ଗୁପଚୁପରେ ନିଶା ଦେଇ ଝିଅକୁ ହୋଟେଲରେ ଦୁଷ୍କର୍ମ

1 min read
'Skin-to-skin' contact not necessary for sexual assault under POCSO Act: SC

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଘଟିଛି ଲଜ୍ଜା ଜନକ ଘଟଣା । ଲଲିତପୁର ଜିଲ୍ଲାର ଜଣେ ୧୭ ବର୍ଷର ଝିଅ ବାପା ବିରୋଧରେ ଆଣିଛନ୍ତି ସଂଗୀନ ଅଭିଯୋଗ । ଏକାଦଶ ଶ୍ରେଣୀରେ ପଢ଼ୁଥିବା ଝିଅ ଅଭିଯୋଗ ଅନୁସାରେ, ନିଜ ପିତା ସହ ସପା-ବସପା ନେତା କିଛି ବର୍ଷ ଧରି ଦୁଷ୍କର୍ମ କରୁଛନ୍ତି । ଝିଅର ଅଭିଯୋଗ ପ୍ରକାରେ, ପୋଲିସ ଦୁଷ୍କର୍ମ ସହ ଷଡ଼ଯନ୍ତ୍ର ରଚିବା ଆଦି ଦଫାରେ ମାମଲା ରୁଜୁ କରିଛି ।

ଛାତ୍ରୀଙ୍କ ଅଭିଯୋଗ ଅନୁସାରେ, ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ବେଳୁ ପିତା ଶାରୀରିକ ଶୋଷଣ କରୁଛନ୍ତି । ସପା ଜିଲ୍ଲାଧ୍ୟକ୍ଷ ତିଲକ ଯାଦବ ମଧ୍ୟ ବାପାଙ୍କ ଆଗରେ ଦୁଷ୍କର୍ମ କରିଛନ୍ତି । ତିଲକଙ୍କ ୩ ଜଣ ସାନ ଭାଇ ମଧ୍ୟ ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି ଛାତ୍ରୀ । ଏମିତି ଷଷ୍ଠ ଶ୍ରେଣୀରେ ପଢ଼ିବା ବେଳେ ଝିଅକୁ ବାପା ଅଶ୍ଲୀଳ ଭିଡିଓ ଦେଖାଇଥିଲେ । ବିରୋଧ କରିବାରୁ ବାପା ମାଡ଼ ମାରିଥିବା କହିଛନ୍ତି ଝିଅ ।

 Minor Girl Alleged Rape By Father In UP Lalitpur

ଏହାପରେ ବାରମ୍ବାର ପିତା ଦୁଷ୍କର୍ମ ଉଦ୍ୟମ କରିଥିବା କହିଛନ୍ତି ପୀଡ଼ିତା । ଗୋଟିଏ ଦିନ ଝିଅକୁ ସ୍କୁଲରୁ ଆଣି ଗୁପଚୁପରେ ନିଶା ଦେଇ ହୋଟେଲରେ ଦୁଷ୍କର୍ମ କରାଯାଇଥିବା ପୀଡ଼ିତା ଅଭିଯୋଗ କରିଛନ୍ତି । ପ୍ରତିବାଦ କରିବାରୁ ମାଆ, ଝିଅଙ୍କୁ ମାରିଦେବାକୁ ବାପା ଧମକ ଦେଇଥିଲେ । ଏହି ମାମଲାରେ ୩ ଅଜଣା ଓ ୨୫ ଜଣ ଜଣାଶୁଣା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରି ପୋଲିସ ତଦନ୍ତ କରୁଛି ।

ମାମଲା ରୁଜୁ ପରେ ଅଭିଯୁକ୍ତ ସମାଜବାଦୀ ପାର୍ଟିର ଜିଲ୍ଲା ଅଧ୍ୟକ୍ଷ ତିଳକ ଯାଦବ ନିଜକୁ ନିର୍ଦ୍ଦୋଷ କହିଛନ୍ତି । ଏଥିସହ ମାମଲାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି ସେ । ଏପରିକି ନିରପେକ୍ଷ ତଦନ୍ତ ନହେଲେ ମଝି ରାସ୍ତାରେ ଆତ୍ମହତ୍ୟା କରିବେ, ଯେଉଁଥିପାଇଁ ଜିଲ୍ଲା ପ୍ରଶାସନ ଦାୟୀ ରହିବ ବୋଲି ସେ କହିଛନ୍ତି ।

Leave a Reply