ରାଜଧାନୀ ବସ୍ତିରେ ପୋଲିସ ମିତ୍ର: ହଟିବ ଅପରାଧ, ଦୃଢ ହେବ ବନ୍ଧୁତ୍ୱ

1 min read

ଭୁବନେଶ୍ବର: ରାଜଧାନୀ ବସ୍ତିକୁ ଅପରାଧମୁକ୍ତ କରିବା ପାଇଁ ବସ୍ତିକୁ ଚାଲ ଅଭିଯାନକୁ ଜୋରଦାର କରିଛି ପୋଲିସ୍ । ବସ୍ତିରେ ବନ୍ଧୁତ୍ବରେ ହାତ ବଢାଇବା ପାଇଁ ଆଉ ପାଦେ ଆଗେଇ ପୋଲିସ ଗଢିଲା ପୋଲିସ ମିତ୍ର । ବସ୍ତିରେ ଅପରାଧ ଓ ଅପରାଧିକ କାର୍ଯ୍ୟ କଳାପକୁ ରୋକିବାକୁ ପଦକ୍ଷେପ । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବରର ବିଭିନ୍ନ ବସ୍ତିରେ ୧୦୦ ଜଣଙ୍କୁ ପୋଲିସ ମିତ୍ରକୁ ଟ୍ରେନଂ ଦେଇଛି ପୋଲିସ । ବସ୍ତିରେ ବନ୍ଧୁତ୍ବରୁ ସୁରକ୍ଷା । ଅପରାଧ ମୁକ୍ତ ବସ୍ତି ପାଇଁ ଆଣ୍ଟା ଭିଡିଲା ପୋଲିସ୍ । କଳା ତ୍ରିଭୁଜକୁ ରୋକିବ ବସ୍ତି ଓ ପୋଲିସ୍ ମିତ୍ର । ବସ୍ତିକୁ ଚାଲ ଅଭିଯାନରେ ବସ୍ତିମିତ୍ର ପରେ ପୋଲିସ ମିତ୍ର । ବସ୍ତିରେ କ୍ରାଇମ ଜଗିବେ ପୋଲିସ ମିତ୍ର । ପୋଲିସ ମିତ୍ରକୁ ଗୁରୁମନ୍ତ୍ର ଦେଲେ ସିପି ଓ ଡିସିପି ।

ବସ୍ତିରେ ନିଶା କାରାବାର ଓ ଅପରାଧ କାର୍ଯ୍ୟକଳାପ ଉପରେ ରହିବ ନଜର । ପ୍ରଥମ ପର୍ଯ୍ୟାୟରେ 100 ଜଣଙ୍କ ସହ ଆଲୋଚନା କରିଛନ୍ତି ପୋଲିସ କମିଶନର ଓ ଡିସିପି । ସେମାନଙ୍କୁ ସ୍ୱତନ୍ତ୍ର ଟି-ସାର୍ଟ, ଆଇ କାର୍ଡ ଦେବା ସହ ସାମାଜିକ ଦାଇତ୍ୱକୁ ନେଇ ଦିନିକିଆ ତାଲିମ ଦିଆଯାଇଛି । ପୋଲିସ ମିତ୍ରର ଚରିତ୍ର ପଞ୍ଜିକା ଉପରେ ଗୁରୁତ୍ବ ଦେଇଛି ପୋଲିସ । ପ୍ରଥମ ପର୍ଯ୍ୟାୟରେ ୧ ହଜାର ଜଣ ଯୁବକଙ୍କୁ ପ୍ରଶିକ୍ଷଣ ଦିଆଯିବ । ଯେଉଁମାନଙ୍କ ଅପରାଧୀ ପୃଷ୍ଠଭୂମି, ନିଶାସେବନକାରୀ ନଥିବେ ଓ କୌଣସି ରାଜନୈତିକ ଦଳରେ ନଥିବେ ସେମାନଙ୍କୁ ଚିହ୍ନଟ କରି ପୋଲିସ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଉପରେ ପ୍ରଶିକ୍ଷଣ ଦେବେ । ଏ ମାନଙ୍କ ଜରିଆରେ ବସ୍ତି ରେ ଘଟୁଥିବା ଅପରାଧ ସହଜରେ ରୋକା ଯାଇପାରିବ ବୋଲି ପୋଲିସ କମିଶନର କହିଛନ୍ତି ।

କମିଶନରେଟ ପୋଲିସ ପକ୍ଷରୁ ଫୋକସ ବସ୍ତି ଭାବରେ ୩୦ଟି ବସ୍ତିକୁ ବସ୍ତିକୁ ଚାଲ ଅଭିଯାନରେ ସାମିଲ କରିଛି । ପ୍ରାଥମିକ ପର୍ଯ୍ୟାୟରେ ୫ ଶହ ଜଣ ଜଣ ଯୁବକଙ୍କୁ ଟ୍ରେନିଂ ଦେବାକୁ ଚିହ୍ନଟ କରିଛି ପୋଲିସ । ପୂର୍ବରୁ ବସ୍ତିକୁ ଚାଲ ଅଭିଯାନ କରି ବସ୍ତି ବାସିନ୍ଦାଙ୍କ ସହ ସୁ ସଂପର୍କ ରଖିବା ପ୍ରୟାସ ଆରମ୍ଭ କରିଥିଲା ପୋଲିସ । ଏହି କ୍ରମରେ ପ୍ରତି ବସ୍ତି ପାଇଁ 2 ଜଣ ପୋଲିସ ଅଧିକାରୀଙ୍କୁ ବସ୍ତି ମିତ୍ର ଭାବେ ନିଯୁକ୍ତ କରାଯାଇଛି । ବସ୍ତିକୁ ଚାଲ ଅଭିଯାନ ଆରମ୍ଭ ହେବା ଦିନ ଠାରୁ ବସ୍ତିରେ ଅପରାଧ ଓ କୌଣସି ସମସ୍ୟା ନେଇ ଥାନାକୁ ଆସିବା ମାମଲା କମିଛି ବୋଲି ଡିସିପି କହିଛନ୍ତି ।

Leave a Reply