ସୟିଦ ମୁସ୍ତାକ ଅଲି ଟ୍ରଫି ପାଇଁ ଓଡ଼ିଶା ଦଳ ଘୋଷିତ, ରାଜେଶ ଧୂପର ଅଧିନାୟକ

କଟକ: ବିସିସିଆଇ ଘରୋଇ ସିଜିନ ସୟିଦ ମୁସ୍ତାକ ଅଲି ଟ୍ରଫି ପାଇଁ ଘୋଷଣା ହେଲା ଓଡିଶା ଦଳ ।  ୨୧ ଜଣିଆ ଦଳ ବୁଧବାର ବିଧିବଦ୍ଧ ଭାବରେ ଘୋଷଣା କରିଛି ଓସିଏ । ଚଳିତ ବର୍ଷ୍ ମ୍ୟାଚ ପାଇଁ ରାଜେଶ ଧୂପରଙ୍କୁ  ଅଧିନାୟକ ଦାୟିତ୍ୱ ଦେଇଛି କମିଟି । ଏହାସହ ଦକ୍ଷ ଅଲରାଉଣ୍ଡର ବିପ୍ଳବ ସାମନ୍ତରାୟଙ୍କୁ ଏହି ଟ୍ରଫି ପାଇଁ ବିଶ୍ରାମ ଦିଆଯାଇଛି ।

ସୁଚନା ମୁତାବକ ଚଳିତ ମାସ 27 ତାରିଖରେ ଲକ୍ଷ୍ମୌ ଗସ୍ତ କରିବ ଓଡିଶା ଟିମ । 4 ନଭେମ୍ବର ରୁ ଆରମ୍ଭ ହେବ ଓଡିଶା ର ଅଭିଯାନ । ପ୍ରଥମ ମ୍ୟାଚରେ ଗୋଆ, ଏହାପରେ ତାମିଲନାଡୁ, ମହାରାଷ୍ଟ୍ର , ପଞ୍ଜାବ  ଓ ପୁଡୁଚେରୀକୁ ଭେଟିବ ଓଡ଼ିଶା  କ୍ରିକେଟ ଦଳ ।

ତେବେ ଗତ ବର୍ଷ କୋଭିଡ ପାଇଁ ଅଭ୍ୟାସ ବାଧାପ୍ରାପ୍ତ ହେବାରୁ ଓଡିଶା ମୁସ୍ତାକ ଅଲି ଟ୍ରଫିରେ ଆଖି ଦୃଷ୍ଟିଆ ପ୍ରଦର୍ଶନ କରିପାରି ନଥିଲା।  ସେପଟେ ଚଳିତ ବର୍ଷ ଟ୍ରଫି ନେଇ ଓଡ଼ିଶା ଦଳ ଭଲ ଅଭ୍ୟାସ କରିଥିବାବେଳେ ଏଥର ଟ୍ରଫି ଅକ୍ତିଆର କରିବା ନେଇ ଆଶାବାଦୀ ଅଛି ଦଳ  ।

Leave a Reply