ରାହୁଲ ଗାନ୍ଧିଙ୍କ ଗୋଆ ଗସ୍ତ: ବାଇକରେ ଗଲେ, ରାସ୍ତାପାର୍ଶ୍ବ ହୋଟେଲରେ ଖାଇଲେ

1 min read

ଗୋଆ: ରାସ୍ତା ପାର୍ଶ୍ବ ହୋଟେଲରେ ଖାଇଲେ । ଫୁଟବଲ ଖେଲିଲେ । ହେଲମେଟ ପିନ୍ଧି ବାଇକରେ ବସି ଗଲେ ୫ କିଲୋମିଟର । କଂଗ୍ରେସ ନେତା ରାହୁଲ ଗାନ୍ଧି ଗୋଆ ଗସ୍ତରେ ଯାଇ ସେଠାରେ ସାଧାରଣ ଲୋକଙ୍କ ପରି ଦିନଟିଏ କଟାଇଛନ୍ତି । ଆସନ୍ତା ବର୍ଷ ରାଜ୍ୟରେ ନିର୍ବାଚନ ହେବାକୁ ଯାଉଥିବାବେଳେ ରାହୁଲଙ୍କ ଗସ୍ତ ରାଜନୈତିକ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ହୋଇଛି । ଆଜି ରାହୁଲଙ୍କ ଥିଲା ଦିନିକିଆ ଗୋଆ ଗସ୍ତ । ସେ ସକାଳେ ପହଞ୍ଚି ଦକ୍ଷିଣ ଗୋଆରେ ପହଞ୍ଚି ଧୀବରମାନଙ୍କ ସହ ଆଲୋଚନା କରିଥିଲେ । ସେ ପାଣାଜି-ମାରଗାଓ ରାଜପଥରେ ଯିବାବେଳେ ବମ୍ବୋଲିମଠାରେ ଫୁଟପାଥରେ ଥିବା ଏକ ହୋଟେଲରେ ଖାଇଥିଲେ । ତାଙ୍କ ସହ ଥିଲେ ଗୋଆ ପିସିସି ସଭାପତି ଗିରୀଶ ଚୋଡାନକର ଓ ବିରୋଧୀଦଳ ନେତା ଦିଗମ୍ବର କାମତ । ମଧ୍ୟାହ୍ନ ଭୋଜନ ପରେ ରାହୁଲ ଏକ ଟୁ-ହ୍ବିଲର ଟାକ୍ସିରେ ବସି ଏକ ଖଣି ଶିଳ୍ପ ଅଞ୍ଚଳ ଗସ୍ତ କରିଥିଲେ । ବାଇକରେ ବସି ପ୍ରାୟ ୫ କିଲୋମିଟର ଯାଇଥିଲେ ରାହୁଲ ।

Leave a Reply