ଗୁଳିମାଡ଼ କରି ମେଡ଼ିସିନ ଦୋକାନରୁ ଲୁଟ, ଅଳ୍ପକେ ବର୍ତ୍ତୀଲେ ଦୋକାନୀ

ଭଦ୍ରକ: ଗୁଳିମାଡ଼ କରି ମେଡ଼ିସିନ ଦୋକାନରୁ ଲୁଟ। ଆରଡ଼ି ଛକ ନିକଟ ମାନବଜ୍ୟୋତି ମେଡ଼ିସିନ ଷ୍ଟୋରରୁ  ଗୁଳିମାଡ଼ କରି ୩ଟି ମୋବାଇଲ ସହ ଟଙ୍କା ନେଇଗଲେ ଦୃବୁର୍ତ୍ତ। ସୂଚନା ଅନୁଯାୟୀ, ଗତକାଲି ରାତିରେ ଆରଡ଼ି ଛକ ନିକଟରେ ମେଡ଼ିସିନ ଦୋକାନ ଖୋଲାଥିବା ବେଳେ, କିଛି ଦୃବୁର୍ତ୍ତ ବାଇକ ଯୋଗେ ଆସି ଦୋକାନୀଙ୍କ ଉପରେ ଗୁଳି ଚାଳନା କରିଥିଲେ। ସୌଭାଗ୍ୟବଶତଃ ଗୁଳି ଟି କାହା ଦେହରେ ନ ବାଜି ଦୋକାନ ରେ ବାଜିଥିଲା। ଗୁଳି ଶବ୍ଦ ଶୁଣି ଦୋକାନୀଙ୍କ ସମେତ ଅନ୍ୟ ପାଖ ଲୋକମାନେ ଭୟରେ ଦୌଡ଼ି ପଳାଇଥିଲେ। ଏହି ସୁଯୋଗରେ ଦୃବୁର୍ତ୍ତ ମାନେ ମେଡ଼ିସିନ ଦୋକାନରୁ ମୋବାଇଲ ସହ କିଛି ଟଙ୍କା ଲୁଟ କରି ପଳାଇଥିବା ନେଇ ଅଭିଯୋଗ ହୋଇଛି।

ସୂଚନା ମୁତାବକ ତିନୋଟି ବାଇକ ଯୋଗେ ୭ରୁ ଉର୍ଦ୍ଧ୍ୱ ଦୃବୁର୍ତ୍ତ ଆସି ଏହି ଲୁଟ କରିଥିଲେ। ଭଦ୍ରକ ସହର ଠାରୁ ମାତ୍ର ଅନତି ଦୂରରେ ଥିବା ଜନଗହଳିପୂର୍ଣ୍ଣ ଆରଡ଼ି ଛକରେ ଏଭଳି ଗୁଳିକାଣ୍ଡ କରି ଲୁଟ ଘଟଣାକୁ ନେଇ ସ୍ଥାନୀୟ ଲୋକ ଭୟଭୀତ ଅବସ୍ଥାରେ ଅଛନ୍ତି।  ଘଟଣାସ୍ଥଳରେ ଗ୍ରାମାଞ୍ଚଳ ଥାନାଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ, କେଉଁମାନେ ଏହି ଲୁଟରେ ସମ୍ପୃକ୍ତ ଅଛନ୍ତି ସେନେଇ ଅନୁସନ୍ଧାନ ଚଳାଇଛି ପୋଲିସ।

Leave a Reply