spot_img
Home Blog Page 5279

କେନ୍ଦ୍ରର ପ୍ରସ୍ତାବ, ୨୦୨୨ରେ ଏକାଠି ହେବ ବାଘ ଓ ହାତୀ ଗଣନା

ଭୁବନେଶ୍ୱର: 2022ରେ ଏକା ସଙ୍ଗେ ହେବ ବାଘ ଓ ହାତୀ ଗଣନା । କେନ୍ଦ୍ର ସରକାର ଏହି ନୂଆ ପ୍ରସ୍ତାବ ଦେଇଛନ୍ତି । ହେଲେ କେଉଁ ପଦ୍ଧତିରେ ହେବ, ତାକୁ ଅପେକ୍ଷା କରାଯାଇଛି । ପୂର୍ବରୁ ବାଘ ଓ ହାତୀ ଗଣନା ଅଲଗା ଅଲଗା ହେଉଥିଲା । 2017 ଗଣନା ଅନୁସାରେ, ରାଜ୍ୟରେ 1976 ହାତୀ ଥିଲେ । ତେବେ ହାତୀମାନଙ୍କର ତିନୋଟି କାରଣରୁ ମୃତ୍ୟୁ ଘଟୁଥିବା ଉଲ୍ଲେଖ କରାଯାଇଛି  ।

ଗୋଟିଏ କାରଣ ହେଉଛି ସ୍ୱାଭାବିକ ମୃତ୍ୟୁ । ଦ୍ଵିତୀୟଟି ହେଲା, ରୋଗ ଦ୍ୱାରା ମୃତ୍ୟୁ ଘଟୁଛି   । ଯେପରି ଗତ ଫେବ୍ରୁଆରୀରେ କଳାହାଣ୍ଡିର କଲରାପାଟରେ ଅଜଣା ରୋଗରେ ସଂକ୍ରମିତ ହୋଇ ହାତୀଙ୍କର ମୃତ୍ୟ ହେବା  । ସେହିପରି ତୃତୀୟରେ ବର୍ଷକୁ 15ରୁ 20 ହାତୀ ଅସ୍ଵାଭାବିକତା କାରଣରୁ ମୃତ୍ୟୁ ଘଟେ । ଯେପରି ଟ୍ରେନ ଧକ୍କା, ବିଦ୍ୟୁତ ଆଘାତ, ଶିକାର ବି କାରଣ ବୋଲି ପିସିସିଏଫ ଶଶୀ ପଲ କହିଛନ୍ତି ।

ପିପିଲି ଉପନିର୍ବାଚନ ପାଇଁ ଫିଟିଲା ବାଟ, ମତାମତ ଲୋଡ଼ିଲେ EC

ଭୁବନେଶ୍ୱର: ଖୁବଶୀଘ୍ର ଘୋଷଣା ହୋଇପାରେ ପିପିଲି ଉପନିର୍ବାଚନ ତାରିଖ। କରୋନା ମହାମାରୀ ସମୟରେ କିଭଳି ନିର୍ବାଚନ କରାଯିବ, ସେନେଇ ସମସ୍ତ ରାଜନୈତିକ ଦଳଗୁଡିକର ମତାମତ ଲୋଡିଛନ୍ତି ନିର୍ବାଚନ କମିଶନ । ଅଗଷ୍ଟ ୩୦ ସୁଦ୍ଧା ମତାମତ ଦେବା ପାଇଁ କୁହାଯାଇଛି। ଆଗକୁ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଓ ଅନେକ ରାଜ୍ୟରେ ଉପନିର୍ବାଚନ ହେବାର ଅଛି । ତେଣୁ ନିର୍ବାଚନ କିପରି କରାଯିବ, ପ୍ରଚାର କିପରି କରାଯିବ, ଏନେଇ ସ୍ୱତନ୍ତ୍ର ଗାଇଡଲାଇନ ପ୍ରସ୍ତୁତ କରିଛନ୍ତି ନିର୍ବାଚନ କମିଶନ ।

ପିପିଲି ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରଦୀପ ମହାରଥିଙ୍କ ଦେହାନ୍ତ ପରେ ଖାଲି ପଡିଥିଲା ଆସନ  । ପରବର୍ତ୍ତୀ ସମୟରେ ଉପ ନିର୍ବାଚନ ହେବା ନେଇ ତାରିଖ ଘୋଷମା ସରିଥିଲା  । ସମସ୍ତ ରାଜନୈତିକ ଦଳ ଗୁଡ଼ିକ ମଧ୍ୟ ପ୍ରାର୍ଥୀ ଘୋଷଣା କରିଥିଲେ  । ପ୍ରଚାର, ପ୍ରସାର ମଧ୍ୟ ଜୋରସୋର କରାଯାଇଥିଲା  । କିନ୍ତୁ ପ୍ରଚାରର ଅନ୍ତିମ ଦିନରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ଘଟିଥିଲା  । ଫଳରେ ନିର୍ବାଚନ ହେବା ନେଇ ସାନି ତାରିଖ ଘୋଷଣା କରିଥିଲେ କମିଶନ  ।

ପରବର୍ତ୍ତୀ ସମୟରେ ଦେଶରେ କୋଭିଡର ଦ୍ୱିତୀୟ ଲହରୀ ପ୍ରବାହିତ ହୋଇଥିଲା  । ସଂକ୍ରମଣ ସଂଖ୍ୟା ପିକରେ ପହଁଚିଥିଲା  । ରାଜ୍ୟ ସରକାର ଦେଶରେ ତାଲାବନ୍ଦ  ଘୋଷଣା କରିଥିଲେ  । ଫଳରେ ଅନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ଉପନିର୍ବାଚନ ସ୍ଥଗିତ ରଖାଯାଇଥିଲା  ।  କୋଭିଡ ସଂକ୍ରମଣ ହାର କମିବା ପରେ ନିର୍ବାଚନ ହେବା ନେଇ ଆଶଙ୍କା କରାଯାଉଥିବାବେଳେ, ବର୍ତ୍ତମାନ ନିର୍ବାଚନ କମିଶନଙ୍କ ନୋଟିସ, ଖୁବଶୀଘ୍ର ନିର୍ବାଚନ ହେବା ନେଇ ଆସା ପ୍ରକଟ କରିଛି  ।

ଅନୁଭବ-ବର୍ଷା ପାରିବାରିକ ବିବାଦ: ହାଇକୋର୍ଟରେ ହେବନାହିଣ ଶୁଣାଣି

କଟକ: ଅନୁଭବ-ବର୍ଷା ପାରିବାରିକ ବିବାଦ ମାମଲା । ଅନୁଭବଙ୍କ ଆବେଦନ ଉପରେ ହାଇକୋର୍ଟଙ୍କ ନିର୍ଦ୍ଦେଶ । ପାରିବାରିକ ଅଦାଲତରେ ବିଚାର ପକ୍ରିୟା ତ୍ୱରାନ୍ୱିତ ହୋଇଛି । ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଥିବାରୁ ହାଇକୋର୍ଟରେ ଶୁଣାଣି ହେବନି ବୋଲି କହିଛନ୍ତି କୋର୍ଟ । ମାମଲାର ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଶୁଣାଣି ଶେଷ ପାଇଁ ଅନୁଭବ ମହାନ୍ତିଙ୍କ ପକ୍ଷରୁ ଆବେଦନ ହୋଇଥିଲା । ଏନେଇ କୋର୍ଟ ନିଜର ରାୟ ଶୁଣାଇଛନ୍ତି ।

ପାରିବାରିକ ଅଦାଲତାରେ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ପାରିବାରିକ ମାମଲା ଜାରି ରହିଥିବାବେଳେ ଶୁଣାଣି ନିର୍ଦ୍ଧିଷ୍ଟ ସମସୟରେ ଶେଷ କରିବାକୁ ଆବେଦନ କରିଥିଲେ ଅନୁଭବ  । ଏହାପରେ  ଉଚ୍ଚ ଅଦାଲତ ଘଟଣାକୁ ଅନୁଧ୍ୟାନ କରିଥିଲେ  । ଯେହେତୁ ମାମଲା ଠିକ ସମୟରେ ଅଦାଲତରେ ଜାରି ରହିଛି ଏବଂ ମାମଲାର ପକ୍ରିୟା ତ୍ୱରାନିତ ହୋଇଛି ତେଣୁ ହାଇକୋର୍ଟରେ ଏହି ମାମଲା ଶୁଣାଣି ହେବ ନାହିଁ ବୋଲି କହିଛନ୍ତି ହାଇକୋର୍ଟ  । ଅର୍ଥାତ  ଉଚ୍ଚ ନ୍ୟାୟାଳୟରେ ଆବେଦନର ଅନ୍ତ ଘଟିଛି  ।

 

ଆଫଗାନିସ୍ତାନର ଗରିବଙ୍କ କଥା କହୁଥିଲେ ବୋଲି ସାମ୍ବାଦିକଙ୍କୁ ମାରିଦେଲା ତାଲିବାନ

କାବୁଲ: ଆଫଗାନିସ୍ତାନ ଉପରେ ତାଲିବାନର କବଜା ପରଠାରୁ ଦେଶରେ ଅନିଶ୍ଚିତତା ଓ ଆତଙ୍କର ବାତାବରଣ ରହିଛି । ତାଲିବାନ ନିଜର ଅଲଗା ଗୋଟିଏ ଚେହେରା ଦେଖାଇବାକୁ ଚେଷ୍ଟା କରୁଛି । କାହା ଉପରେ ପ୍ରତିଶୋଧ ନିଆଯିବ ନାହିଁ ବୋଲି କହୁଥିବା ତାଲିବାନ ଗୁରୁବାର ଦିନ ଜଣେ ସାମ୍ବାଦିକଙ୍କୁ ହତ୍ୟା କରିଛି । ଏହି ସାମ୍ବାଦିକଙ୍କ ଭୁଲ ଥିଲା ଯେ, ସେ ଆଫଗାନିସ୍ତାନର ଗରିବ ଲୋକଙ୍କ ଅଭାବ ଅସୁବିଧା ଉପରେ ରିପୋର୍ଟିଂ କରୁଥିଲେ ।

ହତ୍ୟାର ଶିକାର ହୋଇଥିବା ସାମ୍ବାଦିକ ଜଣକ ଆଫଗାନିସ୍ତାନର ଘରୋଇ ନ୍ୟୁଜ୍ ଚ୍ୟାନେଲ ତୋଲୋ ନ୍ୟୁଜ୍ ପାଇଁ କାର୍ଯ୍ୟ କରୁଥିଲେ । ରିପୋର୍ଟ ଅନୁସାରେ ତାଙ୍କୁ ପିଟିପିଟି ହତ୍ୟା କରାଯାଇଛି । ତୋଲୋ ନ୍ୟୁଜ୍ ଅନୁସାରେ ସାମ୍ବାଦିକ ଜିୟରା ୟାଦ୍ ଗରିବଙ୍କ ଅବସ୍ଥା ଉପରେ ରିପୋର୍ଟିଂ କରୁଥିବା ବେଳେ କିଛି ତାଲିବାନୀ ଆତଙ୍କବାଦୀ ତାଙ୍କୁ ପିଟି ପିଟି ହତ୍ୟା କରିଥିଲେ । ସେମାନେ ମଧ୍ୟ ୟାଦଙ୍କ ସହିତ ଥିବା ତାଙ୍କ କ୍ୟାମେରାମ୍ୟାନଙ୍କୁ ପିଟିଥିଲେ । ପିଟିବା ପରେ ଆତଙ୍କବାଦୀ ତାଙ୍କ କ୍ୟାମେରାକୁ ଭାଙ୍ଗି ଦେଇଥିଲେ ।

ସାମ୍ବାଦିକଙ୍କ ହତ୍ୟା ସେହି ସମୟରେ ହୋଇଛି ଯେତେବେଳେ ତାଲିବାନ ସମସ୍ତଙ୍କୁ ସର୍ବକ୍ଷମା କଥା ଘୋଷଣା କରିଛି । ସାମ୍ବାଦିକଙ୍କ ହତ୍ୟା ପରେ ତାଲିବାନର ଏହି ଦାବି କେତେ ସତ ତାହା ଜଣା ପଡୁଛି । ଗୋଟେପଟେ ଦେଶରେ ଶାନ୍ତି ବଜାୟ ରହିବାର କଥା କହୁଥିବା ତାଲିବାନ ନିଜ ଚରିତ୍ରକୁ ଏବେ ବି ସେମିତି ରଖିଛି  । ସାଧାରଣ ଲୋକଙ୍କ ଅବସ୍ଥାକୁ ସାମ୍ବାଦିକ ଭାବେ ଉପସ୍ଥାପନା କରୁଥିବା ଜିୟରା ୟାଦଙ୍କୁ ହତ୍ୟା କରିବା ଘଟଣା ଏବେ ବିଶ୍ୱବ୍ୟାପୀ ପ୍ରଚାର ହୋଇଛି  ।

ରୟଟର ସାମ୍ବାଦିକଙ୍କୁ ହତ୍ୟା
ୟାଦଙ୍କ ହତ୍ୟା ପୂର୍ବରୁ ତାଲିବାନ ରୟଟରର ଭାରତୀୟ ସାମ୍ବାଦିକ ଦାନିଶ ସିଦ୍ଦିକିଙ୍କୁ ମଧ୍ୟ ହତ୍ୟା କରିଥିଲା । ଆଫଗାନ୍ ସେନା ସହିତ ଥିବା ସିଦ୍ଦିକିଙ୍କୁ ପ୍ରଥମେ ଗୁଳି କରି ହତ୍ୟା କରିବା ପରେ ତାଙ୍କ ମୁଣ୍ଡ ଉପରେ ତାଲିବାନ ଗାଡି ଚଢାଇ ଦେଇଥିଲା । କାନ୍ଧାହାର ପ୍ରଦେଶର ସ୍ପିନବୋଲଡେକ୍ ସହରରେ ଏହି ହତ୍ୟା ହୋଇଥିଲା ।

ପ୍ରଥମ ମହିଳା ପ୍ରଧାନ ବିଚାରପତି ହୋଇପାରନ୍ତି ଜଷ୍ଟିସ ନାଗରତ୍ନା, କଲେଜିୟମ ସୁପାରିସକୁ ମଞ୍ଜୁରୀ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ୯ ଜଣ ବିଚାରପତି ଯୋଗଦେବା ସଂକ୍ରାନ୍ତ କଲେଜିୟମ ସୁପାରିସକୁ ମଞ୍ଜୁରୀ ଦେଇଛନ୍ତି କେନ୍ଦ୍ର ସରକାର । ଫଳରେ ଦେଶରେ ପ୍ରଥମ ଥର ଲାଗି ଜଣେ ମହିଳା ପ୍ରଧାନ ବିଚାପତି ହେବା ସମ୍ଭାବନା ଦେଖା ଦେଇଛି । ଏହି ୯ ଜଣ ବିଚାରପତି ମଧ୍ୟରେ ରହିଛନ୍ତି କର୍ଣ୍ଣାଟକ ହାଇକୋର୍ଟର ମୁଖ୍ୟ ବିଚାପତି ଜଷ୍ଟିସ ଏଏସ ଓକା ଓ ଜଷ୍ଟିସ ବିଭି ନାଗରତ୍ନା, ତେଲଙ୍ଗାନା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ହିମା କୋହଲି, ଗୁଜରାଟ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ବିକ୍ରମନାଥ, ସିକ୍କିମ  ।

ସେହିପରି ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଜେକେ ମାହେଶ୍ବରୀ, କେରଳ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ସିଟି ରବିକୁମାର, ମାଡ୍ରାସ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏମଏମ ସୁନ୍ଦ୍ରେଶ, ଗୁଜରାଟ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ବେଳା ଏମ ତ୍ରିବେଦୀ ପ୍ରମୁଖ । ଜଣେ ବରିଷ୍ଠ ଆଇନଜୀବୀ ପିଏସ ନରସିଂହ୍ମା ମଧ୍ୟ ଏହି ପଦକୁ ଉନ୍ନୀତ ହୋଇଛନ୍ତି ।

ସବୁଠାରୁ ବଡ଼ କଥା ହେଉଛି ଏହି କମିଟିରେ ତିନି ଜଣ ମହିଳା ବିଚାରପତିଙ୍କ ନାମ ସାମିଲ ରହିଛି । ବର୍ତ୍ତମାନ ସୁପ୍ରିମକୋର୍ଟର ବିଚାରପତିଙ୍କ ସଂଖ୍ୟା 24 ରହିଛି । ଏମାନଙ୍କ ମଧ୍ୟରୁ ଜଷ୍ଟିସ ନାଗରତ୍ନା ଦେଶର ପ୍ରଧାନ ବିଚାରପତି ହେବା ଆଶା ରହିଛି । 1950 ଜାନୁଆରୀ 26ରେ ପ୍ରତିଷ୍ଠିତ ସୁପ୍ରିମକୋର୍ଟରେ ଆଜିଯାଏଁ ମାତ୍ର 8 ଜଣ ମହିଳା ବିଚାରପତି ନିଯୁକ୍ତି ପାଇଛନ୍ତି । ଦେଶର ପ୍ରଥମ ମହିଳା ବିଚାରପତି ଥିଲେ 1989ରେ ନିଯୁକ୍ତ ଏମ. ଫାତିମା ବିବି  । କିନ୍ତୁ ଦେଶରେ ଆଜି ପର୍ଯ୍ୟନ୍ତ କୌଣସି ମହିଳା ପ୍ରଧାନ ବିଚାରପତି ଭାବେ ନିଯୁକ୍ତି ପାଇ ନାହାଁନ୍ତି  ।

ଯଦି ଜଷ୍ଟିସ ବିଭି ନାଗରତ୍ନାଙ୍କୁ ପ୍ରଧାନ ବିଚାରପତି ଦାୟିତ୍ୱ ମିଳେ, ତେବେ ସେ ହେବେ ଦେଶର ପ୍ରଥମ ମହିଳା ପ୍ରଧାନ ବିଚାରପତି  । ଗୋଟେପଟେ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ୯ଜଣ ବିଚାରପତି ଯୋଗଦେବା ପ୍ରସ୍ତାବକୁ ସୁପାରିସ ଦେଇଛନ୍ତି  । ତେଣୁ ଆଗାମୀ ଦିନରେ ଏହି ୯ ଜଣିଆ କମିଟି ସ୍ଥାନିତ ହେବା ନେଇ ଆଶଙ୍କା କରାଯାଉଛି  । ତେବେ ଏହି କମିଟିରେ ତିନି ଜଣ ମହିଳା ବିଚାରପତିଙ୍କ ନାମ ରହିଥିବାବେଳେ ଜଷ୍ଟିସ ନାଗରତ୍ନା ପ୍ରଧାନ ବିଚାରପତି ଭାବେ ନିଯୁକ୍ତି ପାଇବା ନେଇ ଚର୍ଚ୍ଚା ହେଉଛି  ।

ପଞ୍ଚୟାତ ନିର୍ବାଚନ ପାଇଁ ସରକାର ପ୍ରସ୍ତୁତ, ସଂରକ୍ଷଣ ନେଇ ଆସିବ ସଂଶୋଧନ ପ୍ରସ୍ତାବ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ । ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଏହି ସୂଚନା ଦେଇଛନ୍ତି । ଆସନ୍ତାବର୍ଷ ଫେବ୍ରୁଆରୀ ମାସରେ ପଞ୍ଚାୟତ କାର୍ଯ୍ୟକାଳ ସରିବ । ନିର୍ବାଚନରେ ସଂରକ୍ଷଣ ନେଇ ବିଧାନସଭାରେ ଆସିବ ସଂଶୋଧନ ପ୍ରସ୍ତାବ । ଏ ନେଇ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏଥର ନିର୍ବାଚନରେ ୫୦ ପ୍ରତିଶତ ସଂରକ୍ଷିତ ରହିବ । ଓବିସି ସଂରକ୍ଷଣ ନେଇ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଥିଲା ବିଜେଡି ।

ସେପଟେ  ବାରମ୍ବାର ଦାବି ସତ୍ତ୍ୱେ କେନ୍ଦ୍ର ନିଷ୍ପତ୍ତି ନେଉନାହିଁ । ପଛୁଆବର୍ଗଙ୍କ ପାଇଁ ସଂରକ୍ଷଣ ନେଇ ସଂସଦରେ କୌଣସି ପଦକ୍ଷେପ ନିଆଯାଉନାହିଁ । ଜାତିଭିତ୍ତିକ ଜନଗଣନା ନେଇ ବି କିଛି ନିଷ୍ପତ୍ତି ନେଉନି କେନ୍ଦ୍ର । ଏଥିପାଇଁ ଯାହା ବ୍ୟବସ୍ଥା ଦରକାର, ତାହା ବିଧାନସଭାରେ ନିଷ୍ପତ୍ତି ନିଆଯିବ । ଏଥର ପଞ୍ଚାୟତ ପୁନର୍ଗଠନ ହେବନାହିଁ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି ।

ଶ୍ରୀକ୍ଷେତ୍ରରେ ମୁଖ୍ୟ ଶାସନ ସଚିବ, ସୌନ୍ଦର୍ଯ୍ୟକରଣ କାର୍ଯ୍ୟର କଲେ ସମୀକ୍ଷା

ପୁରୀ: ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ପୁରୀ ଗସ୍ତ କରିଛନ୍ତି । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ସେବାୟତଙ୍କ ସହ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା କରିଛନ୍ତି । ଏଥିସହ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବ୍ୟବସ୍ଥାର ମଧ୍ୟ ସମୀକ୍ଷା କରିଛନ୍ତି । ପୁରୀରେ ଚାଲିଥିବା ସୌନ୍ଦର୍ଯ୍ୟକରଣ କାର୍ଯ୍ୟର ମଧ୍ୟ ଅନୁଧ୍ୟାନ କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ।

ପୁରୀର ବିକାଶ ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ମାନ ଗ୍ରହଣ କରିଛନ୍ତି  । ଏଥି ସହିତ ପୁରୀରେ ମଧ୍ୟ ସୌନ୍ଦର୍ଯ୍ୟକାରଣ କାର୍ଯ୍ୟ ତ୍ୱରିତ ବେଗରେ ଆଗେଇ ଚାଲିଛି  । ଅନ୍ୟପଟେ କୋଭିଡ କଟକଣା ଉଚ୍ଛେଦ ପରେ ୨୩ ତାରିଖରୁ ସାଧାରଣ ଭକ୍ତଙ୍କ ନିମନ୍ତେ ମନ୍ଦିର ଖୋଲିଛି  । ତେଣୁ ବର୍ତ୍ତମାନର ଦର୍ଶନ ସ୍ଥିତିକୁ ମଧ୍ୟ ଅନୁଧ୍ୟୈାନ କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର  ।

ଆଫଗାନରେ ଆତଙ୍କ, ବିମାନ ବନ୍ଦର ନଯିବାକୁ ଆମେରିକାର ପରାମର୍ଶ

କାବୁଲ: ଆଫଗାନିସ୍ତାନର ବିମାନ ବନ୍ଦର ବାହାରେ ବଡ଼ ଧରଣର ଆକ୍ରମଣ ଆଶଙ୍କା । ତୁରନ୍ତ କାବୁଲ ବିମାନବନ୍ଦର ଛାଡିବାକୁ ନିଜ ନାଗରିକଙ୍କୁ ସତର୍କ କରାଇଛି ଆମେରିକା । ଆମେରିକା ଦୂତାବାସରୁ ନିର୍ଦ୍ଦେଶ ନମିଳିଲା ଯାଏ ବିମାନବନ୍ଦର ନଆସିବାକୁ ପରାମର୍ଶ ଦିଆଯାଇଛି । କାବୁଲ ବିମାନବନ୍ଦରର ଆବେ, ଇଷ୍ଟ ଓ ନର୍ଥ ଗେଟରେ ଥିବା ଆମେରିକା ନାଗରିକଙ୍କୁ ତୁରନ୍ତ ବିମାନବନ୍ଦର ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ବର୍ତ୍ତମାନ ସୁଦ୍ଧା ମୋଟ ୬ହଜାର ଆମେରିକା ନାଗରିକଙ୍କ ମଧ୍ୟରୁ ୪ ହଜାର ୫ଶହ ନାଗରିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଅନ୍ୟ ନାଗରିକ ମାନଙ୍କୁ ସ୍ବଦେଶ ଫେରାଇ ଆଣିବାକୁ ପ୍ରୟାସ ଜାରି ରଖିଛି ଆମେରିକା । ଜି୭ ବୈଠକରେ ଆମେରିକା ରାଷ୍ଟ୍ରପତି ଜୋ ବିଡେନ କହିଛନ୍ତି ଅଗଷ୍ଟ ୩୧ ସୁଦ୍ଧା ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ସାରିବାକୁ ଲକ୍ଷ୍ୟ ରଖାଯାଇଛି । ମାତ୍ର ପ୍ରତିଦିନ ଆମେରିକା ସୈନ୍ୟ ନୂଆ ନୂଆ ସମସ୍ୟାର ସାମନା କରୁଛି ।

ଏପରିକି ଆଇଏସଆଇଏସ ଖୋରାସନ ପକ୍ଷରୁ ଆକ୍ରମଣ ନେଇ ଚେତବନୀ ଦିଆଯାଉଥିବା କହିଛି ହ୍ବାଇଟ ହାଉସ । ସେପଟେ ବାୟୁସେନାର ସ୍ବତନ୍ତ୍ର ବିମାନରେ ଆଜି କାବୁଲରୁ ଭାରତ ଫେରିଛନ୍ତି ୨୪ ଭାରତୀୟ ନାଗରିକ । ଅପରେସନ ଦେବୀ ଶକ୍ତିରେ ସମସ୍ତଙ୍କୁ ଉଦ୍ଧାର କରାଯାଇଛି । ୨୪ ଭାରତୀୟଙ୍କ ସହ ୧୧ ନେପାଳ ନାଗରିକ ମଧ୍ୟ ଭାରତ ଫେରିଛନ୍ତି । ବର୍ତ୍ତମାନ ସୁଦ୍ଧା ମୋଟ ୬୨୬ ଜଣଙ୍କୁ ଉଦ୍ଧାର କରାଯାଇଛି । ସେମାନଙ୍କ ମଧ୍ୟରେ ୨୨୮ଜଣ ଭାରତୀୟ ଥିବା ବେଳେ, ଅନ୍ୟମାନେ ଆଫଗାନର ହିନ୍ଦୁ ଓ ଶିଖ ସଂପ୍ରଦାୟର

ନିୟନ୍ତ୍ରଣକୁ ଆସୁଛି ମହାମାରୀ, ୧୮ ବର୍ଷ ମଧ୍ୟରେ ୧୩୦ ପିଲା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ନିୟନ୍ତ୍ରଣକୁ ଆସୁଛି ମହାମାରୀ କରୋନା । ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୮୪୯ ପଜିଟିଭ୍ । କ୍ବାରେଣ୍ଟାଇନରୁ ୪୯୨ ଜଣ ଥିବା ବେଳେ ଲୋକାଲ କେସ୍ ରହିଛି ୩୫୭ । ସେହିପରି ଜନ୍ମରୁ ୧୮ ବର୍ଷ ମଧ୍ୟରେ ୧୩୦ ପିଲା ଆକ୍ରାନ୍ତ ହୋଇଛନ୍ତି । ଆଉ ୬୬ ଜଣଙ୍କ ଜୀବନ ନେଇଛି କିଲର ଭାଇରସ । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୩୧୩ ଜଣ ଥିବା ବେଳେ କଟକରୁ ୧୧୫, ଷ୍ଟେଟ୍ ପୁଲରୁ ୬୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି ବାଲେଶ୍ବରରୁ ୪୮ ଜଣ ଥିବା ବେଳେ, ଜଗତସିଂହପୁରରୁ ୪୨, ଯାଜପୁରରୁ ୪୨, ମୟୂରଭଞ୍ଜରୁ ୨୬, କେନ୍ଦ୍ରାପଡ଼ାରୁ ୨୪, ପୁରୀରୁ ୨୨, ସମ୍ବଲପୁରରୁ ୨୦, ଅନୁଗୁଳରୁ ୧୯, ନୟାଗଡ଼ରୁ ୧୯, ସୁନ୍ଦରଗଡ଼ ଓ ବରଗଡ଼ରୁ ୧୫ ଜଣ ଲେଖାଏଁ, ଢେଙ୍କାନାଳରୁ ୧୪, ଭଦ୍ରକରୁ ୯, ଦେବଗଡ଼ରୁ ୯, କେନ୍ଦୁଝରରୁ ୮, ଗଞ୍ଜାମରୁ ୬, କୋରାପୁଟରୁ ୫ ଜଣ ଚିହ୍ନଟ ହୋଇଛନ୍ତି   ।

ସେହିପରି କଳାହାଣ୍ଡିରୁ ୩, ରାୟଗଡ଼ାରୁ ୨, ଝାରସୁଗୁଡ଼ା, ବୌଦ୍ଧ, ନୂଆପଡ଼ା, କନ୍ଧମାଳ ଓ ଗଜପତି ଓ ସୋନପୁରରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।  ଗୋଟିଏ ଦିନରେ ଆଉ ୭୨୧ ଜଣ ସୁସ୍ଥ ହୋଇଥିବା ବେଳେ, ମୋଟ ଆରୋଗ୍ୟ ହେଲେଣି ୯ ଲକ୍ଷ ୮୮ ହଜାରରୁ ଅଧିକ । ଆକ୍ଟିଭ୍ କେସ୍ ରହିଛି ୮ ହଜାର ୨୮୮ ।

ଡ୍ରଗସ ରାକେଟ ଗୁମର: ଟଲିଉଡ ଅଭିନେତା ଓ ନିର୍ଦ୍ଦେଶକଙ୍କୁ EDର ସମନ

ନୂଆଦିଲ୍ଲୀ:  ବହୁଚର୍ଚ୍ଚିତ ଡ୍ରଗସ ରାକେଟ ପ୍ରସଙ୍ଗରେ ଅଭିନେତ୍ରୀ ରକୁଲ ପ୍ରୀତ ସିଂହଙ୍କ ସମେତ 12 ଟଲିଉଡ ଅଭିନେତା ଓ ନିର୍ଦ୍ଦେଶକଙ୍କୁ ସମନ ଜାରି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅନ୍ୟମାନଙ୍କ ମଧ୍ୟରେ ରହିଛନ୍ତି ରାଣା ଦଗୁବତି, ରବି ତେଜା, ପୁରୀ ଜଗନ୍ନାଥ , ଚାର୍ମେ କୌର, ମୁମଥ ଖାଁ ପ୍ରମୁଖ । 4 ବର୍ଷ ତଳର ଏହି ନିଶା ରାକେଟ ମାମଲାରେ ଆସନ୍ତା 31 ତାରିଖରେ ହାଜର ହେବାକୁ ପୁରୀ ଜଗନ୍ନାଥଙ୍କୁ ସମନ ଜାରି କରାଯାଇଥିବା ବେଳେ, ରକୁଲ ପ୍ରୀତଙ୍କୁ ସେପ୍ଟେମ୍ବର 6ରେ ହାଜର ଲାଗି ନିର୍ଦ୍ଦେଶ ଦିଆଯାଇଛି ।

ଅନ୍ୟମାନଙ୍କୁ ସେପ୍ଟେମ୍ବର 8 ଓ 9 ତାରିଖରେ ହାଜର ହେବାକୁ ଇଡି ନିର୍ଦ୍ଦେଶ ଦେଇଛି । ଗତ 2017ରେ ଏକ ହାଇପ୍ରୋଫାଇଲ ଡ୍ରଗ୍ସ ରାକେଟ ପ୍ରସଙ୍ଗରେ ଏହି 12 ଅଭିନେତା, ଅଭିନେତ୍ରୀ ଓ ନିର୍ଦ୍ଦେଶକଙ୍କୁ ସ୍ବତନ୍ତ୍ର ତଦନ୍ତକାରୀ ଟିମ ଜେରା କରିଥିଲା । ଡ୍ରଗ୍ସ ରାକେଟ ମାମଲାରେ ଗତ ଜୁଲାଇ 2017ରେ ହାଇଦ୍ରାବାଦ ଅବକାରୀ ବିଭାଗର ସ୍ବତନ୍ତ୍ର ତଦନ୍ତକାରୀ ଟିମ୍ ଏହି 12ଜଣଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ କରିଥିଲା । ଏହି ମାମଲାରେ ଏସଆଇଟି 62 ଜଣ ସନ୍ଦିଗ୍ଧଙ୍କ କେଶ ଓ ନଖ ନମୁନା ସଂଗ୍ରହ କରିଥିଲା ।

ତେବେ ବର୍ତ୍ତମାନ ସୁଦ୍ଧା ଏହାର ଚାର୍ଜସିଟ ଦାଖଲ କରିନି ଏସଆଇଟି । 2017 ଅଗଷ୍ଟରେ ମୁମ୍ବାଇରୁ ହାଇଦ୍ରାବାଦକୁ କୋକେନ ଯୋଗାଣ ଅଭିଯୋଗରେ ଦକ୍ଷିଣ ଆଫ୍ରିକାର ଜଣେ ନାଗରିକ ରାଫେଲ ଆଲେକ୍ସ ଭିକ୍ଟରଙ୍କୁ ପୋଲିସ ଗିରଫ କରିଥିଲା ।