍ଡିତ ଖବରକୁ ଭୁଲ ବୋଲି କୁହାଯାଇଛି ।

ଯବାନଙ୍କ ମୋବାଇଲ୍ ସିଜ୍ ନେଇ ଖବର ପ୍ରସାରିତ ହୋଇଥିଲା 

ସୋମନାଥ ମହାନ୍ତି ଏୟାରପୋର୍ଟରେ ସଲମାନ୍‌ଙ୍କୁ ଅଟକାଇ ନିଜ ଦାୟିତ୍ୱ ପୂରା କରିଥିଲେ । ଏଣୁ ତାଙ୍କୁ ଖୁବ୍ ପ୍ରଶଂସା କରାଯାଇଥିଲା । କିନ୍ତୁ ପରେ ତାଙ୍କ ମୋବାଇଲକୁ ସିଜ୍ କରାଯାଇଥିବା ନେଇ ମଧ୍ୟ ଖବର ଆସିଥିଲା । କାହିଁକି ନା ସେ ସଲମାନ୍ ଖାନ୍ ପ୍ରସଂଗରେ ଗଣମାଧ୍ୟମ ସହ କଥାବାର୍ତ୍ତା ହୋଇଥିଲେ । ଯାହା ସିଆଇଏସ୍ଏଫ୍ ପ୍ରୋଟକଲ୍‌ର ଉଲ୍ଳଂଘନ । କୁହାଯାଇଥିଲା ଯେ, ଭବିଷ୍ୟତରେ ଏଭଳି ଭୁଲ୍ ନ କରିବା ନେଇ ତାଙ୍କ ମୋବାଇଲ୍ ସିଜ୍ କରାଯାଇଥିଲା । କିନ୍ତୁ ବର୍ତ୍ତମାନ ମାମଲା ନୂଆ ମୋଡ଼ ନେଇଛି ।

ସୂଚନା ଯୋଗ୍ୟ ଯେ, ଟାଇଗର-୩ ସୁଟିଂ ସେଡ୍ୟୁଲ୍ ଦୀର୍ଘ ଦିନ ଧରି କରୋନା କାରଣରୁ ଅଟକି ରହିଥିବା ବେଳେ ବର୍ତ୍ତମାନ ଏହାର ସୁଟିଂ ଡେଟ୍ ଫିକ୍ସ ହୋଇଛି ।  ଏଥିରେ କଟ୍ରିନା କ୍ୟାଫଙ୍କୁ ମଧ୍ୟ ଦେଖିବାକୁ ମିଳିବ । ତେବେ ଏହି ଚଳଚ୍ଚିତ୍ରର ସୁଟିଂ ପାଇଁ ହିଁ ସଲମାନ୍ ଋଷ ଯାଉଥିବା ସୂଚନା ରହିଛି ।

ପାକିସ୍ତାନ ଶାସକ ଦଳ ନେତାଙ୍କ ଦାବି: କହିଲେ, କଶ୍ମୀରକୁ ଫେରାଇ ଆଣିବେ ତାଲିବାନୀ

ନୂଆଦିଲ୍ଲୀ: ତାଲିବାନୀ ଆତଙ୍କୀଙ୍କୁ ଚୀନ ଓ ପାକିସ୍ତାନ ସମର୍ଥନ କରୁଥିବା କୁହାଯାଉଥିବା ବେଳେ ପାକିସ୍ତାନର ଏକ ରାଜନୈତିକ ଦଳ ପାକିସ୍ତାନୀ ସେନାର ତାଲିବାନୀ ସହ ସମ୍ପର୍କ ଥିବା କହିଛି । ଏଭଳି କି ତାଲିବାନୀ ପାକିସ୍ତାନ ପାଇଁ କଶ୍ମୀରକୁ ଫେରାଇ ଆଣିବେ ବୋଲି କହିଛି ।

ପାକିସ୍ତାନର ତେହରୀକେ ଇନ୍‌ସାଫ୍ (ପିଟିଆଇ)ର ନୀଲମ୍ ଇର୍ସାଦ ଶେଖ୍ ଠାରୁ ଆରମ୍ଭ କରି ଶାସକ ଦଳର ଅନ୍ୟ ନେତା ମଧ୍ୟ ତାଲିବାନୀ ସପକ୍ଷରେ ବୟାନବାଜୀ ଆରମ୍ଭ କରିଦେଇଛନ୍ତି ।  ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍‌ଙ୍କ ଠାରୁ ଆରମ୍ଭ କରି ଶାସକ ଦଳର ନେତା ସମସ୍ତେ ତାଲିବାନ ସପକ୍ଷରେ ବୟାନବାଜୀ ଆରମ୍ଭ କରିଦେଇଛନ୍ତି । ନୀଲମ୍ ସର୍ସାଦ ଶେଖ୍‌ ଏକ ଲାଇଭ ଟିଭି ଡିବେଟ୍‌ରେ ତାଲିବାନକୁ ନିଜର ସାଥୀ ବୋଲି ସ୍ୱୀକାର କରିଛନ୍ତି । ତାଲିବାନ ଭାରତଠାରୁ କାଶ୍ମୀର ବିଜୟ କରି ପାକିସ୍ତାନକୁ ଦେବ ବୋଲି ନୀଲମ ଦାବି କରିଛନ୍ତି ।

ନୀଲମଙ୍କ ଏଭଳି ବୟାନ ଶୁଣି ଲାଇଭ ସୋ’ରେ ଉପସ୍ଥିତ ଥିବା ସମସ୍ତ ଅତିଥି ଏବଂ ଖବର ଉପସ୍ଥାପିକ ହସିବାକୁ ଲାଗିଥିଲେ । ଖବର ଉପସ୍ଥାପିକ ଜଣକ ବ୍ୟଙ୍ଗାତ୍ମକ ଭାବେ ନୀଲମଙ୍କୁ ପ୍ରଶ୍ନ କରିଥିଲେ, ତାଲିବାନ ଏଭଳି ଚାହୁଁଛି ବୋଲି ନିଶ୍ଚିତ ରୂପେ ଆପଣଙ୍କ ପାଖକୁ ହ୍ୱାଟ୍ସଆପ୍‌ ମେସେଜ ଆସିଛି ।

https://twitter.com/SAMRIReports/status/1429883964701958144?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1429883964701958144%7Ctwgr%5E%7Ctwcon%5Es1_&ref_url=https%3A%2F%2Fzeenews.india.com%2Fworld%2Ftaliban-will-help-us-win-kashmir-pakistan-leader-from-imran-khans-ruling-party-2388217.html

ଜେଏମ୍‌ଏମ୍‌ରେ ଫାଟ, ଦଳରୁ ଇସ୍ତଫା ଦେଲେ ମହେଶ ହେମ୍ୱ୍ରମ୍

ବାରିପଦା: ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍)ରେ ଅସନ୍ତୋଷ । ଦଳରୁ ଇସ୍ତଫା ଦେଲେ ରାଜ୍ୟର ପୂର୍ବତନ ରାଜ୍ୟ ସଭାପତି ମହେଶ ହେମ୍ୱ୍ରମ୍ । ସେ ତାଙ୍କର ଇସ୍ତଫା ପତ୍ର ଦଳର କେନ୍ଦ୍ରୀୟ କମିଟି ସଭାପତିଙ୍କୁ ପ୍ରଦାନ କରି ତାର ଏକକିତା ନକଲ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ପ୍ରଦାନ କରିଛନ୍ତି । ଦଳରେ କାର୍ଯ୍ୟ କରିବାର ସୁଯୋଗ ଦେଇଥିବାରୁ ମହେଶ ସଭାପତିଙ୍କୁ କୃତଜ୍ଞତା ଜଣାଇବା ସହିତ ଦଳର ସାଧାରଣ ସଦସ୍ୟ ଓ ପଦପଦବୀରୁ ସେ ଇସ୍ତଫା ଦେଇଥିବା ଦର୍ଶାଇଛନ୍ତି ।

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କ ଭଉଣୀ ତଥା ଦଳର ସୁପ୍ରିମ ଶିବୁ ସୋରେନଙ୍କ ଝିଅ ଅଞ୍ଜନୀ ସୋରେନ ରାଜ୍ୟ ଅଧ୍ୟକ୍ଷା ହେବା ପରେ ଜେଏମଏମ୍ ଦଳର ରାଜ୍ୟ ସଂଗଠନର ଅସନ୍ତେୋଷ ଦେଖାଦେଇଥିଲା । ଚିଟଫଣ୍ଡ ମାମଲାରେ ଅଭିଯୁକ୍ତ ଥାଇ ଜେଲ ଯାଇଥିବା ପୂର୍ବତନ ସାଂସଦ ରାମଚନ୍ଦ୍ର ହାଁସଦାଃ ଜେଏମଏମରେ ଯୋଗେଦଇ ଅଞ୍ଜନୀଙ୍କ ଟିମ୍‌ରେ ରାଜ୍ୟ ସାଧାରଣ ସମ୍ପାଦକ ପଦବୀ ପାଇଥିବା ବେଳେ ପୂର୍ବତନ ବିଧାୟକ ପ୍ରହ୍ଲାଦ ପୂର୍ତ୍ତିଙ୍କୁ ରାଜ୍ୟ କୋଷାଧ୍ୟକ୍ଷ ଓ ପ୍ରଭୁଦାନ ମାରାଣ୍ଡିଙ୍କୁ ଜିଲ୍ଲା ସଭାପତି ପଦବୀ ମିଳିଥିଲା । ଯାହାକୁ କେନ୍ଦ୍ରକରି ମହେଶ ହେମ୍ୱ୍ରମ୍ ତଥା ତାଙ୍କ ଟିମ୍‌ର ପୂର୍ବତନ ଜିଲ୍ଳା ସଭାପତି ଫାଗୁ ହାଁସଦାଃ ଓ ରାମଚନ୍ଦ୍ର ମୁର୍ମୁଙ୍କ ମଧ୍ୟରେ  ଅସନ୍ତୋଷ ପ୍ରକାଶ ପାଇଥିଲା । ଏଣୁ ଏମାନେ ଅଞ୍ଚନୀଙ୍କ କୌଣସି କାର୍ଯ୍ୟକ୍ରମରେ ଯୋଗ ଦେଉନଥିଲେ । ମହେଶଙ୍କ ପରେ ପରେ ଫାଗୁ ଓ ରାମଚନ୍ଦ୍ର ସମର୍ଥକଙ୍କ ସହିତ ଦଳ ତ୍ୟାଗ ଆଶଙ୍କା ମଧ୍ୟ ଦେଖାଦେଇଛି । ପ୍ରକାଶ ଥାଉ କି, ୨୦୧୪ ମସିହା ବିଧାନସଭା ନିର୍ବାଚନ ପୂର୍ବରୁ ତତ୍କାଳୀନ ରାଜ୍ୟ ସଭାପତି ତଥା ବର୍ତ୍ତମାନର ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି ଜେଏମଏମ୍ ଦଳରୁ ଇସ୍ତଫା ଦେଇ ବିଜେଡିରେ ଯୋଗ ଦେବାପରେ ମହେଶ ହେମ୍ୱ୍ରମ୍ ରାଜ୍ୟ ସଭାପତି ହୋଇଥିଲେ । ୨୦୧୯ ବିଧାନସଭା ନିର୍ବାଚନରେ ମହେଶ ସାରସକଣା ଆସନରୁ ଫାଗୁ ବାଙ୍ଗିରିପୋଷି ଆସନରୁ ଓ ରାମଚନ୍ଦ୍ର ରାଇରଙ୍ଗପୁର ଆସନରୁ ଦଳୀୟ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ପରାସ୍ତ ହୋଇଥିଲେ । ୨୦୧୪ରୁ ୨୦୨୦ ପର୍ଯ୍ୟନ୍ତ ଦଳର ନେତୃତ୍ୱ ନେଇ ମହେଶ ଓ ତାଙ୍କ ଟିମ୍ ଦଳର ସଂଗଠନକୁ ମୟୂରଭଞ୍ଜ ସମେତ ରାଜ୍ୟରେ ଶକ୍ତିଶାଳୀ କରିବାରେ ବିଫଳ ରହିବାରୁ ଜେଏମ୍‌ଏମ୍ କେନ୍ଦ୍ରୀୟ କମିଟି ସମସ୍ତଙ୍କ ହାତରୁ କ୍ଷମତା ପ୍ରତ୍ୟାହାର କରି ସଂଗଠନକୁ ପୁନର୍ଗଠିତ କରିଥିଲା । ସେବେ ଠାରୁ ଦଳରେ ଲାଗିଥିବା ପୁଞ୍ଜିଭୂତ କନ୍ଦଳ ଆଜି ପ୍ରକାଶ ପାଇଛି । ଖୁବଶୀଘ୍ର ମହେଶ ଓ ତାଙ୍କ ଟିମ୍ ଅନ୍ୟ ରାଜନୈତିକ ଦଳରେ ଯୋଗଦେବେ ବୋଲି ରାଜେନୖତିକ ମହଲରେ ଚର୍ଚ୍ଚା ଜୋର ଧରିଛି ।

ରାଜ୍ୟରେ ୮୮୭ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ: ୧୮ ବର୍ଷରୁ କମ୍ ବର୍ଗର ୧୩୧ ଜଣ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ନିୟନ୍ତ୍ରଣରେ ରହିଛି କରୋନା । ପୁଣି ୧ ହଜାର ତଳେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ମୋଟ ୮୮୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୮ ବର୍ଷରୁ କମ୍ ୧୩୧ ଜଣ  ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୫୧୫ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୩୭୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୨୭, ବାଲେଶ୍ୱରରୁ ୫୬, ବରଗଡ଼ ୯, ଭଦ୍ରକ ୯, ବୌଦ୍ଧ ୧, କଟକ ୧୧୯, ଦେବଗଡ଼ ୯, ଢେଙ୍କାନାଳ ୧୬, ଗଜପତି ୩, ଗଞ୍ଜାମ୨,ଯାଜପୁର୪୩,ଝାରସୁଗୁଡ଼ା୫,କଳାହାଣ୍ଡି ୧, କନ୍ଧମାଳ ୨, କେନ୍ଦ୍ରାପଡ଼ା ୧୫, କେନ୍ଦୁଝର ୧୯, ଖୋର୍ଦ୍ଧା ୩୨୩, କୋରାପୁଟ ୪, ମାଲକାନଗିରି ୨, ମୟୂରଭଞ୍ଜ ୩୧, ନବରଙ୍ଗପୁର ୨, ନୟାଗଡ଼ ୧୧, ନୂଆପଡ଼ା ୩, ପୁରୀ ୩୯, ରାୟଗଡ଼ା ୨, ସମ୍ୱଲପୁର ୨୧, ସୁନ୍ଦରଗଡ଼ ୭ ଓ ଷ୍ଟେଟ୍ ପୁଲ୍‌ରୁ ୬୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ବର୍ତ୍ତମାନ ରାଜ୍ୟରେ ୮୨୨୬ କରୋନା ମାମଲା ରାଜ୍ୟରେ ସକ୍ରିୟ ରହିଛି ।