ରାଜସ୍ଥାନ କଂଗ୍ରେସ କନ୍ଦଳର ହେବ ଅନ୍ତ; ଏହି ମାସରେ ସଂପ୍ରସାରଣ ହେବ ମନ୍ତ୍ରୀ ମଣ୍ଡଳ

ନୂଆଦିଲ୍ଲୀ: ଗତକାଲି ଅର୍ଥାତ ବୁଧବାର ରାଜସ୍ଥାନ ରାଜନୀତିରେ ଏକ ବ୍ୟସ୍ତବହୁଳ ଦିନ ଥିଲା । ପଞ୍ଜାବ ରାଜନୀତିରେ କଂଗ୍ରେସ ହାଇକମାଣ୍ଡ କଡ଼ା ଆଭିମୁଖ୍ୟ ଗ୍ରହଣ କରିବା ପରେ ଏବେ ରାଜସ୍ଥାନରେ ନଥିବା ରାଜନୈତିକ ଝଡକୁ ସମାଧାନ ପାଇଁ ସକ୍ରିୟ ହୋଇଛନ୍ତି । ଏଥିପାଇଁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ବୁଧବାର ଦିଲ୍ଲୀରେ ପହଞ୍ଚିଛନ୍ତି । ତେବେ ଗତକାଲି ସନ୍ଧ୍ୟାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ରାଜସ୍ଥାନ ରାଜନୀତି ସମ୍ପର୍କରେ ଆଲୋଚନା ହୋଇଥିଲା । ଯେଉଁଥିରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଉପସ୍ଥିତ ଥିଲେ ।

ରାହୁଲ ଗାନ୍ଧୀଙ୍କ ବାସଭବନରେ ହୋଇଥିବା ଏହି ବୌଠକରେ ରାଜସ୍ଥାନରେ ଦୀର୍ଘ ଦିନ ଧରି ଚାଲୁଥିବା ରାଜନୈତିକ ମତାନ୍ତରକୁ ଅନ୍ତ ଘଟାଇବା ଉପରେ ଆଲୋଚନା ହୋଇଥିଲା । ଏହା ବ୍ୟତୀତ ମନ୍ତ୍ରୀ ମଣ୍ଡଳ ବିସ୍ତାର, ରାଜନୈତିକ ପଦବୀରେ ନିଯୁକ୍ତି ସହ ସଂଗଠନର ପରିବର୍ତ୍ତନ ଉପରେ ଆଲୋଚନା କରାଯାଇଥିଲା । ସୂଚନା ଅନୁସାରେ ୨୦୨୩ରେ ହେବାକୁ ଥିବା ରାଜସ୍ଥାନ ବିଧାନସଭା ନିର୍ବାଚନକୁ ଆଖି ଆଗରେ ରଖି ଏବେଠାରୁ ରଣନୀତି ଆପଣାଇଛି କଂଗ୍ରେସ । ରାହୁଲ ଗାନ୍ଧୀଙ୍କ ବାସ ଭବନରେ ହୋଇଥିବା ଏହି ବୈଠକରେ ଦୁଇଟି ସୂତ୍ର ଉପରେ ଆଲୋଚନା ହୋଇଥିଲା ଯେଉଁଥିରେ ସମସ୍ତ ଶିବିରକୁ ସଜାଡିବା ବିକଳ୍ପ ଉପରେ ଆଲୋଚନା ହୋଇଥିଲା । ଯେଉଁ ଦୁଇଟି ସୂତ୍ର ଉପରେ ଆଲୋଚନା ହୋଇଥିଲା ସେତିମଧ୍ୟରୁ ପ୍ରଥମ ଟି ହେଉଛି ମନ୍ତ୍ରୀ ମଣ୍ଡଳର ସଂପ୍ରସାରଣ ଓ ଖାଲି ଥିବା ପଦଗୁଡିକରେ ନିଯୁକ୍ତି । ଦ୍ବିତୀୟଟି ହେଉଛି କିଛି ମନ୍ତ୍ରୀଙ୍କ ଇସ୍ତଫା ନିଆଯିବ ଓ ୧୫ ଜଣ ନୂଆ ମନ୍ତ୍ରୀଙ୍କୁ ନିଯୁକ୍ତି ଦିଆଯିବା ଉଚିତ । ଏହା ଦ୍ବାରା ସବୁକିଛି ଆଡଜଷ୍ଟ ହେବ ।

ତେବେ ଆଲୋଚନା ହୋଇଥିବା ଏହି ଦୁଇଟି ସୂତ୍ରରେ ରାହୁଲ ଗାନ୍ଧୀଙ୍କ ସହମତି ମିଳିବା ପରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଭେଟିବେ । ସୋନିଆ ଗାନ୍ଧୀଙ୍କ ସହ କଥା ହେବା ପରେ ଏହା ଉପରେ ଚୁଡାନ୍ତ ନିଷ୍ପତି ନିଆଯିବ ଏବଂ ଏହାପରେ ଏହି ମାସରେ ହିଁ ନୂଆ ମନ୍ତ୍ରୀ ମଣ୍ଡଳ ଶପଥ ନେଇପାରନ୍ତି ବୋଲି ସୂଚନା ମିଳୁଛି । ଏହି ରାଜନୈତିକ ନିଯୁକ୍ତି ସମୟରେ ଦଳର କର୍ମକର୍ତ୍ତାଙ୍କୁ ଅଗ୍ରାଧିକାର ମିଳିବ । କୌଣସି ବିଧାୟକଙ୍କୁ ରାଜନୈତିକ ନିଯୁକ୍ତି ମିଳିବ ନାହିଁ । ରାହୁଲ ଗାନ୍ଧୀଙ୍କ ବାସ ଭବନରେ ହୋଇଥିବା ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ରାଜସ୍ଥାନ କଂଗ୍ରେସ ପ୍ରଭାରୀ ଅଜୟ ମାକନ ଓ କେସି ଭେନୁଗୋପାଳ ଉପସ୍ଥିତ ଥିଲେ । ତେବେ ଗେହଲଟଙ୍କ ପୂର୍ବରୁ ସଚିନ୍ ପାଇଲଟ ଦିଲ୍ଲୀରେ ପହଞ୍ଚି କେସି ଭେନୁଗୋପାଳଙ୍କୁ ଭେଟି ଆଲୋଚନା କରିଥିଲେ । ତେବେ କଂଗ୍ରେସ ସଂଗଠନର ମହାସଚିବ କେସି ଭେନୁଗୋପାଳଙ୍କ ସହ ହୋଇଥିବା ଆଲୋଚନାରେ ପାଇଲଟ ତାଙ୍କ ପୂରୁଣା ଦାବି ଦୋହରାଇଥିଲେ । ପାଇଲଟ ଭେନୁଗୋପାଳଙ୍କୁ କହିଥିଲେ କି ମନ୍ତ୍ରୀ ମଣ୍ଡଳର ସଂପ୍ରସାରଣ ଓ ଖାଲି ପଡ଼ିଥିବା ମନ୍ତ୍ରୀ ପଦରେ ତୁରନ୍ତ ନିଯୁକ୍ତି ଦେବା ପାଇଁ ଭେନୁଗୋପାଳଙ୍କୁ କହିଥିଲେ ସଚିନ୍ ପାଇଲଟ ।

Leave a Reply