ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା: ବିରାଟଙ୍କୁ ବିଶ୍ରାମ, ରୋହିତ ଅଧିନାୟକ

1 min read

ନୂଆଦିଲ୍ଲୀ: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା । ପୂର୍ବ ସୂଚନା ଅନୁଯାୟୀ ଚଳିତ ଟି-୨୦ ସିରିଜ୍‌ରୁ ବିରାଟ କୋହଲୀ ବାଦ ପଡ଼ିଥିବା ବେଳେ ତାଙ୍କ ସ୍ଥାନରେ ରୋହିତ ଶର୍ମା ଦଳର ନେତୃତ୍ୱ ନେବେ । ତେବେ ଟି-୨୦ ସିରିଜରେ ଉପ-ଅଧିନାୟକ ରହିବେ କେଏଲ୍ ରାହୁଲ । ଅନ୍ୟମାନଙ୍କ ମଧ୍ୟରେ ଚଳିତ ଆଇପିଏଲ୍‌ର ସିଜିନରେ ଚେନ୍ନାଇ ପକ୍ଷରୁ ଜବରଦସ୍ତ ବ୍ୟାଟିଂ କରିଥିବା ଋତୁରାଜ ଗାୟକ୍ୱାଡ, ଶ୍ରେୟାସ ଆୟର, ସୂର୍ଯ୍ୟ କୁମାର ଯାଦବ, ଋଷଭ ପନ୍ଥ (ଓ୍ୱିକେଟ ରକ୍ଷକ), ଇଷାନ କିଶାନ (ଓ୍ୱକେଟ ରକ୍ଷକ) , ଭେଙ୍କେଟେଶ ଆୟର, ଆର ଅଶ୍ୱିନୀ, ଅକ୍ସର ପଟେଲ, ଅଭେସ୍ ଖାନ୍, ଭୁବନେଶ୍ୱର କୁମାର, ଦୀପକ ଚହର, ହର୍ସଲ ପଟେଲ, ମହମ୍ମଦ ସିରାଜ୍ ଟି-୨୦ ସିରିଜ ପାଇଁ ମନୋନୀତ ହୋଇଛନ୍ତି ।

ତେବେ ଭାରତୀୟ ଦଳ ନ୍ୟୁଜିଲାଣ୍ଡ ବିପକ୍ଷରେ ଘରୋଇ ମାଟିରେ ମୋଟ ୩ଟି ଟି-୨୦ ଖେଳିବାକୁ ଥିବା ବେଳେ ୨ଟି ଟେଷ୍ଟ ମ୍ୟାଚ୍ ମଧ୍ୟ ଖେଳିବ ଦଳ । ୧୭, ୧୯ ଓ ୨୧ ନଭେମ୍ୱରେ ଖେଳାଯିବ ମ୍ୟାଚ୍ । ଏହା ପରେ ଅନ୍ୟ ୨ଟି ଟେଷ୍ଟ ମ୍ୟାଚ୍ ଖେଳାଯିବାକୁ ଥିବା ବେଳେ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ମଧ୍ୟ ବିରାଟ ଖେଳିବେନି ବୋଲି ଜଣାପଡ଼ିଛି ।

Leave a Reply