spot_img
Home Blog Page 5277

ଆସନ୍ତାକାଲି କଟକ ଏସସିବିରେ ଶୁଭାରମ୍ଭ ହେବ ଏକମୋ ୟୁନିଟ୍

କଟକ: ଓଡ଼ିଶା ଚିକିତ୍ସା କ୍ଷେତ୍ରରେ ନୂଆ ଅଧ୍ୟାୟ। ଆଉ ବ୍ୟୟବହୁଳ ହେବନି ଏକମୋ ଚିକିତ୍ସା। ବିନା ମୂଲ୍ୟରେ ଗୁରୁତର ରୋଗୀଙ୍କୁ ମିଳିବ ସୁବିଧା। ଆସନ୍ତାକାଲି କଟକ ଏସସିବିରେ ଶୁଭାରମ୍ଭ ହେବ ଏକମୋ ୟୁନିଟ୍। ପୂର୍ବ ଭାରତରେ ସରକାରୀ ଭାବେ ସବୁଠାରୁ ବଡ଼ ଏକମୋ ୟୁନିଟ କଟକ ବଡ଼ ଡାକ୍ତରଖାନାରେ ଉପଲବ୍ଧ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ଯାଇ ଏହାର ଶୁଭାରମ୍ଭ କରିବେ। ଏଥିପାଇଁ ୯ଟି ଏକମୋ ମେସିନ ପ୍ରସ୍ତୁତ ହୋଇଛି। ସେଥିରୁ ୬ଟି ମେସିନ୍ କରୋନାରୁ ସୁସ୍ଥ ହେବା ପରେ ଗୁରୁତର ରୋଗୀଙ୍କ ପାଇଁ ଓ ଅନ୍ୟ ୩ଟି ସଂକ୍ରମିତଙ୍କ ପାଇଁ ବ୍ୟବହାର କରାଯିବ। ଦୁଇଟି ପର୍ଯ୍ୟାୟରେ ୧୯ଜଣ ଡାକ୍ତର ଓ କର୍ମଚାରୀଙ୍କୁ ଏଥିପାଇଁ ଦିଆଯାଇଛି ତାଲିମ।

ପୂର୍ବରୁ ଏକମୋ ଚିକିତ୍ସା ପାଇଁ ରୋଗୀମାନଙ୍କୁ ଏୟାର ଆମ୍ବୁଲାନ୍ସରେ ରାଜ୍ୟ ବାହାରକୁ ଯିବାକୁ ପଡୁଥିଲା। ମୁଖ୍ୟମନ୍ତ୍ରୀଙ୍କ ପ୍ରଚେଷ୍ଟାରୁ କଟକରେ ବିନାମୂଲ୍ୟରେ ଗୁରୁତର ରୋଗୀଙ୍କୁ ଏହି ଚିକିତ୍ସା ମିଳିପାରିବ। ମୁଖ୍ୟମନ୍ତ୍ରୀଙ୍କ କଟକ ଗସ୍ତକୁ ନଜରରେ ରଖି ଏସସିବି ପରିସର ଓ ହେଲିପ୍ୟାଡ୍ ଅଞ୍ଚଳରେ ସମସ୍ତ ପ୍ରସ୍ତୁତି ସରିଛି। କରୋନା ଗୁରୁତର ରୋଗୀଙ୍କ ପାଇଁ ଏକମୋ ଚିକିତ୍ସା ଅଧିକ ଗୁରୁତ୍ୱପୂର୍ଣ୍ଣ। ଏବେ ଏହା ଓଡ଼ିଶାର ଉପଲବ୍ଧ ହୋଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଡାକ୍ତର ଓ ରାଜ୍ୟବାସୀ।

ଆଫଗାନିସ୍ତାନରୁ କେବେ ଫେରିବେ ସମସ୍ତ ଭାରତୀୟ ? ଜାଣନ୍ତୁ କ’ଣ କହିଲେ ମନ୍ତ୍ରୀ…

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ଅସ୍ଥିରତା ଲାଗି ରହିଛି । ଆଫାଗାନିସ୍ତାନ ପ୍ରସଙ୍ଗରେ ଦିଲ୍ଲୀରେ ବସିଥିବା ସର୍ବଦୈଳୀୟ ବୈଠକ ପ୍ରାୟ ସାଢ଼େ ୩ ଘଣ୍ଟା ଧରି ଚାଲିଥିଲା । ବୈଠକରେ ୩୧ ଦଳର ୩୭ ଜଣ ଭାଗ ନେଇଥିଲେ । ସମସ୍ତ ନେତା ତାଲିବାନକୁ ନେଇ ମତ ରଖିଛନ୍ତି । ତାଲିବାନ ପ୍ରତି ଭାରତ ସରକାରଙ୍କ ମନୋଭାବ ନେଇ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର କହିଛନ୍ତି- ଆଫଗାନିସ୍ତାନରେ ସ୍ଥିତି ଠିକ୍ ନାହିଁ, ସ୍ଥିତି ଠିକ୍ ହେବାକୁ ଦିଅନ୍ତୁ ।

ବୈଦେଶିକ ମନ୍ତ୍ରୀ କହିଛନ୍ତି, ସର୍ବଦଳୀୟ ବୈଠକରେ ସମସ୍ତ ରାଜନୈତିକ ଦଳର ନେତାଙ୍କୁ ଆଫଗାନିସ୍ତାନର ସ୍ଥିତି ନେଇ ଅବଗତ କରାଯାଇଛି । ଲୋକଙ୍କୁ ସେଠାରୁ ସୁରକ୍ଷିତ ଉଦ୍ଧାର ପାଇଁ ସମସ୍ତ ପ୍ରୟାସ କରାଯାଉଛି । ଏଥିରେ ସବୁ ଦଳର ଚିନ୍ତାଧାରା ସମାନ ରହିଛି । ଅପରେସନ୍ ‘ଦେବୀ ଶକ୍ତି’ରେ ୬ଟି ବିମାନ ପଠାଯାଇଛି । ଆମେ ଅଧିକାଂଶ ଭାରତୀୟଙ୍କୁ ଫେରାଇ ଆଣିଛୁ । ବିମାନ ଉଡ଼ାଣ ଦିନ ସମସ୍ତେ ପହଞ୍ଚି ପାରି ନଥିବାରୁ ଆସିପାରି ନାହାଁନ୍ତି ବୋଲି କହିଛନ୍ତି ବୈଦେଶିକ ମନ୍ତ୍ରୀ । ଆମେ ନିଶ୍ଚିତ ଭାବେ ଅନ୍ୟମାନଙ୍କୁ ଫେରାଇ ଆଣିବୁ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

କେବଳ ଭାରତୀୟ ନୁହେଁ, କିଛି ଆଫଗାନ ନାଗରିକଙ୍କୁ ମଧ୍ୟ ଉଦ୍ଧାର କରାଯାଇଛି । ସମସ୍ତଙ୍କୁ ଉଦ୍ଧାର କରି ଆଣିବାକୁ ସରକାର ପ୍ରତିବଦ୍ଧ ଅଛନ୍ତି । ଏଥିସହ ଅନ୍ତରାଷ୍ଟ୍ରୀୟ ସ୍ତରରେ ହେଉଥିବା ନିଷ୍ପତ୍ତି ଉପରେ ନଜର ରଖାଯାଇଥିବା କହିଛନ୍ତି ବୈଦେଶିକ ମନ୍ତ୍ରୀ । ଏହାକୁ ନେଇ ଆଗାମୀ ଦିନରେ ଆହୁରି ବୈଠକ ବସିବ ବୋଲି ମନ୍ତ୍ରୀ କହିଛନ୍ତି ।

ଲୁଟେରାଙ୍କ ଟାର୍ଗେଟରେ ରାଜଧାନୀର ସବୁ ପୁରୁଣା ଏଟିଏମ୍‌, ଦାମୀ କାର୍‌ରେ ଆସି ଏଟିଏମ୍‌ରୁ ଲୁଟୁଥିଲେ ଟଙ୍କା

ଭୁବନେଶ୍ୱର: ଭୁବନେଶ୍ୱର ବଢ଼େଇବାଙ୍କ ଛକ ଏସବିଆଇ ଏଟିଏମ୍ ଲୁଟ ଉଦ୍ୟମ ଘଟଣା। ମୁଖ୍ୟ ଅଭିଯୁକ୍ତକୁ ଗିରଫ ସହ ଜବତ ହେଲା ବହୁମୂଲ୍ୟର କାର୍‌। ଗିରଫ ଲୁଟେରା ଠାରୁ ବିପୁଲ ପରିମାଣର ଟଙ୍କା ଜବତ ହୋଇଛି। ଲୁଟ ଟଙ୍କାରେ ଲୁଟେରା ଚଢ଼ୁଥିଲେ ୨୫ଲକ୍ଷ ଟଙ୍କାର ହେକଟର ଗାଡି। ଦାମୀ ଗାଡିରେ କରୁଥିଲେ ଏଟିଏମ୍ ଲୁଟ୍। ଲୁଟ ଟଙ୍କାରେ ଆଲିସାନ ଲାଇଫଷ୍ଟାଇଲରେ ଜୀବନକୁ ଅତିବାହିତ କରୁଥିଲେ। ଦିନରେ ବ୍ଲ୍ୟୁପ୍ରିଂଟ କରି  ରାତିରେ ଲୁଟର ଅପରେସନ କରୁଥିଲେ।

ଭୁବନେଶ୍ୱର ବଢ଼େଇବାଙ୍କ ଛକ ନିକଟରେ ଥିବା ଏସବିଆଇ ଏଟିଏମ୍ ଲୁଟ ବେଳେ ଧରାପଡିଥିବା  ଲୁଟେରାଙ୍କ ଠାରୁ ଜବତ ହୋଇଛି , ନାଲି ରଙ୍ଗର ହେକ୍ଟର କାର। ଏହି କାର୍‌ରେ ବୁଲି ବୁଲି ରାଜଧାନୀର ସମସ୍ତ ପୁରୁଣା ଏଟିଏମ୍‌କୁ ଟାର୍ଗେଟ କରୁଥିଲେ ଲୁଟେରା। ତେବେ ଏଭଳି ଘଟଣା ପାଇଁ ବ୍ୟାଙ୍କ କତୃପକ୍ଷ ଦାୟୀ। କାରଣ କେଉଁଠି ସିକ୍ୟୁରିଟି ଗାର୍ଡ ନାହାନ୍ତି ତ ଆଉ କେଉଁଠି ସିସିଟିଭି ଅଚଳ ହୋଇ ପଡ଼ିଛି। ଆରବିଆଇ ଗାଇଡ ମାନିବାକୁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାଙ୍କ ମାନଙ୍କୁ ନୋଟିସ କରାଯାଉଛି।

ତଫାପି ଚେତୁ ନାହାନ୍ତି ବ୍ୟାଙ୍କ କତୃପକ୍ଷ। ତେଣୁ ଆରବିଆଇ ଗାଇଡ ଲାଇନ୍‌କୁ କଡାକଡି କରିବାକୁ ମତ ରଖିଛନ୍ତି ପୂର୍ବତନ ବ୍ୟାଙ୍କ ଅଧିକାରୀ। ସେପେଟେ ମୂଖ୍ୟ  ଅଭିଯୁକ୍ତ ଗିରଫ ନେଇ ମୁଁହ ଖୋଲିନି ପୋଲିସ। ଲୁଟେରା ମାନେ କିଭଳି ସ୍ୱତନ୍ତ୍ର ଡ଼ିଭାଇସ ଲଗାଇ ଟେକନିକରେ ଲୁଟ କରୁଥିଲେ ତାକୁ ନେଇ ଡେମୋ ଦେଖାଇବ ପୋଲିସ। ଏହା ପରେ ପ୍ରେସମିଟ କରି ପୁରା ସୂଚନା ଦିଆଯିବ ବୋଲି ପୋଲିସ କହଛି।

ଜମି ବିକି ସ୍ତ୍ରୀ ଖାତାରେ ଜମା କରିଥିଲେ ୩୯ ଲକ୍ଷ, ୧୧ ଟଙ୍କା ଛାଡ଼ି ପଡ଼ୋଶୀ ସହ ପତ୍ନୀ ଫେରାର୍

ପାଟଣା: ବିହାରରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି । ଯେଉଁଠି ସ୍ତ୍ରୀ ୩୯ ଲକ୍ଷ ଟଙ୍କା ନେଇ ଫେରାର୍ ହୋଇ ଯାଇଥିବା ଅଭିଯୋଗ କରିଛନ୍ତି ସ୍ୱାମୀ । ଜମି ବିକି ସ୍ତ୍ରୀ ଖାତାରେ ସ୍ୱାମୀ ୩୯ ଲକ୍ଷ ଟଙ୍କା ଜମା କରିଥିଲେ । ଅଭିଯୋଗ ଅନୁସାରେ, ଆକାଉଣ୍ଟରେ ମାତ୍ର ୧୧ ଟଙ୍କା ରଖି ପଡ଼ୋଶୀ ସହ ପତ୍ନୀ କୁଆଡ଼େ ପଳାଇ ଯାଇଛନ୍ତି । ପାଟଣାର ବିହଟାର ଏହି ଘଟଣା ପୂରା ବିହାରରେ ଚହଳ ପକାଇଛି । ଫେରାର୍ ମହିଳା ଜଣଙ୍କ ୨ ଛୁଆର ମାଆ ।

ସୂଚନା ଅନୁସାରେ, ବ୍ରଜକିଶୋର ସ୍ତ୍ରୀ କଥାରେ ଗାଁରେ ଥିବା ପୈତୃକ ଜମିକୁ ବିକି ଦେଇଥିଲେ । ଜମି ବିକ୍ରିରୁ ମିଳିଥିବା ୩୯ ଲକ୍ଷ ଟଙ୍କାକୁ ସ୍ତ୍ରୀ ଖାତାରେ ବାନ୍ଧିଥିଲେ । ସେହି ଟଙ୍କାରେ ସେ ସହରରେ ଜମି କିଣିଥାନ୍ତେ । ଏବେ ବ୍ରଜକିଶୋରଙ୍କ ଏତଲା କ୍ରମେ ପୋଲିସ ମାମଲା ରୁଜୁ କରିଛି ।

୧୪ ବର୍ଷ ତଳେ ବିହଟାର ବ୍ରଜକିଶୋର ସିଂହ ଭୋଜପୁରର ପ୍ରଭାବତୀ ଦେବୀଙ୍କୁ ବିବାହ କରିଥିଲେ । ଉଭୟଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ମଧ୍ୟ ରହିଛି । ପିଲାଙ୍କ ପାଠପଢ଼ା ପାଇଁ ବ୍ରଜକିଶୋର ଗାଁଠାରୁ ଦୂରରେ ଅନ୍ୟତ୍ର ଘର ଭଡ଼ା ନେଇଥିଲେ । ସେଠାରେ ପ୍ରଭାବତୀ ଛୁଆଙ୍କ ସହ ରହୁଥିଲେ । ଆଉ ବ୍ରଜ ଘର ଚଳାଇବା ପାଇଁ ଗୁଜରାଟରେ ଏକ ଘରୋଇ ସଂସ୍ଥାରେ କାମ କରୁଥିଲେ ।

ବ୍ରଜକିଶୋଙ୍କ ଅନୁସାରେ, ସେ ସ୍ତ୍ରୀ କଥାରେ ଜମି ବିକି ୩୯ ଲକ୍ଷ ଟଙ୍କା ଜମା କରିଥିଲେ । ଆଉ ପତ୍ନୀଙ୍କ କଥା ଅନୁସାରେ ସପ୍ତାହ ପରେ ଗୁଜରାଟରୁ ଘରକୁ ଆସିଥିଲେ । ଆଉ ଯେତେବେଳେ ଗାଁ ଘରୁ ଭଡ଼ାଘରକୁ ଆସିଲେ ତ ତାଲା ପଡ଼ିଥିବା ଦେଖିଥିଲେ । ପତ୍ନୀଙ୍କୁ ଫୋନ୍ କଲେ ନମ୍ବର ବନ୍ଦ ଥିଲା । ଘର ମାଲିକଙ୍କୁ ପଚାରିବାରୁ ଜଣା ପଡ଼ିଥିଲା ପ୍ରଭାବତୀ ଘର ଖାଲି କରି ସକାଳ ୫ଟାରୁ ପଳାଇ ଯାଇଛନ୍ତି । ବ୍ରଜକିଶୋର ପ୍ରଭାବତୀଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ ପାଇ ନଥିଲେ ।

ଏହା ପରେ ସେ ପୋଲିସରେ ଅଭିଯୋଗ କରିଥିଲେ । ପୋଲିସ ତଦନ୍ତ ପରେ ଜଣାପଡ଼ିଥିଲା କୌଣସି ଯୁବକଙ୍କ ସହ ପ୍ରଭାବତୀଙ୍କ ପ୍ରେମ ସମ୍ପର୍କ ରହିଥିଲା । ପ୍ରଭାବତୀ ଉକ୍ତ ଯୁବକଙ୍କ ଖାତାକୁ ୨୬ ଲକ୍ଷ ଟଙ୍କା ମଧ୍ୟ ପଠାଇଛନ୍ତି । ଆଉ ୧୩ ଲକ୍ଷ ଟଙ୍କା ଚେକ୍ ମାଧ୍ୟମରେ ଉଠାଇଛନ୍ତି । ଏବେ ଆକାଉଣ୍ଟରେ ମାତ୍ର ୧୧ ଟଙ୍କା ରହିଛି । ପୋଲିସ ମାମଲାର ତଦନ୍ତ ଜାରି ରଖିଛି ।

ଅପରାଧ କଲାପରେ ଖୋଲାଖୋଲି ବୁଲୁଥିବା ଅପରାଧୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ପେଶାଦାର ଅପରାଧୀଙ୍କ ବିରୋଧରେ ଓଡ଼ିଶା ପୋଲିସର ଜିରୋ ଟଲରାନ୍ସ। ଜାମିନ ବିହୀନ ଗିରଫ ପରୱାନା ଜାରି ହେବା ସତ୍ତ୍ୱେ ଖୁଲାମଖୁଲା ବୁଲୁଥିବା ଅପରାଧୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେଇଛି ଓଡ଼ିଶା ପୋଲିସ। ଗତ ୧୬ ତାରିଖରୁ ୨୫ ତାରିଖ ମଧ୍ୟରେ ଆରମ୍ଭ ହୋଇଥିବା ସ୍ପେଶାଲ ଡ୍ରାଇଭରେ କୋର୍ଟ ନିର୍ଦ୍ଦେଶ ମୁତାବକ ୪୯୪୫ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି ପୋଲିସ ଡିଜି ଶ୍ରୀ ଅଭୟ।

ସେସନ୍ସ ଟ୍ରାଏଲ କେସ ରେ ୪୬୭, ଜିଆର କେସରେ ୩୫୧୭ ଓ ଅନ୍ୟାନ୍ୟ କେସ ରେ ୯୬୧ ଜଣଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୮୫୦ ଜଣଙ୍କୁ ଗିରଫ କରାଯାଇଛି । ଏହାପରେ ବାଲେଶ୍ଵରରୁ ୬୪୫ ଓ ଖୋର୍ଦ୍ଧା ରୁ ୫୪୭ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି ଡିଜିପି।

ତାଲିବାନ ଆତଙ୍କ; ଚାର୍ଟର ବିମାନରେ ପଶୁଙ୍କୁ କରାଯିବ ଏୟାରଲିଫ୍ଟ!

କାବୁଲ: ଆଫଗାନିସ୍ତାନ ଉପରେ ତାଲିବାନ କବଜା କରିବା ପରେ ସବୁଠି ଆତଙ୍କ ଖେଳିଯାଇଛି । ସ୍ଥିତି ଏଭଳି ଯେ ହଜାର ହଜାର ଲୋକ ଦେଶ ଛାଡିବାକୁ ପଛାଉନାହାଁନ୍ତି । ତାଲିବାନର ବର୍ବରତା ଏତେ ଅଧିକ ଯେ ଲୋକ ମାନଙ୍କ ସହ ପ୍ରାୟ ୨୦୦ କୁକୁର ଓ ବିଲେଇଙ୍କୁ ମଧ୍ୟ ଏୟାରଲିଫ୍ଟ କରାଯିବ ବୋଲି ଜଣାପଡିଛି।

ଏନେଇ ବୁଧବାର ଦିନ ବ୍ରିଟେନ୍ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ, ଆଫଗାନିସ୍ତାନର ଏକ ପଶୁ ଆଶ୍ରୟସ୍ଥଳର ମାଲିକ ଫରଥିଙ୍ଗଙ୍କୁ ୨୦୦ କୁକୁର ଓ ବିଲେଇଙ୍କୁ କାବୁଲରୁ ଚାର୍ଟର ବିମାନରେ ଆଣିବା ପାଇଁ ଅନୁମତି ଦିଆଯିବ ।

କିନ୍ତୁ କୁକୁର ଓ ବିଲେଇଙ୍କୁ ବାହାର କରିବା ଲାଗି ହେଉଥିବା ଏଭଳି ହାଇ-ପ୍ରୋଫାଇଲ୍ ଅଭିଯାନକୁ ନେଇ ବିବାଦ ମୁଣ୍ଡ ଟେକୁଛି । ହଜାର ହଜାର ଲୋକେ ତାଲିବାନ ଡରରେ ଆଫଗାନିସ୍ତାନ ଛାଡିବାକୁ ଚାହୁଁଥିବା ବେଳେ ସେମାନଙ୍କୁ କୌଣସି ସାଧନ ମିଳୁନାହିଁ । ବ୍ରିଟିଶ୍ ସେନା ସହ ଆଫଗାନିସ୍ତାନରେ କାମ କରୁଥିବା ସମୟରେ ଫରଥିଙ୍ଗ କାବୁଲରେ କୁକୁର, ବିଲେଇ ଓ ଗଧକୁ ବିକ୍ରି କରିବା ଲାଗି ‘ନୗେଜାଦ’ ଏକ ପଶୁ ଆଶ୍ରୟସ୍ଥଳର ସ୍ଥାପନା କରିଥିଲେ।

ପୂର୍ବରୁ ଏହି ମାମଲାରେ ବ୍ରିଟିଶ୍ ପ୍ରତିରକ୍ଷା ସଚିବ ବେନ୍ ବାଲେସ କହିଥିଲେ ଯେ, ‘‘ଲୋକଙ୍କ ବଦଳରେ ପଶୁଙ୍କ ଉଦ୍ଧାର ଉପରେ ପ୍ରାଥମିକତା ଦେବା ଭୁଲ୍ ହେବ’’ । କାରଣ ବିମାନବନ୍ଦରରେ ହଜାର ହଜାର ସଂଖ୍ୟାରେ ଲୋକମାନେ ପ୍ରତିକ୍ଷା କରୁଛନ୍ତି । ହେଲେ ବୁଧବାର ଦିନ ସେ ଟ୍ୱିଟ୍ କରି କହିଛନ୍ତି, ‘‘ଫରଥିଙ୍ଗ ଙ୍କ ସମସ୍ୟା ଦେଖିବା ପାଇଁ ତାଙ୍କ ପାଖରେ ଅଧିକାର ରହିଛି । ଯଦି ସେ ଚାହିଁବେ ତାହେଲେ ଆମେ ତାଙ୍କ ପାଇଁ ଫ୍ଲାଟରେ ଏକ ସ୍ଲଟ୍ ଦେଖିବୁ ।

ଆହୁରି ମଧ୍ୟ ଫରଥୀଙ୍ଗ ଓ ତାଙ୍କ ଆଫଗାନ୍ କର୍ମଚାରୀ, ଯେଉଁମାନଙ୍କ ପାଖରେ ଆମେରିକା ଭିସା ଅଛି ସେମାନେ ରୟଲ୍ ଏୟାର ଫୋର୍ସରେ ଉଡାନ୍ ଭରିପାରିବେ । ଅପରପକ୍ଷେ ଫରଥୀଙ୍ଗ କହିଛନ୍ତି ଯେ, ୨୫୦ ସିଟର ବିମାନରେ  ସେ ପଶୁଙ୍କ ସହ ଅତିରିକ୍ତ ସିଟରେ ଆଫଗାନୀ ନାଗରିକଙ୍କୁ ନେଇ ମଧ୍ୟ ଯାଇପାରିବେ ।

ପୂର୍ବତନ ସିବିଆଇ ନିର୍ଦ୍ଦେଶକ ଉମାଶଙ୍କର ମିଶ୍ରଙ୍କ ପରଲୋକ

ଭୁବନେଶ୍ୱର: ପୂର୍ବତନ ସିବିଆଇ ନିର୍ଦ୍ଦେଶକ ଉମାଶଙ୍କର ମିଶ୍ରଙ୍କ ପରଲୋକ। ନୂଆଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ୯୬୮ ବ୍ୟାଚ୍‌ର ଆଇପିଏସ୍‌ ଅଧିକାରୀ ହେଉଛନ୍ତି ଉମାସଙ୍କର ମିଶ୍ର ୨୦୦୩ରେ  ସିବିଆଇର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେଇଥିଲେ। ସିବିଆଇର ସ୍ୱତନ୍ତ୍ର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେଇଥିଲେ ଉମାଶଙ୍କର।  ସିବିଆଇ ନିର୍ଦ୍ଦେଶକ ଥିବାବେଳେ ଅଣ୍ଡରୱାର୍ଲଡ୍ ଡନ୍ ଆବୁ ସାଲେମକୁ ଧରା ଯାଇପାରିଥିଲା। ଆବୁ ସାଲେମକୁ ସେ ସମୟରେ ପର୍ତ୍ତୁଗାଲରୁ ଭାରତକୁ ଆଣିବାରେ ଉମାଶଙ୍କରଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା। ଉମାଶଙ୍କର ଅବସର ନେବା ପରେ ଏକ ଓଡ଼ିଆ ଖବର କାଗଜର ସମ୍ପାଦକ ଭାବେ କିଛିଦିନ କାର୍ଯ୍ୟ କରିଥିଲେ। ଏହା ସହିତ ସେ ମେଘାଳୟ ପ୍ଲାନିଂ କମିଶନର ସଦସ୍ୟ ଓ ମାଇକ୍ରୋସଫ୍ଟ ଇଣ୍ଡିଆର ପରାମର୍ଶଦାତ୍ତା ମଧ୍ୟ ରହିଥିଲେ।

ପାକିସ୍ତାନକୁ ନିଜ ଦ୍ୱିତୀୟ ଘର କହିଲା ତାଲିବାନ,ଭାରତକୁ ଦେଲା ପରାମର୍ଶ

କାବୁଲ: ପାକିସ୍ତାନ ତାଲିବାନର ଦ୍ୱିତୀୟ ଘର । ଏକଥା ଅଲଗା କେହି ନୁହେଁ ଖୋଦ ତାଲିବାନ ସ୍ୱୀକାର କରିଛି । ଏକା ପାକିସ୍ତାନୀ ନ୍ୟୁଜ୍ ଚ୍ୟାନେଲକୁ ସାକ୍ଷାତକାର ଦେଇ ତାଲିବାନର ମୁଖପାତ୍ର ମୁଜାହିଦ୍ ଏହା କହିଛନ୍ତି । ମୁଜାହିଦ୍ ଅନୁସାରେ ପାକିସ୍ତାନ ଆଫଗାନିସ୍ତାନର ପଡୋଷୀ ଦେଶ । ପାକିସ୍ତାନ ସହିତ ଆଫଗାନିସ୍ତାନର ସୀମା ଲାଗିଛି । ଏଣୁ ଆମେ ପାକିସ୍ତାନ ସହିତ ରଣନୈତିକ ଓ କୂଟନୈତିକ ସମ୍ପର୍କ ରଖିବୁ । ପାକିସ୍ତାନ ତାଲିବାନର ଦ୍ୱିତୀୟ ଘର । ଦୁଇ ଦେଶର ଧର୍ମ ଗୋଟିଏ । ତେଣୁ ଆମେ ସେମାନଙ୍କ ସହିତ ମିଶିଯାଇଥାଉ । ତେଣୁ ଆମେ ଦୁଇ ଦେଶ ମଧ୍ୟରେ ଉତ୍ତମ ସମ୍ପର୍କ ସ୍ଥାପନା ଚାହିଁବୁ ।

ଏହା ସହ ମୁଜାହିଦ କହିଛନ୍ତି ଯେ, ଆଫଗାନିସ୍ତାନ ଉପରେ ତାଲିବାନ କବଜାରେ ପାକିସ୍ତାନର କୌଣସି ଭୂମିକା ନାହିଁ । ପାକିସ୍ତାନ କେବେ ମଧ୍ୟ ଆଫଗାନିସ୍ତାନର ଆଭ୍ୟନ୍ତରୀଣ ମାମଲାରେ ହସ୍ତକ୍ଷେପ କରେ ନାହିଁ ବୋଲି ସେ କହିଛନ୍ତି ।

ଭାରତ ସହିତ ସମ୍ପର୍କ ଉପରେ ପ୍ରଶ୍ନର ଉତ୍ତର ଦେଇ ତାଲିବାନ ମୁଖପାତ୍ର କହିଥିଲେ ଯେ, ଭାରତ ଏହି ଅଂଚଳର ଏକ ବଡ ଦେଶ । ଆମେ ଭାରତ ସହିତ ବାକି ଦେଶଙ୍କ ସହିତ ଉତ୍ତମ ସମ୍ପର୍କ ରକ୍ଷା କରିବାକୁ ଚାହୁଁ । ଭାରତକୁ ଆଫଗାନିସ୍ତାନୀଙ୍କ ହିତକୁ ଦୃଷ୍ଟିରେ ରଖି ନିଜ ନୀତି ନିର୍ଧାରଣ କରିବାକୁ ପଡିବ ।

କାଶ୍ମୀର ପ୍ରସଙ୍ଗରେ ତାଲିବାନ ମୁଖପାତ୍ର କହିଥିଲେ ଯେ, ଉଭୟ ଭାରତ ଓ ପାକିସ୍ତାନ ଏହି ପ୍ରସଙ୍ଗକୁ ଆଲୋଚନା ମାଧ୍ୟମରେ ସମାଧାନ କରିବାର ଆବଶ୍ୟକତା ରହିଛି । କାଶ୍ମୀରକୁ ନେଇ ଭାରତ ସକରାତ୍ମକ ନୀତି ଆପଣାଉ ବୋଲି ତାଲିବାନ ଭାରତକୁ ପରାମର୍ଶ ଦେଇଛି ।

 

ବିଜେପିକୁ ଏବେଠାରୁ ଘାରିଲାଣି ହାରିବା ଭୟ, ମନଗଢ଼ା ବିବୃତ୍ତିରୁ କ୍ଷାନ୍ତ ରହୁ ବିଜେପି: ବିଜେଡି

ଭୁବନେଶ୍ୱର: ପଞ୍ଚାୟତ ଓ ପୌର ନିର୍ବାଚନରେ ୫୦ ପ୍ରତିଶତ ସଂରକ୍ଷଣ ନେଇ ବିଜେପିର ଅଭିଯୋଗ ପ୍ରସଙ୍ଗ। ସାମ୍ବାଦିକ ସମ୍ମିଳନୀ କରି ସମାଲୋଚନା କଲା ବିଜେଡି।  ବିଜେଡି ମୁଖପାତ୍ର ଲେନିନ୍‌ ମହାନ୍ତିଙ୍କ କଡ଼ା ପ୍ରତିକ୍ରିୟା। ବିଜେପି ନେତା ଭୃଗୁ ବକ୍ସି ପାତ୍ରଙ୍କ ଟିପ୍ପଣୀ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ମନଗଢା। ବିଜେପି ହାରିବା ଭୟରେ ଏଭଳି ବିବୃତ୍ତି ରଖୁଛି। ୨୦୧୯ ନିର୍ବାଚନ ଏବଂ ତାପରେ ହୋଇଥିବା ସମସ୍ତ ନିର୍ବାଚନରେ ବିଜେପିର ରାଜ୍ୟ ୟୁନିଟ୍‌ ପରାଜୟ ବରଣ କରିଛି। ତେବେ ଆଗକୁ ଆସୁଥିବା ପଞ୍ଚାୟନ ନିର୍ବାଚନରେ ବୋଧେ ବିଜେପି ହାରିବା ଜାଣିସାରିଛି ସେଥିପାଇଁ ଏଭଳି ଗୋଟିଏ ମନଗଢ଼ା ବିବୃତ୍ତି ଦେଇଛି ବୋଲି ବିଜେଡି ମୁଖପାତ୍ର ଲେନିନ୍‌ ମହାନ୍ତି କହିଛନ୍ତି। ଆସନ୍ତା ପଞ୍ଚାୟତ ନିର୍ବାଚନରେ ହାରିବା ଭୟ ଏବେଠୁ ଘାରିଲାଣି। ନିର୍ବାଚନ ନେଇ ମାମଲା ହାଇକୋର୍ଟଙ୍କ ବିଚାରାଧୀନ ଅଛି। ପରାଜୟର ଭୟରେ ବିଜେପିର ରାଜ୍ୟ ୟୁନିଟ ଏପରି ବିବୃତ୍ତି ଦେଇଛି। ହାଇକୋର୍ଟରେ ମାମଲା ବିଚାରାଧୀନ ଥିବାରୁ ବିଜେପି ମନଗଢା ବିବୃତ୍ତି ଦେବାରୁ କ୍ଷାନ୍ତ ରହୁ ବୋଲି ସିଧା ସିଧା କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍‌ ମହାନ୍ତି।

 

 

ଦେଢ଼ କୋଟି ଟଙ୍କାର ଗଞ୍ଜେଇ ଜବତ, ୬ଜଣ ଗିରଫଙ୍କ ମଧ୍ୟ ପୋଲିସ୍‌ ଅଧିକାରୀ ସାମିଲ

ଜୟପୁର: କୋରାପୁଟ ଜିଲ୍ଲା ଜୟପୁର ସଦର ଥାନା ପୋଲିସକୁ ବଡ ସଫଳତା। ଦେଢ କୋଟି ଟଙ୍କାର ଗଞ୍ଜେଇ ଜବତ କରିବା ସହ ୬ ଜଣଙ୍କୁ ଗିରଫ କରିଛି ପୋଲିସ। ଗିରଫଙ୍କ ମଧ୍ୟରେ ଜଣେ ପୋଲିସ କର୍ମଚାରୀ ଥିବା ଜଣାପଡିଛି। ହୋମଗାର୍ଡ ଜଣକ ହେଉଛନ୍ତି ବିଦେଶି ସାହୁ।

ପ୍ରୁଥକ ପ୍ରୁଥକ ଭାବେ ଦୁଇଟି ଟ୍ରକରୁ ଜବତ ହୋଇଛି ଗଞ୍ଜେଇ। କୋରାପୁଟ ଘାଟିରୁ ଗୋଟିଏ ଟ୍ରକରୁ ୧ ଟନ୍ ୩ କେଜି ଓ ଆମ୍ବାଗୁଡା ନିକଟ ଏକ ପୋଲ ନିକଟରୁ ଏକ ଟ୍ରକରୁ ୫୬୯ କେଜି ଗଞ୍ଜେଇ ଜବତ ହୋଇଛି। ଜୟପୁର ଏସଡିପିଓ ଓ ସଦର ଥାନା ଅଧିକାରୀଙ୍କ ନେତୃତ୍ୱରେ ଚଢାଉ କାରଯାଇଥିଲା।