କାର ଓଲଟି ୩ ମହିଳା ସମେତ ୫ ମୃତ

ରାଜସ୍ଥାନ ଜୟସାଲମେର ଜିଲ୍ଲା ରାମଗଡ଼ ଅଞ୍ଚଳରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି  । ଏକ ସଡ଼କ ଦୁର୍ଘଟଣାରେ ତିନି ମହିଳାଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି  । ସମସ୍ତେ କାର ଯୋଗେ ତନୋତ ମାତାଙ୍କ ମନ୍ଦିର ଦର୍ଶନ ନିମନ୍ତେ ଯାଉଥିଲେ  । କାରଟି ଦ୍ରୁତ ଗତିରେ ଆସୁଥିବାରୁ ଭାରସାମ୍ୟ ହରାଇ ରାସ୍ତାରୁ ଓଲଟିପଡ଼ିଥିଲା  । ଯେଉଁଥିରେ ୫ ଜଣଙ୍କ ମୃତ୍ୟୁ ହୋଇଥିଲା  । ମୃତକଙ୍କ ମଧ୍ୟରୁ ତିନି ଜଣ ମହିଳା ଥିବା ଜଣାପଡ଼ିଛି  ।

ସୂଚନାନୁସାରେ କାରଟି ଦ୍ରୁତ ଗତିରେ ଆସୁଥିବାରୁ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା ଓ ଏକ ଘାଇରେ ଖସିପଡ଼ିଥିଲା  । ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣଙ୍କୁ ରାମଗଡ଼ ଡାକ୍ତରଖାନା ନିଆଯାଇଥିଲା  । ମାତ୍ର ପରେ ଡାକ୍ତର ଦୁହିଁଙ୍କୁ ମୃତ ଘୋଷଣା କରିଥିଲା  ।

ମିଡିଆ ରିପୋର୍ଟ ଅନୁସାରେ କାରରେ ଥିବା ସମସ୍ତ ବ୍ୟକ୍ତି ଗଙ୍ଗାନଗର ଅଞ୍ଚଳର  । ରାମଗଡ଼ ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ଘଟଣାର ଯାଞ୍ଚ ଆରମ୍ଭ କରିଛନ୍ତି  । ଘଟଣାଟି ରାମଗଡ଼ ଅଞ୍ଚଳରୁ ୨୦ କିଲୋମିଟର ଦୂରରେ ଘଟିଥିଲା  । ପୋଲିସର ସୂଚନାନୁସାରେ କାରଟି ନିୟନ୍ତ୍ରଣ ହରାଇ ୧୫୦ଫୁଟ ତଳ ଘାଇକୁ ଖସି ପଡ଼ିଥିଲା  । ଏହି ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ବ୍ୟକ୍ତି ହେଉଛନ୍ତି ଅର୍ଜିତ(୨୪), ଅନ୍ଦୁ(୨୪), ବର୍ଷିକା(୨୬), ବିଶାଲ(୩୨), ରିଙ୍କୁ(୨୮)  ।

Leave a Reply