ରାଜସ୍ଥାନରେ ହିଟ୍ ଆଣ୍ଡ ରନ୍: ଚଢ଼ିଗଲା କାର୍, ଜଣେ ମୃତ ଓ ୯ ଗୁରୁତର

ଜୟପୁର: ରାଜସ୍ଥାନର ଯୋଧପୁରରେ ହିଟ୍ ଆଣ୍ଡ ରନ୍ । ଯୋଧପୁରରେ ଲାଇଭ ମୃତ୍ୟୁର ଲୋମଟାଙ୍କୁରା ଦୃଶ୍ୟ । ଦେଖୁ ଦେଖୁ ମାଡି ଆସିଲା ମୃତ୍ୟୁର ଗାଡି । ଜଣେ କି ଦୁଇ ଜଣ ନୁହେଁ ମନ ଇଛା ଲୋକଙ୍କ ଉପରେ ମାଡିଗଲା ଗାଡ଼ି । ଯୋଧପୁରର ଏମ୍ସ ରୋଡରେ ଘଟିଛି ଦୁର୍ଘଟଣା । ଦାନବ ପରି ମାଡ଼ିଗଲା ଗାଡ଼ି । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୯ ଜଣ ଗୁରୁତର ହୋଇଛନ୍ତି ।

ସମସ୍ତ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତ୍ୟୁ ସଂଖ୍ୟା ବଢିବା ନେଇ ଅନୁମାନ କରାଯାଉଛି । ଦୁର୍ଘଟଣା ଖବରପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ । ଡ୍ରାଇଭର ଜଣକ ନିୟନ୍ତ୍ରଣ ହରାଇଥିବାରୁ ଦୁର୍ଘଟଣା ହୋଇଥିବା ଜଣାପଡିଛି । ଡ୍ରାଇଭରଙ୍କୁ ପୋଲିସ ଚିହ୍ନଟ କରିବାରେ ସଫଳ ହୋଇଛି । ସେପଟେ ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ । ହସ୍ପିଟାଲରେ ଆହତଙ୍କୁ ଭେଟିବା ସହ ମୃତକଙ୍କ ପରିବାର ସହ ଆଲୋଚନା କରିଛନ୍ତି ଗେହଲଟ୍ ।

ଏଥିସହିତ ପଢ଼ନ୍ତୁ: ଲଖିମପୁର ଖେରୀ ହିଂସା ମାମଲାରେ ନୂଆ ଖୁଲାସା: ଆଶିଷ ମିଶ୍ରଙ୍କ ବନ୍ଧୁକରୁ ହୋଇଥିଲା ଫାୟାରିଂ

Leave a Reply