spot_img
Home Blog Page 5126

କୃଷି ଆଇନକୁ ବିରୋଧ ରାଜନୈତିକ ଧୋକାବାଜି: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : କୃଷି ଆଇନର ବିରୋଧୀଙ୍କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶ୍ନ ଉଠାଇଛନ୍ତି । କୃଷକ ସମର୍ଥକ ଆଇନର ବିରୋଧକୁ ସେ ‘ରାଜନୈତିକ ଧୋକାବାଜି’ ବୋଲି କହିଛନ୍ତି । ଏହା ସହିତ ସରକାର କୃଷକଙ୍କ ସହିତ ଆଲୋଚନା ପାଇଁ ପ୍ରସ୍ତୁତ ବୋଲି ସେ ପୁଣିଥରେ ଦୋହରାଇଛନ୍ତି । ନିକଟରେ ସୁପ୍ରିମକୋର୍ଟ ଦିଲ୍ଲୀ ସୀମାରେ ପ୍ରଦର୍ଶନ କରୁଥିବା କୃଷକଙ୍କୁ ହଟାଇବା ପାଇଁ ଉପାୟ କରିବା ନିମନ୍ତେ ସରକାରଙ୍କୁ କହିଥିଲେ । ଜନ୍ତର ମନ୍ତରରେ ପ୍ରଦର୍ଶନ ପାଇଁ ଅନୁମତି ମାଗିଥିବା କୃଷକ ସଂଗଠନଙ୍କୁ ସୁପ୍ରିମକୋର୍ଟ ଭର୍ତ୍ସନା କରିଥିଲେ ।

ଇଂରାଜୀ ପତ୍ରିକା ଓପନକୁ ଦେଇଥିବା ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ‘‘କୃଷକ ସମର୍ଥକ ସୁଧାରକୁ ଯେଉଁମାନେ ବିରୋଧ କରୁଛନ୍ତି ସେମାନଙ୍କୁ ଯଦି ଆପଣ ଦେଖିବେ ତେବେ ଏଥିରେ ଆପଣଙ୍କୁ ବୌଦ୍ଧିକ କପଟତା ଓ ରାଜନୈତିକ ଧୋକାବାଜି ନଜର ଆସିବ । ପ୍ରଥମେ ପ୍ରତିଶ୍ରୁତି ଦିଅ ଓ ସେଥିପାଇଁ ବିତର୍କ କର କିନ୍ତୁ ପରେ ବିନା କୌଣସି ନୈତିକ ସୂତ୍ର ଆଧାରରେ ସେହି କଥାକୁ ବିରୋଧ କର’’।

12 opposition parties extend their support to Samyukta Kisan Morcha

ସେ ଅଭିଯୋଗ କରିଛନ୍ତି ଯେ, କୃଷି ଆଇନକୁ ଯେଉଁମାନେ ଏବେ ବିରୋଧ କରୁଛନ୍ତି ସେମାନେ ଆଗରୁ ଏଭଳି ପରିବର୍ତ୍ତନ ଚାହୁଁଥିଲେ । ସେ କହିଛନ୍ତି ଯେ, ‘‘ ଏମାନେ ସେହି ଲୋକ ଯେଉଁମାନେ ଆଗରୁ ମୁଖ୍ୟମନ୍ତ୍ରୀମାନଙ୍କୁ ଠିକ୍ ଏହି ଭଳି କରିବାକୁ କହୁଥିଲେ,ଯେମିତି ଆମ ସରକାର କରିଛନ୍ତି । ଏମାନେ ସେହି ଲୋକ ଯେଉଁମାନେ ନିଜ ନିର୍ବାଚନ ଘୋଷଣପତ୍ରରେ ଆମେ ଯେଉଁ ପରିବର୍ତ୍ତନ ଆଣିଛୁ ତାହା ସେମାନେ ଆଣିବେ ବୋଲି ଆଗରୁ କହୁଥିଲେ । ଲୋକଙ୍କ ଆର୍ଶିବାଦ ପ୍ରାପ୍ତ ଅନ୍ୟ ଗୋଟିଏ ଦଳ ଯେତେବେଳେ ସେହି ସୁଧାର ଆଣିଲା ସେତେବେଳେ ସେମାନେ ୟୁ-ଟର୍ଣ୍ଣ ନେଇଗଲେ’’।

କଂଗ୍ରେସ ଦଳ ମହା ସମୁଦ୍ର, କେହି ଗଲେ ଫରକ୍ ପଡିବନି: ସୁର ରାଉତ

ଭୁବନେଶ୍ୱର: ଗତ କିଛି ଦିନ ହେବ ରାଜ୍ୟ କଂଗ୍ରେସରେ କନ୍ଦଳ ଦେଖାଯାଇଛି । ଯାହାକୁ ନେଇ କିଛି ଦଳୀୟ କର୍ମୀ ଦିଲ୍ଲୀରେ ଯାଇ ରାହୁଲ ଗାନ୍ଧୀଙ୍କୁ ଭେଟୁଥିବାର ଚର୍ଚ୍ଚା ମଧ୍ୟ ହେଉଛି । ନିକଟରେ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଓ ଭକ୍ତ ଦାସ ରାହୁଲ ଗାନ୍ଧୀଙ୍କୁ ଭେଟିଥିବା ବେଳେ ନେତା ଓ କର୍ମୀଙ୍କ ମଧ୍ୟରେ ବାକ୍ ବିବାଦ ଦେଖାଦେଇଛି।

ପିସିସି କାର୍ଯ୍ୟକାରୀ ସଭାପତି ରାହୁଲଙ୍କୁ ଭେଟିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଜଟଣୀ ବିଧାୟକ ସୁରେଶ ରାଉତରାୟ। ସେମାନଙ୍କ ଉଦ୍ଦେଶ୍ୟରେ ବିଧାୟକ କହିଛନ୍ତି, ବାରମ୍ବାର ଦିଲ୍ଲୀ ଗସ୍ତ କରି ଅଯଥାରେ ଦଳକୁ ବଦନାମ କରିବା ଛଡା ଆଉ କିଛି ନୁହଁ। ଯଦି ଦଳରେ ରହିବାର ଅଛି ରୁହ, ଆଉ ଯଦି ଦଳ ଛାଡିବାର ଅଛି ଛାଡ଼। କଂଗ୍ରେସ ଦଳ ମହାସମୁଦ୍ର। କିଏ ରହୁ କି ଯାଉ, କିଛି ଫରକ ପଡିବନି ବୋଲି କଂଗ୍ରେସ ବରିଷ୍ଠ ବିଧାୟକ ସୁରେଶ ରାଉତରାୟ କହିଛନ୍ତି।

କେହି ଦୁଇ ପ୍ରକାର କଥା କୁହନି ରହିବାରେ ଥିଲେ ରୁହ ନହେଲେ ଦଳ ଛାଡି ପଳାଅ ବୋଲି ସେ କ୍ଷୋଭର ସହ କହିଛନ୍ତି ।

ଗାନ୍ଧୀ ଜୟନ୍ତୀରେ ବିଶ୍ୱ ଦେଖିଲା ସବୁଠୁ ବଡ଼ ଖଦି ତ୍ରିରଙ୍ଗା

ନୂଆଦିଲ୍ଲୀ: ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ଅବସରରେ ଲେହ ଅଞ୍ଚଳରେ ଦୁନିଆର ସବୁଠୁ ବଡ଼ ତ୍ରୀରଙ୍ଗାର ଅନାବରଣ କରାଯାଇଛି । ଜାତୀୟ ପତାକାକୁ  ଲେହର ଜନସ୍କାର ପାହାଡ ଉପରେ ଲଗାଯାଇଛି । ଯାହାର ଓଜନ ରହିଛି ୧୪୦୦ କିଲୋଗ୍ରାମ୍ ରହିଥିବା ବେଳେ ଲମ୍ବା ୨୨୫ ଫୁଟ୍ ଓ ଚଉଡା ୧୨୫ ଫୁଟ୍ ରହିଛି ।

ଖଦି ବିକାଶ ବୋର୍ଡ ଓ ମୁମ୍ବାଇର ଏକ ପ୍ରିଣ୍ଟିଂ କମ୍ପାନୀର ସହଯୋଗରେ ତିଆରି କରାଯାଇଥିଲା । ଖଦିରେ ତିଆରି ଜାତୀୟ ପତାକାର ଅନାବରଣ କରିଛନ୍ତି ସେନା ମୁଖ୍ୟ ଜେନେରାଲ୍ ଏମ୍ ଏମ୍ ନରୱଣେ ଓ ଲଦାଖର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଆର କେ ମାଥୁର କରିଛନ୍ତି। ଏହାବ୍ୟତୀତ ଜାତୀୟ ପତାକାକୁ ଅକ୍ଟୋବର ୮ ତାରିଖରେ ‘ଏୟାରଫୋର୍ସ ଡେ’ ଅବସରରେ ହିଣ୍ଡନ ନିଆଯିବ ।

ଆଜି ପୂର୍ବ ଲଦାଖକୁ ଦୁଇ ଦିନିଆ ଗସ୍ତରେ ଯାଇଥିବା ଜେନରାଲ ନରଓ୍ବାଣେ କହିଛନ୍ତି- ଏଲଏସି ପ୍ରତି ଭାରତ ସମ୍ପୂର୍ଣ୍ଣ ସଜାଗ ରହିଛି । ଏଲଏସିରେ ଚୀନ ପକ୍ଷରୁ ବିଭିନ୍ନ ସମରସଜ୍ଜା କରାଯାଉଥିବାବେଳେ ଭାରତ କିଛି ମାସ ଧରି ଚିନ୍ତାବ୍ୟକ୍ତ କରିଆସୁଛି । ଗତ ଅଗଷ୍ଟରେ ଦୁଇ ଦେଶ ମଧ୍ୟରେ ସୈନ୍ୟ ପ୍ରତ୍ୟାହାର ନେଇ ଆଲୋଚନା ହୋଇଥିବା ସତ୍ତ୍ବେ ଚୀନ ଏଲଏସିରେ ଆଧିପତ୍ୟ ବିସ୍ତାର କରୁଛି ।

ଆଫଗାନିସ୍ତାନ ଗଣମାଧ୍ୟମ ଉପରେ ଲାଗୁହେଲା ନୂଆ ନିୟମ,ଇସଲାମ ବିରୋଧରେ ଛାପିପାରିବେନି ଖବର..

କାବୁଲ: ଆଫଗାନିସ୍ତାନ ଉପରେ ତାଲିବାନଙ୍କର କବ୍ଜା ହେବାପରେ ବଦଳିଯାଇଛି ଆଫଗାନିସ୍ତାନର ରୂପରେଖ । ଗୋଟିଏ ଦେଶର ନିଜସ୍ବ ସ୍ବାଧୀନତା ଛଡାଇନେବା ପରେ ସତେ ଯେମିତି ପ୍ରାଣହୀନ ହୋଇପଡିଛି ଆଫଗାନିସ୍ଥାନ..ଏହାରି ଭିତରେ ଦେଖିବାକୁ ମିଳୁଛି ରାଜୁତି କରୁଥିବା ତାଲିବାନିଙ୍କ କ୍ରୁରତା । ଗୋଟିଏ ପରେ ଗୋଟିଏ ନୂଆ ନିୟମ ଲାଗୁ କରୁଛନ୍ତି ତାଲିବାନୀ..ଯାହାଫଳରେ କଟକଣା ଓ ଅତ୍ୟାଚାର ବଢିବାକୁ ଲାଗୁଛି । ବର୍ତମାନ ଆଫଗାନିସ୍ତାନର ଗଣମାଧ୍ୟମ ପାଇଁ ଏକ ନିୟମ ଲାଗୁ ହୋଇଛି । ଏହି ନିୟମ ଅନୁସାରେ କୌଣସି ବି ଗଣମାଧ୍ୟମ ଇସଲାମ ବିରୁଦ୍ଧରେ କିଛି ବି ରିପୋଟିଙ୍ଗ କରିପାରିବେ ନାହିଁ । ଏନେଇ ତାଲିବାନର ସୂଚନା ଓ ସଂସ୍କୃତି ମନ୍ତ୍ରଣାଳୟ ମିଡିଆ ସାମ୍ନାରେ ସମସ୍ତ ତଥ୍ୟ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ- ତାଲିବାନ ନେତୃତ୍ବର ମଧ୍ୟ କିଛି ବି ଆଲୋଚନା କରିବନି ଗଣମାଧ୍ୟମ ।

ହ୍ୟୁମାନ୍ ରାଇଟ୍ସ  ଗୋଷ୍ଠୀର ଏସିଆର ସହଯୋଗୀ ନିର୍ଦ୍ଦେଶକ ପାଟ୍ରିସିଆ ଗୋସମାନ କହିଛନ୍ତି ଯେ ତାଲିବାନର ନୂତନ ଆଦେଶ ପରେ ଗଣମାଧ୍ୟମକୁ ବର୍ତ୍ତମାନ ସବୁ ପ୍ରସଙ୍ଗରେ ସନ୍ତୁଳିତ ରିପୋଟିଙ୍ଗ କରିବାକୁ ପଡିବ। ଯେତେପର୍ଯ୍ୟନ୍ତ ତାଲିବାନ ଅଧିକାରୀଙ୍କ ଅନୁମତି ନ ମିଳିଛି ସେତେ ପର୍ଯ୍ୟନ୍ତ ସେହି ପ୍ରସଙ୍ଗରେ କିଛି ପ୍ରକାରର ବି ଖବର ପ୍ରକାଶ ପାଇବ ନାହିଁ। ଅନ୍ୟପକ୍ଷରେ, ବର୍ତ୍ତମାନ ମହିଳା ସାମ୍ବାଦିକଙ୍କ କାମ ଉପରେ ସମ୍ପୂର୍ଣ୍ଣ ନିଷିଦ୍ଧ ଲଗାଯାଇଛି । ଆପଣ ଜାଣିଲେ  ଆଶ୍ଚର୍ଯ୍ୟ ହେବେ ଯେ ତାଲିବାନ ଆଫଗାନିସ୍ତାନକୁ ନିୟନ୍ତ୍ରଣ କରିବା ପରଠାରୁ ଏପର୍ଯ୍ୟନ୍ତ ୭୦୦୦ ସାମ୍ବାଦିକଙ୍କୁ କଏଦ କରାଯାଇଛି ।

ଆଫଗାନିସ୍ତାନ ମହିଳାମାନେ ତାଲିବାନ ଶାସନର ସବୁଠୁବଡ କଷ୍ଟ ଭୋଗୁଛନ୍ତି। ଏହି ନିୟମ ଅନୁଯାୟୀ, ମହିଳାମାନେ ସର୍ବସାଧାରଣରେ ଥଟ୍ଟାମଜା କରିପାରିବେ ନାହିଁ | ସେମାନଙ୍କୁ ଏକୁଟିଆ ବାହାରକୁ ଯିବାକୁ ମଧ୍ୟ ବାରଣ କରାଯାଇଛି। ନିଜକୁ ସମ୍ପୂର୍ଣ୍ଣ ଭାବେ ଘୋଡେଇ ରଖିବା ସେମାନଙ୍କ ପାଇଁ ବାଧ୍ୟତାମୂଳକ କରାଯାଇଛି। ମହିଳାମାନେ ସୁନ୍ଦରତା ପାଇଁ କିଛି ବି କସମେଟିକ ସାମଗ୍ରୀର ବ୍ୟବହାର କରିପାରିବେ ନାହିଁ| ଆହୁରି ମଧ୍ୟ, ମହିଳାମାନେ ପୁରୁଷଙ୍କ ସହ ହାତ ମିଳାଇ ପାରିବେ ନାହିଁ ଏବଂ ଅଧିକ ଜୋରରେ ହସି ପାରିବେ ନାହିଁ | ମହିଳାମାନେ ଟ୍ୟାକ୍ସିରେ ଯାଇପାରିବେ ନାହିଁ | ଏହା ବ୍ୟତୀତ ମହିଳାମାନଙ୍କ ପାଇଁ ବାଇକ୍, ସାଇକେଲ ଚଲାଇବା, କ୍ରୀଡା ଉପରେ ମଧ୍ୟ ନିଷେଧାଦେଶ ରହିଛି।

ତାଲିବାନ ଆଫଗାନିସ୍ତାନ ଦଖଲ କରିବା ପରେ ତାଲିବାନ ଗୋଟିଏ ପଟେ ସାଧାରଣ ନାଗରିକଙ୍କୁ ନିର୍ଯାତନା ଦେଉଛି। ଅନ୍ୟପକ୍ଷରେ ସେ ଭୟଙ୍କର ଅପରାଧୀଙ୍କୁ ଜେଲରୁ ମୁକ୍ତ କରୁଛି.. ତାଲିବାନ ଅନେକ ଅପରାଧୀଙ୍କୁ କାବୁଲର ଜେଲରୁ ମୁକ୍ତ କରିଛି। ଏଭଳି ପରିସ୍ଥିତିରେ, ବର୍ତ୍ତମାନ ଏହି ଭୟଙ୍କର କଏଦୀମାନେ ସେମାନଙ୍କୁ ଦଣ୍ଡିତ କରିଥିବା ମହିଳା ବିଚାରପତିଙ୍କୁ ଖୋଜୁଛନ୍ତି। ଆଫଗାନିସ୍ତାନରେ ୨୦୦ ରୁ ଅଧିକ ମହିଳା ବିଚାରପତି ଅଛନ୍ତି ଯେଉଁମାନେ ଏହି ବନ୍ଦୀମାନଙ୍କଠାରୁ ଧମକପୂର୍ଣ୍ଣ ବାର୍ତ୍ତା ପ୍ରତ୍ୟେକ ଦିନ ପାଉଛନ୍ତି। ସେମାନଙ୍କୁ ପ୍ରତି ସମୟରେ ନିଜକୁ ରକ୍ଷା କରିବା ପାଇଁ ବିଭିନ୍ନ କଠିନ ପରିସ୍ଥିତି ଦେଇ ଗତି କରିବାକୁ ପଡୁଛି ।

ଭଡ଼ାଘର, ସାଧାରଣ ଜୀବନ: ୨୧ ହଜାର କୋଟି ଟଙ୍କାର ହେରୋଇନ୍ ସ୍ମଗ୍ଲିଂ ଅଭିଯୋଗରେ ଗିରଫ ପତିପତ୍ନୀଙ୍କ କାହାଣୀ

ଚେନ୍ନାଇ: ନିକଟରେ ଗୁଜରାଟର କଚ୍ଛ ଜିଲ୍ଲାସ୍ଥିତ ମୁନ୍ଦ୍ର ବନ୍ଦରରୁ ୨୧ ହଜାର କୋଟି ଟଙ୍କାର ହେରୋଇନ୍ ଜବତ ହୋଇଥିଲା । ୩ ହଜାର କିଲୋର ଏହି ହେରୋଇନ୍ ଜବତ ମାମଲାରେ ତାମିଲନାଡୁର ଏକ ଦମ୍ପତ୍ତିଙ୍କୁ ଗିରଫ କରାଯାଇଛି । ଏହି ପତିପତ୍ନୀ ଚେନ୍ନାଇର ଏକ ଆପାର୍ଟମେଣ୍ଟରେ ରୁହନ୍ତି । ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶିତ ଏକ ଖବର ଅନୁସାରେ ଏହି ଦୁଇଜଣଙ୍କ ଜୀବନଶୈଳୀକୁ ଦେଖିଲେ ସେମାନଙ୍କର ୨୧ ହଜାର କୋଟି ଟଙ୍କାର ହେରୋଇନ୍ ସ୍ମଗ୍ଲିଂ ସହିତ ସମ୍ପର୍କ ଥିବାର କଳ୍ପାନ ଅସମ୍ଭବ ଲାଗେ । । ଗିରଫ ପତିପତ୍ନୀ ଏବେ ତଦନ୍ତକାରୀ ଏଜେନ୍ସିଙ୍କ ହେପାଜତରେ ଅଛନ୍ତି ।

ଇଣ୍ଡିଆନ୍ ଏକ୍ସପ୍ରେସ ଅନୁସାରେ ଦମ୍ପତ୍ତି ଚେନ୍ନାଇର କୋଲାପକ୍କମର ବିଓସିରେ ଥିବା ଗୋବର୍ଧନ ଗିରିର ଆପାର୍ଟମେଣ୍ଟରେ ରୁହନ୍ତି । ସେମାନଙ୍କର ଜଣେ ପଡ଼ୋଷୀ ଖବରକାଗଜକୁ କହିଛନ୍ତି ଯେ, ୧୭ ଡିସେମ୍ବର ସକାଳେ ସେ ଗିରଫ ଦମ୍ପତ୍ତିଙ୍କ ଘରେ ଭିଡ ଦେଖିଥିଲେ । ପରେ ସେ ହେରୋଇନ୍ କାରବାର ସହିତ ଦମ୍ପତ୍ତିଙ୍କ ସମ୍ପର୍କ ବାବଦରେ ଜାଣିବାକୁ ପାଇଥିଲେ ।

ମଧ୍ୟବିତ୍ତ ପରିବାର
ଯେଉଁ କଣ୍ଟେନରରୁ ହେରୋଇନ୍ ଜବତ ହୋଇଥିଲା ସେହି କଣ୍ଟେନର ଓଶି ଟ୍ରେଡିଂ କମ୍ପାନୀ ନାମରେ ପଂଜିକୃତ ହୋଇଥିଲା । ଏହି କମ୍ପାନୀକୁ ଏମ. ସୁଧାକର ଓ ତାଙ୍କ ପତ୍ନୀ ଜି.ଦୁର୍ଗା ପରିଚାଳନା କରନ୍ତି । ଉଭୟ ଚେନ୍ନାଇ ବିମାନବନ୍ଦର ନିକଟରେ ଭଡା ଘରେ ରୁହନ୍ତି । ସେମାନଙ୍କର ୧୧ ଓ ୧୬ ବର୍ଷର ଦୁଇଟି ପିଲା ରହିଛନ୍ତି । ସେମାନେ ଗତ ୬ ବର୍ଷ ଧରି ସେହି ଆପାର୍ଟମେଣ୍ଟରେ ରହୁଥିବା ଜଣା ପଡିଛି । ସେମାନଙ୍କ ଫ୍ଲାଟର ଭଡା ମାସିକ ୧୦ ହଜାର ଟଙ୍କା ଥିବା ଜଣା ପଡିଛି ।

ଓଶି ଟ୍ରେଡିଂ କମ୍ପାନୀ ଜରିଆରେ କାରବାର
ଗତ ଲକଡାଉନ୍ ସମୟରେ ସୁଧାକରଙ୍କ ଚାକିଲି ଚାଲି ଯାଇଥିଲା । ସେହି ସମୟରେ ଓଶି ଟ୍ରେଡିଂ କମ୍ପାନୀ ଆରମ୍ଭ ହୋଇଥିଲା । ଗତବର୍ଷ ଅଗଷ୍ଟ ମାସରେ ସୁଧାକର ଏହାକୁ ନିଜ ପତ୍ନୀଙ୍କ ନାମରେ ଆରମ୍ଭ କରିଥିଲେ । ଆନ୍ଧ୍ରପ୍ରଦେଶର ବିଜୟବାଡାରେ ସତ୍ୟାନାରାୟଣ ପୁରମରେ ଥିବା ନିଜ ଶାସୁଙ୍କ ଘରକୁ ସୁଧାକର କମ୍ପାନୀର ଆଧିକାରିକ ଠିକଣା ଭାବେ ଦର୍ଶାଇ ଥିଲେ । କମ୍ପାନୀ ପାଖରେ ବିଦେଶରୁ ମାଲ ଆମଦାନୀ ଓ ରପ୍ତାନୀର ଲାଇସେନ୍ସ ରହିଛି ।

ପରିବାର ଅତ୍ୟନ୍ତ ଭଦ୍ର
ପଡ଼ୋଶୀଙ୍କ ଅନୁସାରେ ସୁଧାକର ଓ ତାଙ୍କ ପତ୍ନୀ ଧାର୍ମିକ ଥିଲେ । ତାଙ୍କ ଘରକୁ କୌଣସି ସନ୍ଦିଗ୍ଧ ବ୍ୟାକ୍ତିଙ୍କ ଯିବା ଆସିବା ନଥିଲା । ମଝିରେ ମଝିରେ କେବଳ ସୁଧାକରଙ୍କ ମା’ ତାଙ୍କ ଘରକୁ ଆସୁଥିଲେ । ଏହି ପରିବାର ମୁଳତଃ ଆନ୍ଧ୍ରପ୍ରଦେଶର ଥିଲେ କିନ୍ତୁ ଅନେକ ବର୍ଷ ଧରି ତାମିଲନାଡୁରେ ରହୁଥିବା କାରଣରୁ ଧାରାପ୍ରବହାର ତାମିଲ କହୁଥିଲେ । ସୁଧାକର ମଧ୍ୟ ଭଲ ହିନ୍ଦି କହି ପାରୁଥିଲେ । ନିକଟରେ ନିଜ ଶଳାଙ୍କ ବାହାଘରରେ ସାମିଲ ହେବାକୁ ସୁଧାକର ଆନ୍ଧ୍ରପ୍ରଦେଶ ଯାଇଥିଲେ ବୋଲି ପଡ଼ୋଶୀ କହୁଛନ୍ତି।

ଚିନ୍ତା ବଢାଉଛି ତୈଳ ଦାମ୍; ମାଲକାନଗିରିରେ ଶହେ ଟପିଲା

ଭୁବନେଶ୍ୱର: ଚିନ୍ତା ବଢାଉଛି ତୈଳ ଦର। ଅକ୍ଟୋବରରେ କ୍ରମାଗତ ଭାବେ ତୖେଳ ଦର ବଢୁଥିବା ବେଳେ ଆଜି ମଧ୍ୟ ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ପାଇଛି। ରାଜଧାନୀ ଦିଲ୍ଲୀରେ ଡିଜେଲ ଲିଟର ପିଛା ୯୦ ଟଙ୍କା ଅତିକ୍ରମ କରିଥିବା ବେଳେ ପେଟ୍ରୋଲ ଦର ୧୦୨ ଟଙ୍କାରେ ପହଞ୍ଚିଛି। ପେଟ୍ରୋଲ ଲିଟର ପିଛା ୨୫ ପଇସା ଓ ଡିଜେଲ ଲିଟର ପିଛା ୩୦ ପଇସା ବୃଦ୍ଧି ପାଇଛି ।

ବର୍ତ୍ତମାନ ସମୟରେ ଦେଶର ସମସ୍ତ ସ୍ଥାନରେ ତୈଳ ଦର ଅଧିକ ସଂଖ୍ୟାରେ ବୃଦ୍ଧି ହେବାରେ ଲାଗିଛି। ମୁମ୍ବାଇକୁ ଟପିଛି ମାଲକାନଗିରି । ମାଲକାନଗିରି କାଲିମେଳାରେ ପେଟ୍ରୋଲ ଲିଟର ପିଛା ୧୦୯ ଟଙ୍କା ୬୪ ପଇସାରେ ପହଞ୍ଚିଛି । ସେହିପରି ଡିଜେଲର ଦର ଲିଟର ପିଛା ୧୦୫ଟଙ୍କା ୧ପଇସା ରହିଛି । ବର୍ତ୍ତମାନ ଓଡିଶା ସମେତ ମଧ୍ୟପ୍ରଦେଶ , ମହାରାଷ୍ଟ୍ର, ପଞ୍ଜାବ, ରାଜସ୍ତାନ, କେରଳ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ, ଜମ୍ମୁ ଓ କଶ୍ମୀର ଏବଂ ସିକ୍କିମ୍ ଭଳି ୧୪ ରାଜ୍ୟରେ ପେଟ୍ରୋଲ ଲିଟର ୧୦୦ ଟଙ୍କା ପାର କରିସାରିଲାଣି । ଏହାମଧ୍ୟରେ ରାଜସ୍ଥାନର ଶ୍ରୀ ଗଙ୍ଗାନଗରଠାରେ ପେଟ୍ରୋଲ ଲିଟର ପିଛା ୧୧୩ ଟଙ୍କା ୭୩ ପଇସା ଏବଂ ୧୦୩ ଟଙ୍କା ୯୦ ପଇସା ଛୁଇଁଛି ।

ମଧ୍ୟପ୍ରଦେଶରେ ସିବନୀରେ ସର୍ବାଧିକ ୧୧୩ଟଙ୍କା ୧୮ପଇସା ରହିଛି ପେଟ୍ରୋଲ ଲିଟର ପିଛା ଦର । ମୁମ୍ବାଇରେ ପେଟ୍ରୋଲ ଦର ୧୦୮ଟଙ୍କା ୧୯ପଇସା ଥିବା ବେଳେ ଡିଜେଲ ଦର ୯୮ଟଙ୍କା ୧୬ପଇସା ରହିଛି । ଦିଲ୍ଲୀରେ ପେଟ୍ରୋଲ ଦର ୧୦୨ଟଙ୍କା ୧୪ପଇସା ଓ ଡିଜେଲ ଦର ୯୦ଟଙ୍କା ୪୭ପଇସା ରହିଛି । ସେହିପରି ଚେନ୍ନାଇରେ ପେଟ୍ରୋଲ ଦର ୯୯ଟଙ୍କା ୮୦ପଇସା ଓ କୋଲକାତାରେ ପେଟ୍ରୋଲ ଦର ୧୦୨ଟଙ୍କା ୭୭ପଇସା ରହିଛି ।

ଏଣିକି ୪ ଦିନ ଭିତରେ ହେବ ପାସପୋର୍ଟ ଭେରିଫିକେସନ

ଭୁବନେଶ୍ୱର: କମ୍ ସମୟରେ ହେବ ପାସପୋର୍ଟ ଭେରିଫିକେସନ। ଅତିକମରେ ୪ଦିନ ଭିତରେ ପାସ୍‌ପୋର୍ଟ ଯାଞ୍ଚ ହୋଇପାରିବ ବୋଲି ଓଡିଶା ପୋଲିସ ପକ୍ଷରୁ ସୂଚନା ମିଳିଛି।

ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଓଡ଼ିଶା ପୋଲିସ ମାତ୍ର ୪ଦିନରେ ପାସପୋର୍ଟ ଯାଞ୍ଚ ପ୍ରକ୍ରିୟା ଶେଷ କରିଛି । ଦେଶରେ ତ୍ବରିତ ପାସପୋର୍ଟ ଯାଞ୍ଚ ପ୍ରକ୍ରିୟା କରିବାରେ ରାଜ୍ୟ ବେଶ ସଫଳତା ହାସଲ କରିଛି । 5T ଅଧିନରେ ଏହା ଅନ୍ତର୍ଭୁକ୍ତ। ସବୁ ଥାନାକୁ ଟାବଲେଟ୍ ବଣ୍ଟନ କରାଯିବା ସହ ସ୍ବତନ୍ତ୍ର ଆପ୍ ଇନଷ୍ଟଲ ହୋଇଛି। ଏହି ଆପ୍ ବ୍ୟତୀତ ସ୍ପେଶାଲ୍ ବ୍ରାଞ୍ଚ ଅଧିକ ସ୍ପଷ୍ଟ ଭାବେ ଭେରିଫିକେସନ୍ ଯାଞ୍ଚକୁ ଗାଇଡ୍ କରିବା ସହ ମନିଟରିଂ କରିବା ଆରମ୍ଭ କରିଦେଇଛି ।

Police ASI To Get Investigation Power

ତେବେ ଅଗଷ୍ଟରେ ପାସପୋର୍ଟ ଯାଞ୍ଚ ପାଇଁ ୬ଦିନ ଲାଗୁଥିଲା । କିନ୍ତୁ ସେପ୍ଟେମ୍ବର ମାସର ପ୍ରଥମ ୧୫ ଦିନ ବେଳକୁ ପାସପୋର୍ଟ ଭେରିଫିକେସନ ପାଇଁ ଓଡ଼ିଶା ପୋଲିସକୁ  ୪ଦିନ ଲାଗିଥିଲା । ଏନେଇ ଡିଜିପି ଅଭୟ ସୂଚନା ଦେଇଛନ୍ତି ।ଏଭଳି କାର୍ଯ୍ୟ ପାଇଁ ଥାନା ସ୍ତରରେ ପୋଲିସ କର୍ମଚାରୀ ଓ ଜିଲ୍ଲା ସ୍ତରରେ ଏସଏସପି ଓ ସ୍ପେଶାଲ ବ୍ରାଞ୍ଚକୁ ଧନ୍ୟବାଦ ଜଣାଇଛନ୍ତି ଡିଜିପି ।

ତେବେ ପୂର୍ବରୁ ୨୦୧୮ ଓ ୧୯ ମସିହାରେ ପାସପୋର୍ଟ ଯାଞ୍ଚ ପାଇଁ ୨୬ଦିନ ସମୟ ଲାଗୁଥିଲା । ପରେ  ୨୦୨୦ରେ କରୋନା ଯୋଗୁଁ ଏଥିପାଇଁ ୩୬ ଦିନ ସମୟ ଲାଗିଥିଲା । ସେହିପରି ୨୦୧୭ରେ ୯୯ ଦିନ ଲାଗୁ ଥିବା ବେଳେ ୨୦୧୬ରେ ୯୦ ଦିନ ଏବଂ ୨୦୧୫ ମସିହା ବେଳକୁ ପାସପୋର୍ଟ ଯାଞ୍ଚ ପାଇଁ ୩୮ ଦିନ ସମୟ ଲାଗୁଥିଲା ।

ଚୀନର ମୁଖ୍ୟାଳୟରେ ନିୟୋଜିତ ପାକ୍‌ ସେନା ଅଫିସର

ନୂଆଦିଲ୍ଲୀ: ଭାରତ ବିରୋଧରେ ଚୀନ ଓ ପାକିସ୍ତାନର ପୁଣି ଷଡଯନ୍ତ୍ର କରୁଛନ୍ତି। ଚୀନର ବିଭିନ୍ନ ମୁଖ୍ୟାଳୟରେ ନିୟୋଜିତ ହୋଇଛିନ୍ତି ପାକିସ୍ତାନୀ ସେନା ଅଫିସର । ଦୁଇ ଦେଶ ମଧ୍ୟରେ ହୋଇଥିବା ଗୋପନ ବୁଝାମଣା ଅନୁସାରେ ପିପୁଲସ ଲିବରସେନ ଆର୍ମି ଓ ପାକିସ୍ତାନ ଗୁଇନ୍ଦା ଅଫିସରମାନେ ଏହି କାର୍ଯ୍ୟ ଜାରି ରଖିଛନ୍ତି ।

ରିପୋର୍ଟ ଅନୁସାରେ ଚୀନର ପଶ୍ଚିମାଞ୍ଚଳ ଥିଏଟର କମାଣ୍ଡ ଓ ଦକ୍ଷିଣାଞ୍ଚଳ ଥିଏଟର କମାଣ୍ଡରେ ପାକିସ୍ତାନର ଲିଆସନ ଅଫିସରମାନଙ୍କୁ ନିୟୋଜିତ କରାଯାଇଛି । ଗତ ମାସରେ ଚୀନର ପଶ୍ଚିମାଞ୍ଚଳ ଥିଏଟର କମାଣ୍ଡର ମୁଖ୍ୟ ଭାବେ ଜେନରାଲ ଓ୍ବାଙ୍ଗ ହାଇଜାଙ୍ଗଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ନିୟନ୍ତ୍ରଣ ରେଖାରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି । ଲଦାଖ ଅଞ୍ଚଳରେ ଦୁଇ ଦେଶ ମଧ୍ୟରେ ସହବସ୍ଥାନ ଠିକ୍ ନଥିବାବେଳେ ଚୀନର ଏହି ପଦକ୍ଷେପ ଭାରତ ଲାଗି ଅଧିକ ଚିନ୍ତାର କାରଣ ହୋଇଛି।

ସେହିପରି ଚୀନର କେନ୍ଦ୍ରୀୟ ସାମରିକ କମିଶନର ଜଏଣ୍ଟ ଷ୍ଟାଫ ଡିପାର୍ଟମେଣ୍ଟରେ ପାକିସ୍ତାନ ସେନାର କର୍ଣ୍ଣେଲ ରାଙ୍କର ଅଫିସରମାନଙ୍କୁ ନିଯୁକ୍ତି ଦିଆଯାଇଛି । ସେଣ୍ଟ୍ରାଲ ମିଲିଟାରି କମିଶନ ବିଭନ୍ନ ଲଢୁଆ ମୁକାବିଲା, ଯୋଜନା, ପ୍ରଶିକ୍ଷଣ, କୌଶଳଗତ କାର୍ଯ୍ୟକ୍ରମରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଏପରିକି ବେଜିଂସ୍ଥିତ ଷ୍ଟେଟ କାଉନସିଲ ଅଫ ଚୀନରେ ୧୦ଜଣ ଅତିରିକ୍ତ ସେନା ଅଫିସରମାନଙ୍କୁ ନିଯୁକ୍ତି ଦିଆଯାଇଛି । ଏହି ଅଧିକାରୀମାନେ ଗୁଇନ୍ଦା କାର୍ଯ୍ୟରେ ନିୟୋଜିତ ହେବା ସହ ବିଭିନ୍ନ ପ୍ରକଳ୍ପରେ କାର୍ଯ୍ୟ କରିଥାନ୍ତି ।

ତେବେ ପିଏଲଏର ବିଭିନ୍ନ ବିଭାଗରେ ପାକିସ୍ତାନ ସେନା ଅଫିସରଙ୍କ ସଂଖ୍ୟା କ୍ରମାଗତ ବୃଦ୍ଧି ପାଉଛି । ଏହା ସହ ଚୀନ-ପାକିସ୍ତାନ ଅର୍ଥନୈତିକ କରିଡରର ସୁରକ୍ଷା ଲାଗି ପାକିସ୍ତାନ ପକ୍ଷରୁ ଏକ ନିରାପତ୍ତା ଡିଭିଜନ ପ୍ରତିଷ୍ଠା କରାଯାଇଛି ଯେଉଁଥିରେ ୯ ହଜାର ସୈନ୍ୟ ଓ ୬ ହଜାର କର୍ମଚାରୀ ରହିଛନ୍ତି । ପୂର୍ବରୁ ଚୀନ ନାଗରିକଙ୍କ ସୁରକ୍ଷା ଲାଗି ପାକିସ୍ତାନ ବିଭିନ୍ନ ଡିଭିଜନ ପ୍ରତିଷ୍ଠା ଲାଗି ଘୋଷଣା କରିଥିଲା ।

ନମ୍ବର ପ୍ଲେଟ୍ ବଦଳାଇ ଗଞ୍ଜେଇ ଚାଲାଣ, ଧରାପଡିଲେ ୨ ବେପାରୀ

ବ୍ରହ୍ମପୁର: ଫିଲ୍ମି ଷ୍ଟାଇଲରେ ଗଞ୍ଜେଇ ବେପାର କରୁଥିଲେ । ଅବକାରୀ ଗୁଇନ୍ଦା ବିଭାଗକୁ ଚକମା ଦେବାକୁ ମାଷ୍ଟରପ୍ଲାନ୍ କରିଥିଲେ। ନମ୍ବର ପ୍ଲେଟ୍ ବଦଳାଇ ଗଞ୍ଜେଇ ଚାଲାଣ ବେଳେ ୨ ବେପାରୀଙ୍କୁ ଧରିଛି ଗୁଇନ୍ଦା ବିଭାଗ।

ସୂଚନା ଅନୁଯାୟୀ, ସିକ୍ରେଟ ଚାମ୍ବରରେ ଗଞ୍ଜେଇ ଚାଲାଣ କରୁଥିଲେ ଦୁଇ ରାଜସ୍ଥାନୀ ଯୁବକ । ସେମାନଙ୍କ ଠାରୁ ୫୦୦ କିଲୋର ଗଞ୍ଜେଇ ଜବତ କରାଯାଇଛି। ତେବେ ଏ ଦୁହେଁ ଗଞ୍ଜେଇ ଧରି ପାଟପୁର ଥାନା କୃଷ୍ଣପୁର ଅଞ୍ଚଳରୁ ଗଞ୍ଜେଇ  ନେଇ ଯାଉଥିଲେ।

ତେବେ ସେମାନେ ଆଳୁ ଟ୍ରକରେ ଗଞ୍ଜେଇ ଚାଲାଣ କରୁଥିବା ନେଇ ଜଣାପଡିଛି ।

ଗାନ୍ଧୀ ଜୟନ୍ତୀରେ ସାଇକେଲ ରାଲି ଆୟୋଜିତ

ବାରିପଦା: ଗାନ୍ଧୀ ଜୟନ୍ତୀରେ ବାଘ ସୁରକ୍ଷାର ବାର୍ତ୍ତା। ସେଭ୍‌ ଟାଇଗର ଉଦେଶ୍ୟରେ ଦେଶର ବିଭିନ୍ନ ଟାଇଗର ରିଜର୍ଭରେ ସାଇକେଲ ରାଲି ଆୟୋଜିତ ହୋଇଥିବା ଦେଖିବାକୁ ମିଳିଛି।

ବାରିପଦାର ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ଏକ ସାଇକେଲ ରାଲି କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ମମତା ମହାନ୍ତ, ଜିଲ୍ଲାପାଳ ବିନୀତ ଭରଦ୍ୱାଜ, ଉପଜିଲ୍ଲାପାଳ ଅନ୍ୟା ଦାସ ଓ ପିଡ଼ି ଡିଆରଡିଏ ଅନ୍ୱେଷା ରେଡ୍ଡୀ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ପରେ ସାଇକେଲ ରାଲି ବାରିପଦା ସହର ପରିକ୍ରମା କରିଥିଲା।