ମୁମ୍ବାଇରେ କଙ୍ଗନାଙ୍କ ବିବାଦୀୟ ମନ୍ତବ୍ୟ, ଓଡ଼ିଶାରେ ଦିଆଗଲା ଏତଲା

ଭୁବନେଶ୍ୱର: ମୁମ୍ବାଇରେ କହିଲେ, ଓଡ଼ିଶାରେ ଦିଆଗଲା ଏତଲା  । ବଲିଉଡ଼ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରିବା ଥାନାର ଦ୍ୱାରସ୍ଥ ହୋଇଛନ୍ତି ଆମ ଅଧିକାର  ।  ସଂଗଠନର ଆବାହକ ଅମିୟ ପାଣ୍ଡବ ଓ ମହାସଚିବ ଗଣେଶ ଦାଶ କ୍ୟାପିଟାଲ ଥାନାରେ ବଲିଉଡ଼ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ବିରୋଧରେ ବିରୋଧରେ ଏତଲା ଦେଇଛନ୍ତି । ସୂଚନାଯୋଗ୍ୟ ଯେ, କଙ୍ଗନା ଏକ ଘରୋଇ ଟିଭି ଚ୍ୟାନେଲରେ ଦେଶ ସ୍ୱାଧିନତାକୁ ନେଇ ବିଭ୍ରାନ୍ତିକର ମନ୍ତବ୍ୟ ପ୍ରଦାନ କରିଥିଲେ  ।

କାର୍ଯ୍ୟକ୍ରମରେ କଙ୍ଗନା କହିଥିଲେ, ୧୯୪୭ ମସିହାରେ ଭାରତ ଯେଉଁ ସ୍ୱାଧୀନତା ପାଇଥିଲା ବୋଲି କୁହାଯାଇଛି, ତାହା ‘ଭିକ’ ଥିଲା । ୨୦୧୪ ମସିହାରେ ନରେନ୍ଦ୍ର ମୋଦି କ୍ଷମତାକୁ ଆସିବା ପରେ ହିଁ ପ୍ରକୃତ ସ୍ୱାଧୀନତା ଆସିଛି । ଏହା ନିଜ ଜୀବନ ଯୌବନକୁ କାରାଗାର ଓ ଫାଶିଖୁଣ୍ଟରେ ଉତ୍ସର୍ଗ କରିଦେଇଥିବା ସ୍ୱାଧୀନତା ସଂଗ୍ରାମୀ, ମହାପୁରୁଷ ଓ ଶହୀଦ ମାନଙ୍କ ପାଇଁ ପ୍ରଚଣ୍ଡ ଅପମାନ ତିଲା । ସେମାନଙ୍କୁ ପରୋକ୍ଷରେ ଭିକାରୀ କହିବା ଦେଶଦ୍ରୋହ ସହ ସମାନ । ଦେଶ ସ୍ୱାଧନତା ପାଇଁ ଜୀବନ ଉତ୍ସର୍ଗୀ ଦେଇଥିବା ଶତାଦିକ ସ୍ୱାଧିନତା ସଂଗ୍ରାମୀଙ୍କୁ କଙ୍ଗନାଙ୍କ ପରୋକ୍ଷ ଆକ୍ଷେପକୁ ନେଇ ଏବେ ସମଗ୍ର ଦେଶରେ ନିନ୍ଦା ପ୍ରକାଶ କରାଯାଇଛି  ।

ତେଣୁ ସମାଜରେ ଶାନ୍ତି ଭଙ୍ଗ କରିବାର ଉଦ୍ୟମ, ମିଥ୍ୟା ପ୍ରଚାର ଓ ଦେଶପ୍ରତି ଅପମାନ ଅଭିଯୋଗରେ ତାଙ୍କ ନାଁରେ ଆଇ.ପି.ସି.ର ଧାରା ୫୦୪, ୫୦୫ ଏବଂ ୧୨୪ (ଏ) ଅନୁଯାୟୀ ମାମଲା ରୁଜୁ କରାଯିବାକୁ ଏତଲା ଦିଆଯାଇଛି । ସୂଚନାଯୋଗ୍ୟ ଯେ ଆନ୍ଦୋଳନରତ କୃଷକମାନଙ୍କୁ ଖଲିସ୍ତାନୀ ଆତଙ୍କବାଦୀ ଏବଂ ମୁମ୍ବାଇକୁ ମିନି ପାକିସ୍ତାନ କହି ସେ ବାରମ୍ବାର ଏଭଳି ଅପରାଧ କରୁଥିବାରୁ ତାଙ୍କୁ ଗିରଫ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଛି । ଏନେଇ ଆମ ଅଧିକାର ସଂଗଠନ କଙ୍ଗନାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନେଇ କ୍ୟାପିଟାଲ ଥାନାରେ ଏତଲା ଦାୟର କରିଛନ୍ତି  ।

Leave a Reply