ଜୁଆ ଖେଳରୁ ଯୁବକଙ୍କୁ ଗୁଳି କରି ହତ୍ୟା

1 min read

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ଜାଲୈାନ ଅଞ୍ଚଳରେ ଗୁଳି ମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି  । ଯୁବକଙ୍କୁ ଆଉ କେହି ନୁହେଁ ବରଂ ତାଙ୍କ ନିଜ ବନ୍ଧୁ ଗୁଳି ହତ୍ୟା କରିଥିବା କୁହାଯାଉଛି  । ଜୁଆ ଖେଳ ଯୋଗୁଁ ଯୁବକଙ୍କୁ ଗୁଳି ମାରିଥିବା ଜଣାପଡ଼ିଛି  । ଗୁଳି ଶବ୍ଦ ଶୁଣି ଆଖପାଖ ଲୋକ ଦୈାଡ଼ି ଆସିଥିଲେ  । ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ଅଭିଯୁକ୍ତକୁ ଗିରଫ କରିବା ସହ ଗୁଳିକରାଯାଇଥିବା ବନ୍ଧୁକ ମଧ୍ୟ ଜବତ କରିଛି  । ମୃତ ବ୍ୟକ୍ତି ଜଣକ ନାଁ ରାଜକୁମାର ବୋଲି ଜଣାପଡ଼ିଛି  ।

ଘଟଣାଟି କୋତବାଲୀ ଅଞ୍ଚଳର କାନପୁର-ଝାଂସୀ ରାଜପଥର ପ୍ରଧାନ ନାମକ ଏକ ଢାବା ନିକଟରେ ଘଟିଛି  । ତିନି ଜଣ ସାଙ୍ଗ ବାଇକରେ ଯାଉଥିବା ସମୟରେ ଶେଷରେ ବସିଥିବା ବ୍ୟକ୍ତି ଜଣକ ମଝିରେ ବସିଥିବା ଯୁବକଙ୍କ ମୁଣ୍ଡରେ ଗୁଳି ଚଳାଇଥିଲା  । ଘଟଣାସ୍ଥଳରେ ହିଁ ଯୁବକ ଜଣକ ଟଳିପଡ଼ିଥିଲେ  ।  ଢାବାରେ ଥିବା ଲୋକେ ସଙ୍ଗେ ସଙ୍ଗେ ପୋଲିସଙ୍କୁ ଖବର ଦେଇଥିଲେ  । ଖବର ପାଇ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଁଞ୍ଚି ଅଭିଯୁକ୍ତଙ୍କୁ ଗିରଫ କରିଥିଲା  । ଡାକ୍ତରଖାନା ନେବା ସମୟରେ ଯୁବକଙ୍କ ମୃତ୍ୟୁ ଘଟିଥିଲା  । ପୋଲିସ  ଯୁବକଙ୍କ ମୃତ ଶରୀରକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି  । ଜୁଆ ଖେଳକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ହୋଇଥିଲା  । ଯେଉଁଥିରେ ଯୁବକଙ୍କ ମୃତ୍ୟୁ ଘଟିଥିଲା ବୋଲି ଏଏପି ରାକେଶ କୁମାର ସିଂ ସୂଚନା ଦେଇଛନ୍ତି  ।

 

 

 

 

 

Leave a Reply