ସାହା ହେଲା ବିଏସ୍‌କେଓ୍ୱାଇ: ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଦେବରାଜ, କହିଲେ ସ୍ମାର୍ଟ କାର୍ଡ ନଥିଲେ ଘର ବିକ୍ରି କରିବାକୁ ପଡ଼ିଥାନ୍ତା

1 min read

ଭୁବନେଶ୍ୱର: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଆଉ ଏକ ସଫଳତା । ଅସମୟରେ ସାହା ହେଲା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲ୍ଥ କାର୍ଡ । ବିନା ମୂଲ୍ୟରେ ଚିକିତ୍ସିତ ହେଲେ ଖୋର୍ଦ୍ଧାର ଦେବରାଜ ସାହୁ । ଯାହାଙ୍କ ବିଷୟରେ ଏକ ଭିଡିଓ ଟ୍ୱିଟ୍ କରି ଅବଗତ କରାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଉ ଲେଖିଛନ୍ତି ସ୍ୱାସ୍ଥ୍ୟ ସଂକଟ ସମୟରେ ଆର୍ଥିକ ଚିନ୍ତା ଦୂର କରି ଏହି ଯୋଜନା ଲୋକମାନଙ୍କ ପ୍ରକୃତ ବନ୍ଧୁ ସାଜିଛି ।

ଭିଡିଓରେ ପ୍ରଦର୍ଶିତ ଖୋର୍ଦ୍ଧାର ଦେବରାଜ ସାହୁ ବାହାର ରାଜ୍ୟରେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିଲେ । ତାଙ୍କ ଆଙ୍ଗୁଳିରେ ଦରଜ ହେବାରୁ ସେ ସେଠାକର ସ୍ଥାନୀୟ ହସ୍ପିଟାଲରେ ଡାକ୍ତରଙ୍କୁ ଦେଖାଇଥିଲେ । କିନ୍ତୁ କୌଣସି ସୁଫଳ ପାଇନଥିଲେ । ଶେଷରେ ସେ ଓଡ଼ିଶା ଫେରିଥିଲେ । ଏବଂ ଏମ୍ସରେ ଡାକ୍ତରଙ୍କୁ ଦେଖାଇଥିଲେ । ଡାକ୍ତର ତାଙ୍କୁ ଅପରେସନ୍ କରିବାକୁ ପରାମର୍ଶ ଦେଇଥିଲେ । ଆଉ ଏ ବାବଦକୁ ପାଖାପାଖି ୨ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି କହିଥିଲେ । ଏହା ଶୁଣି ଚିନ୍ତାରେ ପଡ଼ିଯାଇଥିଲା  ଦେବରାଜ । ଏହି ବ୍ୟୟବହୁଳ ଅପରେସନ୍ ତାଙ୍କ ପକ୍ଷେ ଅସମ୍ଭବ ଭଳି ମନେ ହେଉଥିଲା । କିନ୍ତୁ ଡାକ୍ତର ତାଙ୍କ ଅସୁବିଧା ଜାଣି ଆଶ୍ୱାସନା ଦେଇଥିଲେ । ରାଶନ କାର୍ଡ ଥିବା କଥା ପଚାରିଥିଲେ । ଦେବାରାଜ ତାଙ୍କ କଥାରେ ହଁ ଭରିଥିଲେ । ତା’ପରେ ଆରମ୍ଭ ହୋଇଥିଲା ଅପରେସନ୍ ପାଇଁ ପ୍ରକ୍ରିୟା । ଆଉ ଅପରେସନ୍ ପୂର୍ବରୁ ତାଙ୍କ ପାଖକୁ ଏକ ମେସେଜ୍ ଆସିଥିଲା । ଯେଉଁଥିରେ ତାଙ୍କ ଆକାଉଣ୍ଟରୁ ୧ଲକ୍ଷ ୮୦ ହଜାର ଟଙ୍କା କଟିଥିବା ବେଳେ ଆଉ ୩ଲକ୍ଷ ୨୦ ହଜାର ଟଙ୍କା ବଳକା ଥିବା ଉଲ୍ଲେଖ ଥିଲା । ସେତେବେଳେ ସେ ଜାଣିବାକୁ ପାଇଥିଲେ ଯେ, ଏହି ଅପରେସନ୍ ତାଙ୍କ ବିଏସ୍‌କେଓ୍ୱାଇ ଯୋଜନା ଅନୁଯାୟୀ ହୋଇଛି । ଯାହା ଫଳରେ ତାଙ୍କର ଅପରେସନ୍ ହୋଇପାରିଛି । ଏହା ପରେ ତାଙ୍କ ଖୁସି କହିଲେ ନସରେ  । ଏଥିଲାଗି ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଆଉ କହିଛନ୍ତି ଅସମୟରେ ସାହା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସରକାର ଏ ଯୋଜନା ନଥିଲେ ସେ ତାଙ୍କୁ ଘର ବିକ୍ରି କରିବାକୁ ପଡ଼ିଥାନ୍ତି । ପୂର୍ବରୁ ମଧ୍ୟ ଏଭଳି ଅନେକ ନିର୍ଦ୍ଦଶନ ଦେଖିବାକୁ ମିଳିଛି । ଏହି ବିଏସ୍‌କେଓ୍ୱାଇ କାର୍ଡ ଜରିଆରେ ଅନେକ ଲୋକେ ବିନା ମୂଲ୍ୟରେ ଚିକିତ୍ସା କରାଇବା ସହ ଆର୍ଥିକ ମେରୁଦଣ୍ଡ ଭୁଶୁଡ଼ିବାରୁ ରକ୍ଷା ପାଇଛନ୍ତି ।

Leave a Reply