ଭାରତର ସେମିଫାଇନାଲ ଆଶା ଧୂଳିସାତ;  ଆଇସିସି ଟୁର୍ଣ୍ଣାମେଣ୍ଟରେ ପୁଣି ନିରାଶ କଲା ଟିମ୍ ଇଣ୍ଡିଆ

1 min read

ଦୁବାଇ: ଆଇସିସି ଟୁର୍ଣ୍ଣାମେଣ୍ଟରେ ପୁଣି ନିରାଶ କଲା ଟିମ୍ ଇଣ୍ଡିଆ । ଚଳିତ ଟି-୨୦ ବିଶ୍ବକପ ସେମିଫାଇନାଲ ଖେଳିବା ଆଶା ଧୂଳିଶାତ୍ ହୋଇଛି ଭାରତର । ତେବେ ଆଜିର ମ୍ୟାଚରେ ଭାରତ ପାଇଁ ଥିଲା ଗୁରୁତ୍ବପୂର୍ଣ୍ଣ । ଯଦି ଆଜି ମ୍ୟାଚରେ ଆଫଗାନିସ୍ତାନ ବିଜୟ ଲାଭ କରେ ତେବେ ଭାରତ ସେମିଫାଇନାଲ ଯାଇପାରିଥାନ୍ତା । କିନ୍ତୁ ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ବିଜୟଲାଭ କରିଛି । ଯାହା ଫଳରେ ଭାରତର ସେମିଫାଇନାଲ ଆଶା ଧୂଳିସାତ ହୋଇଛି । ୨୦୧୩ ଚମ୍ପିଆନ୍ସ ଟ୍ରଫି ପରେ ଭାରତ ଆଉ କୌଣସି ଆଇସିସି ଟ୍ରଫି ଜିତି ପାରି ନାହିଁ ।  ଚଳିତ ଟି-୨୦ ବିଶ୍ବକପ ଆରମ୍ଭରୁ ଫେଭୋରାଇଟ ଥିଲା କିନ୍ତୁ ଭାରତ ଭାରତ ଚଳିତ ବିଶ୍ବକପରେ ଟପ୍-୪ ଦଳ ମଧ୍ୟକୁ ଯାଇ ପାରିନାହିଁ ।

ଭାରତ ତା’ର ପ୍ରଥମ ମ୍ୟାଚରେ ପାରମ୍ପାରିକ ପ୍ରତିଦ୍ବନ୍ଦୀ ପାକିସ୍ତାନଠାରୁ ଶୋଚନୀୟ ପରାଜୟ ପରେ ଦ୍ବିତୀୟ ମ୍ୟାଚରେ କମବ୍ୟାକ କରିବ ବୋଲି ଆଶା କରାଯାଉଥିଲା । କିନ୍ତୁ ଦ୍ବିତୀୟ ମ୍ୟାଚରେ ମଧ୍ୟ କିଛି କମାଲ କରିପାରିନଥିଲା ଟିମ୍ ଇଣ୍ଡିଆ । ଯାହା ଫଳରେ ଦ୍ବିତୀୟ ମ୍ୟାଚରେ ମଧ୍ୟ ନ୍ୟୁଜିଲାଣ୍ଡଠାରୁ ଶୋଚନୀୟ ପରାଜୟ ବରଣ କରିଥିଲା ଟିମ୍ ଇଣ୍ଡିଆ । ଲଗାତର ଦୁଇଟି ମ୍ୟାଚରେ ପରାଜୟ ବରଣ କରିବା ପରେ ସେମି ଆଶା ଏକ ପ୍ରକାର ଧୂଳିସାତ ହୋଇଯାଇଥିଲା । କିନ୍ତୁ ଭାରତ ଆଫଗାନିସ୍ତାନ ଓ ସ୍କଟଲାଣ୍ଡଠାରୁ ବଡ଼ ବିଜୟ ହାସଲ କରି ଭାରତ ସେମିଫାଇନାଲ ଖେଳିବ ବୋଲି ଆଶା କରାଯାଉଥିଲା । ଆଜି ମ୍ୟାଚ ଯଦି ଆଫଗାନିସ୍ତାନ ବିଜୟଲାଭ କରିଥାନ୍ତା ତେବେ ଭାରତ ସେମିଫାଇନାଲ ଖେଳି ପାରିଥାନ୍ତା । କିନ୍ତୁ ଏହି ସ୍ବପ୍ନ ଏବେ ଭାରତ ପାଇଁ ସ୍ବପ୍ନ ହୋଇଯାଇଛି ।

Leave a Reply