ପାତ୍ରପଡ଼ାରେ ମନିଷ ମୃତ୍ୟୁ ମିଷ୍ଟ୍ରି: ସୈତାନ ସାଜିଲେ ରାତିର ସାଥି !

ଭୁବନେଶ୍ୱର: ସନ୍ଦେହ ଘେରରେ ଭନ୍ଧୁଙ୍କ ଭୂମିକା । ସାଙ୍ଗ ଥିବା ବ୍ୟକ୍ତି ସୈତାନ ହୋଇଗଲେ ନାହିଁ ତ ? କାରଣ ମନିଷ ଅନୁରାଗ ମୃତ୍ୟୁର ଆଙ୍ଗେଲ କେବଳ ସେଇଆଡକୁ ହିଁ ଟାଣି ନେଉଛି  । ରାତି ସାରା ସାଥିରେ ଥିବା ବନ୍ଧୁ ଫେରିଲା ବେଳକୁ କୁଆଡ଼େ ଗଲେ  । ବେଳକୁ ବେଳ ଖୋଲୁଛି ଗୁମର, ହଟୁଛି ସସପେନ୍ସ । ମୃତ୍ୟୁ ପୂର୍ବରୁ ମନିଷଙ୍କ ସାଙ୍ଗରେ ଥିବା ୨ ସନ୍ଦିଗ୍ଧ କନ୍ଧମାଳରେ ସରେଣ୍ଡର କରିଛନ୍ତି । ମନୀଷଙ୍କ ମୃତ୍ୟୁ କେମିତି ହେଲା ପୋଲିସକୁ କହିଲେ କଳାରାତିର ସତ । ପୋଲିସ ସ୍କାନରରେ ମୁଖ୍ୟ କାର୍ପଟଦାର ଅମ୍ରିତ ବିଶ୍ବାଳ ।

ଅମ୍ରିତ ଓ ହିମାଂଶୁ ନାମକ ଜଣ ଯୁବକକୁ ଉଠାଇ ଜେରା କରୁଥିବା ବେଳେ ସାମ୍ନାକୁ ଆସିଥିଲା ଦିନେଶ ମହାପାତ୍ର ଓ ମୃତ୍ୟୁଞ୍ଜୟ ମିଶ୍ରଙ୍କ ଚେହେରା । ୨ ଜଣଙ୍କୁ ଧରିବାକୁ ପୋଲିସ ପିଛା କରୁଥିବା ବେଳେ ଫୁଲବାଣୀ ଟାଉନ ଥାନାରେ ଦୁଇ ଜଣଙ୍କ ଆତ୍ମସମର୍ମପଣ କରିଥିଲେ । ମନୀଷ ମୃତ୍ୟୁର ସତ ଜାଣିବାକୁ ୫ ଜଣଙ୍କୁ ମାରାଥନ ଜେରା କରୁଛି ସ୍ପେଶାଲ ଟିମ । ସିସିଟିଭି ଫୁଟେଜ ଆଧାରରେ ହୋଟେଲ ଭିତର ରହସ୍ୟ ଖୋଜୁଛି ପୋଲିସ ।

୪ ଘଣ୍ଟା ଧରି ମନୀଷଙ୍କ ସହ କିଏ କିଏ ଥିଲେ । ମନୀଷଙ୍କ ସାଙ୍ଗରେ ଯାଇଥିବା ଦିନେଶ ଓ ମୃତ୍ୟୁଞ୍ଜୟ କାହିଁକି ମନୀଷକୁ ଛାଡି ଆଗୁଆ ଗଲେ । ମୃତ୍ୟୁ ପୂର୍ବରୁ ମନୀଷଙ୍କ ସାଙ୍ଗରେ ଦିନେଶ ଓ ମୃତ୍ୟୁଞ୍ଜୟ ପରେ ଆଉ କିଏ କିଏ ଥିଲେ ? ହୋଟେଲ ଭିତରେ କଣ ଘଟିଥିଲା ? ମନୀଷଙ୍କ ମୃତ୍ୟ କେମିତି ହେଲା ? ଏସବୁ ଦିଗକୁ ନେଇ ଜେରା କରୁଛି ଟିମ । ପ୍ରାଥମିକ ପୋଷ୍ଟମର୍ଟମ ରିପୋର୍ଟରେ ମନୀଷଙ୍କ ଶରୀରେ କ୍ଷତ ଚିହ୍ନ ନାହିଁ । ସେ ପାଣିରେ ବୁଡି ମରି ନାହାନ୍ତି । ତାଙ୍କର ଶ୍ବାସ ରୁଦ୍ଧ ଯୋଗୁ ମୃତ୍ୟୁ ହୋଇଛି ।

Leave a Reply