spot_img
Home Blog Page 5168

IT ରେଡ୍ ନେଇ ସୋନୁ ସୁଦଙ୍କ ମନ୍ତବ୍ୟ; ‘୨ ଦଳ ଯାଚି ଥିଲେ ରାଜ୍ୟସଭା ଆସନ, ମୁଁ ମନା କଲି’

ମୁମ୍ବାଇ: ଲକଡାଉନ୍ କାଳରେ ଗରିବଙ୍କ ତ୍ରାଣକର୍ତ୍ତା ହୋଇ ଉଭା ହୋଇଥିବା ସୋନୁ ସୁଦ୍ ଏବେ ନିଜେ ଆଇନର ହରଡ଼ଘଣାରେ ପଡ଼ିଛନ୍ତି । ଆୟକର ବିଭାଗ ତାଙ୍କ ଆୟବ୍ୟୟର ଖୋଳତାଡ଼ କରୁଛି । ସୋନୁ ୨୦ କୋଟି ଟଙ୍କାର ହେରଫେର କରିଥିବା ଅଭିଯୋଗ ହେଉଛି । ଏହା ସହିତ ସୋନୁ ଏକ ଜାଲି କମ୍ପାନି ଜରିଆରେ ନିଜ ଟଙ୍କା ଏପଟ ସେପଟ କରୁଥିଲେ ବୋଲି ମଧ୍ୟ କୁହାଯାଉଛି । ତେବେ ସତ କ’ଣ ? ସୋନୁ ସୁଦ୍ ବିଦେଶରୁ ଲୋକଙ୍କୁ ସାହାଯ୍ୟ କରିବା ଆଳରେ ଯେଉଁ ଟଙ୍କା ସଂଗ୍ରହ କରୁଥିଲେ ତାହା କ’ଣ ଠିକ ଲୋକଙ୍କ ପାଖରେ ପହଞ୍ଚୁଥିଲା କି ? ଏତେ ସବୁ ଅଭିଯୋଗ ପରେ ସୋନୁ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି । ସୋନୁ କହିଛନ୍ତି ସତ କ’ଣ ସମୟ କହିବ ।

ସୋନୁ ସୋସିଆଲ ମିଡିଆରେ ଆଇଟି ରେଡକୁ ନେଇ ପ୍ରଥମ ଥର ପାଇଁ ଏକ ପୋଷ୍ଟ କରି ଲେଖିଛନ୍ତି ଯେ, ‘ଆପଣଙ୍କୁ ସବୁବେଳେ ନିଜ ପକ୍ଷର ସତ ବାବଦରେ ସଫେଇ ଦେବାକୁ ପଡ଼େ ନାହିଁ.. ସମୟ ସବୁକିଛି କହିଥାଏ।’ ସୋନୁ ଆହୁରି ଲେଖିଛନ୍ତି, ‘ମୁଁ ପୁରା ସଚ୍ଚୋଟତା ସହିତ ଦେଶର ଲୋକଙ୍କୁ ସାହାଯ୍ୟ କରୁଛି। ମୋର ଫାଉଣ୍ଡେସନ୍ ସର୍ବଦା ଲୋକଙ୍କ ଜୀବନ ବଞ୍ଚାଇବାକୁ ଏବଂ ଅସହାୟ ଲୋକଙ୍କୁ ସାହାଯ୍ୟ କରିବାକୁ ପ୍ରସ୍ତୁତ ରହିଥାଏ। ମୁଁ ଗତ ଚାରି ଦିନ ଧରି ଟିକେ ବ୍ୟସ୍ତ ଥିଲି ତେଣୁ ଆପଣମାନଙ୍କୁ ସାହାଯ୍ୟ କରି ପାରିନାହିଁ। ବର୍ତ୍ତମାନ ମୁଁ ଆପଣଙ୍କୁ ପୁଣିଥରେ ସାହାଯ୍ୟ କରିବାକୁ ଆସିଯାଇଛି। ମୋ ଯାତ୍ରା ଏହିଭଳି ଆଗକୁ ବି ଜାରି ରହିବ ।’

https://www.instagram.com/p/CUB7__bKqWi/?utm_source=ig_embed&ig_rid=ae959f4e-e3c2-4aca-9470-04aac1b16966

ସୋନୁ ଏକ ସାକ୍ଷାତକାରରେ ଖୁଲାସା କରିଥିଲେ ଯେ, ଦୁଇ ଦୁଇଟି ରାଜନୈତିକ ଦଳ ତରଫରୁ ତାଙ୍କୁ ରାଜ୍ୟସଭାର ସିଟ୍ ଅଫର୍ କରାଯାଇଥିଲା । କିନ୍ତୁ ସୋନୁ ରୋକଠୋକ ମନା କରିଦେଇଥିଲେ । ରାଜନୀତି କରି ସେ ଲୋକଙ୍କୁ ସାହାଯ୍ୟ କରିବାକୁ ଚାହାନ୍ତି ନାହିଁ ବୋଲି କହିଥିଲେ । ତାସହ ବର୍ତ୍ତମାନ ଯେଉଁସବୁ ଯାଞ୍ଚ ଚାଲିଛି ତାର ସଠିକ୍ ଓ ଉପଯୁକ୍ତ ଦସ୍ତାବିଜ ସେ ଆୟକର ବିଭାଗକୁ ପ୍ରଦାନ କରିଛନ୍ତି । ସୋନୁ କହିଛନ୍ତି ମୁଁ ମୋର କର୍ତ୍ତବ୍ୟ କରୁଛି ଓ ସେମାନେ ସେମାନଙ୍କର କର୍ତ୍ତବ୍ୟ କରୁଛନ୍ତି । ସେ କହିଛନ୍ତି ତାଙ୍କୁ ଦାନରେ ମିଳିଥିବା ଗୋଟି ଗୋଟି ଟଙ୍କାର ହିସାବ ସେ ଦେଇପାରିବେ ।

ଆୟକର ବିଭାଗର ସୂଚନା ଅନୁସାରେ, ସୋନୁ ସୁଦ ଫିଲ୍ମରେ ଅଭିନୟ ବାବଦରେ ପାଉଥିବା ଟଙ୍କାକୁ ନକଲି କମ୍ପାନୀ ମାଧ୍ୟମରେ ବେଆଇନ ଋଣ ଭାବେ ଦେଖାଇଛନ୍ତି । ୨୦୨୦ ଜୁଲାଇ ୨୧ ତାରିଖରୁ ଏବେ ସୁଦ୍ଧା ସୋନୁ ସୁଦଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଚ୍ୟାରିଟି ଫାଉଣ୍ଡେସନ ପ୍ରାୟ ୧୮.୯୪ କୋଟି ଟଙ୍କା ଦାନ ଭାବେ ଏକତ୍ର କରିଛି ଯେଉଁଥିରେ ୧.୯ କୋଟି ଟଙ୍କା ରିଲିଫ କାର୍ଯ୍ୟରେ ଖର୍ଚ୍ଚ କରାଯାଇଛି ଏବଂ ୧୭ କୋଟି ଟଙ୍କା ଏବେ ବି ଅଛି। ଯାଞ୍ଚ ବେଳେ ଜଣାପଡିଛି ଯେ FCRA ଉଲ୍ଲଂଘନ କରି ସୋନୁ ସୁଦଙ୍କ ଏହି ଚ୍ୟାରିଟି ଫାଉଣ୍ଡେସନରେ ୨.୧ କୋଟି ଟଙ୍କା ଜମା କରିଛନ୍ତି ।

ଆଇଟି ବିଭାଗ ସୋନୁଙ୍କ ବିରୋଧରେ ପ୍ରମାଣ ଏକାଠି କରୁଥିବା ବେଳେ ସୋନୁଙ୍କ ସମର୍ଥକ ଏହାର ରାଜନୈତିକ ଷଡ଼ଯନ୍ତ୍ର ଦିଗ ଖୋଜିବାରେ ଲାଗିଛନ୍ତି । ଆମ୍ ଆଦମି ପାର୍ଟି ସହିତ ନିକଟତା ବିଜେପିକୁ ଭଲ ଲାଗିଲା ନାହିଁ ତେଣୁ ତାଙ୍କ ବିରୋଧରେ ଆଇଟିକୁ ଲଗାଯାଇଛି ବୋଲି ସମର୍ଥକ କହୁଛନ୍ତି । ତେବେ ଯେମିତି ସୋନୁ କହିଛନ୍ତି ସେମିତି ସମୟକୁ ଅପେକ୍ଷା କରିବାକୁ ପଡିବ । କାରଣ ସମୟ ହିଁ କହିବ କିଏ ସତ କହୁଛନ୍ତି ସୋନୁ ନା ଆୟକର ବିଭାଗ ।

ଓଡ଼ିଶା ହାଇକୋର୍ଟରେ ଆଉ ୩ ବିଚାରପତି ନିଯୁକ୍ତି ପାଇଁ ସୁପ୍ରିମକୋର୍ଟ କଲେଜିୟମର ସୁପାରିସ୍

ଭୁବନେଶ୍ୱର: ଓଡ଼ିଶା ହାଇକୋର୍ଟରେ ବଢ଼ିବ ବିଚାରପତିଙ୍କ ସଂଖ୍ୟା । ଏନେଇ ସୁପ୍ରିମକୋର୍ଟ କଲେଜିୟମ୍ ୩ ଜଣ ବିଚାରପତିଙ୍କ ନାଁ ସୁପାରିସ୍ କରିଛି । ଗତ ୧୬ ତାରିଖରେ ବସିଥିବା ବୈଠକରେ ବିଭିନ୍ନ ହାଇକୋର୍ଟରୁ ୧୭ ବିଚାରପତିଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ଓ ବଦଳି ନେଇ ସୁପାରିସ୍ କରିଛି ସୁପ୍ରିମକୋର୍ଟ କଲେଜିୟମ୍ । ସୁପାରିସ୍ ସୂଚୀ ଅନୁଯାୟୀ, ଓଡ଼ିଶା ହାଇକୋର୍ଟରୁ ଜଣେ ବିଚାରପତିଙ୍କୁ ଉତ୍ତରାଖଣ୍ଡ ସ୍ଥାନାନ୍ତର ପାଇଁ ସୁପାରିସ୍ କରାଯାଇଥିବା ବେଳେ ୩ ଜଣଙ୍କୁ ନିଯୁକ୍ତି ଦିଆଯିବ ।

Supreme Court Collegium Recommends 3 Judge Name To Transfer Odisha High Court

ଓଡ଼ିଶା ହାଇକୋର୍ଟରେ ମୋଟ ୨୭ ଜଣ ବିଚାରପତି ପଦବୀକୁ ମଞ୍ଜୁରୀ ମିଳିଛି । ଏବେ ମାତ୍ର ୧୩ ଜଣ ବିଚାରପତି ଅଛନ୍ତି । ମଞ୍ଜୁରୀପ୍ରାପ୍ତ ସଂଖ୍ୟାର ଅଧା ବିଚାରପତିରେ କୋର୍ଟ କାର୍ଯ୍ୟ ଚାଲିଛି । ଓଡ଼ିଶା ହାଇକୋର୍ଟରେ ବିଚାରପତି ଥିବା ଜଷ୍ଟିସ୍ ସଞ୍ଜୟ କୁମାର ମିଶ୍ରଙ୍କୁ ଉତ୍ତରାଖଣ୍ଡ ସ୍ଥାନାନ୍ତର ନେଇ ସୁପାରିସ୍ କରିଛି ସୁପ୍ରିମକୋର୍ଟ କଲେଜିୟମ୍ ।

ସେହିଭଳି ଅନ୍ୟ ହାଇକୋର୍ଟରୁ ୩ ଜଣ ବିଚାରପତିଙ୍କୁ ଓଡ଼ିଶା ହାଇକୋର୍ଟରେ ନିଯୁକ୍ତି ଦେବାକୁ ସୁପାରିସ୍ କରାଯାଇଛି । ପଞ୍ଜାବ ଓ ହରିୟାଣା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଜଶୱନ୍ତ ସିଂହ, କଲିକତା ହାଇକୋର୍ଟରେ ବିଚାରପତି ଥିବା ଜଷ୍ଟିସ୍ ସୌମେନ ସେନ ଓ ଅରିନ୍ଦମ ସିହ୍ନାଙ୍କ ନାଁ ସୁପ୍ରିମକୋର୍ଟ କଲେଜିୟମ୍ ସୁପାରିସ୍ କରିଛି । ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିବା ପରେ ଓଡ଼ିଶା ହାଇକୋର୍ଟରେ ୩ ଜଣ ବିଚାରପତି ନିଯୁକ୍ତି ପାଇବେ ।

ଉଦ୍ଧମପୁରରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ଉଭୟ ପାଇଲଟ ସୁରକ୍ଷିତ

0

ଜାମ୍ମୁ କାଶ୍ମୀର: ଜାମ୍ମୁ କାଶ୍ମୀରର ଉଦ୍ଧମପୁର ଜିଲ୍ଲାରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ । ଏହି ଦୁର୍ଘଟଣା ଜିଲ୍ଲାର ଶିବଗଡ ଧାର ଅଞ୍ଚଳରେ ଘଟିଛି। ଉଦ୍ଧମପୁର ରେଞ୍ଜ ଡିଜି ସୁଲେମାନ ଚୌଧରୀ କହିଛନ୍ତି ଯେ, ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ ଟିମ୍ ପଠାଯାଇଛି। ସେ କହିଛନ୍ତି ଯେ, ଏହି ଅଞ୍ଚଳରେ ଘନ କୁହୁଡି ରହିଛି । ଏହି କାରଣରୁ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଛି କି ନା ହେଲିକାପ୍ଟର କ୍ରାସ ଲାଣ୍ଡିଂ ହୋଇଛି ତାହା ଦେଖିବାକୁ ପଡ଼ିବ । ପୋଲିସ ଟିମ୍ ଆସିବା ପରେ ଆଉ କିଛି ସୂଚନା ପ୍ରକାଶ ପାଇବ ।

ଜଣେ ବରିଷ୍ଠ ପୋଲିସ, ଅଧିକାରୀ କହିଛନ୍ତି ଯେ, ଏହା ଏକ ସେନା ହେଲିପକ୍ଟର ବୋଲି ଅନୁମାନ କରାଯାଉଛି । ସର୍ଚ୍ଚ ପାର୍ଟିକୁ ଜଙ୍ଗଲ ଭିତରକୁ ପଠାଯାଇଛି । ତେବେ ସେ ଘଟଣାସ୍ଥଳରେ ପହଞ୍ଚିବା ପାଇଁ ପ୍ରାୟ ଦେଢ଼ ଘଣ୍ଟା ସମୟ ଲାଗିବ। ସେ କହିଛନ୍ତି ଯେ, ଏହି ଅଞ୍ଚଳରେ ଘନ କୁହୁଡ଼ି ଯୋଗୁଁ ସର୍ଚ୍ଚ ଅପରେସନ ଅସୁବିଧାର ସମ୍ମୁଖୀନ ହୋଇଛି । ମିଡିଆ ରିପୋର୍ଟ ଅନୁଯାୟୀ ହେଲିକପ୍ଟରରେ ଥିବା ଉଭୟ ପାଇଲଟ୍ ସୁରକ୍ଷିତ ଅଛନ୍ତି ।

ବରମୁଣ୍ଡା ବସ୍‌ ଷ୍ଟାଣ୍ଡରୁ ଜବତ ହେଲା ବିପୁଳ ପରିମାଣର ଗଞ୍ଜେଇ, ଜଣେ ବେପାରୀ ଗିରଫ

ଭୁବନେଶ୍ୱର: ଧଳା ଜହର ହେଉକି ନୀଳ ଜହର। ଏବେ ବେପାରୀ ମାନଙ୍କ ହବ୍‌ ପାଲଟିଛି ରାଜଧାନୀ ଭୁବନେଶ୍ୱର। ପୁଳା ପୁଳା ପରିମାଣରେ ଗଞ୍ଜେଇ ଏବଂ ବ୍ରାଉନସୁଗାର ଜବତ ହେବାରେ ଲାଗିଛି। ଦୋଷୀଙ୍କୁ ମଧ୍ୟ ଅବକାରୀ ବିଭାଗ ଗିରଫ କରୁଛି। କିନ୍ତୁ ତିଳେମାତ୍ରବି ସୁଧୁରୁ ନାହାଁନ୍ତି ନିଶା ବେପାରୀ।

ତେବେ ରାଜଧାନୀ ଭୁବନେଶ୍ୱରରୁ ପୁଣି ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି। ବରମୁଣ୍ଡା ବସଷ୍ଟାଣ୍ଡରେ ଅବକାରୀ ବିଭାଗ ଚଢାଉ କରି ଗଞ୍ଜେଇ ଜବତ କରିଛି। ୫୫କେଜି ଗଞ୍ଜେଇ ଜବତ କରିଛି ଅବକାରୀ ବିଭାଗ। ଗଞ୍ଜେଇ ବେପାର ଅଭିଯୋଗରେ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଗଞ୍ଜେଇ ବେପାରୀ କନ୍ଧମାଳର ମାଧବ ଦିଗାଲ।

ସେପ୍ଟେମ୍ବର ୨୪ରେ ଆମେରିକା ରାଷ୍ଟ୍ରପତି ଜୋ ବିଡେନଙ୍କ ସହ ଭେଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ସେପ୍ଟେମ୍ବର ୨୪ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକାର ରାଷ୍ଟ୍ରପତି ଜୋ ବିଡେନଙ୍କୁ ହ୍ୱାଇଟ ହାଉସରେ ଭେଟିବେ। ଜାନୁଆରୀ ୨୦ ରେ ବିଡେନ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଥିଲେ। ଏହା ପରେ ଭାରତର ପ୍ରଧାନମନ୍ତ୍ରୀଙ୍କ ସହ ଏହା ତାଙ୍କର ପ୍ରଥମ ସାକ୍ଷାତ ହେବ । ତେବେ ଉଭୟଙ୍କ ମଧ୍ୟରେ ତିନୋଟି ଭର୍ଚୁଆଲ୍ ମିଟିଂ ହୋଇସାରିଛି। ଏହି ସପ୍ତାହ ସୋମବାର ବିଳମ୍ବିତ ରାତିରେ ହ୍ୱାଇଟ ହାଉସ ବୈଠକକୁ ନିଶ୍ଚିତ କରିଛି । ୨୩ ସେପ୍ଟେମ୍ବରରେ ମୋଦୀ ଉପରାଷ୍ଟ୍ରପତି କମଲା ହାରିସଙ୍କୁ ମଧ୍ୟ ଭେଟିବେ ।

ସୋମବାର ଦିନ ହ୍ୱାଇଟ ହାଉସ ରାଷ୍ଟ୍ରପତି ବିଡେନଙ୍କ ସାପ୍ତାହିକ କାର୍ଯ୍ୟକ୍ରମ ଘୋଷଣା କରିଛି। ଏଥିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ତାଙ୍କର ସାକ୍ଷାତ ବିଷୟରେ ଉଲ୍ଲେଖ କରାଯାଇଛି ।

ନ୍ୟୁଜ୍ ଏଜେନ୍ସି ସହ ଏକ ସାକ୍ଷାତକାରରେ ହ୍ୱାଇଟ ହାଉସର ଜଣେ ଅଧିକାରୀ କହିଛନ୍ତି – ପ୍ରଧାନମନ୍ତ୍ରୀ ମୋଦୀ ଆମେରିକା ଗସ୍ତ କରୁଛନ୍ତି । ସେ ୨୩ ସେପ୍ଟେମ୍ବରରେ ଉପରାଷ୍ଟ୍ରପତି କମଲା ହାରିସଙ୍କୁ ଭେଟିବେ। ପରଦିନ ଅର୍ଥାତ୍ ସେପ୍ଟେମ୍ବର ୨୪ ରେ ରାଷ୍ଟ୍ରପତି ବିଡେନ ହ୍ୱାଇଟ ହାଉସରେ ଭାରତର ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ । ଦୁଇ ଦେଶ ମଧ୍ୟରେ ସମ୍ପର୍କ ଅଧିକ ଶକ୍ତିଶାଳୀ ହେଉ ବୋଲି କହିଛନ୍ତି ଅଧିକାରୀ ।

ଅଧିକାରୀ ଆହୁରି ମଧ୍ୟ କହିଛନ୍ତି ଯେ, “ବିଡେନ-ହାରିସ୍ ପ୍ରଶାସନ ଭାରତ ସହିତ ଏହାର ବିଶ୍ୱସ୍ତରୀୟ ସହଭାଗୀତା ପାଇଁ ଆଗାମୀ ସ୍ତରକୁ ଯିବାକୁ ଚାହୁଁଛି । ଆମେ ଭାରତ ଏବଂ ପ୍ରଶାନ୍ତ ମହାସାଗରରେ ଗତିବିଧିକୁ ସହଜ କରିବାକୁ ଚାହୁଁଛୁ | କୋଭିଡକୁ ସମୂଳେ ନାଶ କରିବା ପାଇଁ ଉଭୟ ଦେଶ ସହଯୋଗ ଜାରି ରଖିବେ । ଦୁଇ ନେତାଙ୍କ ମଧ୍ୟରେ ଜଳବାୟୁ ପରିବର୍ତ୍ତନ ଏବଂ ଅନ୍ୟାନ୍ୟ ବିଷୟ ଉପରେ ମଧ୍ୟ ଆଲୋଚନା ହେବ।

ଦିନେ ସାପ କାମୁଡ଼ାର ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଥିବା ମଞ୍ଜୁଳା ଏବେ ଖିଲିଖିଲି ହୋଇ ହସୁଛି…

କଟକ: ସାପ କାମୁଡ଼ାରେ ଗୁରୁତର ହୋଇପଡ଼ିଥିବା କୋମଳ ଶିଶୁ ମଞ୍ଜୁଳା ଏବେ ସୁସ୍ଥ ହୋଇଛି। ଯିଏ ଦିନେ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଥିଲା ସେ ଆଜି ଖିଲିଖିଲି ହୋଇ ହସୁଛି। ନା ଆଖିରେ ଲୁହ ଅଛି ନା ହାତରେ ସେଇ ସାପ କାମୁଡ଼ାର ଯନ୍ତ୍ରଣା ଅଛି। ଯନ୍ତ୍ରଣା ଏବଂ ଲୁହନେଇ ଆସିଥିବା ନବରଙ୍ଗପୁର ଝିଅ ମଞ୍ଜୁଳା ଆସନ୍ତାକାଲି ଘରକୁ ଯିବ। ପ୍ରାଶାସନର ସହାୟତା ଏବଂ ଡାକ୍ତର ମାନଙ୍କର ପୂର୍ଣ୍ଣ ଚେଷ୍ଟା ପାଇଁ ଆଜି ମଞ୍ଜୁଳାର ମୁହଁରେ ପୁଣିଥରେ ହସ ଫେରି ଆସିଛି।

ଦୁଇଟି ଅପରେସନ ପରେ ମଞ୍ଜୁଳାର ହାତ ଭଲ ହୋଇଛି। ଆଗକୁ ଫିଜିଓ ଥେରାପି ଦରକାର ବୋଲି ଡାକ୍ତର କହିଛନ୍ତି। ଏସସିବି ପ୍ଲାଷ୍ଟିକ ସର୍ଜରୀ ବିଭାଗ ମୁଖ୍ୟ ଡାକ୍ତର ବିଭୂତି ନାୟକ ଏହି ସୂଚନା ଦେଇଛନ୍ତି। ତେବେ ସାପ କାମୁଡ଼ାରେ ସେ ମାସାଧିକ କାଳ ଯନ୍ତ୍ରଣାରେ ଛଟପଟ ହେବା ପରେ ଜୁଲାଇ ୧୪ରେ ଏସସିବିକୁ ସ୍ଥାନାନ୍ତର କରାଯାଇଥିଲା। କଟକରେ ତାର ସମସ୍ତ ଚିକିତ୍ସା ବିନା ମୂଲ୍ୟରେ କରାଯାଇଥିଲା। ନାଗ ସାପ ଚୋଟରେ ମଞ୍ଜୁଳାର ଡାହାଣ ହାତ ଭୀଷଣ କ୍ଷତିଗ୍ରସ୍ତ ହୋଇଥିଲା।

ଚିକିତ୍ସା ଅଭାବରୁ ଡାହାଣ ହାତ ପଚିବା ଆରମ୍ଭ କରିଥିଲା। ସାପ କାମୁଡ଼ିବା ପରେ ପରିବାର ଲୋକେ ତାକୁ ପ୍ରଥମେ ଉମରକୋଟ, ପରେ ନବରଙ୍ଗପୁର ଓ ତାପରେ କୋରାପୁଟ ମେଡିକାଲକୁ ନେଇଥିଲେ। ହେଲେ ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ମେଡିକାଲ ନେବାକୁ ପରାମର୍ଶ ଦେଇଥିଲେ କୋରାପୁଟର ଡାକ୍ତର। କିନ୍ତୁ ଅର୍ଥ ଅଭାବରୁ ମଞ୍ଜୁଳାକୁ ପରିବାର ଲୋକେ ବ୍ରହ୍ମପୁର ନେଇପାରିନଥିଲେ। ସେବେଠୁ ଝିଅଟି ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ଝିଅ ଦୁଃଖକୁ ସହି ନ ପାରି ଆଖିରୁ ଲୁହ ଝରାଉଥିଲେ ତା’ ବାପାମା। ଗଣମାଧ୍ୟମରେ ଖବର ପ୍ରକାଶ ପରେ ଝିଅଟିର ଚିକିତ୍ସା ପାଇଁ ଅଣ୍ଟା ଭିଡ଼ିଥିଲା ପ୍ରଶାସନ। ଏବେ ସେ ସଂପୂର୍ଣ୍ଣ ସୁସ୍ଥ ହୋଇ ଡିସଚାର୍ଜ ହେବେ।

ଲଘୁଚାପ ବର୍ଷାରେ ହୀରାକୁଦରେ ବୃଦ୍ଧି ପାଉଛି ଜଳସ୍ତର, ଉପର ମୁଣ୍ଡରେ ବର୍ଷା ହେଲେ ଖୋଲିପାରେ ଆହୁରି ଗେଟ୍‌

ସମ୍ବଲପୁର: ରାଜ୍ୟରେ ଜାରି ରହିଛି ଲଘୁଚାପ ଜନିତ ବର୍ଷା। ଏହାର ପ୍ରଭାବରେ ଆଜି ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭବାନା ଲାଗି ରହିଛି। ସେପଟେ ରାଜ୍ୟକୁ ଡରାଇଲାଣି ଆଉଏକ ଲଘୁଚାପ। କାରଣ ଆସନ୍ତା ୨୫ତାରିଖରେ ପୂର୍ବ-କେନ୍ଦ୍ରୀୟ ତଥା ତତ୍‌ସଂଲଗ୍ନ ଉତ୍ତର-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ତେବେ ରାଜ୍ୟରେ ବର୍ଷା ଲାଗି ରହିଥିବା ବେଳେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଏବେ ସର୍ବୋଚ୍ଚ ସ୍ତରରେ ପହଞ୍ଛିଚି।

8 Sluice Gate Of Hirakud Dam Opened To Release Flood Water

ହୀରାକୁଦର ସର୍ବାଧିକ ଜଳଧାରଣ କ୍ଷମତା ୬୩୦ ଫୁଟ୍ ଥିବା ବେଲେ ଆଜି ଜଳସ୍ତର ରହିଛି ୬୨୯ ଦଶମିକ ୪୭ ଫୁଟ। ତେବେ ଆଗକୁ ଯଦି ଉପର ମୁଣ୍ଡରେ ବର୍ଷା ହୁଏ ତେବେ ଜଳଭଣ୍ଡାରର ସ୍ଥିତିକୁ ଦେଖି କର୍ତ୍ତୃପକ୍ଷ ଆଉ ଗେଟ୍‌ ଖୋଲିବେ ନା ନାହିଁ, ସେନେଇ ନିଷ୍ପତ୍ତି ନେବେ। ତେବେ ଜଳଭଣ୍ଡାରୁ ଜଳ ପ୍ରବେଶ ଏବେବି ଅଧିକ ରହିଛି। ଯଦି ଉପର ମୁଣ୍ଡରେ ବର୍ଷା ହୁଏ, ତାହେଲେ ଜଳଭାଣ୍ଡରର ସ୍ଥିତିକୁ ଦେଖି ଗେଟ ଖୋଲାଯିବ ବୋଲି ହୀରାକୁଦ ଜଳଭଣ୍ଡାର ମୁଖ୍ୟ ଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ କହିଛନ୍ତି।

ମହେନ୍ଦ୍ର ଗିରିଙ୍କୁ ଭିଡିଓ ମାଧ୍ୟମରେ କରାଯାଉଥିଲା ବ୍ଲାକମେଲ୍, ସନ୍ଦେହ ଘେରରେ ସମାଜବାଦୀର ନେତା

Narendra Giri Suicide Case: ଉତ୍ତରପ୍ରଦେଶର ପ୍ରୟାଗରାଜରେ ଅଖିଲ ଭାରତୀୟ ଅଖରା ପରିଷଦର ସଭାପତି ମହନ୍ତ ନରେନ୍ଦ୍ର ଗିରିଙ୍କ ସନ୍ଦେହଜନକ ମୃତ୍ୟୁର ଯାଞ୍ଚ କରାଯାଉଛି । ଏହି ସମଗ୍ର ବିଷୟ ବିଷୟରେ ଅନେକ ନୂତନ ତଥ୍ୟ ପ୍ରକାଶ ପାଇଛି । ସର୍ବଶେଷ ସୂଚନା ଅନୁଯାୟୀ, ଭିଡିଓ ଆଧାରରେ ମହନ୍ତ ନରେନ୍ଦ୍ର ଗିରିଙ୍କୁ ବ୍ଲାକମେଲ କରାଯାଉଥିଲା ।

ସୂଚନା ଅନୁଯାୟୀ, ମହେନ୍ଦ୍ର ଗିରିଙ୍କୁ ବ୍ଲାକମେଲ କରିବା ପାଇଁ ଏକ ସିଡିର ବ୍ୟୂହାର କରାଯାଉଥିଲା । ବ୍ଲାକମେଲିଂର ଏହି ମାମଲାରେ ସମାଜବାଦୀ ପାର୍ଟୀ ସରକାରର ଜଣେ ଉଚ୍ଚ ପଦସ୍ତ ରାଜ୍ୟ ମନ୍ତ୍ରୀ ତଦନ୍ତ ପରିଷରୃଭୁକ୍ତ ହୋଇଛନ୍ତି । ଯେଉଁ ନେତାଙ୍କ ବିଷୟରେ ତଥ୍ୟ ପ୍ରକାଶ ପାଇଛି, ସେ ପ୍ରାୟ ସମୟରେ ନରେନ୍ଦ୍ର ଗିରିଙ୍କୁ ଦେଖା କରିବା ପାଇଁ ଆସୁଥିଲେ । କେବଳ ସେତିକି ନୁହେଁ, ପୂରା ମାମଲାକେ ଯେଉଁ ଶିଷ୍ୟ ଆନ୍ଦ୍ର ଗିରିଙ୍କୁ ଅଟକ ରଖାଯାଇଛି, ସେ ପୂର୍ବ ରାଜ୍ୟ ମନ୍ତ୍ରୀଙ୍କ ଖାସ ଲୋକ ଥିଲେ ।

କଲ ବିବରଣୀ ସହାୟତାରେ ପ୍ରୟାଗରାଜ ପୋଲିସ ଏହି ସବୁ ଗୁରୁତ୍ୱପୂର୍ଣ୍ଣ ସୂତ୍ର ପାଇଛି ଏବଂ ବର୍ତ୍ତମାନ ଏହି ସମାଜବାଦୀ ପାର୍ଟି ମନ୍ତ୍ରୀ ମଧ୍ୟ ପୋଲିସ ରାଡାରକୁ ଆସିଛନ୍ତି । ସୂଚନା ଆଧାରରେ ପୋଲିସ ବର୍ତ୍ତମାନ ଏହାର ତଦନ୍ତ ଆରମ୍ଭ କରିଛି ।

ଗତକାଲି ନିଜ ମଠରେ ହିଁ ନରେନ୍ଦ୍ର ଗିରିଙ୍କ ଝଲନ୍ତା ମୃତଦେହ ମିଳିଥିଲା । ତଦନ୍ତ ବେଳେ ପୁଲିସ ଘଟଣାସ୍ଥଳରୁ ସୁସାଇଡ ନୋଟ ଜବତ କରିଥିଲା । ୭ ପୃଷ୍ଠାର ଏହି ସୁସାଇଡ ନୋଟରେ ମହନ୍ତ ତାଙ୍କ ବିବାଦୀୟ ଶିଷ୍ୟ ଆନନ୍ଦ ଗିରିଙ୍କ ନାଁ ନେଇଛନ୍ତି । ଆନନ୍ଦ ଗିରି, ମହନ୍ତ ନରେନ୍ଦ୍ର ଗିରିଙ୍କୁ ମାନସିକ ଭାବେ ନିର୍ଯାତନା ଦେଉଥିବା ସେ ଲେଖିଛନ୍ତି । ମୁଁ ସମ୍ମାନର ସହ ବଞ୍ଚିଥିଲି। କିନ୍ତୁ ଏବେ ଅପମାନ ସହ ବଞ୍ଚି ପାରିବି ନାହିଁ। ଏହି କାରଣରୁ ମୁଁ ନିଜ ଜୀବନ ନେଉଛି ବୋଲି ଲେଖିଛନ୍ତି ସଭାପତି ନରେନ୍ଦ୍ର ଗିରି।

ପ୍ରୟାଗରାଜର ନିଜ ମଠର ଯେଉଁ ଘରେ ନରେନ୍ଦ୍ର ଗିରିଙ୍କ ମୃତଦେହ ମିଳିଛି, ସେହି ଘର ଚାରିଆଡୁ ବନ୍ଦ ଥିଲା । ମୁଖ୍ୟ ଦ୍ୱାର ବି ବନ୍ଦ ରହିଥିଲା । ପ୍ରାଥମିକ ତଦନ୍ତ ପରେ ପୁଲିସ ଏହାକୁ ଏକ ଆତ୍ମହତ୍ୟା ବୋଲି କହିଛି । ସେପଟେ ଆନନ୍ଦ ଗିରି କହିଛନ୍ତି ଯେ, ସେ ସବୁପ୍ରକାରର ତଦନ୍ତର ସାମ୍ନା କରିବାକୁ ପ୍ରସ୍ତୁତ ଅଛନ୍ତି । ତାଙ୍କ ବିରୋଧରେ ଷଡଯନ୍ତ୍ର କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି । ଆନନ୍ଦ ଗିରିଙ୍କୁ ପଚରାଉଚରା ପାଇଁ ହରିଦ୍ୱାର ଯାଇଛି ଉତ୍ତରପ୍ରଦେଶ ପୋଲିସ । ସେପଟେ ଆଜି ନରେନ୍ଦ୍ର ଗିରିଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ପ୍ରୟାଗରାଜ ଯିବେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।

ନିଜର ସର୍ବୋଚ୍ଚ ନେତା ଅଖୁନ୍ଦଜାଦାଙ୍କୁ ହତ୍ୟା କଲା ତାଲିବାନ, ଉପ-ପ୍ରଧାନମନ୍ତ୍ରୀ ମୁଲ୍ଲା ବରାଦରଙ୍କୁ ବନ୍ଧକ

କାବୁଲ: ଆଫଗାନିସ୍ତାନରେ କ୍ଷମତା ହାସଲ କରିବା ପରେ ନିଜ ମଧ୍ୟରେ ରକ୍ତାକ୍ତ ବିବାଦ ତାଲିବାନକୁ ଏକ ବଡ ଝଟକା ଲାଗିଛି । ବ୍ରିଟିଶ ମାଗାଜିନ ଦାବି କରିଛି ଯେ ତାଲିବାନ ନେତା ହିବତୁଲ୍ଲା ଅଖୁନ୍ଦଜାଦାଙ୍କୁ ହତ୍ୟା କରାଯାଇଛି । ଏହାସହ ଉପ-ପ୍ରଧାନମନ୍ତ୍ରୀ ମୁଲ୍ଲା ବରାଦରଙ୍କୁ ମଧ୍ୟ ବନ୍ଧକ ରଖାଯାଇଛି । କ୍ଷମତା ପାଇଁ ତାଲିବାନର ଦୁଇଟି ଦଳ ମଧ୍ୟରେ ଏହି ସଂଗ୍ରାମ ହୋଇଥିଲା ।

ମାଗାଜିନ ଆହୁରି ମଧ୍ୟ ଜଣାଇଛି ଯେ ହକ୍କାନି ଦଳ ସହ ଏହି ଝଗଡା ମଧ୍ୟରେ ମୁଲ୍ଲା ବରାଦର ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲେ । ବ୍ରିଟେନର ପତ୍ରିକା ଏହାର ରିପୋର୍ଟରେ କହିଛି ଯେ ସେପ୍ଟେମ୍ବର ମାସରେ ତାଲିବାନର ଉଭୟ ଦଳ ଏକାଠି ହୋଇଥିଲେ । ଏହି ସମୟରେ ଏକ ଘଟଣା ମଧ୍ୟ ଆସିଥିଲା ​​ଯେତେବେଳେ ହକାନୀ ନେତା ଖଲିଲ-ଉଲ-ରହମାନ ହକକାନି ତାଙ୍କ ଚେୟାରରୁ ଉଠି ବାରଦାରଙ୍କୁ ପିଟିବା ଆରମ୍ଭ କରିଥିଲେ ।

ଅଣ-ତାଲିବାନ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟକୁ କ୍ୟାବିନେଟରେ ଅନ୍ତର୍ଭୁକ୍ତ କରିବା ପାଇଁ ବରାଦର କ୍ରମାଗତ ଭାବରେ ତାଲିବାନ ସରକାରଙ୍କ ଉପରେ ଚାପ ପକାଉଥିଲେ ଯାହା ଦ୍ୱାରା ବିଶ୍ୱର ଅନ୍ୟ ଦେଶମାନେ ତାଲିବାନ ସରକାରଙ୍କୁ ଚିହ୍ନିବେ । ଏହି ସଂଘର୍ଷ ପରେ ବାରଦର କିଛି ଦିନ ପାଇଁ ନିଖୋଜ ଥିଲେ ଏବଂ ଏବେ ପୁଣି ଥରେ କାନ୍ଦାହାରରେ ଦେଖାଦେଇଛି ।

ରିପୋର୍ଟ ଅନୁଯାୟୀ, ବାରଦାର ଆଦିବାସୀ ନେତାଙ୍କୁ ଭେଟିଛନ୍ତି, ଯାହାର ସମର୍ଥନ ତାଙ୍କୁ ମଧ୍ୟ ମିଳିଛି । ତେବେ ବରାଦରଙ୍କୁ ଚାପ ପକାଇ ତାଙ୍କୁ ଏକ ଭିଡିଓ ବାର୍ତ୍ତା ଦେଇଥିଲେ । ମାଗାଜିନ ଦାବି କରିଛି ଯେ ଭିଡିଓରେ ଦର୍ଶାଯାଇଛି ଯେ ବରାଦରଙ୍କୁ ବନ୍ଧକ ରଖାଯାଇଛି । ଅଖୁନ୍ଦଜାଦାଙ୍କ ବିଷୟରେ ରିପୋର୍ଟରେ କୁହାଯାଇଛି ଯେ ସେ କେଉଁଠାରେ ଅଛନ୍ତି ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ ।

ସେ ଦୀର୍ଘ ସମୟ ଧରି ହାଜର ହୋଇନାହାଁନ୍ତି କିମ୍ବା ତାଙ୍କଠାରୁ କ କୌଣସି ବାର୍ତ୍ତା ଦିଆଯାଇ ନାହିଁ । ଏଭଳି ପରିସ୍ଥିତିରେ ଅଖୁନ୍ଦଜାଦାଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । କ୍ଷମତା ପାଇଁ ଏଭଳି ସଂଗ୍ରାମ ତାଲିବାନରେ ପୂର୍ବରୁ ଦେଖାଯାଇନଥିଲା । ତାଲିବାନ ଏବଂ ହକ୍କାନି ନେଟୱାର୍କ ୨୦୧୬ରେ ମିଶ୍ରିତ ହୋଇଥିଲା ।

ନିଜ ହାତରେ ନିଜ ସିନ୍ଦୁର ପୋଛିଲା ସ୍ତ୍ରୀ, କାଠ ଫାଳିଆରେ ପିଟି ସ୍ୱାମୀକୁ କଲା ନିର୍ମମ ହତ୍ୟା !

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ। ପୁଣି ହତ୍ୟାକାଣ୍ଡର ରକ୍ତରେ ଭିଜିଲା ରାଜଧାନୀ ଭୁବନେଶ୍ୱର। ସ୍ୱାମୀକୁ ସ୍ତ୍ରୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଡମଣା ମଣ୍ଡପ ବସ୍ତିରେ ଘଟିଛି ଏଭଳି ହତ୍ୟାକାଣ୍ଡ। ସ୍ତ୍ରୀର ମାଡ଼ରେ ସ୍ୱାମୀର ମୃତ୍ୟୁ ହୋଇଛି ଜଣାପଡ଼ିଛି। ତେବେ ଘଟଣା ସ୍ଥଳରେ ପୋଲିସ୍‌ ପହଞ୍ଚି ପ୍ରାଥମିତ ତଦନ୍ତ ଆରମ୍ଭ କରିଛି। ସ୍ତ୍ରୀକୁ ଅଟକ ରଖି ପୋଲିସ୍‌ ପଚରା ଉଚରା କରୁଛି। କେମି ମୃତ୍ୟୁ ହେଲା । କଣା ପାଇଁ ଏଭଳି ଘଟଣା ଘଟିଲା ।

ସବୁ ଦିଗକୁ ନେଇ ଅଭିଯୁକ୍ତ ସ୍ତ୍ରୀକୁ ପଚରାଉଚରା କରୁଛି ପୋଲିସ୍‌। ତେବେ ନିଶାଶକ୍ତ ଅବସ୍ତାରେ ଏଭଳି ହୋଇଥିବା ସନ୍ଦେହ କରାଯାଉଛି। କାରଣ ସେହି ଆଖପାଖରେ ହାଣ୍ଡିଆ ଏବଂ ନିଶା ବ୍ୟବସାୟ ବହୁଳ ଭାରେ ଚାଲିଥାଏ। କୌଣସି କାରଣରୁ ବଚ୍ଚସା ହେବା ପରେ ସ୍ୱାମୀକୁ କାଠ ଫାଳିଆରେ ସ୍ତ୍ରୀ ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ତେବେ କିଛି ସମୟ ପରେ ଘଟଣା ସ୍ଥଳରେ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚିବ ତଦନ୍ତ ଆରମ୍ଭ କରିବ। ହେଲେ ଏପର୍ଯ୍ୟନ୍ତ ହତ୍ୟାକାଣ୍ଡର କାରଣ ଜଣାପଡ଼ିନାହିଁ ।