ବ୍ୟାଟିଂରେ ଜଲଓ୍ବା ଦେଖାଇଲେ ବାବର; ସୃଷ୍ଟି କଲେ ଏହି ରେକର୍ଡ

1 min read

ଦୁବାଇ: ଚଳିତ ଟି-୨୦ ବିଶ୍ବକପରେ ଦମଦାର ପ୍ରଦଶର୍ନ କରୁଛି ପାକିସ୍ତାନ । ପ୍ରଥମ ତିନୋଟି ମ୍ୟାଚକୁ ଲଗାତର ଭାବରେ ଜିତି ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରେ ରହିଛି ପାକିସ୍ତାନ । ଗତକାଲି ଦୁବାଇରେ ଆଫଗାନିସ୍ତାନ ବିପକ୍ଷରେ ୫ ଓ୍ବିକେଟରେ ବିଜୟ ଲାଭ କରଥିଲା ପାକିସ୍ତାନ । ତେବେ ଗତକାଲି ବିଜୟରେ ପାକିସ୍ତାନ ଅଧିନାୟକ ବାବର ଆଜମ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଥିଲେ । ଆପଗାନିସ୍ତାନରେ ବିପକ୍ଷରେ ୫୧ ରନର ଗୁରୁତ୍ବପୂର୍ଣ୍ଣ ପାରି ଖେଳିଥିଲେ । ତେବେ ଏହି ଇନିଂସ ଫଳରେ ବାବର ଆଜମ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ପଛରେ ପକାଇ ସୃଷ୍ଟି କରିଛନ୍ତି ଏକ ନୂଆ ରେକର୍ଡ ।

ବାବର ଟି-୨୦ ଆନ୍ତର୍ଜାତୀୟରେ ମାତ୍ର ୨୬ଟି ଇନିଂସରେ ଏକ ହଜାର ରନ୍ ସଂଗ୍ରହ କରିଛନ୍ତି । ଯଦି ବିରାଟ କୋହଲିଙ୍କ କଥା କହିବା ତାହାଲେ ବିରାଟ ଟି-୨୦ ଆନ୍ତର୍ଜାତୀୟରେ ୩୦ଟି ମ୍ୟାଚ ଖେଳି ଏକ ହଜାର ରନ ସଂଗ୍ରହ କରିଥିଲେ । ଏହି ଲିଷ୍ଟରେ ସାଉଥ ଆଫ୍ରିକାର ଫାଫ୍ ଡୁ ପ୍ଲେସିସ୍ ୩୧ ଇନିଂସରେ, ଅଷ୍ଟ୍ରେଲିଆ ଅଧିନାୟକ ୩୨ଟି ଇନିଂସରେ ଓ ନ୍ୟୁଜିଲାଣ୍ଡର ଅଧିନାୟକ ୩୬ଟି ଇନିଂସରେ ଏକ ହଜାର ରନ ସଂଗ୍ରହ କରିଥିଲେ ।

ମ୍ୟାଚ ପରେ ପ୍ରେସ କନଫରମେନ୍ସରେ ବାବର ଆଜମ କହିଥିଲେ କି ଆମେ ବୋଲିଂ ଭଲ କରିଥିଲୁ ଏବଂ ଲଗାତର ବ୍ୟବଧାନର ଓ୍ବିକେଟ ମଧ୍ୟ ଅକ୍ତିଆର କରିଥିଲୁ । ବ୍ୟାଟିଂରେ ଆମେ ପାଓ୍ବାର ପ୍ଲେରେ ଭଲ ଆରମ୍ଭ କରିପାରିନଥିଲୁ । କିନ୍ତୁ ନିମ୍ନ କ୍ରମରେ ସୋଏବ ମଲ୍ଲିକ ଓ ଆସିଫ ଅଲ୍ଲୀ ଥିଲେ ତେଣୁ ଆମର ବିଶ୍ବାସ ଥିଲା କି ଆମେ ଏହି ମ୍ୟାଚକୁ ବିଜୟ ଲାଭ କରିପାରିବୁ । ତେବେ ଗତକାଲି ପାକିସ୍ତାନ ବିଜୟ ପଛରେ ଆସିଫ ଅଲ୍ଲୀ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଥିଲେ । ସେ ୭ ବଲରେ ଧୁଆଁଧାର ୨୫ ରନ ସଂଗ୍ରହ କରିଥିଲେ । ଯେଉଁଥିରେ ୪ଟି ଛକା ଥିଲା ।

Leave a Reply