spot_img
Home Blog Page 5243

ପାନ ଦୋକାନରେ ଗଞ୍ଜେଇ ବେପାର, କୋର୍ଡ ୱାର୍ଡରେ ଧୁମ ବେପାର

ଭୁବନେଶ୍ୱର: ପାନ ଦୋକାନରେ ଚାଲିଥିଲା ଗଞ୍ଜେଇ ବେପାର । ହେଲେ ଖେଳ ବିଗାଡିଦେଲା ଅବକାରୀ ବିଭାଗ । ଭୁବନେଶ୍ୱର କେଦାରପଲ୍ଲୀ ବସ୍ତିରେ ଅବକାରୀ ମୋବାଇଲ ସ୍କ୍ୱାଡ୍‌ ଚଢ଼ାଉ କରି ଏକ ପାନ ଦୋକାନରୁ ସାଢ଼େ ୪ କିଲୋ ଗଞ୍ଜେଇ ଓ ଗଞ୍ଜେଇ ସିଗାରେଟ ଜବତ କରିଛି । ଦୋକାନୀ ଟୁନା ନାୟକକୁ ଗିରଫ କରିଛି ଅବକାରୀ ବିଭାଗ ।

ପାନ ଦୋକାନରେ କୋଡ୍‌ ୱାର୍ଡ ଚକଖଡ଼ି ଓ ବାବା କହିଲେ ମିଳୁଥିଲା ଗଞ୍ଜେଇ ଓ ଗଞ୍ଜେଇ ସିଗାରେଟ୍ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୫୦ ହଜାର ଟଙ୍କା ହେବ । ଦୋକାନୀ ଟୁନା ନାୟକକୁ କୋର୍ଟ ଚାଲାଣ କରାଯାଇଛି । ରାଜଧାନୀରେ ପୋଲିସର କଡା ପ୍ରହରା ସ୍ୱତେ କେମିତି ଏବଂ କେଉଁ ଉପାୟରେ ଚାଲିଛି ଏହି ବେପାର  । ତାହା ଏବେ ବଡ଼ ପ୍ରଶ୍ନ  ।

 

ଦିଲ୍ଲୀ ବିଧାନସଭାରୁ ଲାଲକିଲ୍ଲାକୁ ଥିଲା ଗୁପ୍ତ ସୁଡ଼ଙ୍ଗ, ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ନେବା ଆଣିବା ଲାଗି ବ୍ୟବହାର ହେଉଥିଲା

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭାରୁ ଲାଲକିଲ୍ଲାକୁ ଥିଲା ଗୁପ୍ତ ସୁଡଙ୍ଗ। ଖୋଦ ରାଜଧାନୀ ଦିଲ୍ଲୀର ମଧ୍ୟଭାଗରେ ଏକ ପୁରାତନ ଦୀର୍ଘ ସୁଡଙ୍ଗର ଆବିଷ୍କାର ପରେ ଦିଲ୍ଲୀରେ ଚାଞ୍ଚଲ୍ୟ ଖେଳିଛି। ଦିଲ୍ଲୀ ବିଧାନସଭା ବାଚସ୍ପତି ରାମ ନିଓ୍ୱାସ ଗୋୟଲ କହିଛନ୍ତି ଅତୀତରେ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଏହି ସୁଡଙ୍ଗ ଦେଇ ଲାଲକିଲ୍ଲା ନିଆଯାଉଥିଲା। ଲୋକଙ୍କ ଭିତରେ ଯେପରି ଉତ୍ତେଜନା ପ୍ରକାଶ ପାଇବ ନାହିଁ ତାହାକୁ ନଜରରେ ରଖି ଏହି ପଦକ୍ଷେପ ନିଆଯାଉଥିଲା।

ସେ କହିଛନ୍ତି ୧୯୯୩ରେ ସେ ବିଧାୟକ ହୋଇଥିବାବେଳେ ଏହି ସୁଡଙ୍ଗ ସମ୍ପର୍କରେ ଜାଣିଥିଲେ। ବର୍ତ୍ତମାନ ଏହି ସୁଡଙ୍ଗର ମୁହଁ ଠାବ ହୋଇଛି। ମାତ୍ର ଏହାକୁ ଖୋଳିବା ସମ୍ଭବ ହେବନାହିଁ। କାରଣ ଏହି ସୁଡ଼ଙ୍ଗର ଅଧିକାଂଶ ସ୍ଥାନ ଧସିଗଲାଣି। ଗୋୟଲ ଆହୁରି କହିଛନ୍ତି- ୧୯୧୨ରେ ଭାରତର ରାଜଧାନୀ କୋଲକତାରୁ ଦିଲ୍ଲୀକୁ ସ୍ଥାନାନ୍ତର ହୋଇଥିଲା। ବର୍ତ୍ତମାନର ଦିଲ୍ଲୀ ବିଧାନସଭା ସେତେବେଳେ ସେଣ୍ଟ୍ରାଲ ଲେଜିସଲେଟିଭ ଆସେମ୍ବ୍ଲି ଭାବେ ଅବସ୍ଥାପିତ ହୋଇଥିଲା। ୧୯୨୬ରେ ଏହାକୁ ଏକ କୋର୍ଟରେ ପରିଣତ କରାଯାଇଥିଲା। ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ନେବା ଆଣିବା ଲାଗି ଏହି ଟନେଲ ଖୋଳାଯାଇଥିଲା।

ପଞ୍ଜଶୀରର ସାହାସୀ ଯୋଦ୍ଧା, ୪୦ ତାଲିବାନୀଙ୍କୁ କଲେଣି ହତ୍ୟା

ନନ୍ଦିଘୋଷ ବ୍ୟୁରୋ: ଆଫଗାନିସ୍ତାନକୁ ତାଲିବାନ କବଜ୍ଜା କରିନେଇଛି ସତ,କିନ୍ତୁ ଏବେ ବି ଏହିଭଳି ଏକ ଅଂଚଳ ରହିଛି,ଯାହାକୁ କବଜା କରିବାରେ ବିଫଳ ହୋଇଛନ୍ତି ତାଲିବାନୀ । ଆଫଗାନିସ୍ତାନର ପଞ୍ଜଶୀର ପ୍ରାନ୍ତକୁ ଏଯାଏଁ ପହଂଚିପାରିନି ତାଲିବାନୀଙ୍କ ଛାୟା । ଘାଟିର ସାହାସୀ ଯୋଦ୍ଧା ଲଗାତାର ତାଲିବାନୀଙ୍କୁ ଚକମା ଦେଉଛନ୍ତି । ନୂଆ ସରକାରଙ୍କ ପାଇଁ ପଞ୍ଜଶୀର ପ୍ରାନ୍ତରେ ଗତ କିଛିଦିନ ହେବ ତାଲିବାନ ଏବଂ ରେଜିଷ୍ଟାନ୍ସ ଫୋର୍ସ ତଥା ଉତ୍ତର ଆଲାଇନ୍ସ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଏବେ ତାଲିବାନ ପଞ୍ଜଶୀର ଘାଟରେ ପ୍ରବେଶ କରିବାର ଚେଷ୍ଟା ଜାରି ରଖିଛି । ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ ଏବଂ ଅହମ୍ମଦ ମାସୁଦଙ୍କ ନେତୃତ୍ୱରେ ରେଜିଷ୍ଟାନ୍ସ ଫୋର୍ସ ତଥା ଉତ୍ତର ଆଲାଇନ୍ସ ସଠିକ ଜବାବ ଦେଇଛି ।

ଏହି ସମୟରେ ପଞ୍ଜଶୀରଙ୍କ ବାହିନୀ ୪୦ ତାଲିବାନିଙ୍କ ହତ୍ୟା କରିଛନ୍ତି । କେବଳ ସେତିକି ନୁହେଁ ପଞ୍ଜଶୀରର ସାହାସୀ ଯୋଦ୍ଧାଙ୍କୁ ଭୟ କରି ସେମାନେ ନିଜ ସାଥୀମାନଙ୍କ ଶବ ଛାଡ଼ି ପଳାୟନ କରିଥିଲେ । ତେବେ ରେଜିଷ୍ଟାନ୍ସ ଫୋର୍ସ ଏହି ପ୍ରଦେଶରେ ସଂଘର୍ଷ ସମୟରେ ନିହତ ହୋଇଥିବା ୪୦ ତାଲିବାନ ଆତଙ୍କବାଦୀଙ୍କ ମୃତଦେହକୁ ତାଲିବାନ ଗୋଷ୍ଠୀକୁ ହସ୍ତାନ୍ତର କରିଛି। ରେଜିଷ୍ଟାନ୍ସ ଫୋର୍ସର ମୁଖପାତ୍ର କହିଛନ୍ତି ଯେ, ତାଲିବାନୀ ବାରମ୍ବାର ପଞ୍ଜଶୀରର ପ୍ରଦେଶର ଶୋତୁଲ ଜିଲ୍ଲାକୁ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ । ହେଲେ ସେମାନଙ୍କ ଚେଷ୍ଟା ବିଫଳ ହୋଇଥିଲା । ତେବେ ଜିଲ୍ଲାକୁ ପ୍ରବେଶ କରିବା ଉଦ୍ୟମ ଜାରି ଥିବାବେଳେ ଉଭୟ ପାର୍ଶ୍ୱରୁ ଗୁଳି ବିନିମୟ ହୋଇଥିଲା ଏବଂ ତାଲିବାନର ୪୦ ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଥିଲା ।

ନିହତ ହୋଇଥିବା ଲୋକଙ୍କ ଶବ ତାଲିବାନକୁ ହସ୍ତାନ୍ତର କରାଯାଇଛି। ଏହା ପରେ ଗୁରୁବାର ଉଭୟ ପକ୍ଷରୁ କୌଣସି ବିବାଦ ସୃଷ୍ଟି ହୋଇନଥିଲା ବୋଲି କହିଛନ୍ତି ମୁଖପାତ୍ର । ପଞ୍ଜଶିର ଘାଟିରେ ଆଫଗାନିସ୍ତାନର କାର୍ଯ୍ୟନିର୍ବାହୀ ରାଷ୍ଟ୍ରପତି ଅମରୁଲ୍ଲାହ ସାଲେହ ଆଫଗାନିସ୍ତାନରୁ ତାଲିବାନୀକୁ ହଟାଇବା ନେଇ ଶପଥ ନେଇଛନ୍ତି। ଏହା ସହ ଅହମ୍ମଦ ଶାହଙ୍କ ପୁଅ ଅହମ୍ମଦ ମାସୁଦ ମଧ୍ୟ ହାର ନମାନିବାର ନିଷ୍ପତ୍ତି ନେଇଛନ୍ତି । ସେ କହିଛନ୍ତି ଯେ, ତାଙ୍କ ଡିକ୍ସନାରିରେ ଆତ୍ମସମର୍ପଣ ଭଳି କୌଣସି ଶବ୍ଦ ନାହିଁ । ତେଣୁ ଏଭଳି ପରିସ୍ଥିତିରେ ତାଲିବାନୀଙ୍କ ପାଇଁ ପଞ୍ଜଶୀର ଘାଟିକୁ ନିଜ କବଜ୍ଜାରେ କରିବା ଅତ୍ୟନ୍ତ କଷ୍ଟକର ହେବ।

ନିକଟରେ ତାଲିବାନ ନେତାମାନେ ଏହି ଚୁକ୍ତି ସମ୍ପର୍କରେ ବିଦ୍ରୋହୀ ଦଳର ନେତା ଅହମ୍ମଦ ମାସୁଦଙ୍କ ସହ ଆଲୋଚନା କରିଥିଲେ। କିନ୍ତୁ ଏହି ବାର୍ତ୍ତାଳାପ ଦ୍ୱାରା କୌଣସି ସମାଧାନ ହୋଇପାରିନଥିଲା । ଏହା ପରେ ତାଲିବାନ ପୁନର୍ବାର ପଞ୍ଜସିର ଉପରେ ଆକ୍ରମଣ କରିଥିଲା। ଅଗଷ୍ଟ ମଧ୍ୟଭାଗରୁ ପ୍ରସିଦ୍ଧ ଆଫଗାନୀ କମାଣ୍ଡର ଅହମ୍ମଦ ଶାହା ମସୁଦଙ୍କ ପୁଅ ଅହମ୍ମଦ ମାସୁଦଙ୍କ ନେତୃତ୍ୱରେ ତାଲିବାନ ବିଦ୍ରୋହୀମାନେ ପଞ୍ଜସିର ଘାଟିରେ ଏକଜୁଟ ହୋଇଥିଲେ। ଆଫଗାନିସ୍ତାନର ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ ମଧ୍ୟ ସେମାନଙ୍କ ସହ ଉପସ୍ଥିତ ଅଛନ୍ତି । ମିଳିତ ଭାବେ ସେମାନେ ଏଠାରେ ତାଲିବାନୀଙ୍କୁ ଚ୍ୟାଲେଞ୍ଜ କରୁଛନ୍ତି।

କରୋନାରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ପ୍ରସଙ୍ଗ, କେନ୍ଦ୍ର ଉପରେ ବର୍ଷିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କରୋନା କାରଣରୁ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାରକୁ କ୍ଷତିପୂରଣ ଦେବା ନୀତି ଉପରେ ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। କ୍ଷତିପୂରଣ ନୀତି ପ୍ରସ୍ତୁତ କରିବା ବ୍ୟତୀତ ମୃତ୍ୟୁ ପ୍ରମାଣପତ୍ରରେ ମୃତ୍ୟୁର ପ୍ରକୃତ କାରଣ ରେକର୍ଡ କରିବା ପାଇଁ ଏକ ସିଷ୍ଟମ ପ୍ରସ୍ତୁତ କରିବାକୁ କୋର୍ଟ କେନ୍ଦ୍ରକୁ କହିଥିଲେ। ହେଲେ ଏପର୍ଯ୍ୟନ୍ତ କୌଣସିଥିରେ ବି ସଫଳ ହୋଇପାରିଲେ ନାହିଁ କେନ୍ଦ୍ରସରକାର। କରୋନାରେ ମୃତ୍ୟୁ କରିଥିବା ଲୋକଙ୍କ ଏପର୍ଯ୍ୟନ୍ତ କ୍ଷତିପୂରଣ ଦେବା ନୀତି ପ୍ରସ୍ତୁତ ହୋଇପାରିଲା ନାହିଁ। ଏହି ପ୍ରସଙ୍ଗରେ ଉତ୍ତର ଦାଖଲ ନକରିବା ଉପରେ ମନ୍ତବ୍ୟ ଦେଇ କୋର୍ଟ ଆଜି କେନ୍ଦ୍ରକୁ ତାଗିଦ୍‌ କରିଛନ୍ତି। କୋର୍ଟ କେନ୍ଦ୍ରକୁ ଇଙ୍ଗିତ କରି କହିଛନ୍ତି-ଆପଣ ପଦକ୍ଷେପ ନେବା ବେଳକୁ ତୃତୀୟ ଲହର ଦେଶକୁ ଆସି ଚାଲିଯାଇଥିବ।

ଆଜି ଏହି ମାମଲାକୁ କେନ୍ଦକରି ଏକ ବେଞ୍ଚ ବସିଥିଲା। ଜଷ୍ଟିସ ଏମଆର ଶାହା ଏବଂ ଅନିରୁଦ୍ଧ ବୋଷଙ୍କ ବେଞ୍ଚରେ ଏହି ମାମଲାର ଶୁଣାଣି ହୋଇଥିଲା। ଶୁଣାଣି ଆରମ୍ଭରେ ଅତିରିକ୍ତ ସଲିସିଟର ଜେନେରାଲ ଐଶ୍ୱର୍ଯ୍ୟା ଭାଟି କୋର୍ଟଙ୍କୁ ସୂଚନା ଦେଇଥିଲେ ଯେ ଏପର୍ଯ୍ୟନ୍ତ ଏଫିଡେଭିଟ୍ ଦାଖଲ ହୋଇନାହିଁ। ଭାଟି ଏଥିପାଇଁ ୧୦ ଦିନ ସମୟ ମାଗିଥିଲେ। କୋର୍ଟରେ ଉପସ୍ଥିତ ଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ମଧ୍ୟ କହିଛନ୍ତି ଯେ ଏହି ମାମଲା ସରକାରଙ୍କ ନିକଟରେ ବିଚାରାଧୀନ ଅଛି। ଏହାର ଜବାବରେ ବେଞ୍ଚର ଚେୟାରମ୍ୟାନ୍ ଜଷ୍ଟିସ୍ ଶାହା କହିଛନ୍ତି ଯେ ଆଦେଶ ଆସିବା ପରେ ବହୁତ ସମୟ ଅତିବାହିତ ହୋଇଛି। ସରକାର କିଛି କରିବା ବେଳକୁ ତୃତୀୟ ତରଙ୍ଗ ଅତିକ୍ରମ ହୋଇଯିବ। କୋର୍ଟ କହିଛନ୍ତି ଯେ ସରକାର ପୂର୍ବରୁ ସମୟ ମାଗିଛନ୍ତି। ବର୍ତ୍ତମାନ କେନ୍ଦ୍ରସରକାର ସେପ୍ଟେମ୍ବର ୧୧ ସୁଦ୍ଧା ନିଜର ଉତ୍ତର ଦାଖଲ କରିବା ଉଚିତ୍।

ପୂର୍ବ କୋର୍ଟର ନିର୍ଦ୍ଦେଶ ଅନୁଯାୟୀ ଜୁନ୍ ୩୦ରେ ଦିଆଯାଇଥିବା ଆଦେଶରେ ସୁପ୍ରିମକୋର୍ଟ ଦେଶରେ କରୋନା ଦ୍ୱାରା ଘଟିଥିବା ପ୍ରତ୍ୟେକ ମୃତ୍ୟୁ ପାଇଁ କ୍ଷତିପୂରଣ ଦେବାକୁ କହିଥିଲେ। ୬ ସପ୍ତାହ ମଧ୍ୟରେ କ୍ଷତିପୂରଣ ରାଶି ଠିକ୍ କରିବା ପରେ ରାଜ୍ୟମାନଙ୍କୁ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (NDMA) କୁ ଜଣାଇବାକୁ କୋର୍ଟ କହିଥିଲେ। ଏପରି ବିପଦରେ ଲୋକଙ୍କୁ କ୍ଷତିପୂରଣ ଦେବା ସରକାରଙ୍କ ଆଇନଗତ କର୍ତ୍ତବ୍ୟ ବୋଲି କୋର୍ଟ କହିଥିଲେ। କିନ୍ତୁ କ୍ଷତିପୂରଣ ରାଶି କେତେ ହେବ ତାହା ସ୍ଥିର କରିବାକୁ କୋର୍ଟ ସରକାରଙ୍କୁ ଛାଡ଼ିଥିଲେ।

ଏହି ମାମଲାର ଆବେଦନକାରୀମାନେ ଯୁକ୍ତି ଦର୍ଶାଇଥିଲେ ଯେ ମୃତମାନଙ୍କୁ ଶେଷ ରୀତିନୀତି ପାଇଁ ସିଧାସଳଖ ଡାକ୍ତରଖାନାରୁ ନିଆଯାଉଛି। ତାଙ୍କର ପୋଷ୍ଟମର୍ଟମ କରାଯାଉ ନାହିଁ କିମ୍ବା ମୃତ୍ୟୁ ପ୍ରମାଣପତ୍ରରେ ଲେଖା ନାହିଁ ଯେ ମୃତ୍ୟୁର କାରଣ କରୋନା ବୋଲି। ଏଭଳି ପରିସ୍ଥିତିରେ କ୍ଷତିପୂରଣ ଯୋଜନା ଆରମ୍ଭ ହୋଇଥିଲେ ମଧ୍ୟ ଲୋକମାନେ ଏହାର ଫାଇଦା ଉଠାଇ ପାରିବେ ନାହିଁ। ଏହା ଉପରେ କୋର୍ଟ କହିଥିଲେ ଯେ କରୋନାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ମୃତ୍ୟୁ ପ୍ରମାଣପତ୍ରରେ ମୃତ୍ୟୁର କାରଣ ସ୍ପଷ୍ଟ ଭାବେ ଲେଖାଯିବା ଉଚିତ୍। ସାର୍ଟିଫିକେଟ୍ ପାଇବା ପ୍ରକ୍ରିୟା ସରଳ ହେବା ଉଚିତ୍। ଯଦି ପୂର୍ବରୁ ଦିଆଯାଇଥିବା ସାର୍ଟିଫିକେଟ୍ ବିରୋଧରେ ପରିବାରର କୌଣସି ଅଭିଯୋଗ ଅଛି, ତେବେ ଏହାର ସମାଧାନ ହେବା ଉଚିତ୍ ବୋଲି କୋର୍ଟ କହିଥିଲେ।

ପଞ୍ଚଭୂତରେ ବିଲୀନ ହେଲେ ବିଗ୍‌ ବସ୍‌ ସିଜିନ୍‌-୧୩ର ବିଜେତା ସିର୍ଦ୍ଧାର୍ଥ ଶୁକ୍ଳା

ମୁମ୍ବାଇ: ପଞ୍ଚଭୂତରେ ବିଲୀନ ହେଲେ ବଲିଉଡର ହ୍ୟାଣ୍ଡସମ୍‌ ହିରୋ ସିଦ୍ଧାର୍ଥ ଶୁକ୍ଳା। ମୃତ୍ୟୁ ବେଳକୁ ତାଙ୍କୁ ୪୦ବର୍ଷ ବୟସ ହୋଇଥିଲା। ମୁମ୍ବାଇର ଓଶିୱାରା ସ୍ମଶାନ ଘାଟରେରେ ହୋଇଛି ସିଦ୍ଧାର୍ଥଙ୍କ ଶେଷକୃତ୍ୟ। ସିଦ୍ଧାର୍ଥଙ୍କ ଶେଷକୃତ୍ୟରେ ତାଙ୍କ ମାଆ ଏବଂ ଭଉଣୀଙ୍କ ସହ ତାଙ୍କ ସାଙ୍ଗ ସେହେନାଜ୍‌ ମଧ୍ୟ ଉପସ୍ଥିତ ରହିଛନ୍ତି। ଅନେକ ବଡ଼ ବଡ଼ ଅଭିନେତା ସାମିଲ ହୋଇଛନ୍ତି ସିଦ୍ଧାର୍ଥଙ୍କ ଶେଷକୃତ୍ୟ କାର୍ଯ୍ୟକ୍ରମରେ।

ତେବେ ବଲିଉଡର ହ୍ୟାଣ୍ଡସମ ହିରୋଙ୍କ ମଧ୍ୟରେ ଜଣେ ଥିଲେ ସିଦ୍ଧାର୍ଥ। ହାର୍ଟଆଟାକ ଆସିବା କାରଣରୁ ତାଙ୍କର ଗତକାଲି ମୃତ୍ୟୁ ହୋଇଥିଲା। ସିଦ୍ଧାର୍ଥ ବିଗ୍‌ ବସ୍‌ ସିଜିନ୍‌ ୧୩ର ଟାଇଟଲ ହାତେଇଥିଲେ। ମୃତ୍ୟୁ କେତେବେଳେ ବି ଆସିବ ତାହା କହି ହେବ ନାହିଁ। ଗତକାଲି ଲୋକଙ୍କୁ ମନୋରଞ୍ଜନ କରଥିବା ବିଲିଉଡ ହିରୋ ଆଜି ପଞ୍ଚଭୂତରେ ଲିନ ହୋଇଛନ୍ତି। ଜୀବନ ଏବଂ ମୃତ୍ୟୁ ଭିତରେ ମାତ୍ର କିଛି କ୍ଷଣର ବ୍ୟବଧାନ ଆଜି ବଲିଉଡ ମୋଷ୍ଟ ହ୍ୟାଣ୍ଡସମ ହିରୋ ସିଦ୍ଧାର୍ଥ ଶୁକ୍ଳାଙ୍କ ପାଇଁ ପୂରଣ ହୋଇଛି। ୪୦ ବର୍ଷ ବୟସରେ ତାଙ୍କ ମୃତ୍ୟୁ ଖବର ପୁରା ବଲିଉଡ ଏବଂ ଟିଭି ଇଣ୍ଡଷ୍ଟ୍ରି ଦୁଃଖର ସାଗରରେ ଭସାଇ ନେଇଛି। ତାଙ୍କ ମୃତ ଦେହର

ସିଦ୍ଧାର୍ଥଙ୍କ ମୃତ୍ୟୁର ଦୁଃଖରେ ପୁରା ଫିଲ୍ମ ଜଗତ। ଖୁବ୍ କମ୍ ସମୟ ମଧ୍ୟରେ ସିଦ୍ଧାର୍ଥ  ଏକ ଭିନ୍ନ ପରିଚୟ ସୃଷ୍ଟି କରିପାରିଥିଲେ। ଟିଭି ସିରିୟଲ ଠାରୁ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ପର୍ଯ୍ୟନ୍ତ ଲୋକମାନେ ସିଦ୍ଧାର୍ଥ ଶୁକ୍ଲା ଏବଂ ତାଙ୍କ ବ୍ୟକ୍ତିତ୍ୱର ପ୍ରଶଂସକ ଥିଲେ। ସିଦ୍ଧାର୍ଥ ଶୁକ୍ଲା ମଡେଲିଂରୁ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ ଏବଂ ଅନେକ ଟିଭି ସୋ ଏବଂ ରିଆଲିଟି ସୋରେ କାମ କରିଥିଲେ। ତାଙ୍କ କ୍ୟାରିଅର୍ ‘ବାଲିକା ବଧୁ’ରୁ ଆରମ୍ଭ ହୋଇଥିଲା ଏବଂ ‘ବିଗ୍ ବସ୍ ୧୩’ ଜିତିବା ପରେ ଲୋକପ୍ରିୟତା ମଧ୍ୟରେ ତାଙ୍କୁ ବହୁତ ମିଳିଥିଲା।

ଜମି ବ୍ୟବସାୟୀଙ୍କୁ ହତ୍ୟା ଘଟଣାରେ ୭ ଗିରଫ

ବାଲେଶ୍ୱର: ଶିଳ୍ପାଞ୍ଚଳ ଥାନା ସତ୍ୟନଗର ଠାରେ ଜମି ବ୍ୟବସାୟୀ ରମେଶ ବେହେରାଙ୍କୁ ନିର୍ମମ ହତ୍ୟାକାଣ୍ଡର ୭ ଦିନ ଭିତରେ ପର୍ଦ୍ଦାଫାସ କରିଛି ବାଲେଶ୍ୱର ପୋଲିସ । ଘଟଣାରେ ପୋଲିସ ୭ ଜଣଙ୍କୁ ଗିରଫ କରିବା ସହ ହତ୍ୟାକାଣ୍ଡରେ ବ୍ୟବହାର କରାଯାଇଥିବା ଦୁଇଟି ଖଣ୍ଡାକୁ ଜବତ କରିଛି । ଅଭିଯୁକ୍ତମାନେ ହେଲେ ଅଚ୍ୟୁତପୁରର ରଞ୍ଜନ ସାହୁ, କାଠୁଆସାହିର ଶମ୍ଭୁନାଥ ବିଶୋଇ, ଗଣେଶ୍ୱରପୁରର ଜମି ବ୍ୟବସାୟୀ ଚିତ୍ତରଞ୍ଜନ ପାଣିଗ୍ରାହୀ, ଶ୍ରୀକୃଷ୍ଣପୁରର କମଳ ବେହେରା, ଓସ୍ତପୁରର ଗୋପିନାଥ ପାକଳ, ମଙ୍ଗଳପୁରର ମାନସ କୁମାର ପ୍ରଧାନ ଓ ଭୋଗଡ଼ିହାର ଭଞ୍ଜୟ କୁମାର ବେହେରା ।

7 Arrested In Balasore Land Business Man Murder Case

ଏମାନଙ୍କ ନିକଟରୁ ଦୁଇଟି ବାଇକ୍ ଓ ଗୋଟିଏ ବୋଲେରୋ ଗାଡ଼ି ଜବତ କରାଯାଇଛି । ରମେଶଙ୍କୁ ହତ୍ୟା କରିବାକୁ ଅନ୍ୟଜଣେ ଜମି ବ୍ୟବସାୟୀ ଚିତ୍ତରଞ୍ଜନ ପାଣିଗ୍ରାହୀ ଅଭିଯୁକ୍ତ ମାନଙ୍କୁ ୫୦ ଲକ୍ଷ ଟଙ୍କାର ସୁପାରି ଦେଇଥିବା ଖୁଲାସା କରିଛି ପୋଲିସ । ଏହି ସୁପାରି ଟଙ୍କା ମଧ୍ୟରୁ ଅଗ୍ରୀମ ଭାବେ ୧ ଲକ୍ଷ ୫ ହଜାର ଟଙ୍କା ଚିତ୍ତରଞ୍ଜନ ଦେଇଥିବା ବେଳେ ଅଭିଯୁକ୍ତ ମାନଙ୍କ ନିକଟରୁ ୪୨ ହଜାର ଟଙ୍କା ଜବତ କରାଯାଇଛି । ଜମି କାରବାରକୁ ନେଇ ଦୀର୍ଘଦିନ ଧରି ରମେଶ ଓ ଚିତ୍ତରଞ୍ଜନଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା ।

ଫଳରେ ରମେଶଙ୍କୁ ହତ୍ୟା କରିବାକୁ ଚିତ୍ତରଞ୍ଜନ ଅଭିଯୁକ୍ତ ମାନଙ୍କ ସହିତ ମାସକ ପୂର୍ବରୁ ଯୋଜନା କରିଥିଲା । ହତ୍ୟା ପାଇଁ ୫୦ ଲକ୍ଷ ଟଙ୍କା ସହିତ ଆକ୍ରମଣ କରିଥିବା ରଞ୍ଜନ ଓ ଶମ୍ଭୁନାଥଙ୍କୁ ୪ ଡିସିମିଲ ଲେଖାଏଁ ଜମି ଦେବାକୁ ପ୍ରତିଶ୍ରୁତି ଦେଇଥିଲା । ଗତ ୨୮ ତାରିଖ ସନ୍ଧ୍ୟାରେ ରମେଶଙ୍କୁ ଫୋନ୍‌ କରି ସତ୍ୟନଗର ଜମି ପାଖକୁ ଆସିବାକୁ ଶମ୍ଭୁନାଥ ଡାକିଥିଲା ।

7 Arrested In Balasore Land Business Man Murder Case

ସତ୍ୟନଗର ଜମି ନିକଟରେ ପହଞ୍ଚିବା ପରେ ରମେଶଙ୍କୁ ଏକ ଖଣ୍ଡାର ନିର୍ମମ ଭାବେ ହାଣି ରଞ୍ଜନ ଓ ଶମ୍ଭୁନାଥ ହାଣିଥିଲେ । ଫଳରେ ଘଟଣା ସ୍ଥଳରେ ରମେଶଙ୍କର ମୃତ୍ୟୁ ହୋଇଯାଇଥିଲା । ସୂଚନା ପାଇ ଘଟଣା ସ୍ଥଳରେ ପୋଲିସ , ସାଇଣ୍ଟିଫିକ୍‌ ଟିମ୍‌, ସନ୍ଧାନୀ କୁକୁର ସହାୟତାରେ ତଦନ୍ତ କରିଥିଲା । ସୁରାକକୁ ନେଇ ପୋଲିସ ଏହି ହତ୍ୟାକାଣ୍ଡର ରହସ୍ୟ ମାତ୍ର ୭ ଦିନ ମଧ୍ୟରେ ଖୁଲାସା କରିବାରେ ସଫଳ ହୋଇଛି ।

ଜେଲରେ କଏଦୀଙ୍କୁ ଦିଆଯାଉଛି ନିର୍ଯାତନା ! ଭିଡିଓ ଭାଇରାଲ୍

ସୋର: ବାଲେଶ୍ୱର ଜିଲ୍ଲା ସୋର ସବ୍- ଜେଲ୍‌ର ପିଛା ଛାଡୁନି ବିବାଦ । କିଛିଦିନ ତଳେ ଜେଲ୍‌ ଭିତରେ ଜଣେ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିଲା । ଏବେ ଜେଲ୍‌ ଭିତରେ କଏଦୀଙ୍କୁ ନିର୍ଯାତନା ଦିଆଯାଉଥିବାର ଭିଡିଓ ଭାଇରାଲ ହୋଇଛି । ଜଣେ ବିଚାରଧୀନ କଏଦୀ ଜେଲ୍ ଭିତରୁ ଏହି ଭିଡିଓ ଭାଇରଲ କରିଛନ୍ତି । ଜେଲରେ କଏଦୀଙ୍କୁ ମାଡ଼ ମରାଯାଉଥିବା ବେଳେ ଠିକ୍‌ ଭାବେ ଖାଦ୍ୟ ଦିଆଯାଉନଥିବା ଅଭିଯୋଗ ହୋଇଛି ।

Soro Sub Jail Inmate Torture Video Goes Viral

କିଛିଦିନ ପୂର୍ବରୁ ଜଣେ କଏଦୀଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଥିଲା ଓ ସେ ଆତ୍ମହତ୍ୟା କରିଥିବା ପୋଷ୍ଟମର୍ଟମ ରିପୋର୍ଟ ଉଲ୍ଲେଖ ରହିଛି ବୋଲି ଜେଲର କହିଛନ୍ତି । ତେବେ ପ୍ରଶ୍ନ ଉଠୁଛି, ଜେଲ ଭିତରକୁ କେମିତି ମୋବାଇଲ ଫୋନ୍‌ ଗଲା ? ଜେଲ୍‌ ଭିତରେ କେମିତି ଭିଡିଓ ସୁଟିଂ କରାଗଲା ? ବାହାରକୁ ଭିଡିଓ ଆସିଲା କେମିତି ? କଏଦୀଙ୍କ ଅଭିଯୋଗ କେତେ ସତ ? କଏଦୀଙ୍କୁ ଜେଲ୍‌ରେ ନିର୍ଯାତନା ଦିଆଯାଉଛି କି ? ନିର୍ଯାତନା ପାଇଁ ପୂର୍ବରୁ କଏଦୀଙ୍କ ମୃତ୍ୟୁ ହୋଇଥିଲା କି ?

ବିଦ୍ୟୁତ୍ ନିର୍ବାହୀ ଯନ୍ତ୍ରୀଙ୍କୁ ମାଡ଼ ଘଟଣା, ୩ ଜିଲ୍ଲାର ୪ ଇଲେକ୍ଟ୍ରିକାଲ୍ ଡିଭିଜିନ କର୍ମଚାରୀଙ୍କ ଆନ୍ଦୋଳନ

ଜୟପୁର: ଜୟପୁର ବିଦ୍ୟୁତ୍ କାର୍ଯ୍ୟାଳୟରେ ପଶି ନିର୍ବାହୀ ଯନ୍ତ୍ରୀଙ୍କୁ ବିଜେପି ନେତାଙ୍କ ମାଡ଼ ମାମଲା । ୩ ଜିଲ୍ଲାର ୪ ଇଲେକ୍ଟ୍ରିକାଲ ଡିଭିଜନର ସମସ୍ତ କର୍ମଚାରୀ ଏକାଠି ହୋଇଛନ୍ତି । ଅଭିଯୁକ୍ତ ବିଜେପି ନେତା ଗୌତମ ସାମନ୍ତରାୟଙ୍କୁ ଗିରଫ କରିବା ପାଇଁ ଦାବି ହୋଇଛି । ୨୪ଘଣ୍ଟା ମଧ୍ୟରେ ଗିରଫ କରା ନଗଲେ କାର୍ଯ୍ୟରେ ଅସହଯୋଗ କରିବାକୁ ସେମାନେ ଚେତାବନୀ ଦେଇଛନ୍ତି ।

Electric Employee Strike In Jeypore

ବାଲିଆ ପଞ୍ଚାୟତର ନୂଆଗଡ଼ ଗାଁରେ ଟ୍ରାନ୍ସଫର୍ମର ପୋଡ଼ି ଯାଇଥିଲା । ଏହି ଅଭିଯୋଗ ନେଇ ଗାଁର ୩୦ ଜଣ ଲୋକ ଅଫିସ ଭିତରକୁ ପଶି ଭଙ୍ଗାରୁଜା କରିବା ସହ ନିର୍ବାହୀ ଯନ୍ତ୍ରୀଙ୍କୁ ମାଡ଼ ମାରିଥିଲେ । ତୁରନ୍ତ ଟ୍ରାନ୍ସଫର୍ମର ମରାମତି କରିବାକୁ ଦାବି କରିଥିଲେ । ସେହି ଗାଁରେ ବିଦ୍ୟୁତ୍ ଦେୟ ପାଖାପାଖି ୪ ଲକ୍ଷ ଟଙ୍କା ବକେୟା ଥିବାବେଳେ ଏହାର ୨୦ ପ୍ରତିଶତ ଦେବା ପାଇଁ ନିର୍ବାହୀ ଯନ୍ତ୍ରୀ କହିଥିଲେ ।

Electric Employee Strike In Jeypore

କିନ୍ତୁ ଗାଁ ଲୋକେ ଅର୍ଥ ଦେବାକୁ ମନା କରିଥିଲେ । ତୁରନ୍ତ ଟ୍ରାନ୍ସଫର୍ମର ମରାମତି କରିବାକୁ କହିଥିଲେ । ଏହାରି ଭିତରେ ବିଜେପି ନେତା ଗୌତମ ସାମନ୍ତରାୟ ନିର୍ବାହୀ ଯନ୍ତ୍ରୀଙ୍କୁ ଟାଣି ଟାଣି ଅଫିସ ବାହାରକୁ ନେଇଯାଇଥିଲେ । ତେବେ ଏ ବିଷୟରେ ପୋଲିସ୍‌କୁ ଜଣାଇଲେ ଗୁଳି କରି ହତ୍ୟା କରିବେ ବୋଲି ଗୌତମ ସାମନ୍ତରାୟ ଧମକ ଦେଇଥିବା ନିର୍ବାହୀ ଯନ୍ତ୍ରୀ ଥାନାରେ ଅଭିଯୋଗ କରିଛନ୍ତି ।

ରଜାଘର ଝିଅ ସାଙ୍ଗେ ହୋଇଗଲା ଭାବ, ଏହା ପରେ ପ୍ରେମ ପାଇଁ ଘର ଛାଡ଼ିଲେ ଜାପାନୀ ରାଜକୁମାରୀ

ନୂଆଦିଲ୍ଲୀ: ପ୍ରେମ ମାନେନି ବନ୍ଧବାଡ଼। ପ୍ରେମ ମାନେନି ଜାତି ଧର୍ମ କି ଧନୀ ଗରିବ। ପ୍ରେମ ହେଉଛି ପରିବ୍ୟାପ୍ତ ଭାବନାର ସୀମାହିନ ଦରିଆ। ଏହାକୁ ପାଇବାକୁ ହେଲେ ତ୍ୟାଗ ଏବଂ ନିଷ୍ଠାର ନିହାତି ଆବଶ୍ୟକ। କାରଣ ବିନା ତ୍ୟାଗରେ ପ୍ରେମର ପୂର୍ଣ୍ଣତା ଅସମ୍ଭବ ଆଉ ନିଷ୍ଠା ନଥିଲେ ପ୍ରେମରେ ହାରିବାଟା ନିଶ୍ଚିତ।

ରଜା ଝିଅ ସାଙ୍ଗେ ହୋଇଗଲା ଭାବ। ଏମିତି ଅନେକ ଗୀତ ଏବଂ ଫିଲ୍ମ ଆପଣମାନେ ନିଶ୍ଚିତ ଦେଖିଥିବେ। ରିଲ୍‌ ଲାଇଫକୁ ରିୟଲ ଲାଇଫରେ ଭାବି ସେହି କାହାଣୀରେ ମନର ନାୟିକା ସହ ନିଜକୁ ହିରୋ କରି ଉପସ୍ଥାନା କରିଥିବେ। ହେଲେ ଏମିତି କାହାଣୀରେ ସତ ଲାଗୁଥିବା ଏକ ପ୍ରେମ କାହାଣୀକୁ ସଫଳ କରି ଦେଖାଇଛନ୍ତି ଦୁଇ ପ୍ରେମୀ ଯୁଗଳ। ଏମିତି ଏକ ପ୍ରମ କାହାଣୀ ଯାହାର ରାସ୍ତାରେ ଆସିଥିଲା ଅନେକ ବାଧା ବିଘ୍ନ ଝଡ଼ ତୋଫାନ। ହେଲେ ସବୁ ଘାତ ପ୍ରତିଘାତକୁ ସାମର୍ଥ୍ୟ କରି ପ୍ରେମର ଇତିହାସରେ ଲେଖିଛନ୍ତି ଏକ ସ୍ୱର୍ଣ୍ଣିମ ଅଧ୍ୟାୟ।

ଏମିତି ଏକ ସତ ପ୍ରେମ କାହାଣୀ ଲେଖିଛନ୍ତି ଜାପାନର ଆକିସିନୋର ରାଜକୁମାରୀ ମାକୋ ଏବଂ ଜଣେ ସାଧାରଣ ଯୁବକ କୋମୁରୋ। ରାଜକୁମାରୀ ମାକୋ ରାଜପରିବାରର ବାହାରେ ଜଣେ ସାଧାରଣ ଯୁବକ କେଇ କୋମୁରୋଙ୍କୁ ବିବାହ କରିବାକୁ ଯାଉଛନ୍ତି। ଏହା ପୂର୍ବରୁ ମାକୋଙ୍କ ପାଇଁ ଆସିଛି ଅନେକ ରାଜ ପରିବାରରୁ ବିବାହ ପ୍ରସ୍ତାବ ହେଲେ ସେ ତାଙ୍କ ପ୍ରେମ କାମୁରୋ ପାଇଁ ଗୋଟିଏ ପରେ ଗୋଟିଏ ବିବାହ ପ୍ରସ୍ତାବକୁ ଭାଙ୍ଗିଚାଲିଥିଲେ। ମାକୋ ତାଙ୍କ ପ୍ରେମ କାମୁରୋଙ୍କ ପାଇଁ ୭ ଥର ବିବାହ ପ୍ରସ୍ତାବକୁ ଭାଙ୍ଗିଛନ୍ତି। ଖାଲି ସେତିକି ନୁହେଁ ମାକୋ ଜଣେ ସାଧାରଣ ଯୁବକଙ୍କୁ ବିବାହ କରୁଛନ୍ତି ବୋଲି ସାହି ପରିବାର ତରଫରୁ ମାକୋଙ୍କୁ ୯.୧୦ କୋଟି ଟଙ୍କାର କ୍ଷତିପୁରଣ ମିଳିଥାନ୍ତା ଯାହାକୁ ମାକୋ ନେବା ପାଇଁ ମଧ୍ୟ ମନା କରିଦେଇଛନ୍ତି।

ରାଜକୁମାରୀ ମାକୋ ଜାପାନର ରାଜା ନାରୁହିତୋଙ୍କ ଭାଇ ପ୍ରିନ୍ସ ଆକିଶିନୋଙ୍କ ଝିଅ। ମାକୋ କହିଛନ୍ତି ହୃଦୟର ସମ୍ମାନ ଏବଂ ଜୀବନ ବଞ୍ଚିବାର ଏକ ରାସ୍ତା ହେଉଛି ବିବାହ। ଯାହା ଆମେ ବହୁତ ଶୀଘ୍ର କରିବାକୁ ଯାଉଛୁ। ଆମେ ଦୁହେଁ ଦୁହିଁଙ୍କଠାରୁ କେବେ ଅଲଗା ହୋଇପାରିବୁ ନାହିଁ ବୋଲି ମାକୋ କହିଛନ୍ତି।

୨୦୧୩ରେ ମାକୋଙ୍କ ପ୍ରେମିକ କେଇ କୋମୁରୋ ଅନେକ ଦିନର ପ୍ରେମ ପରେ ତାଙ୍କୁ ଏକ ଡିନର ପାର୍ଟିରେ ପ୍ରୋପୋସ କରିଥିଲେ। ମୋକୁରୋଙ୍କ ବିବାହ ପ୍ରସ୍ତାବ ପରେ ମାକୋ ପଢ଼ିବା ପାଇଁ ବ୍ରିଟେନ୍‌ ଚାଲିଯାଇଥିଲେ। ପଢ଼ିବାକୁ ମାକୋ ସିନା ବ୍ରିଟେନ୍‌ ଗଲେ ହେଲା ତାଙ୍କର ମନ ଥିଲା କୋମୁରୋଙ୍କ ପାଖରେ। ଏହାପରେ ମାକୋ ୨୦୧୭ରେ ପ୍ରକାଶ କରିଥିଲେ କି ସେ କୋମୁରୋଙ୍କୁ ୨୦୧୮ରେ ବିବାହ କରିବାକୁ ଯାଉଛନ୍ତି। କିଛି କିଛି କରଣୁ ବିବାହ ହୋଇପାରି ନଥିଲା ଯାହା ଏବେ ହେବାକୁ ଯାଉଛି। ମାକୋ ଏବଂ କାମୁରୋ ବିବାହ ପରେ ଆମେରିକାରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି। ରାଜକୁମାରୀ ମାକୋଙ୍କ ପ୍ରେମିକା କୋମୁରୋ ଆମେରିକାରେ ଆଇନ ଅଧ୍ୟୟନ କରୁଛନ୍ତି।

ଅଲମ୍ପିକ ବେଳେ ହତୋତ୍ସାହିତ କଲା ଭଳି ଖବର ପ୍ରସାରଣ, ୱେବ ପୋର୍ଟାଲ ଏଡିଟର ଅଟକ

ଭୁବନେଶ୍ୱର: ୱେବ ପୋର୍ଟାଲ ବିରୋଧରେ ଆକ୍ସନ୍ । ଧାବିକା ଦୂତି ଚାନ୍ଦଙ୍କ ଅଭିଯୋଗ ପରେ ଜଣେ ୱେବ ପୋର୍ଟାଲ ଏଡିଟରଙ୍କୁ ଭୁବନେଶ୍ୱର ମହିଳା ଥାନା ପୋଲିସ ଅଟକ ରଖି ପଚରାଉଚରା କରୁଛି । ଏଡିଟର ସୁଧାଂଶୁ ରାଉତଙ୍କ ସହ ସମ୍ପୃକ୍ତ ୱେବ୍ ପୋର୍ଟାଲର ଜଣେ ସାମ୍ବାଦିକଙ୍କୁ ମଧ୍ୟ ଅଟକ ରଖାଯାଇଛି । ଦୂତି ଚାନ୍ଦ ଟୋକିଓରେ ଅଲମ୍ପିକ ଖେଳୁଥିବା ସମ୍ପୃକ୍ତ ୱେବ ପୋର୍ଟାଲ ହତୋତ୍ସାହିତ କଲା ଭଳି ଖବର ପ୍ରସାରଣ କରିଥିଲା ।

Web Portal Editor Arrested On Dutee Chand's Allegations

ଦୂତୀ ଯେତେବେଳେ ଟୋକିଓରେ ଅଲମ୍ପିକ୍ସ ପାଇଁ ଥିଲେ, ସେତେବେଳେ ସୁଧାଂଶୁ ତାଙ୍କୁ ହତୋତ୍ସାହିତ କରିଥିବା ସେ ଅଭିଯୋଗ କରିଥିଲେ । ମିଥ୍ୟା ଏବଂ ବିଭ୍ରାନ୍ତିକର ଖବର ତାଙ୍କ ନାମରେ ପ୍ରସାରଣ କରାଯାଇଥିବା ଦୂତୀ ଅଭିଯୋଗ କରିଥିଲେ । ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନଙ୍କ ବିରୋଧରେ ମଧ୍ୟ ଅଭିଯୋଗ ଆଣିଥିଲେ ଦୂତି । ଅଲମ୍ପିକ୍ସ ପରି ଅନ୍ତର୍ଜାତୀୟ ଇଭେଣ୍ଟ ଚାଲିଥିବା ବେଳେ ଜଣେ କ୍ରୀଡ଼ାବିତଙ୍କୁ ବାରମ୍ବାର ମାନସିକ ଚାପ ପକା ଯାଇଥିବା ଦୂତି କହିଥିଲେ ।

Web Portal Editor Arrested On Dutee Chand's Allegations

ତେଣୁ ତାଙ୍କୁ ପ୍ରୋତ୍ସାହିତ କରିବା ଆବଶ୍ୟକ ବୋଲି ଦୂତୀଙ୍କ କୋଚ କହିଛନ୍ତି । ଅନ୍ୟ ପକ୍ଷରେ ମିଥ୍ୟା ଏବଂ ବିଭ୍ରାନ୍ତିଙ୍କର ଖବର ପ୍ରସାରଣ କରି ଦୂତିଙ୍କକୁ ବଦନାମ କରିଥିବା ଲୋକଙ୍କ ବିରୋଧରେ ୫କୋଟିର ମାନହାନୀ ମକଦମା ଦାଏର କରାଯାଇଛି । ଏତଲାରେ ୱେବ ପୋର୍ଟାଲ ସମ୍ପାଦକ ସୁଧାଂଶୁ ଶେଖର ରାଉତ, ରିପୋର୍ଟର ସ୍ମୃତି ରଞ୍ଜନ ବେହେରା ଓ ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନଙ୍କ ନାଁରେ ରହିଛି ।