ସ୍ୱାସ୍ଥ୍ୟସେବାର ମହାବିପ୍ଳବରେ ସାମିଲ ହେବ ବରଗଡ଼, ଯାଉଛନ୍ତି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:  ବରଗଡ଼ ପାଇଁ ବିକାଶର ସ୍ମାର୍ଟ ବ୍ଲୁପ୍ରିଣ୍ଟ । ସ୍ବାସ୍ଥ୍ୟସେବାର ମହାବିପ୍ଳବରେ ସାମିଲ ହେବ ବରଗଡ଼ । ଆସନ୍ତାକାଲି ବରଗଡ଼ରେ ହିତାଧିକାରୀଙ୍କୁ ସ୍ମାର୍ଟ ହେଲ୍‌ଥ କାର୍ଡ ବାଣ୍ଟିବେ ମୁଖ୍ୟମନ୍ତ୍ରୀ । ଏଥିପାଇଁ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି । ବିଜେପୁର ବ୍ଲକ ଗଣ୍ଡପାଲି ମିନି ଷ୍ଟାଡିୟମରେ କାର୍ଯ୍ୟକ୍ରମ ଆୟୋଜିତ ହେବ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ପ୍ରସ୍ତୁତିର ତଦାରଖ କରୁଛନ୍ତି ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ ।

ପ୍ରଣବଙ୍କ ସହିତ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ଓ ବରିଷ୍ଠ ବିଜେଡି ନେତା ମାନେ ପ୍ରସ୍ତୁତି କାର୍ଯ୍ୟର ତଦାରଖ କରୁଛନ୍ତି । ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଥିବାବେଳେ 18ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ ହେବେ । ସ୍ମାର୍ଟକାର୍ଡ ବାଣ୍ଟିବା ସହିତ ବିଜେପୁରରେ ୨୯୫କୋଟି ଟଙ୍କାରେ ୧୫୦ରୁ ଅଧିକ ପ୍ରକଳ୍ପର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ବିଜେପୁରରେ 71ଟି ସ୍କୁଲର ରୂପାନ୍ତରିତ ହୋଇଛି ।

ସ୍ମାର୍ଟ ସ୍କୁଲର ଉଦଘାଟନ ସହିତ କ୍ୟାନସର ହସ୍ପିଟାଲର ଶିଳାନ୍ୟାସ, ନୃସିଂହନାଥ ମନ୍ଦିରର ଉନ୍ନତିକରଣ ଓବିଦ୍ୟୁତ ଗ୍ରାଡର ଶୁଭ ଉଦଘାଟନ କରାଯିବ । ଏହାଛଡା ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପ ସହିତ ପାନୀୟ ଜଳ ପ୍ରକଳ୍ପ ପାଇଁ 295କୋଟି 9ଲକ୍ଷ ଟଙ୍କାର ଭିତ୍ତିପ୍ରସ୍ତର ସ୍ଥାପନ ହେବାର କାର୍ଯ୍ୟକ୍ରମ ରହିଛି ।

Leave a Reply