spot_img
Home Blog Page 5101

ରାଜ୍ୟ ସରକାର ବଢ଼ାଇଲେ ମହଙ୍ଗା ଭତ୍ତା: ଜୁଲାଇରୁ ପିଛଲା ଭାବେ ଲାଗୁ ହେବ

ଭୁବନେଶ୍ୱର: ସରକାରୀ କର୍ମଚାରୀଙ୍କୁ ରାଜ୍ୟ ସରକାରଙ୍କ ପୂଜା ଭେଟି । ମହଙ୍ଗା ଭତ୍ତା ବୃଦ୍ଧି କଲେ ରାଜ୍ୟ ସରକାର । ୧୧ ପ୍ରତିଶତର ମହଙ୍ଗା ଭତ୍ତା ବୃଦ୍ଧି କଲେ । ଜୁଲାଇ ୨୧ରୁ ପିଛଲା ଭାବେ ଲାଗୁ ହେବ ବର୍ଦ୍ଧିତ ଭତ୍ତା । ଆକ୍ଟୋବର ଦରମାରେ  ବର୍ଦ୍ଧିତ ଭତ୍ତା ମିଳିବ । ପୂଜା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସରକାରୀ କର୍ମଚାରୀ ଓ ପେନସନ୍ ଭୋଗୀଙ୍କ ପାଇଁ ଏହି ବର୍ଦ୍ଦିତ ଭତ୍ତା ଘୋଷଣା କରିଛନ୍ତି । ଏହି ନିଷ୍ପତ୍ତି ଦ୍ଵାରା ରାଜ୍ୟର ଚାରି ଲକ୍ଷ କର୍ମଚାରୀ ଓ ସାଢେ ତିନି ଲକ୍ଷ ପେନସନ୍ ଭୋଗୀ ଉପକୃତ ହେବେ ପାଇବେ । ଏହା ଫଳରେ ବର୍ତ୍ତମାନ ମହଙ୍ଗା ଭତ୍ତା ୧୭%ରୁ ବଢ଼ି, ୨୮%ରେ ପହଞ୍ଚିଲା । ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଜୁଲାଇ ପହିଲାରୁ ପିଛଲା ଭାବେଭାବରେ ୧୧%ମହଙ୍ଗା ଭତ୍ତା ଲାଗୁ  ହେବ । ବକେୟା ତିନି ମାସର ବର୍ଦ୍ଧିତ ଭତ୍ତା ମଧ୍ୟ ନଗଦ ଆକାରରେ ମିଳିବ ।

ଏଥିସହିତ ପଢ଼ନ୍ତୁ: ଏଣିକି ମୃତ୍ୟୁ କ୍ଷେତ୍ରରେ ସରକାରୀ କର୍ମଚାରୀଙ୍କ ପରିବାର ଲୋକଙ୍କୁ ମିଳିବ ଅଧିକ ଆର୍ଥିକ ସହାୟତା

 

 

ଲଖିମପୁର-ଖେରି ହିଂସା ମାମଲା: କ୍ରାଇମବ୍ରାଞ୍ଚ ଆଗରେ ହାଜର ହେଲେନି ମୁଖ୍ୟ ଅଭିଯୁକ୍ତ ଆଶିଷ

ଲଖିମପୁର-ଖେରି: ଉତ୍ତରପ୍ରଦେଶ ଲଖିମପୁର-ଖେରି ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ର କ୍ରାଇମବ୍ରାଞ୍ଚରେ ଆଗରେ ହାଜର ହୋଇନାହାନ୍ତି। କ୍ରାଇମ ବ୍ରାଞ୍ଚ ଆଶିଷଙ୍କ ଘରେ ନୋଟିସ ଲଗାଇ ଆଜି ସକାଳ ୧୦ଟାରେ ହାଜର ହେବାକୁ କହିଥିଲା। ତେବେ ନୋଟିସ ଲଗାଯିବା ସତ୍ତ୍ୱେ ବି ହାଜର ହୋଇନାହାଁନ୍ତି ଆଶିଷ। ତେବେ ଆଶିଷ ତାଙ୍କ ସହଯୋଗୀ ଅଙ୍କିତ ଦାସଙ୍କ ସହ ନେପାଳ ପଳାଇଥିବା କୁହାଯାଉଛି। ନେପାଳ ରାଜଧାନୀ କାଠମାଣ୍ଡୁରେ ଆଶିଷଙ୍କ ଲୋକେସନ ଟ୍ରେସ୍ କରାଯାଇଛି।

ଅନ୍ୟପଟେ ଏହି ଘଟଣାରେ ପୂର୍ବରୁ ଗିରଫ ଦୁଇ ଅଭିଯୁକ୍ତ ଆଶିଷ ପାଣ୍ଡେ ଓ ଲବ କୁଶଙ୍କୁ ପଚରାଉଚରା କରୁଛି ପୋଲିସ। ଜେରା ବେଳେ ଦୁହିଁଙ୍କଠାରୁ ଘଟଣା ସମ୍ପର୍କରେ ଅନେକ ତଥ୍ୟ ହସ୍ତଗତ ହୋଇଛି। ଏହାସହ ଘଟଣାସ୍ଥଳରୁ ଜବତ ହୋଇଥିବା ଗୁଳିର ଫରେନ୍ସିକ ଯାଞ୍ଚ ପାଇଁ ପଠାଯାଇଛି ଓ ଗିରଫ ଦୁଇ ଅଭିଯୁକ୍ତଙ୍କୁ ଖୁବଶୀଘ୍ର କୋର୍ଟରେ ହାଜର କରାଯିବ ବୋଲି ଏଡିଜି ଏସ ଏନ୍ ସାବତ କହିଛନ୍ତି।

ଅନ୍ୟପଟେ ମୃତ ଚାଷୀ ଗୁରବିନ୍ଦର ସିଂ ଓ ସାମ୍ବାଦିକ ରମଣ କସ୍ୟପଙ୍କ ପରିବାର ଅଟୋପ୍ସି ଟେଷ୍ଟକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ମୃତକଙ୍କ ଶରୀରରେ ଗୁଳି ବାଜିଥିବା ଚିହ୍ନ ଥିବା ବେଳେ ଅଟୋପ୍ସି ରିପୋର୍ଟରେ ଏହା ଉଲ୍ଲେଖ ନାହିଁ ।

 

କାମାକ୍ଷାନଗର ଦେଶୀ ବନ୍ଧୁକ କାରଖାନା ଠାବ: ଘଞ୍ଚ ଜଙ୍ଗଲରେ ମଧ୍ୟରେ ଚାଲିଥିଲା ବନ୍ଧୁକ ପ୍ରସ୍ତୁତି

କାମାକ୍ଷାନଗର: ପରଜଙ୍ଗ ଥାନା ମହାବିରୋଡ଼ ଫାଣ୍ଡି ଅନ୍ତର୍ଗତ ବାମ୍ ଗାଁ ଭୁଟୁଭୁଟି ସାହିରୁ ଏକ ଦେଶୀ ବନ୍ଧୁକ କାରଖାନା ଠାବ କରିଛି ପରଜଙ୍ଗ ପୋଲିସ । ଏଥିସହିତ କାରଖାନାର ମାଲିକ ମଙ୍ଗୁଳୁ ମହାରଣାକୁ ଗିରଫ କରିବା ସହ ବନ୍ଧୁକ ତିଆରି ସାମଗ୍ରୀ ଜବତ କରାଯାଇଛି । ଦୀର୍ଘ ଦିନ ହେବ ମଙ୍ଗୁଳୁ ନିଜ ଘର ବାଡ଼ିରେ ଏହି ଦେଶୀ ବନ୍ଧୁକ ଗୁଡିକୁ ତିଆରି କରି ଆସୁଥିଲା ।

ବିଶେଷ ସୂତ୍ରରୁ ଖବର ପାଇ ଗତ କାଲି ବିଳମ୍ବିତ ରାତିରେ ପରଜଙ୍ଗ ପୋଲିସ ଓ ମହାବିରୋଡ଼ ଫାଣ୍ଡି ଅଧିକାରୀଙ୍କ ମିଳିତ ଉଦ୍ୟମରେ ଚଢ଼ାଉ କରାଯାଇଥିଲା । ଚଢ଼ାଉ ବେଳେ କିଛି ଦେଶୀ ବନ୍ଧୁକ ଓ ବନ୍ଧୁକ ତିଆରି ସାମଗ୍ରୀକୁ ପୋଲିସ ଜବତ କରିଥିଲା । କଙ୍କଡ଼ାହାଡ଼ ଭଳି ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଘଞ୍ଚ ଜଙ୍ଗଲ ମଧ୍ୟରେ ରହିଥିବା ଏହି ଭୁଟୁଭୁଟି ସାହି କଳା କାରବାର କରିବା ପାଇଁ ବେଶ ସହାୟ ହୋଇଥିବା ଜଣାପଡିଛି । ଅପହଞ୍ଚ ଇଲାକାରୁ ବଡ଼ ବଡ଼ ସହରକୁ ଏହି ବନ୍ଧୁକ ସପ୍ଲାଇର ଚେର ଲମ୍ବି ଥିବା ସୂଚନା ମିଳିଛି । ଏ ନେଇ ପରଜଙ୍ଗ ପୋଲିସ ଅଧିକ ଖୋଳତାଡ଼ କରି ତଦନ୍ତ ଜାରି ରଖିଛି ।

ଏଥିସହିତ ପଢ଼ନ୍ତୁ: ଆଜିଠୁ ନନ୍ଦନକାନନରେ ଗଡ଼ିବ ଟଏ ଟ୍ରେନ୍: ୫ଟି ବଗିରେ ରହିଛି ୭୨ଜଣଙ୍କ ପାଇଁ ବସିବା ବ୍ୟବସ୍ଥା

ଓଡ଼ିଶା ହାଇକୋର୍ଟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ଯଶୋଓ୍ୱନ୍ତ ସିଂହ ଓ ଜଷ୍ଟିସ୍ ଅରିନ୍ଦମ ସିହ୍ନାଙ୍କ ଶପଥ ଗ୍ରହଣ

କଟକ: ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଜଷ୍ଟିସ୍ ଯଶୋୱନ୍ତ ସିଂହ ଓ ଜଷ୍ଟିସ୍ ଅରିନ୍ଦମ୍ ସିହ୍ନା ଆଜି ଶପଥ ଗ୍ରହଣ କରିଛନ୍ତି। ହାଇକୋର୍ଟ ନୂଆ କନଫ‌ରେନ୍ସ ହଲ୍‌ ଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଦୁଇ ବିଚାରପତିଙ୍କୁ ଶପଥ ପାଠ କରାଇଥିଲେ। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ପଞ୍ଜାବ ଓ ହରିୟାଣା ହାଇକୋର୍ଟର ବିଚାରପତି ଜଷ୍ଟିସ ଯଶୋୱନ୍ତ ସିଂହ ଓ କୋଲକାତା ହାଇକୋର୍ଟର ବିଚାରପତି ଜଷ୍ଟିସ ଅରିନ୍ଦମ ସିହ୍ନାଙ୍କ ଓଡ଼ିଶା ହାଇକୋର୍ଟକୁ ଏବଂ ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ ସଂଜୟ କୁମାର ମିଶ୍ରଙ୍କୁ ଉତ୍ତରାଖଣ୍ଡ ହାଇକୋର୍ଟକୁ ବଦଳି ନେଇ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଓଡ଼ିଶା ହାଇକୋର୍ଟରେ ମଞ୍ଜୁରୀପ୍ରାପ୍ତ ବିଚାରପତି ସଂଖ୍ୟା ୨୭ ହୋଇଥିବା ବେଳେ ବଦଳି ହୋଇ ଆସିଥିବା ଦୁଇ ବିଚାରପତିଙ୍କ ଶପଥ ଗ୍ରହଣ ପରେ ଏହି ସଂଖ୍ୟା ୧୪ରେ ପହଞ୍ଚିଛି ।

ଏଥିସହିତ ପଢ଼ନ୍ତୁ: ଆଜିଠୁ ନନ୍ଦନକାନନରେ ଗଡ଼ିବ ଟଏ ଟ୍ରେନ୍: ୫ଟି ବଗିରେ ରହିଛି ୭୨ଜଣଙ୍କ ପାଇଁ ବସିବା ବ୍ୟବସ୍ଥା

 

 

ରାସ୍ତାକଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର: ୧୫ରୁ ଅଧିକ ଅପରାଧୀକ ମାମଲା ଥିବା ସୂଚନା

ବ୍ରହ୍ମପୁର: ଗୋସାଇଁନୂଆଗାଁ ଥାନା ଅନ୍ତର୍ଗତ ହଳଦିଆପଦର ନିକଟ ରାସ୍ତା କଡ଼ରୁ ଜଣେ ଯୁବକଙ୍କ ମୃତଦେହ ଠାବ ହୋଇଛି ।  କେହି ତାଙ୍କୁ ହତ୍ୟା କରିବା ପରେ ଫୋପାଡି ଦେଇଥିବା ଅନୁମାନ କରାଯାଉଛି । ମୃତକ ଜଣଙ୍କ ହେଲେ ଗଞ୍ଜାମ ପୋଲସରା ଅଞ୍ଚଳର ସୁଧୀର କୁମାର ସାହୁ । ସୁଧୀର ନାମରେ ପାଖାପାଖି ୧୫ଅପରାଧୀକ ମାମଲା ଥିବା ସୁଚନା ମିଳିଛି । ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି  ତନାଘନା ଆରମ୍ଭ କରିଛି ।

ଏଥିସହିତ ପଢ଼ନ୍ତୁ: ଆଜିଠୁ ନନ୍ଦନକାନନରେ ଗଡ଼ିବ ଟଏ ଟ୍ରେନ୍: ୫ଟି ବଗିରେ ରହିଛି ୭୨ଜଣଙ୍କ ପାଇଁ ବସିବା ବ୍ୟବସ୍ଥା

 

 

ଅରୁଣାଚଳରେ ଭାରତ-ଚୀନ୍ ସେନା ମୁହାଁମୁହିଁ, ଭାରତ ସୀମାରେ ପଶିଲେ ୨୦୦ ଚୀନ ସୈନ୍ୟ

ଭାରତ-ଚୀନ୍ ମଧ୍ୟରେ ତିକ୍ତତା ଆହୁରି ବଢ଼ିବାରେ ଲାଗିଛି । ଲଦାଖ ପରେ ବର୍ତ୍ତମାନ ଅରୁଣାଚଳରେ ଦୁଇଦେଶର ସୈନ୍ୟ ମୁହାଁମୁହିଁ ହୋଇଛନ୍ତି । ଅରୁଣାଚଳରେ ନିୟନ୍ତ୍ରଣ ରେଖାଠାରେ ଭାରତ ଓ ଚୀନ ସେନା ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ପାଟ୍ରୋଲିଂ ବେଳେ ଦୁଇ ଦେଶର ସୈନ୍ୟଙ୍କ ମଧ୍ୟରେ ଉତ୍ତେଜନାମୂଳକ ସ୍ଥିତି ଉପୁଜିଥିଲା ।

 

ସୂଚନା ମୁତାବକ ଚୀନର ପ୍ରାୟ ୨୦୦ଶହ ସୈନ୍ୟ ଭାରତ ସୀମାରେ ପଶି ଭାରତୀୟ ବଙ୍କର ନଷ୍ଟ କରିବାକୁ ଚେଷ୍ଟା କରିଥିଲେ । ଏହାର ଦୃଢ଼ ଜବାବ ଦେଇଥିଲେ ଭାରତୀୟ ସେନା । ଫଳରେ LACର ବୁମଲା-ୟାଙ୍ଗସେ ନିକଟରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଗତ ସପ୍ତାହରେ ହୋଇଥିବା ଏହି ଘଟଣାର କମାଣ୍ଡରସ୍ତରୀୟ ଆଲୋଚନା ପରେ ସମାଧାନ ହୋଇଥିବା ସୂଚନା ମିଳିଛି ।

ସୈନ୍ୟ ପ୍ରତ୍ୟାହାର ପାଇଁ ଦୁଇ ଦେଶ ମଧ୍ୟରେ ଏଯାବତ୍ ୧୨ ଥର ଆଲୋଚନା ହୋଇଥିବା ବେଳେ ଆସନ୍ତା ସପ୍ତାହରେ ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ପାଇଁ ସ୍ଥିର କରାଯାଇଛି। ଦୁଇ ଦେଶ ମଧ୍ୟରେ ଦେଖା ଦେଇଥିବା ମତଭେଦକୁ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ଚେଷ୍ଟା କରାଯାଉଛି। ସେପଟେ କିନ୍ତୁ ଇଷ୍ଟର୍ଣ୍ଣ ଲଦାଖ ଓ ଅନର୍ଥର୍ଣ୍ଣ ଫ୍ରଣ୍ଟରେ LAC ଆରପଟେ ଚୀନର ଅଧିକ ସଂଖ୍ୟାରେ ସୈନ୍ୟ ମୁତୟନ ଓ ଭିତ୍ତିଭୂମି ନିର୍ମାଣକୁ ନେଇ ଭାରତ ଉଦ୍‌ବେଗ ପ୍ରକାଶ କରିଛି।

 

 

ଆଜି ୮୯ତମ ବାୟୁସେନା ଦିବସ, ବିଶ୍ୱ ଦେଖିବ ଭାରତୀୟ ବାୟୁସେନାର ବଳ

ନୂଆଦିଲ୍ଲୀ: ଆଜି ଦେଶ ପାଳୁଛି ୮୯ ତମ ବାୟୁସେନା ଦିବସ । ଏହି ଦିବସକୁ ଧୁମଧାମରେ ପାଳନ କରିବାକୁ ଭାରତୀୟ ବାୟୁସେନା ସମସ୍ତ ପ୍ରାକରର ପ୍ରସ୍ତୁତି କରିଛି।  ଆଜି ଗାଜିଆବାଦ ହିଣ୍ଡନ ଏୟାରବେସ୍‌ରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି।

ବାୟୁସେନାର ଏହି ଉତ୍ସବରେ ଫାଈଇଟର୍ ଜେଟ୍ ରାଫେଲ୍ ପ୍ରମୁଖ ଆକର୍ଷଣ ସାଜିବ। ଆଜି ସାରା ବିଶ୍ୱ ଆକାଶରେ ଭାରତୀୟ ସେନାର ବଳ ଦେଖିବ। ପରେଡଗ୍ରାଉଣ୍ଡରେ ରାଫେଲ ସମେତ ସୁଖୋଇ, ମିରାଜ୍ , ତେଜସ ଭାଗନେବେ। ଆକାଶମାର୍ଗରେ ବାୟୁସେନା କର୍ମଚାରୀ ନିଜର କଳାକୌଶଳ ପ୍ରଦର୍ଶନ କରିବେ।

ସୂଚନାଯୋଗ୍ୟ,  ଭାରତୀୟ ବାୟୁସେନା ୧୯୩୨ ମସିହାରେ ପ୍ରତିଷ୍ଠା ହୋଇଥିଲା। ଏହାର ନାମ ରୟାଲ ଇଣ୍ଡିଆନ୍ ବାୟୁସେନା ରଖାଗଲା । ସ୍ୱାଧୀନତା ପରେ, ୧୯୫୦ମସିହାରେ ଏହାର ନାମ ଭାରତୀୟ ବାୟୁସେନାରେ ପରିବର୍ତ୍ତିତ ହେଲା। ବିଶ୍ୱର ଚତୁର୍ଥ ଶକ୍ତିଶାଳୀ ବାୟୁସେନା ଭାବେ ପରିଚିତ ଭାରତୀୟ ବାୟୁସେନାର ଇତିହାସ ବେଶ୍ ଗୌରବମୟ ହୋଇ ରହିଛି । ରାଫାଲ, ତେଜସ୍, ସୁଖୋଇ ଏବଂ ଗ୍ଲୋବେମାଷ୍ଟର ଭଳି ଅତ୍ୟାଧୁନିକ ବିମାନ ସହିତ ସଜ୍ଜିତ ଆମର ବାୟୁସେନା ଶତ୍ରୁମାନଙ୍କ ହୃଦୟରେ ଆତଙ୍କ ସୃଷ୍ଟି କରେ ଏବଂ ଦେଶବାସୀଙ୍କ ପାଇଁ ଗର୍ବର ଭାବନା ସୃଷ୍ଟି କରେ ।

ଭୁବନେଶ୍ୱର ଚାଲାଣ ବେଳେ ୫ କ୍ୱିଣ୍ଟାଲ ଗଞ୍ଜେଇ ଜବତ କଲା ଫିରିଙ୍ଗିଆ ପୋଲିସ

ଫୁଲବାଣୀ: ଫିରିଙ୍ଗିଆ ପୋଲିସ ହାତରେ ୫ କୁଇଣ୍ଟାଲ ୫ କେଜି ଗଞ୍ଜେଇ ଜବତ କରିଛି  । ଯାହା ସୂଚନା ରହିଛି ଗୋଟଏ ପିକ୍‌ଅପ୍ ଭେନରେ ଶାଢ଼ିଙ୍ଗୀଆରୁ ଭୁବନେଶ୍ୱରକୁ ଗଞ୍ଜେଇ ଚୋରାଚାଲାଣ କରିବାକୁ ଶିମିଳି ସାହିରେ ରଖାଯାଇଥିଲା  । ଫିରିଙ୍ଗିଆ ପୋଲିସ୍ ପାଟ୍ରୋଲିଂ କରୁଥିବା ସମୟରେ ଗଞ୍ଜେଇ ଚୋରାଚାଲାଣ ଭେନ୍ୟୁକୁ ଚଢ଼ାଉ କରି ଗଞ୍ଜେଇ ଜବତ କରିଥିଲେ ସେଠି ଥିବା ମାଫିଆ ମାନେ ଖସି ଚାଲିଯାଇଥିଲେ । ପୋଲିସ ସେହି ଭେନ୍ୟୁରୁ ୫ କୁଇଣ୍ଟାଲ ଗଞ୍ଜେଇ ଜବତ କରିଥିଲା  ।

ଏଥିସହିତ ପଢ଼ନ୍ତୁ: ଟେକ୍ନିକାଲ ସ୍କୁଲରେ କୁକିଂ କ୍ଳାସ୍: ତାଲିମ ସାଙ୍ଗକୁ ରୋଜଗାର କରୁଛନ୍ତି ଛାତ୍ରଛାତ୍ରୀ

ଆଜିଠୁ ନନ୍ଦନକାନନରେ ଗଡ଼ିବ ଟଏ ଟ୍ରେନ୍: ୫ଟି ବଗିରେ ରହିଛି ୭୨ଜଣଙ୍କ ପାଇଁ ବସିବା ବ୍ୟବସ୍ଥା

ଭୁବନେଶ୍ୱର: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ୭୬-ତମ ରାଜ୍ୟସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ ସମାରୋହ ଅବସରରେ ଆଜି ଉଦଘାଟିତ ହେବ ଟଏଟ୍ରେନ ।  ନନ୍ଦନକାନନରେ ଆଜିଠୁ ଚାଲିବ ଟଏଟ୍ରେନ । ୨୦୧୪ମସିହା ଠାରୁ ବନ୍ଦ ପଡିଥିବା ଟଏଟ୍ରେନ ପଯ୍ୟଟକ ମାନଙ୍କ ପାଇଁ ଆଜିଠୁ ପୁଣି ଆରମ୍ଭ ହେଉଛି । ୫-ଟି ବଗି ବିଶିଷ୍ଟ ୭୨-ସିଟରେରେ ପଯ୍ୟଟକମାନେ ୧.୬୨ କି.ମି କୋଡିଏ ମିନିଟ ଭିତରେ ବୁଲିପାରିବେ ।

୨୦୧୧ମସିହା ଠାରୁ ବନ୍ଦ ପଡ଼ିଥିବା ରେପ-ୱେ’ର ଶିଳାନ୍ୟାସ ହେବ । 18ମାସ ଭିତରେ ରୋପୱେ ର କାର୍ଯ୍ୟସାରିବା ପାଇଁ ସମୟସୀମା ଧାର୍ଯ୍ୟ କରାଯାଇଛି । ନନ୍ଦନକାନନରୁ କାଞ୍ଜିଆ ଲେକ୍‌ ଉପର ଦେଇ ବଟନିକାଲ ଗଡେନ ପର୍ଯ୍ୟନ୍ତ ଯାଇପାରିବେ ପଯ୍ୟଟକ । ଆଜି ଏହି କାର୍ଯ୍ୟକ୍ରମର ଶୁଭ ଉଦ୍‌ଘାଟନ କରିବେ ମାନ୍ୟବର ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ଜଙ୍ଗଲ ବିଭାଗ ଅତିରିକ୍ତ ସଚିବ ଡ଼ଃ ମୋନା ଶର୍ମା, ଓଡିଶା ବନସରକ୍ଷକ ଶିଶିର କୁମାର ରଥ, ପି. ସି. ସି ଏଫ ଶଶୀ ପଲ ସମ୍ମାନୀତ ଅତିଥିଭାବେ ଯୋଗଦେବେ । ଅନଲାଇନ ମାଧ୍ୟମ ରେ କୁଇଜ ପ୍ରତିଯୋଗିତା ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ପ୍ରତିଯୋଗିତା କରାଯିବ ।

 

କିଏ ହେବ ଏୟାର ଇଣ୍ଡିଆର ମାଲିକ? ଆଜି ସ୍ପଷ୍ଟ ହେବ ଚିତ୍ର

ନୂଆଦିଲ୍ଲୀ: ଏୟାର ଇଣ୍ଡିଆର ମାଲିକ କିଏ ହେବ, ଏନେଇ ଆଜି କେନ୍ଦ୍ର ସରକାର ଔପଚାରିକ ଭାବେ ଘୋଷଣା କରିବେ। ଦୀର୍ଘ ୬୮ ବର୍ଷ ପରେ ପୁଣି ଟାଟା କମ୍ପାନୀ ପାଖକୁ ଫେରିବ ଏୟାର ଇଣ୍ଡିଆ। ଅର୍ଥାତ ଏବେ ଏୟାର ଇଣ୍ଡିଆ ସେବା ସରକାରୀରୁ ଘରୋଇ ହେବାକୁ ଯାଉଛି। ଏୟାର ଇଣ୍ଡିଆ ପାଇଁ ଟାଟା ଗ୍ରୁପ୍ ଓ ସ୍ପାଇସ ଜେଟ ନିଲାମ ଡାକିଥିଲେ। ଆଉ ଏଥିରେ ଟାଟା ଗ୍ରୁପକୁ ମଞ୍ଜୁରି ମିଳିଥିଲା ।

ସୂଚନାଯୋଗ୍ୟ, ଜେଆରଡି ଟାଟା ୧୯୩୨ରେ ଟାଟା ଏୟାରଲାଇନ୍ସର ସ୍ଥାପନ କରିଥିଲେ । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବିମାନ ସେବାକୁ ବନ୍ଦ କରି ଦିଆଯାଇଥିଲା। ପରେ ଯେତେବେଳେ ପୁଣି ବିମାନ ସେବା ସ୍ୱାଭାବିକ ହେଲା, ସେତେବେଳେ ୨୯ ଜୁଲାଇ ୧୯୪୬ରେ ଟାଟା ଏୟାରଲାଇନ୍ସ ପରିବର୍ତନ କରି ଏୟାର ଇଣ୍ଡିଆ ଲିମିଟେଡ୍ ରଖାଯାଇଥିଲା।

ଦେଶ ସ୍ୱାଧୀନ ହେବା ପରେ ଏୟାର ଇଣ୍ଡିଆର ୪୯ ପ୍ରତିଶତ ଅଂଶଧନ ସରକାର ନିଜ ଅଧିକୁ ନେଇଥିଲେ। ୧୯୫୩ରେ ଏହାର ରାଷ୍ଟ୍ରିୟକରଣ କରାଯାଇଥିଲା । ୨୦୧୮ରେ ଏୟାର ଇଣ୍ଡିଆକୁ ଘରୋଇକରଣ କରିବା ପାଇଁ ସରକାର ପ୍ରୟାସ କରିଥିଲେ । କିନ୍ତୁ ଏଥିରେ ସଫଳ ହୋଇନଥିଲେ। କିନ୍ତୁ ଗତ ବର୍ଷ ଜାନୁଆରୀରୁ କେନ୍ଦ୍ର ସରକାର ପୁଣି ଥରେ ଏୟାର ଇଣ୍ଡିଆରୁ ଅଂଶଧନ ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ କରିଥିଲେ। ଯାହାପରେ ନିଲାମୀ ଜରିଆରେ ଟାଟା ଏୟାର ଇଣ୍ଡିଆକୁ ନିଜ ଅଧିନକୁ ନେଇଛି।