ଠକ ଫାଇନାନ୍ସ କାମ୍ପାନୀରେ ଚଢ଼ାଉ, ୩ ଗିରଫ ୪ ମହିଳା ଅଟକ

1 min read

କୋରାପୁଟ: କୋରାପୁଟ ଜିଲ୍ଲା କୋଟପାଡ଼ ପୋଲିସକୁ ମିଳିଛି ବଡ଼ ସଫଳତା । ଚାକିରି ଦେବା ନାଁରେଲୋକଙ୍କୁ ଠକୁଥିବା ଏକ ଫର୍ଜି ଫାଇନାନ୍ସ କମ୍ପାନୀକୁ ସିଲ୍ କରିଛି କୋଟପାଡ଼ ପୋଲିସ। ଉଜୀବନ ସ୍ମଲ ଫାଇନାନ୍ସ କାମ୍ପାନୀ ନାମରେ ଚାଲିଥିବା ଏକ ଫର୍ଜି କମ୍ପାନୀରେ ଚଢ଼ାଉ କରି ସିଲ୍ କରିଛି ପୋଲିସ। ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ୪ ମହିଳା କର୍ମଚାରୀଙ୍କୁ ଅଟକ ରଖିଛି ପୋଲିସ ।

ଗିରଫ ୩ ଅଭିଯୁକ୍ତ ହେଲେ ମାହାଙ୍ଗାର ଶେଖ ଇମତିଆଜ ଅହମଦ, ଛତିଆର ଦେବୀପ୍ରସାଦ ମହାରଣା ଓ ମାହାଙ୍ଗାର ପରେଶ ପ୍ରଧାନ। ସେବି କିମ୍ବା MFIର ବିନା ସ୍ବୀକୃତିରେ ଚାଲିଥିଲା ଠକ ଫାଇନାନ୍ସ କମ୍ପାନୀ। ଏହି କମ୍ପାନୀ ନାଁରେ ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନାରେ ଠକେଇ ମାମଲା ରହିଛି । କୋଟପାଡ଼ ଓ ଉମରକୋଟ ପୋଲିସର ମିଳିତ ଚଢାଉରେ ଅଭିଯୁକ୍ତଙ୍କ ଠାରୁ ଜାଲି ଆଇଡି କାର୍ଡ଼, ଆଧାର କାର୍ଡ଼, ନକଲି ATM କାର୍ଡ, ନକଲି ନମ୍ବର ପ୍ଲେଟ, ଲ୍ୟାପଟପ୍ ଓ ମୋବାଇଲ ଜବତ ହୋଇଛି । ଏହାସହ ୪ଲକ୍ଷ ୨୦ହଜାର ନଗଦ ଟଙ୍କା ଓ ବାଇକ୍ ଜବତ ହୋଇଛି । ସ୍ଥାନୀୟ ମହିଳାଙ୍କୁ ଚାକିରି ଦେବା ନାଁରେ ଫସାଉଥିଲେ ଗିରଫ ୩ ଅଭିଯୁକ୍ତ। ମହିଳାଙ୍କ ନାଁରେ ସିମ୍ କାର୍ଡ କରି ନିଜେ ବ୍ୟବହାର କରୁଥିବା ଅଭିଯୋଗ ହୋଇଛି। ବିଭିନ୍ନ ଅଂଚଳରେ ମହିଳାଙ୍କ ଗ୍ରୁପ କରୁଥିଲେ ଓ ସେମାନଙ୍କ ଜରିଆରେ ଠକେଇ କରୁଥିଲେ। ଇନସ୍ୟୁରାନ୍ସ ଏବଂ ଏଗ୍ରିମେଣ୍ଟ ବାବଦକୁ ୯୨୦ ଟଙ୍କା ବାନ୍ଧିଲେ ୧୫ଦିନରେ ୪୦ହଜାର ଲୋନ୍‌ ଦେବାକୁ କହି ଲକ୍ଷାଧିକ ଟଙ୍କା ଠକି ନେଉଥିଲେ। ଏନେଇ କୋଟପାଡ଼ ଥାନାରେ ମାମଲା ରୁଜୁ ହୋଇଛି।

Leave a Reply