spot_img
Home Blog Page 5127

ଜାତୀୟ ସ୍ତରୀୟ ପ୍ରଗତିଶୀଳ ତାଲିକାର ଶୀର୍ଷରେ ଗଜପତି

ଭୁବନେଶ୍ୱର: କେନ୍ଦ୍ର ନିତି ଆୟୋଗଙ୍କ ଜାତୀୟ ସ୍ତରରେ ପ୍ରଗତିଶୀଳ ତାଲିକାର ଶୀର୍ଷରେ ରହିଛି ଗଜପତି ଜିଲ୍ଲା। ୧୧୨ଟି ଜିଲ୍ଲାକୁ ନେଇ ପ୍ରସ୍ତୁତ ସର୍ଭେ ଅନୁସାରେ ଗଜପତି ଜିଲ୍ଲା ପ୍ରଥମ ସ୍ଥାନ ହାସଲ କରିଛି।

ଗତ ତିନି ମାସ ମଧ୍ୟରେ ହୋଇଥିବା ସ୍ବାସ୍ଥ୍ୟ, ପୋଷଣ, ଶିକ୍ଷା, କୃଷି ଓ ଜଳସମ୍ପଦ ଓ ମୈଳିକ ଭିତ୍ତିଭୂମି ବିକାଶ ଆଦି କ୍ଷେତ୍ରରେ ହେଉଥିବା ସକାରାତ୍ମକ ପ୍ରତିଯୋଗିତାରେ ଅଗଷ୍ଟ ମାସର ଡେଲଟା ରେଟିଂ ପ୍ରକାଶିତ ହୋଇଛି। ଯେଉଁଥିରେ ପ୍ରଥମ ସ୍ଥାନ ହାସଲ କରି ଶୀର୍ଷରେ ରହିଛି ଗଜପତି ଜିଲ୍ଲା।

କୃଷି ଓ ଜଳସମ୍ପଦ ବିକାଶ କ୍ଷେତ୍ରରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ମୈାଳିକ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ସର୍ବଭାରତୀୟ ସ୍ତରରେ ଗଜପତି ଜିଲ୍ଲା ଦ୍ବିତୀୟ ସ୍ଥାନରେ ରହିଛି। ଦେଶରେ ସାମଗ୍ରିକ ଭାବେ ପ୍ରଥମ ସ୍ଥାନ ଅଧିକାର କରିଥିବା ଯୋଗୁଁ ୫କୋଟି ଓ ବିଷୟ ଭିତ୍ତିରେ ପ୍ରଥମ ଓ ଦ୍ବିତୀୟ ସ୍ଥାନ ହାସଲ କରିଥିବା ଯୋଗୁ ଅତିରିକ୍ତ ୬କୋଟି ଅର୍ଥରାଶି ଅନୁଦାନ ଗଜପତି ଜିଲ୍ଲା ପାଇବ ବୋଲି ସୂଚନା ମିଳିଛି।

ଏନେଇ ଗଜପତି ଜିଲ୍ଲାପାଳ ଜିଲ୍ଲାର ସମସ୍ତ କର୍ମଚାରୀଙ୍କୁ ସୂଚନା ଦେଇଛନ୍ତି । କର୍ମଚାରୀଙ୍କୁ ଉତ୍ସାହିତ କରିବା ସହ ଅପହଞ୍ଚ ଇଲାକାର ସାମୁହିକ ବିକାଶ ପାଇଁ ସମସ୍ତଙ୍କ ମିଳିତ ଉଦ୍ୟମ ପାଇଁ ଆହ୍ବାନ ଦେଇଛନ୍ତି।

ଦୀର୍ଘ ଦେଢ଼ ବର୍ଷ ପରେ ଖୋଲିଛି ଏକାମ୍ର ହାଟ

ଭୁବନେଶ୍ୱର: ଗାନ୍ଧୀ ଜୟନ୍ତୀ ଅବସରରେ ନୂଆ ରୂପରେ ଖୋଲିଛି ଏକ୍ରାମ ହାଟ। ପାଖାପାଖି ଦୀର୍ଘ ଦେଢ଼ ବର୍ଷ ପରେ ଏକାମ୍ର ହାଟ ଖୋଲିଥିବା ଜଣାପଡିଛି।

କୋଭିଡ କଟକଣା ଯୋଗୁଁ ତଥା ହାଟର ମରାମତି ଓ ପୁନଃରୁଦ୍ଧାର କାର୍ଯ୍ୟ ପାଇଁ ଗତ ୨୦୨୦ ମାର୍ଚ୍ଚ ମାସରୁ ଏକାମ୍ର ହାଟ ବନ୍ଦ ରହିଥିଲା। ହାଟର ପରିଚାଳନା ଦାୟିତ୍ବ ଇଡକୋ ଠାରୁ ସିଡାକକୁ ଦିଆଯାଇଛି । ହାଟରେ ପୂର୍ବଭଳି ସମସ୍ତ କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି ଆଜି ମୁଖ୍ୟ ଶାସନ ସଚିବ ଏହାକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି।

ଉତ୍ତରାଖଣ୍ଡରେ ବରଫ ଅତଡା ଧସି ନୗେସେନାର ୫ ଯବାନ ନିଖୋଜ

ଚାମୋଲି: ଉତ୍ତରପ୍ରଦେଶର ଚାମୋଲି ଜିଲ୍ଲାରେ ହିମସ୍ଖଳନ ହୋଇଛି । ଯେଉଁଥିରେ ଭାରତୀୟ ନୗେସେନାର ପର୍ବତାରୋହୀ ଦଳର ୧୦ ଜଣ ବରଫା ଅତଡାରେ ଧସି ଯାଇଥିଲେ। ହେଲେ ପରବର୍ତ୍ତୀ ସମୟରେ ୫ ଜଣ ପର୍ବତାରୋହୀଙ୍କୁ ଉଦ୍ଧାର କରାଯାଇଥିଲା ବେଳେ ସର୍ଚ୍ଚ ଅପରେସନ୍ ଜାରି ରହିଛି ।

ଖବର ପାଇ ଉତ୍ତରକାଶୀ ସ୍ଥିତ ନେହେରୁ ପର୍ବତାରୋହଣ ପ୍ରତିଷ୍ଠାନର ଏକ ଉଦ୍ଧାରକାରୀ ଦଳ ପ୍ରିନ୍ସପାଲ୍ କର୍ଣ୍ଣଲ୍ ଅମିତ ବିଷ୍ଟଙ୍କ ନେତୃତ୍ୱରେ ବିଦାୟ  ଘଟଣାସ୍ଥଳୀକୁ ଯାଇଛନ୍ତି ।

ସୂଚନା ଅନୁଯାୟୀ, ଉତ୍ତରାଖଣ୍ଡର ଚାମୋଲି ଏବଂ ବାଗେଶ୍ୱର ଜିଲ୍ଲାର ଜଙ୍କସନର ୭,୧୨୦ ମିଟର ଉଚ୍ଚ ଶିଖର ମାଉଣ୍ଟ ତ୍ରିଶୂଲ ଅବସ୍ଥିତ | ଭାରତୀୟ ନୗେସେନାର ୨୦ ଜଣିଆ ପର୍ବତାରୋହୀ ଦଳ ଯାଇଥିଲେ। ସେଠାରେ ଶୁକ୍ରବାର ଦିନ ବରଫ ଅତଡା ଧସିବାରୁ ଦଶ ଜଣ ପର୍ବତାରୋହୀ ନିଖୋଜ ହୋଇଯାଇଥିଲେ।

ଆଜି ଦେଶ ପାଳୁଛି ଗାନ୍ଧୀ ଜୟନ୍ତୀ, ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ହେଉଛି ଜାତିର ପିତା ମହାତ୍ମାଗାନ୍ଧୀ ଓ ଶାସ୍ତ୍ରୀଙ୍କ ଜନ୍ମ ଜୟନ୍ତୀ । ଅକ୍ଟୋବର ୨ ତାରିଖ ୧୮୬୯ ମସିହାରେ ଗୁଜୁରାଟର ପୋରବନ୍ଦରରେ ଜନ୍ମଗ୍ରହଣ କରିଥିଲେ ବାପୁ । ଦେଶକୁ ଇଂରେଜ ଶାସନରୁ ମୁକ୍ତ କରିଥିବା ମହାନ ଯୁଗପୁରୁଷ ହେଉଛନ୍ତି ମହାତ୍ମା ଗାନ୍ଧୀ । ଅହିଂସା ଉପାୟରେ ଦେଶରୁ ଇରେଜ ସରାକରଙ୍କୁ ତଡ଼ି ସ୍ୱାଧୀନତା ଆଣିଥିବା ମହାନ ପୁରୁଷ ହେଉଛନ୍ତି ଜାତିର ଜନକ ମହାତ୍ମା ଗାନ୍ଧୀ ।

ତାଙ୍କ ନେତୃତ୍ୱରେ ହିଁ ଦେଶ ଇଂରେଜମାନଙ୍କ କବଳରୁ ମୁକ୍ତ ହୋଇପାରିଥିଲା। ସେହିପରି ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀ ଆଜିର ଦିନରେ ଅକ୍ଟୋବର ୨ତାରିଖ ୧୯୦୪ ମସିହାରେ ଜନ୍ମଗ୍ରହଣ କରିଥିଲେ । ଶାସ୍ତ୍ରୀଜୀ ଦେଶର ପ୍ରଧାନମନ୍ତ୍ରୀ ଥିବା ସମୟରେ ପାକିସ୍ତାନ ସହ ଯୁଦ୍ଧଲଢ଼ି ନିଜର ପରାକ୍ରମ ଦେଖାଇପାରିଥିଲା ଭାରତ । ଏହି ଦୁଇ ମହାପୁରୁଷଙ୍କୁ ଜନ୍ମ ଜୟନ୍ତୀରେ ମନେପକାଇ ଶ୍ରଦ୍ଧାଞ୍ଜଳି ଜଣାଉଛି ଭାରତ।

ଏହି ଅବସରରେ ଦୁଇ ମହାନ ବ୍ୟକ୍ତିତ୍ୱଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ପିପିଲି ଉପନିର୍ବାଚନ; କାଲି ଆସିବ ଫଳାଫଳ

ଭୁବନେଶ୍ୱର: କିଏ ଜିତିବ ପିପିଲି ବାଜି ? ଇଭିଏମରେ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍ ହୋଇଥିବା ବେଳେ କାଲି ରେଜଲ୍ଟ ଆସିବ। ଏହି ନିର୍ବାଚନ ଫଳାଫଳ ପୂର୍ବରୁ ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଭବିଷ୍ୟବାଣୀ କରିଛନ୍ତି । ୨୦୧୪, ୨୦୧୯ ନିର୍ବାଚନ ଅପେକ୍ଷା ଏଥର ପିପିଲିରେ ରେକର୍ଡ ସଂଖ୍ୟକ ମତଦାନ ହୋଇଛି ।

 

ବିଜେଡି ସବୁ ରେକର୍ଡକୁ ଭାଙ୍ଗି ବଡ଼ ବ୍ୟବଧାନରେ ବିଜୟ ଲାଭ କରିବ ବୋଲି ଦମ୍ଭୋକ୍ତି ଦେଖାଇଛି ବିଜେଡି । ବିରୋଧୀ କଂଗ୍ରେସ କହିଛି ପିପିଲିରେ ବିଜେଡି ଏକ ନମ୍ବର, ବିଜେପି ଦ୍ବିତୀୟ ଓ କଂଗ୍ରେସ ତୃତୀୟ ସ୍ଥାନରେ ରହିବ । ସେପଟେ ବିଜେପି କହିଛି ପିପିଲିରେ ଭୋଟ ପ୍ରତିଶତ ବଢିବା ପରିବର୍ତ୍ତନର ସଂକେତ ଦେଉଛି । ପିପିଲି ଉପନିର୍ବାଚନରେ ୧୦ ଜଣ ପ୍ରାର୍ଥୀଙ୍କ ଭିତରେ ଲଢେଇ ହେଉଥିବାବେଳେ ନଜରରେ ରହିଛନ୍ତି ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀ ।

ଗତ ସେପ୍ଟେମ୍ବର ୩୦ ତାରିଖ ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇ ସଂଧ୍ୟା ୬ଟା ଯାଏଁ ଚାଲିଥିଲା। ଏହାବ୍ୟତୀତ ୨୦୧ ସମ୍ବେଦନଶୀଳ ବୁଥ୍ ଉପରେ କଡ଼ା ନଜର ରଖାଯାଇଥିବା ବେଳେ ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ମାଇକ୍ରୋ ଅବଜର୍ଭର ଓ ସେଣ୍ଟ୍ରାଲ ଫୋର୍ସ ମୁତୟନ କରାଯାଇଥିଲା । ଉପନିର୍ବାଚନ ପାଇଁ ୨ହଜାର ୨୦୦ ପୋଲିଂ କର୍ମଚାରୀ ଥିବା ବେଳେ ୨ହଜାର ପୋଲିସ, ୩୨ଟି ମୋବାଇଲ ପାର୍ଟି ମଧ୍ୟ ନିୟୋଜିତ ହୋଇଥିଲେ ।

ଅକ୍ଟୋବର ୨୬ରେ ବିବାହ କରିବେ ଜାପାନ ରାଜକୁମାରୀ

ଟୋକିଓ: ଆସନ୍ତା ଅକ୍ଟୋବର ୨୬ ତାରିଖରେ ବିବାହ ବନ୍ଧନରେ ଆବଦ୍ଧ ହେବେ ଜାପାନ ରାଜକୁମାରୀ ମାକୋ । ନିଜର ସହପାଠୀ କେଇ କୋମୁରୋଙ୍କୁ ବିବାହ କରିବା ପରେ ତାଙ୍କ ରାଜକୀୟ ମାନ୍ୟତା ପ୍ରତ୍ୟାହାର ହେବ। ଜାପାନର ପୂର୍ବତନ ସମ୍ରାଟ ଆକିହିତୋଙ୍କ ୨୯ ବର୍ଷ ବୟସ୍କା ନାତୁଣୀଙ୍କ ବିବାହକୁ ନେଇ ଦେଶରେ ଲାଗିଥିଲା ଚର୍ଚ୍ଚା ।

୨୦୧୭ ମସିହାରେ ରାଜକୁମାରୀ ମାକୋ ତାଙ୍କର କଲେଜ ସହପାଠୀ କୋମୁରୋଙ୍କ ସହ ପ୍ରେମ ବନ୍ଧନରେ ବାନ୍ଧି ହୋଇଥିଲେ । ରାଜକୁମାରୀ ତାଙ୍କ ପ୍ରେମିକଙ୍କ ବିଷୟରେ ଜନସାଧାରଣଙ୍କ ସମାଲୋଚନାର ସମ୍ମୁଖୀନ ହେବା ପୂର୍ବରୁ ୧୫୦ ମିଲିୟନ୍ ୟେନ୍ ବା ୧୩ ଲକ୍ଷ ଡଲାର ଦେୟ ଛାଡିବାକୁ ଇଚ୍ଛା ପ୍ରକାଶ କରିଥିଲେ । ଫଳରେ ସରକାର ତାଙ୍କ ଇଚ୍ଛାକୁ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଥିଲେ।

ଜାପାନର ପୁରୁଷପ୍ରାଧାନ୍ୟ ରାଜପରିବାରର ନିୟମ ଅନୁସାରେ ଜଣେ ସଦସ୍ୟ ଯଦି ରାଜପରିବାର ବାହାରେ ବିବାହ କରିବେ ତେବେ ତାଙ୍କ ନିକଟରୁ ରାଜକୀୟ ମାନ୍ୟତା ପ୍ରତ୍ୟାହୃତ ହେବ।

ମଧ୍ୟପ୍ରଦେଶରେ ବର୍ବରତା; ମୂକ ଓ ବଧିର ନାବାଳିକାଙ୍କୁ ଦୁଷ୍କର୍ମ

ଭୋପାଳ: ମଧ୍ୟପ୍ରଦେଶରେ ଅମାନୁଷିକତା ଓ ବର୍ବରତା। ଜଣେ ମୂକ ଓ ବଧିର ନାବାଳିକାଙ୍କୁ ୬ଜଣ ଦୁଷ୍କର୍ମ କରିଥିବା ବେଳେ ସେମାନଙ୍କ ମଧ୍ୟରେ ଅଛନ୍ତି ୪ ନାବାଳକ। ମଧ୍ୟପ୍ରଦେଶର ସହଦୋଲରେ ଘଟିଛି ଏଭଳି ଅମାନୁଷିକ ଘଟଣା ।

ସୂଚନା ଅନୁସାରେ ନାବାଳିକା ଜଣକ ମୁକ ଓ ବଧିର ହୋଇଥିବା ଯୋଗୁଁ ଅଭିଯୁକ୍ତଙ୍କ ବିଷୟରେ କହିପାରିନଥିଲେ । କିନ୍ତୁ ଦୁଷ୍କର୍ମ ସମୟର ଫଟୋ ଅଭିଯୁକ୍ତ ମାନେ ଭାଇରାଲ କରିଥିଲେ। ଯେଉଁ ଫଟୋରୁ ସେମାନଙ୍କୁ ଚିହ୍ନଟ କରାଯାଇପାରିଥିଲା।

ପୋଲିସର କହିବାନୁଯାୟୀ, ନାବାଳିକା ଜଣକ ଘରେ ଥିବାବେଳେ ଅଭିଯୁକ୍ତମାନେ ତାକୁ ପ୍ରଲୋଭିତ କରି ଦୂରକୁ ନେଇଯାଇଥିଲେ । ପରେ ତାକୁ ଏକ କୁଡିଆରେ ଦୁଷ୍କର୍ମ କରିଥିଲେ ।  ପରେ ଅଭିଯୁକ୍ତମାନେ ଭାଇରାଲ କରିଥିବା ଫଟୋ ମଧ୍ୟରୁ ଜଣକୁ ନାବାଳିକାଟି ଚିହ୍ନଟ କରିବା ପରେ ଅଭିଯୁକ୍ତମାନେ ଧରାପଡିଥିଲେ । ପୀଡିତାଙ୍କ ମା କୋତଓ୍ବାଲି ଥାନାରେ ମାମଲା ଦାୟର କରିବା ପରେ ଘଟଣାର ତଦନ୍ତ କରାଯାଉଛି । ତଦନ୍ତ ଅନୁସାରେ ସମସ୍ତ ୬ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ନେଇ କହିଛନ୍ତି ପୋଲିସ ଏସପି ଅବଧେଶ ଗୋସ୍ବାମୀ ।

ଝିଅକୁ ନୁହେଁ ପ୍ରେସର କୁକରକୁ ବାହା ହେଲେ ଯୁବକ

ନୂଆଦିଲ୍ଲୀ: ବିବାହ ଦିନ ସମସ୍ତଙ୍କ ପାଇଁ ସ୍ୱତନ୍ତ୍ର ହୋଇଥାଏ । ସେ ପୁଅ ହେଉ କିମ୍ବା ଝିଅ, ବିବାହକୁ ନେଇ ଉଭୟଙ୍କର ଅନେକ ସ୍ୱପ୍ନ ରହିଥାଏ । କେବଳ ଏତିକି ନୁହେଁ ସମସ୍ତେ ଚାହାଁନ୍ତି ସେମାନଙ୍କ ଲାଇଫ୍ ପାର୍ଟନର ଲଭିଂ ଓ କେୟାରିଂ ହେଉ ବୋଲି।

କିନ୍ତୁ ବିବାହର ଏଭଳି ଏକ ମାମଲା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଚକିତ କରିଛି।  ଏଭଳି ଏକ ମାମଲା ଦେଖିବାକୁ ମିଳିଛି ଇଣ୍ଡୋନେସିଆରେ । ଜଣେ ଯୁବକ ଝିଅକୁ ନୁହେଁ ବରଂ ଏକ ଇଲେକ୍ଟି୍ରକ୍ ପ୍ରେସର କୁକରକୁ ବିବାହ କରିଛନ୍ତି । ସୋସିଆଲ୍ ମିଡିଆରେ ବିବାହର ଫଟୋ ଶେୟାର କରିବା ପରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି।

ଏହି ବ୍ୟକ୍ତିଙ୍କ ନାମ ଖୋଇରୁଲ ଅନାମ ହୋଇଥିବା ବେଳେ ସେ ନିଜ ବିବାହ ଫଟୋକୁ ସୋସିଆଲ୍ ମିଡିଆରେ ଶେୟାର କରିଛନ୍ତି ।

ଏହି ଫଟୋରେ ଯୁବକ ଜଣକ ବିବାହ ପୋଷାକ ପିନ୍ଧିଥିବା ବେଳେ ହାତରେ ପ୍ରେସର କୁକର ଧରିଛନ୍ତି । ଏହି ଚିତ୍ର ଟ୍ୱିଟରରେ @lagidirumah ନାମକ ଏକ ଆକାଉଣ୍ଟ ସହିତ ସେୟାର କରାଯାଇଛି |

GST ସଂଗ୍ରହରେ ଓଡ଼ିଶାର ଆଉ ଏକ ରେକର୍ଡ, ଗତବର୍ଷ ଅପେକ୍ଷା ୪୦% ଅଧିକ

ଭୁବନେଶ୍ୱର: ଓଡ଼ିଶାର ଆଉ ଏକ ରେକର୍ଡ । କୋଭିଡ୍‌ ସ୍ଥିତି ସତ୍ତ୍ୱେ ଚଳିତ ଆର୍ଥିକବର୍ଷର ଦ୍ୱିତୀୟ ତ୍ରୟମାସିକ ଶେଷସୁଦ୍ଧା ୩ ହଜାର ୩୨୬ କୋଟି ଟଙ୍କା ଜିଏସ୍‌ଟି ସଂଗ୍ରହ ହୋଇଛି । ଯାହା ଗତବର୍ଷ ତୁଳନାରେ ୪୦ ପ୍ରତିଶତ ଅଧିକ । ସର୍ବଭାରତୀୟ ସ୍ତରରେ ଓଡ଼ିଶାର ରାଜସ୍ୱ ସଂଗ୍ରହ ୨୩ ପ୍ରତିଶତ ଅଭିବୃଦ୍ଧି ପାଇଛି । ବିଶେଷଜ୍ଞ କହିଛନ୍ତି, ଅନଲକ୍‌ ପରେ ବଜାର ଅବସ୍ଥା ସୁଧୁରିଛି। ଆଉ ଲକଡାଉନ୍‌ ସ୍ଥିତି ନଆସିଲେ, ଆଗକୁ ଲୋକଙ୍କ କ୍ରୟ ଶକ୍ତି ବଢ଼ିବ ଓ ଅଧିକ ରାଜସ୍ୱ ସଂଗ୍ରହ ହେବ ।

କୋଭିଡରେ ପ୍ରଭାବିତ ହୋଇଛି ଜୀବନଜୀବିକା । କିନ୍ତୁ ପ୍ରଭାବିତ ହୋଇନି ରାଜ୍ୟ ଅର୍ଥନୀତି । ଗତବର୍ଷ ଅପେକ୍ଷା ଚଳିତବର୍ଷ ଜିଏସଟି ସଂଗ୍ରହରେ ରେକର୍ଡ କରିଛି ଓଡ଼ିଶା । ୨୦୨୦ ସେପ୍ଟେମ୍ବର ଶେଷରେ ଜିଏସଟି ଆଦାୟ ପରିମାଣ ଥିଲା ୨ ହଜାର ୩୮୪ କୋଟି ଟଙ୍କା । ଏବର୍ଷ ସେପ୍ଟେମ୍ବର ଶେଷ ସୁଦ୍ଧା ଆଦାୟ ହୋଇଛି ୩ ହଜାର ୩୨୬ କୋଟି । ଯାହାକି ଗତବର୍ଷ ଅପେକ୍ଷା ୪୦ ପ୍ରତିଶତ ଅଧିକ । ସର୍ବଭାରତୀୟ ସ୍ତରରେ ଓଡ଼ିଶାର ରାଜସ୍ୱ ସଂଗ୍ରହ ୨୩ ପ୍ରତିଶତ ବଢ଼ିଛି । ଗତ ସେପ୍ଟେମ୍ବର ଶେଷସୁଦ୍ଧା ଦେଶରେ ୧ ଲକ୍ଷ ୧୭ ହଜାର ୧୦ କୋଟି ଟଙ୍କାର ଜିଏସଟି ସଂଗ୍ରହ ହୋଇଛି । ମହାମାରୀ ସତ୍ତ୍ୱେ ରାଜ୍ୟରେ ଖଣିଜ କାରବାର ଜାରି ଥିବାରୁ ରାଜସ୍ୱ ସଂଗ୍ରହ ବଢ଼ିଛି ।

Odisha Collects Rs 3326 Crore GST Till September 2021

୨୦୨୦-୨୧ ଆର୍ଥିକ ବର୍ଷର ପ୍ରଥମ ଓ ଦ୍ୱିତୀୟ ତ୍ରୟମାସିକରେ ଲକ୍‌ଡାଉନ୍‌ ଯୋଗୁ ଜିଏସ୍‌ଟି ସଂଗ୍ରହ କମିଥିଲା । କିନ୍ତୁ ଏବର୍ଷ ସରକାର ଜୀବନ ସହିତ ଜୀବିକାକୁ ଗୁରୁତ୍ୱ ଦେଇ ଆଂଶିକ ଲକ୍‌ଡାଉନ୍‌ କରିଥିଲେ । ଏବେ ସବୁ ଖୋଲିଲାଣି । ଯେଉଁଥି ପାଇଁ ୨୦୨୧-୨୨ ଆର୍ଥିକ ବର୍ଷର ଦୁଇଟିଯାକ ତ୍ରୟମାସିକରେ ଜିଏସଟି ସଂଗ୍ରହ ଯଥେଷ୍ଟ ବଢ଼ିଛି ।

ଏହାଛଡ଼ା ସରକାର ବିଭିନ୍ନ ପ୍ୟାକେଜ ଦେବା ଦ୍ୱାରା ବଜାରରେ ବଢ଼ିଛି ନଗଦ କାରବାର । ଏଭଳି ସ୍ଥିତି ରହିଲେ ଜିଏସଟି ସଂଗ୍ରହ ଆହୁରି ବଢ଼ିବ ବୋଲି ବଜାର ବିଶେଷଜ୍ଞ ମତ ଦେଇଛନ୍ତି । ଓଡ଼ିଶା ସମେତ ସିକ୍କିମ୍‌, ଝାଡଖଣ୍ଡ ଓ କେନ୍ଦ୍ରଶାସିତ ଅଞ୍ଚଳ ଲଦାଖରୁ କେନ୍ଦ୍ର ସରକାର ଉଲ୍ଲେଖନୀୟ ଜିଏସ୍‌ଟି ସଂଗ୍ରହ କରିଛନ୍ତି ।

କୋରାପୁଟ କଫି କାଫେର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: କୋରାପୁଟ କଫି କାଫେର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନଫରେନ୍ସିଂ ଯୋଗେ କୋରାପୁଟ କଫି କାଫେର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ଇ-କମର୍ସ ପୋର୍ଟାଲର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ‘କୋରାପୁଟ କଫି’ ବିକ୍ରି କରିବା ପାଇଁ ‘ଟାଟା କଫି’ ସହମତି ପ୍ରକାଶ କରିଛି। କଫି ଚାଷୀଙ୍କ ସାମାଜିକ-ଆର୍ଥିକ ଉନ୍ନତିରେ ଏହା ବଡ଼ ଭୂମିକା ନିର୍ବାହ କରିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । କୋରାପୁଟ ଜିଲ୍ଲାର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ କଫି ଉତ୍ପାଦନ ହେଉଥିବା ବେଳେ, ଟିଡିସିସିଓଏଲର ପ୍ରୟାସରେ ଓଡ଼ିଶାରୁ କଫି କ୍ରୟ କରିବାକୁ ଯାଉଛି ଟାଟା କଫି ।

CM Naveen Inaugurates Koraput Coffee Cafe

କୋରାପୁଟ କଫି ଜରିଆରେ ଆଦିବାସୀଙ୍କ ଜୀବିକା ସୁରକ୍ଷିତ କରିବା ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିଛନ୍ତି। କଫି ଚାଷୀଙ୍କୁ ୪୬ ହଜାର ଏକର ଜଙ୍ଗଲ ଜମି ଅଧିକାର ପ୍ରଦାନ କରାଯାଇଛି। ୨୦୨୦-୨୧ରେ କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର, କାଶୀପୁର, ଦଶମନ୍ତପୁର, ନନ୍ଦପୁର, ଲମଟାପୁଟ, କୋରାପୁଟ ଓ ପଟ୍ଟାଙ୍ଗି ବ୍ଲକର ୧୯୩ ଜଣ ଆଦିବାସୀ କଫି ଚାଷୀଙ୍କଠାରୁ ଟିଡିସିସିଓଏଲ ୨୮ ହଜାର ୭୯୦ କେଜି କଫି ଚେରି ସଂଗ୍ରହ କରିଛି। ୨୦୨୧-୨୨ ବର୍ଷରେ ଅଧିକ ୮୦ ହେକ୍ଟର ଜମିରେ କଫି ଉତ୍ପାଦନ ପାଇଁ ଲକ୍ଷ୍ୟ ରହିଛି। ଚଳିତବର୍ଷ କଫି ଉତ୍ପାଦନକାରୀଙ୍କୁ ଦକ୍ଷତା ବୃଦ୍ଧି ତାଲିମ ଦିଆଯାଇଥିବାରୁ ଆଗାମୀ ଦିନରେ କଫି ଉତ୍ପାଦନ ବୃଦ୍ଧି ପାଇବ ବୋଲି ଆଶା ରଖାଯାଇଛି ।