ସାଂସଦଙ୍କୁ ମିଳିବ କୋଟି କୋଟି ଟଙ୍କା; ଦୁଇ ବର୍ଷ ପରେ ପୁଣିଥରେ ଲାଗୁ ହେଲା ଏହି ନିୟମ

1 min read

ନୂଆଦିଲ୍ଲୀ: ସାଂସଦଙ୍କୁ ପୁଣି ମିଳିବ ଟଙ୍କା । କରୋନା ମହାମାରୀ ଦୁଇ ବର୍ଷ ହେବ ବନ୍ଦ ଥିବା ଏମପି ଲ୍ୟାଡ୍ସ ଫଣ୍ଡ ଫେରିବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସରକାର । ଚଳିତ ଆର୍ଥିକ ବର୍ଷର ଅବଶିଷ୍ଟ ସମୟ ପାଇଁ ପ୍ରତି ସାସଂଦଙ୍କୁ ଦୁଇ କୋଟି ଟଙ୍କା ମିଳିବ ଏବଂ ଏହା ପରେ ପ୍ରତି ବର୍ଷ ୫ କୋଟି ଟଙ୍କା ସାଂସଦଙ୍କ ପାଣ୍ଠିକୁ ଯିବ । ଗତକାଲି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ଏହି ନିଷ୍ପତି ନେଇଛନ୍ତି । କରୋନା ମହାମାରୀ ପାଇଁ ୨୦୨୦ ଏପ୍ରିଲରୁ ବନ୍ଦ ରହିଥିଲା ।

ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ପ୍ରେସ କନଫରେନ୍ସ କରି ଆଜି କହିଛନ୍ତି । ସେ କହିଥିଲେ କି କରୋନା ପରେ ଦେଶର ଅର୍ଥନୀତିରେ ସୁଧାର ଆସିବା ପରେ ଏହି ପାଣ୍ଠିକୁ ପୁଣି ଥରେ ଚାଲୁ କରାଯାଇଛି । କୋଭିଡ-୧୯ ସମୟରେ କ୍ୟାବିନେଟରେ ନିଷ୍ପତି ହୋଇଥିଲା କି ଦୁଇ ବର୍ଷ ପାଇଁ ଅର୍ଥାତ ୨୦୨୦-୨୧ ଓ ୨୦୨୧-୨୨ ଆର୍ଥିକ ବର୍ଷରେ ଏହି ସାଂସଦଙ୍କ ପାଣ୍ଠି ବନ୍ଦ ରହିବ । ଏବଂ ଏହି ଟଙ୍କା କୋରନା ପାଇଁ ବ୍ୟବହାର ହେବ । ଆଉ ବର୍ତ୍ତମାନ ଅର୍ଥନୀତିରେ ସୁଧାର ଆସିବା ପରେ ପୁଣି ଥରେ ଏହି ପାଣ୍ଠିକୁ ଚାଲୁ କରାଯାଇଛି ବୋଲି କହିଥିଲେ ଅନୁରାଗ ଠାକୁର । ୨୦୧୫-୨୬ ପର୍ଯ୍ୟନ୍ତ ଏହି ସ୍କିମ୍ ଜାରି ରହିବ । ୨୦୨୨-୨୩ରୁ ୨୦୨୫-୨୬  ପର୍ଯ୍ୟନ୍ତ ପ୍ରତ୍ୟେକ ସାଂସଦଙ୍କୁ ମିଳିବ ବାର୍ଷିକ ୫ କୋଟି ଟଙ୍କା ।  ଦୁଇଟି ପର୍ଯ୍ୟାୟରେ ଏହି ଟଙ୍କା ସାଂସଦଙ୍କ ଆକାଉଣ୍ଟକୁ ଆସିବ ।

ସୂଚନାଯୋଗ୍ୟ ଯେ ଏହି ସାଂସଦ ପାଣ୍ଠିକୁ ସାଂସଦ ତାଙ୍କ ନିଜ ନିର୍ବ‌ାଚନମଣ୍ଡଳୀରେ ବିକାଶ କାର୍ଯ୍ୟ ପାଇଁ ଲଗାଇଥାନ୍ତି । ନିର୍ବାଚନ ମଣ୍ଡଳୀର ବିକାଶ କରିବା ଦିଗରେ ସାଂସଦମାନେ ଏହି ଟଙ୍କା ବିନିଯୋଗ କରନ୍ତି । ସାଂସଦଙ୍କ ସୁପାରିଶ ଅନୁଯାୟୀ ପାନୀୟ ଜଳ, ପ୍ରାଥମିକ ଶିକ୍ଷା, ସାର୍ବଜନୀନ ସ୍ବାସ୍ଥ୍ୟ, ପରିମଳ, ସଡ଼କ ନିର୍ମାଣ ଓ ସାର୍ବଜନୀନ ଭିତ୍ତିଭୂମି ପାଇଁ ବ୍ୟୟ କରାଯାଏ

Leave a Reply