West Bengal Bypoll: ବିପୁଳ ପରିମାଣରେ ଭବାନୀପୁରରେ ଦିଦିଙ୍କ ବିଜୟ ହାସଲ

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗରେ ସବୁ ତର୍ଜମାର ଅନ୍ତ ଘଟିଲା। ପଶ୍ଚିମବଙ୍ଗର ହାଇପ୍ରୋଫାଇଲ ଆସନ ଭବାନୀପୁର ଉପ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିପୁଳ ବିଜୟ। ୫୮ହଜାରରୁ ଅଧିକ ଭୋଟରେ ଜିତିଲେ ମମତା। ଭବାନୀପୁରରେ ରେକର୍ଡ ଭୋଟରେ ଜିତିଛନ୍ତି ମମତା ବାନାର୍ଜୀ। ୨୧ ରାଉଣ୍ଡ ପରେ ୫୮ ଜହାର ୮୩୨ ଭୋଟରେ ଜିତିଛନ୍ତି ଦିଦି। ମୁଖ୍ୟମନ୍ତ୍ରୀ ମମତା ବିଜେପିର ପ୍ରିୟଙ୍କା ତିବ୍ରେଓ୍ୱାଲଙ୍କୁ ବିପୁଳ ଭୋଟ ବ୍ୟବଧାନରେ ହରାଇଛନ୍ତି। ଯଦି ଦେଖିବା ତେବେ ଭୋଟ ଗଣନା ଆରମ୍ଭରୁହିଁ ମମତା ଲିଡ କରୁଥିଲେ। ବିଜେପିର ପ୍ରିୟଙ୍କା ବହୁ ପଛରେ ରହିଯାଇଛନ୍ତି ମମତାଙ୍କ ଠାରୁ।

ସେପଟେ ମମତାଙ୍କ ଘର ଆଗରେ ଟିଏମ୍‌ସିର ସମର୍ଥକ ମାନେ ବାଣ ଫୁଟାଇ ବାଜା ବଜାଇ ଉତ୍ସବ ମନାଇବାକୁ ଲାଗିଲେଣି। ରାସ୍ତା ରାସ୍ତାରେ ପ୍ଲା ପାର୍ଡ ଏବଂ ଟିଏମ୍ସିର ପତାକା ଧରି ନାଚୁଛନ୍ତି ସମର୍ଥକ। ପ୍ରବଳ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରବିବାର ସକାଳ ୮ ଟାରୁ କୋଲକାତାରେ ପଶ୍ଚିମବଙ୍ଗ ବାଇପୋଲ ପାଇଁ ଭୋଟ୍ ଗଣନା ଆରମ୍ଭ ହୋଇଥିଲା। ସେପ୍ଟେମ୍ବର ୩୦ ରେ ଭବାନୀପୁର, ଜାଙ୍ଗିପୁର ଏବଂ ସମସରଗଞ୍ଜ ବିଧାନସଭା ନିର୍ବାଚନମଣ୍ଡଳୀରେ ମତଦାନ ଅନୁଷ୍ଠିତ ହୋଇଥିଲା।

ଅଧିକାରୀ କହିଛନ୍ତି ଯେ ଗଣନା କରୁଥିବା କର୍ମଚାରୀଙ୍କୁ କେବଳ କଲମ ଏବଂ କାଗଜ ବ୍ୟବହାର କରିବାକୁ ଅନୁମତି ଦିଆଯାଇଥିଲା। କେବଳ ରିଟର୍ନିଂ ଅଫିସର ଏବଂ ସୁପରଭାଇଜର ଫୋନ୍ ବ୍ୟବହାର କରିପାରିବେ ବୋଲି ନିର୍ଦ୍ଦେଶ ରହିଥିଲା। ଭବନପୁର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ କୋଲକାତାର ସଖାୱତ ମେମୋରିଆଲ ସ୍କୁଲରେ ୨୧ ରାଉଣ୍ଡ, ସମସରଗଞ୍ଜ ପାଇଁ ୨୬ ଏବଂ ଜାଙ୍ଗିପୁର ନିର୍ବାଚନମଣ୍ଡଳୀ ପାଇଁ ୨୪ ଟି ରାଉଣ୍ଡରେ ଭୋଟ୍ ଗଣନା ଚାଲିଛି।

Leave a Reply