spot_img
Home Blog Page 5128

ସିଙ୍ଗଲ୍ ୱିଣ୍ଡୋ ବୈଠକରେ ୧୪୧୧ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପକୁ ମଞ୍ଜୁରୀ

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ସିଙ୍ଗଲ୍ ୱିଣ୍ଡୋ ବୈଠକରେ ୧୪୧୧ କୋଟି ଟଙ୍କାର ୯ଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ଏହିସବୁ ପ୍ରକଳ୍ପରେ ୨୮୪୬ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଚି ହେବ । ମୁଖ୍ୟତଃ ଖାଦ୍ୟ ପ୍ରକ୍ରିୟାକରଣ, ସାର, ଇସ୍ପାତ ଡାଉନ ଷ୍ଟ୍ରିମ୍ ପ୍ରକଳ୍ପ ରହିଛି । ଗଞ୍ଜାମ ଗୋପାଳପୁର ଏସଇଜେଡରେ ସମୁଦ୍ର ପାଣିରୁ ମଧୁର ଜଳ ପ୍ରସ୍ତୁତ ପାଇଁ ୧୦୭ କୋଟି ଟଙ୍କା ନିବେଶ କରିବ ଟାଟା । ବର୍ଷକୁ ୫ ହଜାର ୪୭୫ ନିୟୁତ ଲିଟର ମଧୁର ଜଳ ଉତ୍ପାଦନ ହେବ ।

ସେହିପରି କୋଣାର୍କରେ ସି-ସ୍କୋପ୍ କମ୍ପାନୀ ୧୦୦ କୋଟି ଟଙ୍କା ଖର୍ଚ୍ଚ କରି ହୋଟେଲ ନିର୍ମାଣ କରିବ । ବାରଙ୍ଗରେ ଡ୍ରେନେଜ୍ ଏବଂ ସ୍ୱେଜ ବ୍ୟବସ୍ଥାରେ ବ୍ୟବହୃତ ହେଉଥିବା ଉପକରଣ ପାଇଁ କାରଖାନା ନିର୍ମାଣ ହେବ । ଓଡ଼ିଶା କଂକ୍ରିଟ ପ୍ରା.ଲି ଏଥିରେ ୫୪.୪୨ କୋଟି ଟଙ୍କା ନିବେଶ କରିବାକୁ ଥିବାବେଳେ ୧୦୬ ଜଣଙ୍କୁ ନିଯୁକ୍ତି ମିଳିବ । ବାରିପଦାରେ ୫୫ କୋଟି ଟଙ୍କାର ଖର୍ଚ୍ଚରେ ଅତ୍ୟାଧିୁନିକ ଟେକନୋମେକ କାରଖାନା ସମ୍ପ୍ରସାରିତ ହେବ । ଏଥିରେ ୫୬୮ ଜଣଙ୍କୁ ନିଯୁକ୍ତି ମିଳିବ ।

ସେହିପରି ଅନୁଗୁଳ, ବରଗଡ଼, ଯାଜପୁର, ଝାରସୁଗୁଡ଼ା ଏବଂ ସମ୍ବଲପୁରରେ ୩୧୯ କୋଟି ଟଙ୍କା ବ୍ୟୟରେ ବାୟୋ ଗ୍ୟାସ କାରଖାନା ହେବ । ଏଥିରେ ୧୨୫୦ ଜଣଙ୍କ ଲାଗି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏହାସହ କଳାହାଣ୍ଡିର ଜୁନାଗଡ଼ରେ ୨୩୫ କୋଟି ଟଙ୍କା ଖର୍ଚ୍ଚରେ ଇଥାନଲ ଉତ୍ପାଦନ ହେବ । ଏଥିରେ ନିଯୁକ୍ତି ପାଇବେ ୨୦୦ ଜଣ । ପାରାଦୀପ ଇଫକୋରେ ବର୍ଷକୁ ୩୩ ହଜାର କିଲୋ ଲିଟର କ୍ଷମତା ବିଶିଷ୍ଟ ନୂଆ ୟୁରିଆ ୟୁନିଟ ତିଆରି ହେବ । ଯେଉଁଥିରେ ୨୦୦ ଲୋକ କାମ ପାଇବ । ଏହିସବୁ ପ୍ରକଳ୍ପ କିପରି ଖୁବଶୀଘ୍ର ଆରମ୍ଭ ହୋଇପାରିବ ସେଥିପାଇଁ ପଦକ୍ଷେପ ନେବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

ଖୁବ୍‌ଶୀଘ୍ର ଆସୁଛି କରୋନା ବଟିକା; କମାଇବ ମୃତ୍ୟୁ ଆଶଙ୍କା

ନୂଆଦିଲ୍ଲୀ: ଖୁବ୍‌ଶୀଘ୍ର ଆସୁଛି କରୋନା ବଟିକା। ସଂକ୍ରମିତଙ୍କ ଗୁରୁତର ଆଶଙ୍କାକୁ ୫୦ ପ୍ରତିଶତ କମାଇବ ଏହି ବଟିକା। ମେଡିକାଲରେ ଆଡମିଶନ କରିବା ପାଇଁ ମଧ୍ୟ ଆବଶ୍ୟକ ପଡିବ ନାହିଁ । ମର୍କ, ଫାଇଜର ଏବଂ ରୋଚେ କମ୍ପାନୀ ମିଳିତ ଭାବେ ପ୍ରସ୍ତୁତ କରିଛନ୍ତି ଔଷଧ । ଏହାର ନାଁ ରଖାଯାଇଛି ମୋଲନୁପିରାଭିର।

ସୂଚନା ଅନୁଯାୟୀ, ସଂକ୍ରମଣର ୫ଦିନ ମଧ୍ୟରେ ଏହି ଔଷଧକୁ ଖାଇବାକୁ ପଡିବ। ଏଫଡିଏର ଅନୁମତି ମିଳିଲେ ଜରୁରିକାଳୀନ ବ୍ୟବହାର କରାଯିବ । ଅନ୍ୟ କୌଣସି ରୋଗରେ ପୀଡିତ ଥିଲେ ମଧ୍ୟ କାମ କରିବ ଏହି ମୋଲନୁପିରାଭିର। କରୋନା ସଂକ୍ରମିତଙ୍କ ଉପରେ ଏହି ଔଷଧ ପରୀକ୍ଷଣ ହୋଇଥିବା ବେଳେ ଏହା ସଫଳ ହୋଇଥିବା ମର୍କ କମ୍ପାନୀ ପକ୍ଷରୁ କୁହାଯାଇଛି।

ଟିକା ନେଇଥିଲେ ବି କ୍ୱାରେଣ୍ଟାଇନରେ ରହିବେ ଭାରତ ଆସୁଥିବା ବ୍ରିଟେନ ନାଗରିକ

ନୂଆଦିଲ୍ଲୀ: କରୋନା ଭାଇରସକୁ ପ୍ରତିହତ କରିବା ଲାଗି ସବୁଠାରୁ ବଡ ଅସ୍ତ୍ର ପାଲଟିଛି ଭ୍ୟାକ୍ସିନ୍ । ଏହି ପରିପ୍ରେକ୍ଷୀରେ ବ୍ରିଟେନରୁ ଭାରତକୁ ଆସୁଥିବା  ନାଗରିକଙ୍କ ପାଇଁ ସରକାର ନୂଆ ଘୋଷଣା କରିଛନ୍ତି । ଭାରତରେ ପହଞ୍ଚିବା ପରେ ନାଗରିକ ମାନଙ୍କୁ ୧୦ ଦିନ ଯାଏଁ ବାଧ୍ୟତାମୂଳକ ଭାବେ କ୍ୱାରେଣ୍ଟାଇନ ହେବାକୁ ପଡିବ। ଏଥିସହ ଭାରତରେ ପହଞ୍ଚିବା ମାତ୍ରେ ବ୍ରିଟେନ ନାଗରିକଙ୍କର କୋଭିଡ ଟେଷ୍ଟ ହେବ । ପୂର୍ବରୁ ବ୍ରିଟେନ ମଧ୍ୟ ଭାରତୀୟ ନାଗରିକଙ୍କ ପାଇଁ  କଟକଣା ଜାରି କରିଥିଲା ।

କରୋନା ଟିକା ନେଇ ଭାରତ ଏବଂ ବ୍ରିଟେନ ମଧ୍ୟରେ ବିବାଦ ଲାଗି ରହିଛି। ନିକଟ ଅତୀତରେ ବ୍ରିଟେନ ଭାରତର କରୋନା ଟିକାକୁ ଅନୁମୋଦନ ଦେଇନଥିଲା । ପରେ ଭାରତର କଠୋର ଆଭିମୁଖ୍ୟ ଯୋଗୁଁ ବ୍ରିଟେନ ଭାରତୀୟ ଭ୍ୟାକ୍ସିନକୁ  ମଞ୍ଜୁରୀ ଦେବା ସହ କିଛିଟା କଟକଣା ଲାଗୁ କରିଥିଲା । ଯାହାର ଜବାବ ଦେଇଛି ଭାରତ।

ସୂଚନା ଅନୁଯାୟୀ, ଅକ୍ଟୋବର ୪ ତାରିଖରୁ ବ୍ରିଟେନରୁ ଭାରତକୁ ଆସୁଥିବା ସମସ୍ତ ନାଗରିକଙ୍କୁ ୧୦ ଦିନ ଯାଏଁ କ୍ୱାରେଣ୍ଟାଇନରେ ରହିବାକୁ ପଡିବ। ଏହି ନିୟମ ଉଭୟ ଟିକା ନେଇଥିବା ଓ ନନେଇଥିବା ବ୍ୟକ୍ତିଙ୍କ ପାଇଁ ଲାଗୁହେବ । ଏଥିସହିତ ଯାତ୍ରାର ୭୨ ଘଣ୍ଟା  ପୂର୍ବରୁ କୋଭିଡ RT-PCR ପରୀକ୍ଷା ମଧ୍ୟ କରିବାକୁ ପଡିବ ।

 

ବଡ଼ ବଡ଼ କମ୍ପାନୀ ଉପରେ ବକେୟା ପଡ଼ିଛି ୨୪୧ କୋଟିରୁ ଅଧିକ ଟଙ୍କାର ଜଳକର

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାର ୩୦ରୁ ଅଧିକ ଶିଳ୍ପ ସଂସ୍ଥା ନିୟମିତ ଜଳକର ଦେଉନଥିବା ଅଭିଯୋଗ ହେଉଛି । ୨୦୨୧ ମାର୍ଚ୍ଚ ମାସ ସୁଦ୍ଧା ଜିଲ୍ଲାରେ ବିଭିନ୍ନ ଫାଇନ୍ ସହିତ ୨୪୧ କୋଟିରୁ ଅଧିକ ଟଙ୍କା ଜଳକର ବାକି ରଖିଥିବା ଆରଟିଆଇ ତଥ୍ୟରୁ ଜଣାପଡ଼ିଛି । ସେପଟେ ଅଧିକ ଫାଇନ୍ ଧାର୍ଯ୍ୟ କରାଯାଇଥିବାରୁ ଶିଳ୍ପପତିମାନେ ବକେୟା ଜଳକର ଦେଉନଥିବା ଶିଳ୍ପ ଓ ବଣିକ ସଂଘ ପକ୍ଷରୁ କୁହାଯାଇଛି । ତେବେ ଜଳକରର ପରିମାଣ ଠାରୁ ଜରିମାନା ଅର୍ଥ ୫ ଗୁଣ ରହିଥିବା ବେଳେ ପୈଠର ନାଁ ଧରୁନାହାଁନ୍ତି କମ୍ପାନୀ ।

Companies In Sundargarh Not Paying Water Tax More Than 241 Crore (3)

ଜିଲ୍ଲାର ଆଧୁନିକ ମେଟାଲିକ୍ ସର୍ବାଧିକ ପେନାଲଟି ସହିତ ୭୩ କୋଟି ୨୪ ଲକ୍ଷ ୬୯ ହଜାର ୭୦ ଟଙ୍କା ବକେୟା ରଖିଛି । କେବଳ ଜଳକର ବାବଦରେ ୧୨ କୋଟି ୫୯ ଲକ୍ଷ ୧୦ହଜାର ୫୫ ଟଙ୍କା ବକେୟା ରଖିଥିବାରୁ ଜରିମାନା ବାବଦରେ ୬୦ କୋଟି ୬୫ ଲକ୍ଷ ୫୯ ହଜାର ୧୫ ଧାର୍ଯ୍ୟ କରାଯାଇଛି । ସେହିପରି ଓସିଏଲ ଆଇରନ୍ ଆଣ୍ଡ ଷ୍ଟିଲ୍ ଜଳକର ଓ ଜରିମାନା ବାବଦରେ ୧୦ କୋଟି ୧୩ ଲକ୍ଷ ୫୯ ହଜାର ୧୦୮ ଟଙ୍କା, ବରସୁଆଁ ଆଇରନ୍ ମାଇନ୍ସ ଟେନସା ଜରିମାନା ସହିତ ୩ କୋଟି ୭୫ ଲକ୍ଷ ୧୭ ହଜାର ୭୭୮ଟଙ୍କା ବକେୟା ରଖିଥିବା ଜଣାପଡ଼ିଛି ।

Companies In Sundargarh Not Paying Water Tax More Than 241 Crore (3)

ବିଆର୍ ସ୍ପଞ୍ଜ ତୁମକେଲା ଜରିମାନା ସହିତ ୩ କୋଟି ୧୫ ଲକ୍ଷ ୨୭ ହଜାର ୨୯୮ ଟଙ୍କା ଓ ଜୟ ଆଇରନ୍ ଆଣ୍ଡ ଷ୍ଟିଲ୍ କାରଖାନାର ଜରିମାନା ସହିତ ୪ କୋଟି ୨୫ ଲକ୍ଷ ୧୮ ହଜାର ୧୫୦ ଟଙ୍କା ବକେୟା ରହିଛି । ସୁନ୍ଦରଗଡ଼ ଜିଲ୍ଲାରେ ୧୪୨ଟି ବଡ଼ବଡ଼ ଶିଳ୍ପ ସଂସ୍ଥା ସହିତ ଖଣି ଓ ହୋଟେଲ ରହିଛି । ତେବେ ୨୦୨୧ ମାର୍ଚ୍ଚ ମାସ ସୁଦ୍ଧା ୪୨ କୋଟି ୯୫ ଲକ୍ଷ ୮୫ ହଜାର ୬୫୪ ଟଙ୍କା ଜଳକର ବକେୟା ରଖିଥିବା ଆରଟିଆଇ ତଥ୍ୟରୁ ଜଣାପଡ଼ିଛି ।

Companies In Sundargarh Not Paying Water Tax More Than 241 Crore (3)

ଜଳକର ଦେଉନଥିବାରୁ ବିଭିନ୍ନ ଶିଳ୍ପସଂସ୍ଥା ଉପରେ ୧୯୮ କୋଟି ୮୪ ଲକ୍ଷ ୧୨ ହଜାର ୭୦୮ ଟଙ୍କା ଜରିମାନା କରାଯାଇଛି । ସେପଟେ ଅଧିକ ଜରିମାନା ଧାର୍ଯ୍ୟ କରାଯାଇଥିବାରୁ ଶିଳ୍ପପତିମାନେ ବକେୟା ଜଳକର ଦେଇପାରୁନଥିବା ରାଉରକେଲା ଶିଳ୍ପ ଓ ବଣିକ ସଂଘ ପକ୍ଷରୁ କୁହାଯାଇଛି । ତେବେ ବାକି ଆଦାୟ ପାଇଁ ପଦକ୍ଷେପ ନିଆଯାଉଥିବା କହିଛନ୍ତି ଜଳସମ୍ପଦ ବିଭାଗ ଅଧିକ୍ଷଣ ଯନ୍ତ୍ରୀ । ଜିଲ୍ଲାରେ ଜରିମାନା ସହିତ ୨୪୧ କୋଟି ୭୯ ଲକ୍ଷ  ୮୬ ହଜାର ୨୮୪ ଟଙ୍କା ବକେୟା ପଡ଼ିଛି ।

କାରରେ ଆସୁଥିଲେ, ଜଙ୍ଗଲରେ ଜୁଆ ଖେଳୁଥିଲେ…

ଗୁଣୁପୁର: ଗୁଣୁପୁର ପୋଲିସକୁ ବଡ଼ ସଫଳତା । ହାଇପ୍ରୋଫାଇଲ୍ ଜୁଆ ଆଡା ଉପରେ ଅତର୍କିତ ଚଢ଼ାଉ କରିଛି ଗୁଣପୁର ପୋଲିସ । ରେଗେଡା ଗାଁ ନିକଟ ଏକ କାଜୁ ଜଙ୍ଗଲରେ ଜୁଆ ଖେଳ ଚାଲୁଥିବା ନେଇ ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲା ।

Gunupur Police Busted High Profile Gambling, 15 Arrested

ପୋଲିସ ୧୫ ଜଣଙ୍କୁ ଗିରଫ କରିବା ସହ ୧୨ଟି ଦାମୀ କାର୍, ଗୋଟିଏ ଅଟୋ ରିକ୍ସା, ୧୯ଟି ମୋବାଇଲ୍ ଫୋନ, ତାସ୍ ସହ ଜୁଆ ଖେଳରେ ବ୍ୟବହୃତ ରୟେଲ୍ସ କଏନ ଓ ୨ ଲକ୍ଷ ୨୫ ହଜାର ୯୯୦ ଟଙ୍କା ଜବତ କରିଛି ।

Gunupur Police Busted High Profile Gambling, 15 Arrested

ସମସ୍ତ ଜୁଆଡି ଆନ୍ଧ୍ର ଶ୍ରୀକାକୁଲମ ଜିଲ୍ଲା ଓ ପାରଳାଖେମୁଣ୍ଡି ଅଞ୍ଚଳର ବୋଲି ଜଣାପଡ଼ିଛି । ଆଗକୁ ଆହୁରି ଏଭଳି ଜୁଆ ଖେଳ ଉପରେ ପୋଲିସ୍ ତୀକ୍ଷଣ ନଜର ରଖି ରେଡ୍ କରିବ ବୋଲି ପୋଲିସ ସୂଚନା ଦେଇଛି ।

ଦିଲ୍ଲୀ ପହଞ୍ଚିଲା ଓଡ଼ିଶା କଂଗ୍ରେସ କନ୍ଦଳ, ପ୍ରଦୀପ କହିଲେ- ‘ମୁଁ ଦଳ ଛାଡ଼ିବା ଗୁଜବ’

ଭୁବନେଶ୍ୱର: କିଛି ଦିନର ନିରବତା ପରେ ପୁଣି ରାଜ୍ୟ କଂଗ୍ରେସରେ କମ୍ପନ । ଗୋଟିଏ ପଟେ ବିଧାୟକ ମହମ୍ମଦ ମୋକିମଙ୍କ ସରକାରୀ ବାସଭବନରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧୀ ଗୋଷ୍ଠୀ ଏକାଠି ହୋଇଛନ୍ତି । ଅନ୍ୟପଟେ କଂଗ୍ରେସର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଓ ଦଳର ବରିଷ୍ଠ ନେତା ଭକ୍ତ ଦାସ ଦିଲ୍ଲୀରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଭେଟିଛନ୍ତି ।

Pradeep Majhi And Bhakta Das Met Rahul Gandhi

ରାହୁଲଙ୍କୁ ଭେଟି ଦଳୀୟ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ଦୁଇ ନେତା । ଏନେଇ ଭକ୍ତ ଦାସ ପ୍ରତିକ୍ରିୟା ରଖି କହିଛନ୍ତି ରାଜ୍ୟ କଂଗ୍ରସରେ କନ୍ଦଳ ନାହିଁ । ଆସନ୍ତା ଦିନରେ ବହୁତ କିଛି ସୁଧୁରିବ । ଅନ୍ୟପଟେ ବେଶ୍ କିଛି ଦିନ ହେବ ପ୍ରଦୀପ ମାଝୀ ଦଳ ଛାଡ଼ିବା ନେଇ ଚର୍ଚ୍ଚା ହେଉଥିବା ବେଳେ ମୁହଁ ଖୋଲିଛନ୍ତି ପ୍ରଦୀପ ମାଝି । ସେ କଂଗ୍ରେସ ଛାଡ଼ୁନଥିବା କହିଛନ୍ତି ।

ଖାଲି ରାଜ୍ୟ ନୁହେଁ ଦେଶରେ କଂଗ୍ରେସ ଦଳକୁ ମଜଭୁତ୍ କରିବାକୁ ଦଳ ସହ ରହି କାମ କରିବେ ବୋଲି କହିଛନ୍ତି ପ୍ରଦୀପ ମାଝୀ । ମୁଁ ଦଳ ସହ ଅଛି ଆଉ ରହିବି । କଂଗ୍ରେସର ସଂଗଠନକୁ ସଜାଡ଼ିବା ନେଇ ଭକ୍ତ ଦାସ ଓ ପ୍ରଦୀପ ମାଝୀ ରାହୁଲଙ୍କ ସହ କଥା ହୋଇଛନ୍ତି । ଦିଲ୍ଲୀରେ କଂଗ୍ରେସର ଉତ୍ଥାନ ହେଲେ ରାଜ୍ୟରେ ବି ଦଳ ଭଲ ପ୍ରଦର୍ଶନ କରିବ ବୋଲି କହିଛନ୍ତି ପ୍ରଦୀପ ମାଝୀ ।

Pradeep Majhi And Bhakta Das Met Rahul Gandhi

ପିସିସି ସଭାପତି ପରିବର୍ତ୍ତନ ନେଇ ରାହୁଲଙ୍କ ସହ କୌଣସି ଆଲୋଚନା ହୋଇନି । ପଞ୍ଚାୟତ ନିର୍ବାଚନ ପୂର୍ବରୁ ମଧ୍ୟ ପିସିସି ସଭାପତି ପରିବର୍ତ୍ତନର ସମ୍ଭାବନା ନାହିଁ ବୋଲି କହିଛନ୍ତି ପ୍ରଦୀପ । ବାରମ୍ବାର ସଭାପତି ପରିବର୍ତ୍ତନ ପରିବର୍ତ୍ତେ ଦଳକୁ ସଜାଡ଼ିବା ନେଇ ରାହୁଲଙ୍କ ସହ କଥା ହୋଇଛନ୍ତି ।

ଚଣ୍ଡିଗଡ଼ର ହରନାଜ ସନ୍ଧୁ ଜିତିଲେ ମିସ୍ ଡିଭା ୟୁନିଭର୍ସ ୨୦୨୧ ଟାଇଟଲ୍, ମିସ୍ ୟୁନିଭର୍ସ ପାଇଁ କରିବେ ଭାରତର ପ୍ରତିନିଧିତ୍ୱ

ମୁମ୍ବାଇ: ‘ଲିଭା ମିସ୍ ଦିଭା’ର ଗ୍ରାଣ୍ଡ ଫିନାଲେ ବିଜେତା ହୋଇଛନ୍ତି ଚଣ୍ଡୀଗଡର ଝିଅ ହରନାଜ ସନ୍ଧୁ । ମୁମ୍ବାଇରେ ହୋଇଥିବା ଏହି ଆୟୋଜନରେ ବଲିଉଡଷ୍ଟାର ମଲାଇକା ଆରୋରା ଓପନିଂ ପରଫରମା୍ସ ଦେଇଥିଲେ। ଚଳିତ ବର୍ଷ ପାଜେଣ୍ଟର ଭର୍ଚୁଆଲ ହୋଷ୍ଟ କରାଯାଇଥିଲା।  ମିସ୍ ଡିଭା ୟୁନିଭର୍ସ ୨୦୨୧’ର ଟାଇଟଲ ଜିତିବା ପରେ ହରନାଜ ମିସ୍ ୟୁନିଭର୍ସ ୨୦୨୧ ରେ ଭାରତର ପ୍ରତିନିଧିତ୍ୱ କରିବେ।

ମିସ୍ ଦିଭା ୟୁନିଭର୍ସ ୨୦୨୧ ରେ ପୁନେର ରିତିକା ଖତନାନି ସୁପର ନାଚୁରାଲ ୨୦୨୧ ହୋଇଛନ୍ତି। ସେଭଳି ଜୟପୁରର ସୋନଲ କୁକରେଜା ଲିଭା ମିସ୍ ଦିଭାର ଫାଷ୍ଟ ରନ୍‌ର-ଅପ୍ ରହିଛନ୍ତି। ହରନାଜ୍ ମିସ୍ ୟୁନିଭର୍ସ ୨୦୨୧ ରେ ଭାରତର ପ୍ରତିନିଧିତ୍ବ କରିବେ। ୭୦ ତମ ମିସ୍ ୟୁନିଭର୍ସ ପାଜେଣ୍ଟର ଆୟୋଜନ ଚଳିତ ବର୍ଷ ଡିସେମ୍ବରରେ ହେବ। ଗତ ବର୍ଷ ମେକ୍ସିକୋର ମଡେଲ ଆଣ୍ଡ୍ରିୟା ମେଜା ଏହି ଟାଇଟଲ ନିଜ ନାମରେ କରିଥିଲେ। ଚଳିତ ବର୍ଷ ଆଣ୍ଡ୍ରିୟା ନିଜର ମୁକୁଟ ନୂଆ ବିଜେତାଙ୍କୁ ପିନ୍ଧାଇବେ।

ଖବର ଅନୁସାରେ, ହରନାଜ କୌର ସନ୍ଧୁ ଇନଫରମେସନ୍ ଟେକ୍ନୋଲୋଜିର (ଆଇଟି)ର  ଦ୍ବିତୀୟ ବର୍ଷ ଛାତ୍ରୀ। ସେ ୨୦୧୯ର ମିସ୍ ଇଣ୍ଡିଆ ପଞ୍ଜାବ ଟାଇଟଲ ଜିତିଥିଲେ। ଏହାପରେ ସେ ମିସ୍ ଇଣ୍ଡିଆ ପାଜେଣ୍ଟରେ ମଧ୍ୟ ଯୋଗ ଦେଇଥିଲେ।

ବିକ୍ରି ହୋଇନି ଏୟାର ଇଣ୍ଡିଆ, ସ୍ପଷ୍ଟ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଏୟାର ଇଣ୍ଡିଆର ମାଲିକାନା ଟାଟା ଗ୍ରୁପ ହାତକୁ ଯିବା ନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ହେଉଥିବା ଖବରକୁ ଖଣ୍ଡନ କରିଛନ୍ତି କେନ୍ଦ୍ର ସରକାର।

ସୂଚନା ଅନୁଯାୟୀ, ସରକାରୀ ଏୟାର ଲାଇନ୍ସ ‘ଏୟାର ଇଣ୍ଡିଆ’ର ନିଲାମ ଜିତି ଟାଟା ସନ୍ସ ଏହାର ମାଲିକାନା ନିଜ ହାତକୁ ନେଇଥିବା ଖବର ପ୍ରସାରିତ ହୋଇଥିଲା । ହେଲେ କେନ୍ଦ୍ର ସରକାର ଏହି ମିଡିଆ ରିପୋର୍ଟକୁ ଖଣ୍ଡନ କରିଛନ୍ତି। ସରକାରଙ୍କ ପକ୍ଷରୁ କୁହାଯାଇଛି, ଏୟାର ଇଣ୍ଡିଆର ନିଲାମ ପ୍ରକ୍ରିୟା ଏବେ ବି ଜାରି ରହିଛି । ହେଲେ ଏ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇନାହିଁ ବୋଲି ଟ୍ବିଟରରେ ସୂଚନା ଦେଇଛନ୍ତି DIPAMର ସେକ୍ରେଟେରୀ ।

ସୂଚନା ଅନୁଯାୟୀ, ଟାଟା ଗ୍ରୁପର ଅଜୟ ସିଂ ଏବଂ ସ୍ପାଇସଜେଟ୍‌ ଏୟାର ଇଣ୍ଡିଆ ପାଇଁ ଟେଣ୍ଡର ଡାକିଥିଲେ। ଆଉ ଯାହା ପରେ ଟାଟା ଗ୍ରୁପ ନିଲାମ ଜିତିଥିବା ନେଇ ଚର୍ଚ୍ଚା ହୋଇଥିଲା । ଯାହାକୁ ଖଣ୍ଡନ କରିବା ସହ କେନ୍ଦ୍ର ସରକାର କହିଛନ୍ତି ଯେ କିଛି ନିଷ୍ପତ୍ତି ନେଲେ ଗଣମାଧ୍ୟମକୁ ସୂଚନା ଦିଆଯିବ । ତେବେ ୨୦୦୭ ରେ ଇଣ୍ଡିଆନ୍ ଏୟାରଲାଇନ୍ସ ସହିତ ମିଶ୍ରଣ ହେବା ପରଠାରୁ ଏୟାର ଇଣ୍ଡିଆ ନିଟ୍ ଲାଭରେ ଆସିନାହିଁ । ମାର୍ଚ୍ଚ ୨୦୨୧ ଶେଷ ହେବାକୁ ଥିବା ତ୍ରୈମାସରେ ଏୟାର ଇଣ୍ଡିଆର ପ୍ରାୟ ୧୦,୦୦୦ କୋଟି ଟଙ୍କା କ୍ଷତି ହେବ ବୋଲି ଆଶା କରାଯାଉଛି । ୩୧ମାର୍ଚ୍ଚ ୨୦୧୯ ସୁଦ୍ଧା କମ୍ପାନୀର ମୋଟ ୬୦,୬୭୪ କୋଟି ଟଙ୍କା ଋଣ ଥିଲା ।

ଜଙ୍ଗଲରୁ ଗଛ କାଟିବା ବେଳେ ବନ କର୍ମଚାରୀଙ୍କୁ ଧରି ଆଣ୍ଠେଇଲେ ଗ୍ରାମବାସୀ

ଚିଲିକା: ବାଡ଼ ଖାଉଛି ଫସଲ । ଜଙ୍ଗଲ ଧ୍ୱଂସ କରୁଛନ୍ତି ବନ ବିଭାଗ କର୍ମଚାରୀ । ଜଙ୍ଗଲ ସୁରକ୍ଷା ଦାୟିତ୍ୱରେ ଥିବା ବନ ବିଭାଗ କର୍ମଚାରୀ ଗଛ କାଟିବା ବେଳେ ଗ୍ରାମବାସୀଙ୍କ ହାତରେ ପଡ଼ି ହଟହଟା ହୋଇଛନ୍ତି । ଏସିଆ ମହାଦେଶର ବୃହତ ଶାଗୁଆନ୍ ଜଙ୍ଗଲ ଦାମିଆ ବରବରା ଉପରେ ଏବେ କାଠ ମାଫିଆଙ୍କ ସହ ବନ କର୍ମଚାରୀ ଲୋଲୁପ ଦୃଷ୍ଟି ପକାଇଛନ୍ତି ।

Forester Along Two Employee Caught By Villagers During Tree Cut

ଆଜି ଧୂଆଁନଳୀ ସେକ୍ସନର ୬ ନମ୍ବର ସେକ୍ସନ ଅରାଙ୍ଗ କିଆ ଗୋରଡ଼ା ଜଙ୍ଗଲରେ ଶାଗୁଆନ୍ ଗଛ କାଟୁଥିବା ବେଳେ ବନ କର୍ମଚାରୀଙ୍କୁ ଧରିଛନ୍ତି ଗ୍ରାମବାସୀ । କେତେଜଣ ବନ କର୍ମଚାରୀ ଏବଂ କାଠ କଟାଳି ଏକ ୧୦ ଫୁଟ୍ ଗୋଲେଇ ଶାଗୁଆନ୍ ଗଛକୁ କାଟି ସାରିଥିବା ବେଳେ ଜଙ୍ଗଲ ଜଗିବା ଦାୟିତ୍ୱରେ ଥିବା ଗ୍ରାମବାସୀଙ୍କ ହାବୁଡ଼ରେ ପଡ଼ିଛନ୍ତି । କଟାଳି ଏବଂ ଅନ୍ୟ କିଛି କର୍ମଚାରୀ ଖସି ପଳାଇଥିବା ବେଳେ ଜଙ୍ଗଲ ବିଭାଗର ତିନିଜଣ କର୍ମଚାରୀଙ୍କୁ ଗ୍ରାମବାସୀ ଧରି ଆଣ୍ଠେଇ ଦେଇଛନ୍ତି ।

Forester Along Two Employee Caught By Villagers During Tree Cut

ଫରେଷ୍ଟର ଧୁଶାସନ ନାୟକଙ୍କ ସହ ଅନ୍ୟ ଦୁଇଜଣ ବନ ରକ୍ଷକଙ୍କୁ ଗ୍ରାମବାସୀ ଅଟକ ରଖିଛନ୍ତି । ଖବର ପାଇ ବାଣପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି । ଆଦିବାସୀ ଅଞ୍ଚଳରେ ଥିବା ଏହି ଜଙ୍ଗଲ ପୂର୍ବରୁ ସିଆରପି ହାତରେ ନ୍ୟସ୍ତ ଥିଲା । ସିଆରପି ଅପସାରଣ ପରେ ଜଙ୍ଗଲରୁ ନିୟମିତ ଅବାଧ ଭାବେ ଗଛ କଟା ଚାଲିଥିବା ଅଭିଯୋଗ ହେଉଛି ।

କତାର କାହିଁକି କହିଲା- ଆମେ ମଧ୍ୟ ମୁସଲିମ୍ ଦେଶ, ଆମଠୁ କିଛି ଶିଖ

କାବୁଲ: ଦିନେ ତାଲିବାନକୁ ସମର୍ଥନ କରିଥିବା ଦେଶ ମଧ୍ୟରେ କତାର ଥିଲା । କିନ୍ତୁ ଏବେ ଏହି ସଙ୍ଗଠନ ଉପରେ ଅସନ୍ତୋଷ ପ୍ରକାଶ କରିଛି କତାର । କତାରର ଜଣେ କୁଟନୀତିଜ୍ଞଙ୍କ କହିବାନୁଯାୟୀ ମହିଳାଙ୍କ ଶିକ୍ଷାକୁ ନେଇ ତାଲିବାନର ଚିନ୍ତାଧାରା ଖୁବ୍ ନୖେରାଶ୍ୟଜନକ । ଯଦି ତାଲିବାନ ଦେଶରେ ଇସଲାମିକ୍ ସିଷ୍ଟମ୍ ଚଲାଇବାକୁ ଚାହୁଁଛି ତାହେଲେ ଆମଠାରୁ କିଛି ଶୁଖୁ ।

କତାରର ବିଦେଶ ମନ୍ତ୍ରୀ ଶେଖ ମହମ୍ମଦ ବିନ୍ ଅବଦୁଲ୍ ଅଲ ଥାନି ଏକ ସାମ୍ବାଦିକ ସମ୍ମିଳନୀରେ ୟୁରୋପିଅନ୍ ଫରେନ୍ ପଲିସି ଚିଫ୍ ଜୋସେଫ୍ ବୋରେଲଙ୍କ ସହ ଆଲୋଚନା କରିଥିଲେ । ଏହି ସମୟରେ ଆଫଗାନିସ୍ତାନରେ ଝିଅଙ୍କ ଶିକ୍ଷା ଉପରେ ରୋକ୍ କୁ ନିରାଶାଜନକ କହିଥିଲେ । ନିକଟରେ ଆଫଗାନିସ୍ତାନରେ ଯେଉଁ ପ୍ରକାର ପଦକ୍ଷେପ ନିଆଯାଉଛି ତାହା ଦୁର୍ଭାଗ୍ୟପୂର୍ଣ୍ଣ । ଆଉ କିଛି ଏଭଳି ନିଷ୍ପତ୍ତି ନିଆଯାଉଛି ଯାହା ଆଫଗାନିସ୍ତାନର ବିକାଶକୁ ବହୁ ପଛକୁ ଟାଣି ନେଉଛି ।