ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଅସୁସ୍ଥ, ଏମ୍ସରେ ଭର୍ତ୍ତି

1 min read
Former Prime Minister Dr. Manmohan Singh admitted to AIIMS

ନୂଆଦିଲ୍ଲୀ: ଏମ୍ସରେ ଭର୍ତ୍ତି ହେଲେ ମନମୋହନ ସିଂହ । ଜର ହେବା ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଏମ୍ସରେ ଆଡମିଟ୍ କରାଯାଇଛି । ସୂତ୍ର ଅନୁସାରେ, ଦୁଇଦିନ ତଳେ ମନମୋହନଙ୍କୁ ଜର ହୋଇଥିଲା । ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି ।

ମନମୋହନ ସିଂହ ଚଳିତବର୍ଷ କରୋନାରେ ସଂକ୍ରମିତ ହୋଇଥିଲେ । ୧୯ ଏପ୍ରିଲରେ କରୋନା ପଜିଟିଭ୍ ରିପୋର୍ଟ ଆସିବା ପରେ ତାଙ୍କୁ ଏମ୍ସର ଟ୍ରମା କେୟାରରେ ଭର୍ତ୍ତି କରାଯାଇଥିଲା । ଏପ୍ରିଲ୍ ୨୯ରେ ମେଡିକାଲରୁ ଡିସଚାର୍ଜ କରାଯାଇଥିଲା । ମନମୋହନ କରୋନା ଟିକାର ଦୁଇଟି ଯାକ ଡୋଜ୍ ମଧ୍ୟ ନେଇଛନ୍ତି ।

ମନମୋହନଙ୍କୁ ୮୮ ବର୍ଷ ହୋଇଥିବା ବେଳେ ସେ ମଧୁମେହରେ ପୀଡ଼ିତ । ତାଙ୍କର ଦୁଇଥର ବାଇପାସ୍ ସର୍ଜରୀ ହୋଇଛି ।

Leave a Reply