ସୁପ୍ରିମକୋର୍ଟରେ ମଣିପୁର ବିଜେପି ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ମାମଲା:’ ନିଷ୍ପତ୍ତି ନେବାରେ ବିଳମ୍ୱ କରିପାରିବେନି ରାଜ୍ୟପାଳ’

Supreme Court Refused Application Seeking Against Offline CBSE Exam

ନୂଆଦିଲ୍ଲୀ: ବିଧାୟକଙ୍କ ଅଯୋଗ୍ୟତା ପ୍ରସଂଗରେ ନିର୍ବାଚନ ଆୟୋଗଙ୍କ ମତାମତ ଉପରେ ନିଷ୍ପତ୍ତି ନେବାରେ ବିଳମ୍ୱ କରିପାରିବେନି ରାଜ୍ୟପାଳ । ମଣିପୁର ବିଧାନସଭାର ୧୨ ବିଜେପି ବିଧାୟକଙ୍କ ଅଫିସ୍ ଅଫ୍ ପ୍ରଫିଟ୍ ମାମଲାରେ ନିର୍ବାଚନ ଆୟୋଗ ନିଜ ମତାମତ ଦେଇସାରିଛନ୍ତି । ଏବଂ ରାଜ୍ୟପାଳ ନିଷ୍ପତ୍ତି ନେବାର ଆବଶ୍ୟକତା ରହିିଛି । ସୁପ୍ରିମକୋର୍ଟ କହିଛନ୍ତି ମଣିପୁର ରାଜ୍ୟପାଳ ଅଯୋଗ୍ୟତା ମାମଲାରେ ନିର୍ବାଚନ ଆୟୋଗଙ୍କ ସୁପାରିସ୍ ପରେ ତା’ ଉପରେ ନିଷ୍ପତ୍ତି ନନେଇ ରହିପାରିବେ ନାହିଁ । କିଛି ବି ନିଷ୍ପତ୍ତି ନେବାକୁ ପଡ଼ିବ ।

ସୁପ୍ରିମକୋର୍ଟ ବିଚାରପତି ଏଲ୍ ନାଗେଶ୍ୱର ରାଓଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଶୁଣାଣି ବେଳେ ଏହା ଜାଣିବାକୁ ପାଇଲେ ଯେ, ନିର୍ବାଚନ ଆୟୋଗ ନିଜ ମତାମତ ୧୩ ଜାନୁଆରୀ ୨୦୨୧ ମସିହାରେ ଦେଇସାରିଥିଲେ । ଏ ଯାଏଁ ରାଜ୍ୟପାଳ ତା’ ଉପରେ କୌଣସି ନିଷ୍ପତ୍ତି ନେଇ ନାହାନ୍ତି । ସୂଚନା ଯୋଗ୍ୟ ମଣିପୁରର ୧୨ ବିଜେପି ବିଧାୟକଙ୍କ ବିରୋଧରେ ଅଫିସ୍ ଅଫ୍ ପ୍ରଫିଟ ଦର୍ଶାଇ ସେମାନଙ୍କୁ ଅଯୋଗ୍ୟ ଘୋଷଣା ନେଇ କଂଗ୍ରେସ ବିଧାୟକ ଡିଡି ତାଇସିଲ୍ ଆବେଦନ କରିଛନ୍ତି । ଆବେଦନରେ କୁହାଯାଇଛି ଯେ, ଏମାନେ ପର୍ଲିଆମେଣ୍ଟ ସେକ୍ରେଟରିଜର ପଦରେ ଅବସ୍ଥାପିତ ଥିଲେ । ଯାହା ଅଫିସ୍ ଅଫ୍ ପ୍ରଫିଟ ଅନ୍ତର୍ଭୁକ୍ତ ।

ଆବେଦନକାରୀଙ୍କ ଓକିଲ କପିଲ ସିବଲ ଯୁ୍କ୍ତି ବାଢ଼ିଛନ୍ତି ଯେ, ରାଜ୍ୟପାଳ ନିଷ୍ପତ୍ତିକୁ ପେଣ୍ଡିଂ ରଖିପାରିବେ ନାହିଁ । ଏମାନଙ୍କ କାର୍ଯ୍ୟକାଳ ସମାପ୍ତ ହେବ ଏବଂ ୧ମାସ ମଧ୍ୟରେ ଏହା ସମାପ୍ତ ହେବ । ଏହା ପରେ ମାମଲା ଶେଷ ହୋଇଯିବ । ଆମକୁ ଜାଣିବାର ଅଛି ଯେ, ସାମ୍ୱିଧାନିକ ଅଥୋରିଟି କ’ଣ ନିଷ୍ପତ୍ତି ନେଉଛନ୍ତି । ମାନ୍ୟବର କୋର୍ଟ ଆବେଦନକାରୀଙ୍କ ଯୁ୍କ୍ତି ସହମତ ହୋଇଛନ୍ତି ଯେ, ରାଜ୍ୟପାଳଙ୍କୁ ନିଷ୍ପତ୍ତି ନେବାକୁ ପଡ଼ିବ ।

ଅନ୍ୟପକ୍ଷରେ ରାଜ୍ୟସରକାରଙ୍କ ଓକିଲ ସଲିସିଟର ଜେନେରାଲ ଅନ୍ୟ ମାମଲାରେ ବ୍ୟସ୍ତ ଥିବାରୁ ସେ ଶୁଣାଣି ଉପସ୍ଥିତ ହୋଇପାରିନାହାନ୍ତି । କିନ୍ତୁ ରାଜ୍ୟସରକାର ମାମଲାକୁ ଟାଳିବା ନେଇ ଆବେଦନ କରିପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି । ଅପରପକ୍ଷରେ ମାମଲାର ପରବର୍ତ୍ତୀ ଶୁଣାଣି ନେଇ ୧୧ ନଭେମ୍ୱର ଦିନ ଧାର୍ଯ୍ୟ କରିଛନ୍ତି ।

ଏଥିସହିତ ପଢ଼ନ୍ତୁ: ଫଳ ବିକାଳିରୁ ପଦ୍ମ ପୁରସ୍କାର ବିଜେତା, ଜାଣନ୍ତୁ ହରେକଲା ହାଜବ୍ବା କିଏ? କାହିଁକି ତାଙ୍କୁ କୁହାଯାଏ ‘ଶିକ୍ଷା ସନ୍ଥ’?

Leave a Reply