spot_img
Home Blog Page 5278

ଦେବାଦେବୀଙ୍କ ଦେହରୁ ବାହାରୁଛି ଝାଳ, ଜାଣନ୍ତୁ ଭାରତର କେଉଁ କେଉଁ ମନ୍ଦିରରେ ଘଟୁଛି ଏଭଳି ଅଲୌକିକତା?

ଭୋପାଳ: ଦେବତାଙ୍କ ଦେହରୁ ବାହାରୁଛି ଝାଳ । ମଧ୍ୟପ୍ରଦେଶର ଜବଲପୁରର କାଳୀ ମନ୍ଦିରରେ ଏପରି କିଛି ଅଲୌକିକତାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ । ଲୋକେ ଆଶ୍ଚର୍ଯ୍ୟ ହେବାର କାରଣ ହେଉଛି, ମା’ କାଳୀଙ୍କ ପ୍ରତିମାରୁ ବାହାରୁଛି ଝାଳ । ଲୋକଙ୍କ କହିବା ଅନୁଯାୟୀ, ମା’ ଉତ୍ତାପ ସହ୍ୟ କରନ୍ତି ନାହିଁ, ଯେଉଁଥି ପାଇଁ ମା’ଙ୍କ ମୂର୍ତ୍ତିରୁ ଝାଳ ବାହାରୁଛି। ତେଣୁ ସେଥିପାଇଁ ମନ୍ଦିରରେ ସଦାସର୍ବଦା ଏସି ଚଲାଯାଇଥାଏ । ଜବଲପୁରର ଏହି ମନ୍ଦିର ବହୁ ପୁରୁଣା ହୋଇଥିବା ବେଳେ, ଏହି ମନ୍ଦିରରେ ରହିଛି ମା’ ଙ୍କର ଏକ ବିଶାଳ ମୂର୍ତ୍ତି । ପ୍ରାୟ ୬ଶହ ବର୍ଷ ତଳେ ଗୋଣ୍ଡୱାନା ରାଜ୍ୟ ସମୟରେ ଏହା ପ୍ରତିଷ୍ଠା ହୋଇଥିଲା ବୋଲି କୁହାଯାଏ । ସେବେଠାରୁ ଆଜି ପର୍ଯ୍ୟନ୍ତ ଏଠାରେ ଏହି ବିଶ୍ୱାସ ରହିଆସିଛି ।

କେବଳ ଏହି ମୂର୍ତ୍ତି ନୁହେଁ, ହିମାଚଳ ପ୍ରଦେଶର ଭଲେଇ ମାତାଙ୍କ ମନ୍ଦିରରେ ବି ଦେଖିବାକୁ ମିଳୁଛି ସମାନ କଥା । ମା’ଙ୍କ ମୂର୍ତ୍ତିରୁ ଝାଳ ବାହାରୁଥିବା ବେଳେ, ମା’ ଙ୍କୁ ନେଇ ରହିଛି ଅନେକ ବିଶ୍ୱାସ। ନବରାତ୍ରୀ ଦିନ ମା’ ଙ୍କ ମନ୍ଦିରରେ ଭକ୍ତଙ୍କ ଭିଡ ଜମିଥାଏ । ବିଶ୍ୱାସ ରହିଛି ମା’ ଙ୍କ ଝାଳ ବାହାରିବା ସମୟରେ ଯେଉଁ ଭକ୍ତ, ସେଠାରେ ଉପସ୍ଥିତ ଥାନ୍ତି, ସେମାନଙ୍କ ମନୋବାଞ୍ଛା ପୂରଣ ହୋଇଥାଏ । ମନ୍ଦିରର ପୂଜକଙ୍କ କହିବା ଅନୁଯାୟୀ, ଏହି ସ୍ଥାନରେ ମା’ ଙ୍କ ମୂର୍ତ୍ତି ପ୍ରକଟ ହେବା ପରେ ସେଠାରେ ମନ୍ଦିର ନିର୍ମାଣ କରାଯାଇଥିଲା ।

ସେହିପରି ତାମିଲନାଡ଼ୁର କାର୍ତ୍ତିକେୟ ମୁରୁଗାରେ ଥିବା ପ୍ରଭୁ ସୁବ୍ରମଣ୍ୟମଙ୍କ ମୂର୍ତ୍ତିରୁ ମଧ୍ୟ ଝାଳ ବାହାରିବା ଦେଖାଯାଏ। ପ୍ରତିବର୍ଷ ଅକ୍ଟୋବରରୁ ନଭେମ୍ବର ଯାଏ ଏଠାରେ ଏକ ବଡ଼ ଉତ୍ସବ ହୋଇଥାଏ। ଏହି ସମୟରେ ପ୍ରଭୁ ସୁବ୍ରମଣ୍ୟମଙ୍କ ପଥର ମୂର୍ତ୍ତିରୁ ଝାଳ ବାହାରିଥାଏ  । ଏବଂ ଏହି ପର୍ବର ବିଶ୍ୱାସ ରହିଛି ଯେ ବାହାରୁଥିବା ଝାଳ ପ୍ରଭୁ ସୁବ୍ରମଣ୍ୟମଙ୍କ କ୍ରୋଧର ପ୍ରତୀକ  । ବିଶ୍ୱାସ ଅନୁଯାୟୀ, ଏଠାରେ ଜଣେ ରାକ୍ଷସ ସହ ପ୍ରଭୁ ସୁବ୍ରମଣ୍ୟମଙ୍କ ଯୁଦ୍ଧ ହୋଇଥିଲା  । ଆଉ ସେହି ରାକ୍ଷସକୁ ବଧ ପରେ ଭଗବାନ ସୁବ୍ରମଣ୍ୟମଙ୍କ ବିଜୟ ହୋଇଥିଲା  । କ୍ରୋଧର ପ୍ରତୀକ ଭାବେ ଭଗବାନଙ୍କ ଶରୀରରୁ ଝାଳ ବାହାରିଥାଏ  ।  ଏହି ଝାଳକୁ ଭକ୍ତମାନଙ୍କ ଉପରେ ଛିଞ୍ଚା ଯାଇଥାଏ  ।

OLYMPUS DIGITAL CAMERA

ତୃତୀୟ ଲହରରେ ଶିଶୁ ଓ ଗର୍ଭବତୀଙ୍କ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ଭୁବନେଶ୍ୱର AIIMS

ଭୁବନେଶ୍ୱର: ତୃତୀୟ ଲହର ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ଭୁବନେଶ୍ୱର AIIMS। ଶିଶୁଙ୍କ ପାଇଁ ୨ଟି ୱାର୍ଡରେ ୬୦ଟି ବେଡ଼ ସହ ୭ଟି ଆଇସିୟୁ ପ୍ରସ୍ତୁତ ଥିବା କହିଛନ୍ତି ଭୁବନେଶ୍ୱର ଏମସ ନିର୍ଦ୍ଦେଶିକା। ଯଦି ଦରକାର ହୁଏ ଆଇସିୟୁ ସଂଖ୍ୟା ବଢ଼ିବ। ଶିଶୁଙ୍କ ପାଇଁ ସମସ୍ତ ମେଡିସିନ ମହଜୁଦ ରହିଛି। ତୃତୀୟ ଲହରକୁ ଦୃଷ୍ଟିରେ ରଖି ଡାକ୍ତର ଓ ନର୍ସଙ୍କୁ ସ୍ୱତନ୍ତ୍ର ତାଲିମ ଦିଆଯାଇଛି। ତୃତୀୟ ଲହରରେ ୧୮ ବର୍ଷରୁ କମ ପିଲା ଅଧିକ ସଂକ୍ରମିତ ହେବାର ସମ୍ଭାବନା ରହିଥିବାରୁ ଅଧିକ ଚ୍ୟାଲେଞ୍ଜ ରହିଛି।

ତଥାପି ଭୁବନେଶ୍ୱର ଏମସ ସବୁ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ଥିବା କହିଛନ୍ତି ଏମ୍‌ସର ନିର୍ଦ୍ଦେଶିକା। ଯଦି କୌଣସି ଶିଶୁ କୋଭିଡ ପଜିଟିଭ ହୋଇ ଏମସରେ ଭର୍ତ୍ତି ହୁଅନ୍ତି, ତାଙ୍କ ସହ ତାଙ୍କ ପରିବାରର ଜଣକୁ ରହିବା ପାଇଁ ଅନୁମତି ମଧ୍ୟ ଦିଆଯିବ। ସେହିପରି ଜନ୍ମ ହେବାକୁ ଯାଉଥିବା ଶିଶୁ ଓ ମା’ଙ୍କର ଅଧିକ ଯତ୍ନ ନିଆଯିବ। ଏଥିଲାଗି ଦୁଇଟି ଏକମୋ ମେସିନ ମଧ୍ୟ ରହିଛି। ଆବଶ୍ୟକ ପଡ଼ିଲେ ତାକୁ ମଧ୍ୟ ବ୍ୟବହାର କରାଯିବ ବୋଲି ସୂଚନା ଦେଇଛନ୍ତି ଏମସ ନିର୍ଦ୍ଦେଶିକା।

 

ମାଁ ହେଲେ ଅଭିନେତ୍ରୀ ନୁସରତ୍ ଜାହାନ

କୋଲକାତା: ଟିଏମସି ସାଂସଦ ତଥା ଅଭିନେତ୍ରୀ ନୁସରତ ଜାହାନ୍ ଆଜି ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ସେ ଅଗଷ୍ଟ ୨୫ ତାରିଖ ରାତିରେ କୋଲକାତାର Neotia ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଖବର ଅନୁଯାୟୀ ଅଭିନେତା ୟଶ ଦାସଗୁପ୍ତା ତାଙ୍କୁ ମେଡିକାଲ ଆଣିଥିଲେ ।

ପ୍ରସବ ପୂର୍ବରୁ ନୁସରତ୍ ଏକ ଫଟୋ ଇନଷ୍ଟାଗ୍ରାମରେ ଶେୟାର କରିଥିଲେ । Faith Over Fear ❤️ #positivity #morningvibes.

https://www.instagram.com/p/CTBZdHkq0hx/?utm_source=ig_web_copy_link

ଉଭୟ ମାଆ ଓ ନବଜାତ ସୁସ୍ଥ ଥିବା ନେଇ ସୂଚନା ଦେଇଛନ୍ତି ଅଭିନେତା ୟଶ ।

କୋଲକାତା ଏୟାରପୋର୍ଟରୁ ୪୨୫୦ କୋଟି ଟଙ୍କାର ରେଡିଓ ମେଟଲ ଜବତ

କୋଲକାତା: କୋଲକାତା ବିମାନବନ୍ଦରରେ ସିଆଇଡି ପକ୍ଷରୁ ୪୨୫୦ କୋଟି ଟଙ୍କା ମୂଲ୍ୟର ରେଡିଓ ଆକ୍ଟିଭ୍ ଧାତୁ କାଲିଫର୍ନିୟମ୍ ଜବତ କରିଛି। ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି।

ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଆନନ୍ଦନଗରର ଲେଫ୍ଟନାଣ୍ଟ ବିଶ୍ୱନାଥ କର୍ମାକରଙ୍କ ପୁଅ ଶୖେଲେନ କରମକାର (୪୧ ବର୍ଷ) ଏବଂ ଦ୍ୱିତୀୟ ଅଭିଯୁକ୍ତ ଅସିତ ଘୋଷ (୪୯ ବର୍ଷ)।

ସୂଚନା ଅନୁଯାୟୀ, ସିଆଇଡି ସେମାନଙ୍କ ପାଖରୁ ପାଉଁଶ ରଙ୍ଗର ୪ଟି ପଥର ଖଣ୍ଡକୁ ଜବତ କରିଥିଲା । ଯାହାର ଓଜନ ୨୫୦.୫ ଗ୍ରାମ ରହିଛି । ପଥର ଗୁଡିକ ଅନ୍ଧାରରେ ଚମକୁ ଥିବା ବେଳେ ଏଥିରେ ଖଣିଜ ପଦାର୍ଥ ଭରପୂର ଥିବା ଜଣାପଡୁଥିଲା ।

ତେବେ ପ୍ରାଥମିକ ତଦନ୍ତରୁ ଏହା କାର୍ଲିଫନିୟମ୍ ବୋଲି ଅନୁମାନ କରାଯାଇଛି । କାର୍ଲିଫନିୟମ୍ ର ମୂଲ୍ୟ ଗ୍ରାମ ପ୍ରତି ଭାରତୀୟ ମୁଦ୍ରାରେ ପାଖାପାଖି ୧୭ କୋଟି ଟଙ୍କା ହେବ ।

ରେଡିଓ ଆକ୍ଟିଭ୍ ମେଟଲ୍ କାଲିଫର୍ନିୟମ୍ କ’ଣ?

ଦେଶର ଜଣେ ସାଧାରଣ ବ୍ୟକ୍ତି ରେଡିଓ ଆକ୍ଟିଭ୍ ପଦାର୍ଥ ତଥା କାଲିଫର୍ନିୟମ୍ କିଣା-ବିକା କରିପାରିବ ନାହିଁ ।  ଏହା ଏତେ ମହଙ୍ଗା ଯେ ରେଡିଓ ଆକ୍ଟିଭ୍ ପଦାର୍ଥଗୁଡିକ କେବଳ ଲାଇସେନ୍ସ ପ୍ରାପ୍ତ ବ୍ୟକ୍ତିଙ୍କ ଦ୍ୱାରା ବିକ୍ରି ହୋଇପାରିବ । କାଲିଫର୍ନିଆ ଦେଶରେ ମୁମ୍ବାଇର ଭାବା ଆଟୋମିକ୍ ରିସର୍ଚ୍ଚ ସେଣ୍ଟରରୁ ଉପଲବ୍ଧ । ରେଡିଓ ଆକ୍ଟିଭ୍ ପଦାର୍ଥ କାଲିଫର୍ନିୟମ୍ ସିନ୍ଥେଟିକ୍ । ଏହାର ରଙ୍ଗ ରୂପା ପରି।

ତେବେ କାଲିଫର୍ନିଆ ଠିକ୍ ସାବୁନ୍ ପରି, ଯାହାକୁ ବ୍ଲେଡ୍ ରେ  ଖଣ୍ଡ ଖଣ୍ଡ କରି କାଟି ଦିଆଯାଇପାରେ । ବିଶ୍ୱରେ ଏହାର ଉତ୍ପାଦନ ପ୍ରତିବର୍ଷ ମାତ୍ର ଅଧା ଗ୍ରାମ ହୋଇଥାଏ । ଆହୁରି ମଧ୍ୟ କର୍କଟ ରୋଗର ଚିକିତ୍ସାରେ କାଲିଫର୍ନିଆର ବ୍ୟବହାର କରାଯାଏ କିନ୍ତୁ ଏହା ଖୁବ୍ ସାଂଘାତିକ ହୋଇପାରେ ।

ଆଫଗାନିସ୍ତାନ ସ୍ଥିତି ଜଟିଳ; ଭାରତୀୟଙ୍କୁ ଫେରାଇ ଆଣିବାକୁ ଉଦ୍ୟମ କରୁଛୁ ବୋଲି କହିଲେ ଏସ୍ ଜୟଶଙ୍କର

ନୂଆଦିଲ୍ଲୀ: ଆଫଗାନିସ୍ତାନ ସ୍ଥିତିକୁ ନେଇ ସର୍ବଦଳୀୟ ବୈଠକ ଆୟୋଜିତ ହୋଇଯାଇଛି । ଏହି ଅବସରରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି ଯେ ଆଫଗାନିସ୍ତାନ ସ୍ଥିତି ଜଟିଳ ହୋଇପଡିଥିବା ବେଳେ ସେଠାରୁ ଭାରତୀୟଙ୍କୁ ଫେରାଇ ଆଣିବାକୁ ସବୁ ପ୍ରକାର ଉଦ୍ୟମ କରାଯାଉଛି ।

ଆଫଗାନିସ୍ତାନରେ ଭାରତ ସରକାରଙ୍କ ହେଲ୍‌ପ ଡେସ୍କ ସହ ପ୍ରାୟ ୧୫ହଜାର ଭାରତୀୟ ଯୋଗାଯୋଗ କରିଛନ୍ତି । ସାରା ବିଶ୍ବ ଆଫଗାନ୍‌ ସ୍ଥିତି ଉପରେ ନଜର ରଖିଛି । ଭାରତ ମଧ୍ୟ ଓ୍ବେଟ୍‌ ଆଣ୍ଡ ଓ୍ବାଚ୍‌ ମୋଡ୍‌ରେ ରହିଛି। ସର୍ବଦଳୀୟ ବୈଠକରେ ଆଫଗାନିସ୍ଥାନ ସ୍ଥିତି ନେଇ ମାନସ ମନ୍ଥନ ହୋଇଛି । ସେଠାରେ କେତେ ଭାରତୀୟ ଫସିଛନ୍ତି । କେତେ ଜଣଙ୍କୁ କେବେ ଓ କେମିତି ଉଦ୍ଧାର କରାଯାଇଛି, ସେନେଇ ବୈଠକରେ ସୂଚନା ଦିଆଯାଇଛି ।

ଏଥିସହ ୟୁଏସ, ଋଷିଆ ଓ ଚୀନ୍‌ ପକ୍ଷରୁ ନାଗରିକଙ୍କୁ ଉଦ୍ଧାର ପାଇଁ ହେଉଥିବା ଉଦ୍ୟମ ନେଇ ମଧ୍ୟ ଆଲୋଚନା ହୋଇଛି । ଅପରେସନ୍‌ ‘ଦେବୀ ଶକ୍ତି’ ଜରିଆରେ ଭାରତୀୟ ଓ ଆଫଗାନିସ୍ତାନ ନାଗରିକଙ୍କୁ ଭାରତ ଅଣାଯାଉଛି। ଏପର୍ଯ୍ୟନ୍ତ ୮ଶହରୁ ଅଧିକ ଲୋକଙ୍କୁ ଆଫଗାନିସ୍ତାନରୁ ଅଣାଯାଇଛି।

ଅପରପକ୍ଷେ ଦେଶ ହିତ ପାଇଁ ସରକାରଙ୍କ ସବୁ ନିଷ୍ପତ୍ତିକୁ ସମର୍ଥନ କରିବାକୁ କଂଗ୍ରେସ କହିଛି। ବୈଦେଶିକ ନୀତି ପ୍ରଭାବିତ ହୋଇଥିବା ବେଳେ ଆଗକୁ ଆଫଗାନ ସହ କିପରି କୁଟନୈତିକ ସଂପର୍କ ଭଲ ରହିବ ସେନେଇ କଂଗ୍ରେସ ପ୍ରସ୍ତାବ ଦେଇଛି ।

 

୧୭ ଏକର ଜମିରେ ହେବ ଗୁରୁକୂଳ, ୪ଶହ ସେବାୟତ ପରିବାରକୁ ମିଳିବ ଘର

ପୁରୀ: ଶେଷ ହେଲା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ  । ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ଲାଗିଲା ମୋହର  । ଏଥର ଶ୍ରୀମନ୍ଦିର ସେବାୟତଙ୍କୁ ମିଳିବ ଘର। ଆର୍ଥିକ ସ୍ଥିତି ଦୁର୍ବଳ ଥିବା ସେଵକଙ୍କ ଘର ପାଇଁ ନୂଆ ପରିଚାଳନା କମିଟିର ପ୍ରଥମ ବୈଠକରେ ଆଲୋଚନା ହୋଇଛି । ପ୍ରାୟ ୪ଶହ ପରିବାରକୁ ଘର ଦିଆଯିବା ନେଇ ନିଷ୍ପତ୍ତି ହୋଇଛି । ୮ଏକର ଜମିରେ ଘର ନିର୍ମାଣ ହେବ। ଲ୍ୟାଣ୍ଡ ସବକମିଟି ଏହାକୁ ଅନୁମୋଦନ କରିବ । ଘର ନିର୍ମାଣ ପାଇଁ ଦୁଇଲକ୍ଷ ଟଙ୍କା ସେବକଙ୍କୁ ଦିଆଯିବ।

ସେହିପରି ଆସନ୍ତା ବର୍ଷଠାରୁ ଶ୍ରୀମନ୍ଦିର ଗୁରୁକୁଳ ଆରମ୍ଭ ହେବ । ଶ୍ରୀମନ୍ଦିର ଆଦର୍ଶ ଗୁରୁକୁଳ ସୋସାଇଟି ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ହୋଇଛି । ୧୭ ଏକର ଜମି ମାଟିତୋଟାରେ ଗୁରୁକୂଳକୁ ମିଳିବ । ସୋସାଇଟିର ଚେୟାରମ୍ୟାନ ଗଜପତି ମହାରାଜା ରହିବେ। ଗୋଟିଏ ସଂସ୍ଥା ସହ ଗୁରୁକୂଳ ପାଇ ଏମଓୟୁ ହେବ। ଆଦର୍ଶ ଗୁରୁକୂଳ ପାଇଁ ଓଡିଶା ସରକାର ପ୍ରାୟ ୨୦ କୋଟି ଟଙ୍କା ଖର୍ଚ୍ଚ କରିବେ ।

ଅନ୍ୟ ପକ୍ଷରେ ଶ୍ରୀମନ୍ଦିର ରକ୍ଷଣାବେକ୍ଷଣ ପାଇଁ ଭଲ ପ୍ଲାନିଂ କରିବା ପାଇଁ ପରିଚାଳନା କମିଟି ପକ୍ଷରୁ ଅନୁରୋଧ କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନ ସହ ମିଶି ୫ବର୍ଷିଆ ରକ୍ଷଣାବେକ୍ଷଣ ପ୍ଲାନ୍ କରାଯିବ । ରଥଯାତ୍ରା ପରେ ରଥର ଚକକୁ ମାଗଣାରେ ଯୋଗାଇ ଦିଆଯିବ। ଏନେଇ ସବକମିଟିକୁ ଦାୟିତ୍ୱ ଦିଆଯାଇଛି। ଅର୍ଥ ସବକମିଟି ବଜେଟ୍ ଆସନ୍ତା ପରିଚାଳନା କମିଟିରେ ହେବ। ହେରିଟେଜ କରିଡର୍ ପାଇଁ ଅନେକ ଅନୁମୋଦନ ହୋଇଛି। NMA ଅନୁମୋଦନ ଖୁବଶୀଘ୍ର ଦେବ ।

କୋଲ୍ଡ ଡ୍ରିଙ୍କ୍ସରେ ନିଶା ଦେଇ ପିକନିକରେ ଛାତ୍ରୀଙ୍କୁ ଗଣ ଦୁଷ୍କର୍ମ

ଇନ୍ଦୋର: ସାଥିରେ ଭ୍ରମଣରେ ଗଲେ, କିନ୍ତୁ ରାତିରେ ସାଥି ସାଜିଲେ ଯୌନ ପିପାସୁ  । ପିକନିକରେ ବନ୍ଧୁଙ୍କ ସହ ଛାତ୍ରୀ ବୁଲିବାକୁ ଯାଇଥିବାବେଳେ ପୁରୁଷ ବନ୍ଧୁ ଗଣ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ  । ଏଭଳି ଘଟଣା ଘଟିଛି ମଧ୍ୟପ୍ରଦେଶର ରାଜଧାନୀ ଇନ୍ଦୋରରେ  । ସମସ୍ତ ଛାତ୍ର ଗୋଟିଏ କଲେଜର ହୋଇଥିବାବେଳେ ଭ୍ରମଣ କରିବାକୁ ଏକତ୍ର ଯାଇଥିଲେ  । ଏହି ସମୟରେ ଜଣେ ଛାତ୍ରୀଙ୍କୁ ତିନି ପୁରୁଷ ବନ୍ଧୁ ପାନୀୟରେ ନିଶା ମିଶାଇ ଦେଇଥିଲେ  । ପରେ ଛାତ୍ରୀ ଜଣଙ୍କ ଚେତାଶୂନ୍ୟ ହୋଇ ପଡ଼ିବା ପରେ ଜଣେ ପରେ ଜଣେ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ କରିଛନ୍ତି ପୀଡ଼ିତା  ।

ପୋଲିସ ଏହି ମାମଲରା ତଦନ୍ତ କରିବା ପରେ ପୀଡ଼ିତାଙ୍କ ମହିଳା ବନ୍ଧୁଙ୍କ ସମେତ ତିନି ଜଣ ପୁରୁଷ ବନ୍ଧୁଙ୍କ ନାମରେ ମାମଲା ଦାୟର କରିଛି  । ସେପଟେ ସମସ୍ତ ଅଭିଯୁକ୍ତ ବର୍ତ୍ତମାନ ସୁଦ୍ଧା ଫେରାର ରହିଥିବା ଜଣାପଡ଼ିଛି  । ପୋଲିସ ମାମଲାକୁ ଗୁରୁତ୍ୱ ସହକାରେ ନେଇଥିବା କହିଛନ୍ତି ଏସପି ଆଶୁତୋଶ ବାଗରୀ  । ଏହି ଘଟଣା ସମ୍ବନ୍ଧରେ ସୂଚନା ଦେଇ ଏସପି କହିଛନ୍ତି, ସମସ୍ତ ଛାତ୍ରଛାତ୍ରୀ ଗୋଟିଏ କଲେଜରେ ଅଧ୍ୟୟନ କରନ୍ତି  । ସମସ୍ତେ ଏକାଠି ବୁଲିବାକୁ ମାଣ୍ଡବୀ ଯାଇଥିଲେ  ।

ରାତିରେ ଫେରିବା ସମୟରେ ଜଣେ ମହିଳା ବାନ୍ଧବୀଙ୍କ ସହ ତିନି ପୁରୁଷ ସାଙ୍ଗ ଉକ୍ତ ଯୁବତୀଙ୍କୁ ନିଶାଦ୍ରବ୍ୟ ଦେଇଥିଲେ  । ଯଦ୍ୱାରା ଛାତ୍ରୀ ଜଣଙ୍କ  ନିଜର ଚେତା ହରାଇଥିଲେ  । ପରେ ତିନି ପୁରୁଷ ବନ୍ଧୁ ମିଶି ଛାତ୍ରୀହ୍କୁ ଗଣ ଦୁଷ୍କର୍ମ କରିଥିଲେ  । ଏଥିରେ ମହିଳା ଛାତ୍ରୀଙ୍କର ମଧ୍ୟ ଭୁମିକା ଥିବା ନେଇ ଲସୁଡ଼ିଆ ଥାନାରେ ଅଭିଯୋଗ କରିଛନ୍ତି ପୀଡ଼ିତାଙ୍କ ପରିବାର  । ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ଖୋଜୁଥିବାବେଳେ ସେମାନେ ଫେରାର ଥିବା ଜଣାପଡିଛି  ।

ବିଶାଖାପାଟଣାର କମ୍ପାନୀ ବଏଲରରୁ ବିଷାକ୍ତ କେମିକାଲ୍ ଲିକ୍, କର୍ମଚାରୀ ସୁରକ୍ଷିତ

ବିଶାଖାପାଟଣା: ବିଶାଖାପାଟଣାରେ ଏକ ଆଡମିରନ ଲାଇଫ ସାଇନ୍ସ ପ୍ରାଇଭେଟ ଲିମିଟେଡ କମ୍ପାନୀର ବଏଲରରୁ ବିଷାକ୍ତ ରସାୟନିକ ଲିକ ହେବା ନେଇ ସୂଚନା ମିଳିଛି । କୌଣସି କାରଣବଶତଃ କାରଖାନାରୁ ହଠାତ୍ କେମିକାଲ୍ ଲିକ୍ ହେବା ପରେ ଉତ୍ତେଜନା ଦେଖାଦେଇଥିଲା ।

ମିଳିଥିବା ସୂଚନା ଅନୁଯାୟୀ, ଏହି ଘଟଣା ପରେ କର୍ମଚାରୀ ମାନଙ୍କୁ ସୁରକ୍ଷିତ ବାହାରକୁ ବାହା କରାଯାଇଥିଲା । ଖବର ପାଇ ଟେକ୍ନିକାଲ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଥିଲେ।

ତେବେ ରସାୟନିକ ଲିକେଜକୁ ନିୟନ୍ତ୍ରଣ କରାଯାଇଥିବା ବେଳେ ଏହି ଦୁର୍ଘଟଣାରେ କୗେଣସି କ୍ଷୟକ୍ଷତି ହୋଇନଥିବା ପୋଲିସ ସୁତ୍ରରୁ ପ୍ରକାଶ ।

ପଞ୍ଜଶୀରରେ ପଶିବନି ତାଲିବାନ, ବୈଠକରେ ହୋଇଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

କାବୁଲ: ଆଫଗାନିସ୍ତାନର ପଞ୍ଜଶୀରରେ ତାଲିବାନ ଓ ନର୍ଦନ ଏଲାୟନ୍ସ ମଧ୍ୟରେ ପୁଣି ଥରେ ଆଲୋଚନା ଆରମ୍ଭ ହୋଇଛି। ଯଦିଓ ତାଲିବାନ ପୂରା ଅଞ୍ଚଳକୁ ନିଜ ଅକ୍ତିଆରରେ ରଖିଛି ତଥାପି ପଞ୍ଜଶୀର ଯାଏଁ ପହଞ୍ଚି ପାରିନାହିଁ । ଦୁଇ ଗୋଷ୍ଠୀ ମଧ୍ୟରେ ଏବେବି ଯୁଦ୍ଧ ଜାରି ରହିଥିବା ବେଳେ ଏବେ ସିଜଫାୟାର ନେଇ ବୁଝାମଣା ହୋଇଥିବା ଜଣାପଡିଛି ।

ସୂଚନା ମୁତାବକ, ଅହମ୍ମଦ ମସୁଦ ଅଧ୍ୟକ୍ଷତାରେ ନର୍ଦନ ଏଲାୟନ୍ସ ଓ ତାଲିବାନ ମଧ୍ୟରେ କଥାବାର୍ତ୍ତା ଆଲୋଚନା ହୋଇଛି । ତାଲିବାନ ପକ୍ଷରୁ ଆଲୋଚନାର ମଙ୍ଗ ନେଇଛନ୍ତି ମୌଲାନା ଅମିର ଖାନ ମୁକ୍ତଇ । ତେବେ ତାଲିବାନ ଏହାର ନାମ ଅମନ ଜିରାଗ ରଖିଥିବା ବେଳେ ଏହି ବୈଠକ ପରବାନ ଜିଲ୍ଲାର ଚାରିକର ଅଞ୍ଚଳରେ ଆୟୋଜିତ ହୋଇଛି ।

ତାଲିବାନର କହିବା ଅନୁଯାୟୀ ସିଜଫାୟାର ନେଇ ସହମତି ପ୍ରକାଶ ପାଇଛି। ପଞ୍ଜଶୀରରେ ଦୁହିଁଙ୍କ ପକ୍ଷରୁ ଗୁଳିଚାଳନା କରାଯିବ ନାହିଁ କି କୗେଣସି ପ୍ରକାରର ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି କରାଯିବ ନାହିଁ ।

ପଞ୍ଜଶୀରକୁ କବଜା କରିପାରିନଥିଲା ତାଲିବାନ 

ନିକଟ ଅତୀତରେ ପଞ୍ଜଶୀରରେ ତାଲିବାନ ଓ ନର୍ଦନ ଏଲାୟନ୍ସ ମଧ୍ୟରେ ଗୁଳିକାଣ୍ଡ ଖବର ସାମ୍ନାକୁ ଆସିଥିଲା । ଯେଉଁଥିରେ ୩୦୦ ତାଲିବାନୀ ମୃତ୍ୟୁବରଣ କରିଥିଲେ । କିନ୍ତୁ ତାଲିବାନ ଲଗାତାର ଭାବେ ପଞ୍ଜଶୀରକୁ କବଜା କରିବାକୁ ଚାହୁଁଥିବା ବେଳେ ନର୍ଦନ ଏଲାୟନ୍ସ ଦୃଢତାର ସହ ସେମାନଙ୍କ ମୁକାବିଲା କରୁଛି ।

ସୋହେଲା ବ୍ଲକ ବେହେରାପାଲି ପଞ୍ଚାୟତ ପିଇଓଙ୍କ ଘରେ ଭିଡିଲାନ୍ସ ଟିମ୍

ବରଗଡ଼: ଭିଜିଲାନ୍ସ ଜାଲରେ ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ଅନ୍ତର୍ଗତ ବେହେରାପାଲି ପଞ୍ଚାୟତର ପିଇଓ । ପିଇଓ ଅନୀଲ କୁମାର ପାଢୀଙ୍କ ଲାଉମୁଣ୍ଡା ସ୍ଥିତ ପୈତୃକ ବାସଭବନ, ଡାଙ୍ଗ ସ୍ଥିତ ନୂତନ ବାସଭବନ ସମେତ ପଞ୍ଚାୟତ ଅଫିସରେ ଏକକାଳୀନ ୩ଟି ଜାଗାରେ ଚଢ଼ାଉ କରିଛି ଭିଜିଲାନ୍ସ ଟିମ୍ । ରେଡ୍ ବେଳେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ ହୋଇଥିବା ବେଳେ ସ୍ଥାବର, ଅସ୍ଥାବର ସମ୍ପତ୍ତିର ଯାଞ୍ଚ ଚାଲିଛି ।

ବେଇଆନ ସମ୍ପତ୍ତି ଠୁଳ ଅଭିଯୋଗ ପାଇବା ପରେ ଭିଜିଲାନ୍ସ ଟିମ ଚଢାଉ ଜାରି ରଖିଛି  । ଏକକାଳୀନ ୩ଟି ସ୍ଥାନରେ ଚଢାଉ କରିଛି ଟିମ  । ଏହି ସମୟରେ ଭିଜିଲାନ୍ସ ବିଭାଗର ଟିମ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ଯାଞ୍ଚ କରିବା ସହ ଜବତ କରିଥିବା ନେଇ ମଧ୍ୟ ଜଣାପଡିଛି  ।