ସ୍ତ୍ରୀ ଉପରେ ନାଗ ସାପ ଛାଡ଼ି ହତ୍ୟା, ସ୍ୱାମୀଙ୍କୁ ଦୁଇଥର ଆଜୀବନ ଜେଲ୍

Kerala man jailed for killing wife with cobra in Kerala

ଥିରୁଅନନ୍ତପୁରମ: ସ୍ତ୍ରୀ ଉପରେ ସାପ ଛାଡ଼ି ହତ୍ୟା ମାମଲାର ରାୟ ଆସିଛି । ଅଭିଯୁକ୍ତ ସ୍ୱାମୀଙ୍କୁ ଲଗାତାର ଦୁଇଥର ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି କୋର୍ଟ । ଏଥିସହ କୋର୍ଟ ଅଭିଯୁକ୍ତ ସରୋଜ କୁମାରଙ୍କୁ ୫ ଲକ୍ଷ ଟଙ୍କା ଜରିମାନା କରିଛନ୍ତି । ସରୋଜ ଲଗାତାର ୧୦ ଓ ୭ ବର୍ଷ କରି ସଜା କାଟିବ । ଏହି ରାୟ ଶୁଣାଇଛନ୍ତି କୋଲାମ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ।

Kerala man jailed for killing wife with cobra in Kerala

୨୦୨୦ ମେ ୭ ତାରିଖରେ ସ୍ୱାମୀ ସରୋଜ, ସ୍ତ୍ରୀ ଉଥ୍ରା ଶୋଇଥିବା ବେଳେ ବିଷାକ୍ତ ନାଗ ସାପ ଛାଡ଼ି ଦେଇଥିଲା । ଏହାକୁ ଅଘଟଣର ରୂପ ଦେବାକୁ ଚେଷ୍ଟା କରିଥିଲା ସରୋଜ । ଉଥ୍ରାଙ୍କ ପରିବାର ସରୋଜକୁ ସନ୍ଦେହ କରିଥିଲେ । ଅଭିଯୋଗ କରିଥିଲେ ସୁନା ଓ ଟଙ୍କା ପାଇଁ ଉଥ୍ରାଙ୍କୁ ସରୋଜ ମାରି ଦେଇଛି ।

ଉକ୍ତ ଘଟଣାର ୯ ମାସ ପୂର୍ବରୁ ମଧ୍ୟ ବୋଡ଼ା ସାପ କାମୁଡ଼ାର ଶିକାର ହୋଇଥିଲେ ଉଥ୍ରା । ପୋଲିସ ମାମଲାର ତଦନ୍ତ କରି ଏକ ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି । ମାମଲାରେ ସରୋଜଙ୍କ ସହ ତାଙ୍କ ବାପା, ମାଆ ଓ ଉଭଣୀକୁ ପୋଲିସ ଗିରଫ କରିଥିଲା । ଏଭଳି କେସ୍ କ୍ୱଚିତ୍ ହୋଇଥିବା ବେଳେ କୋର୍ଟ ସ୍ୱାମୀଙ୍କୁ ଦୁଇଥର ଆଜୀବନ ସଜ୍ଜା ଶୁଣାଇଛନ୍ତି ।

Leave a Reply