spot_img
Home Blog Page 5091

ଜେଇଙ୍କୁ କୁକୁର କହିଲେ କେନ୍ଦ୍ରମନ୍ତ୍ରୀ, ମୟୁରଭଞ୍ଜ ଗଲେ ମାଡ଼ ଖାଇବ

କେନ୍ଦୁଝର: କେନ୍ଦ୍ରମନ୍ତ୍ରୀ ହେଉ ହେଉ ଆଚରଣ ଭୁଲିଗଲେ ବିଶେସ୍ୱର ଟୁଡ଼ୁ । ଜୁନିୟର ଯନ୍ତ୍ରୀଙ୍କୁ ଗୋଲାମ କହି ଗାଳିଗୁଲଜ କଲେ । ଏମିତିକି କୁକୁର କହିବାକୁ ମଧ୍ୟ ପଛାଇଲେନି କେନ୍ଦ୍ରମନ୍ତ୍ରୀ ।  ଟପିଗଲେ ଶାଳୀନତାର ସମସ୍ତ ସୀମା । ଏକ ସମୀକ୍ଷା ବୈଠକରେ କେନ୍ଦ୍ର ଆଦିବାସୀ ବ୍ୟାପାର ଓ ଜଳଶକ୍ତି ରାଷ୍ଟ୍ର ମନ୍ତ୍ରୀ ବିଶ୍ବେଶର ଟୁଡୁ ରାଗି ଯାଇ କନିଷ୍ଠ ଯନ୍ତ୍ରୀଙ୍କୁ ଗାଳିଗୁଲଜ କରିଥିଲେ । ଏଭଳିକି ତୁମେ କୁକୁର, କାହାର ଗୋଲାମ ବୋଲି କହିବାକୁ ପଛାଇନଥିଲେ ।

କେନ୍ଦୁଝର ଗସ୍ତରେ ଥିବାବେଳେ ଏଭଳି କେନ୍ଦ୍ରମନ୍ତ୍ରୀ ବିଶ୍ବେଶର ଟୁଡୁ ଏଭଳି କହିଥିବା ଜଣାପଡିଛି। କେନ୍ଦ୍ରମନ୍ତ୍ରୀଙ୍କ ସହ କେନ୍ଦୁଝର ସଦର ବିଧାୟକ ମୋହନ ମାଝୀ ମଧ୍ୟ ଉପସ୍ଥିତ ଥିଲେ । ଚମ୍ପୁଆ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଭାଗୃହରେ ସମୀକ୍ଷା ବୈଠକରେ କନିଷ୍ଠ ଯନ୍ତ୍ରୀଙ୍କୁ ନିର୍ମାଣ ବିଷୟରେ ପଚାରିଥିଲେ ମୋହନ ମାଝୀ । ଏହି ସମୟରେ ଯନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୁଷ୍ଟ ହୋଇ ରାଗିଯାଇଥିଲା କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ।

ଏମିତିକି କହିଥିଲେ, ମୟୂରଭଞ୍ଜ ଗଲେ କିଭଳି ମାଡ ପଡିବ ଦେଖିବ । ତୁମେ କାହାର ଗୁଲାମ ବୋଲି ପ୍ରଶ୍ନ କରିଥିଲେ କେନ୍ଦ୍ରମନ୍ତ୍ରୀ । ଜେଇଙ୍କୁ କୁକୁର ଏବଂ ଅଭଦ୍ର ବୋଲି ମଧ୍ୟ କହିଥିଲେ । ଜଣେ କେନ୍ଦ୍ରମନ୍ତ୍ରୀଙ୍କ ଏଭଳି ଅଶୋଭନୀୟ ଆଚରଣକୁ ନେଇ ଏବେ ସବୁ ଆଡେ ଚର୍ଚ୍ଚା ଲାଗି ରହିଥିବାବେଳେ ସବୁ ମହଲରେ ଏହାକୁ ଘୋର ନିନ୍ଦା କରାଯାଉଛି ।

ବିଜେଡ଼ିରେ ମିଶିଲେ ୭୦୦ ବିଜେପି ଓ କଂଗ୍ରେସ କର୍ମୀ

ଗଞ୍ଜାମ:  ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ଖଲିଙ୍ଗୀ ଠାରେ ବିଜେଡିର ଜୋନ୍ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି  । ବିଜେଡ଼ିର ଏହି କାର୍ଯ୍ୟକ୍ରମରେ ଶତାଧିକ ବିଜେପି ଏବଂ କଂଗ୍ରେସ କର୍ମୀ ନିଜ ଦଳ ପରିତ୍ୟାଗ କରି ବିଜେଡ଼ିରେ ଯୋଗଦାନ କରିଛନ୍ତି  । କଂଗ୍ରେସ ର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଜୟରାମ ଦୋର। , କଂଗ୍ରେସ ନେତା ନଗେନ ରଥ , ଡେଙ୍ଗାଓସ୍ତା ମହନ୍ତ ସଚ୍ଚିଦାନନ୍ଦ ଦାସ , ଅଚୁଦା ନନ୍ଦ ପ୍ରଧାନ ସମେତ ବିଜେପିର ଜିଲ୍ଲାପରିଷଦ ପ୍ରାର୍ଥୀ ଗୋପାଳ ମଲ୍ଲିକଙ୍କ ସମେତ ପ୍ରାୟ ୨୦ ଜଣ ୱାର୍ଡ ମେମ୍ବର ସଦସ୍ୟ ଯୋଗଦାନ କରିଥିଲେ  ।

ଏହି କାର୍ଯ୍ୟକ୍ରମରେ ପ୍ରାୟ ୭୦୦ରୁ ଅଧିକ ବିଜେପି ଏବଂ କଂଗ୍ରେସ କାର୍ଯ୍ୟକର୍ତ୍ତା ବିଜୁ ଜନତା ଦଳରେ ବିଧିବଦ୍ଧ ଭାବେ ଯୋଗଦାନ କରିଥିଲେ  । ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀ ଙ୍କ ନେତୃତ୍ୱରେ ଭୁବନେଶ୍ୱର ବିଧାୟକ ଅନନ୍ତ ନାରାୟଣ ଜେନା , କବିସୂର୍ଯ୍ୟନଗର ବିଧାୟିକା ଲତିକ। ପ୍ରଧାନ ,ପୋଲସର। ବିଧାୟିକା ଶ୍ରୀକାନ୍ତ ସାହୁ ,ସଂଘମିତ୍ର ଦଳେଇ , ସୁବାସ ମହାରଣା , ଗଞ୍ଜାମ ଜିଲ୍ଲା ସଭାପତି ସମେତ ସାନଖେମୁଣ୍ଡି ବିଜେଡି ର ବହୁ ସଦଦ୍ୟ ଯୋଗ ଦେଇଥିଲେ ।

 

 

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ, ଖରିଫ ଧାନ ସୂଚାରୁ ରୂପେ ଉଠାଣ କରୁ କେନ୍ଦ୍ର

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ଖରିଫ ଧାନ ସଂଗ୍ରହ ନେଇ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ  । ପୂର୍ବରୁ କେନ୍ଦ୍ର ବଳକା ଚାଉଳ ଉଠାଇନଥିବା ବେଳେ ଏବେ ଖରିଫ ଋତୁ ଧାନକୁ କିପରି ସୂଚାରୁ ରୂପେ କେନ୍ଦ୍ର ନେବ ସେନେଇ ଚିଠିରେ ଉଲ୍ଲେଖ ରହିଛି  । ଖରିଫ ଋତରେ ୫୨ ଲକ୍ଷ ମେଚ୍ରିକ ଟନ୍ ଚାଉଳ ସଂଗ୍ରହ ନେଇ ଆକଳନ କରିଛି ରାଜ୍ୟ  ।

ପ୍ରତି ବର୍ଷ ରାଜ୍ୟକୁ ୨୪ ଲକ୍ଷ ଚାଉଳ ଟନ ଧାନର ଆବଶ୍ୟକତା ରହିଥିବାବେଳେ ଓଡିଶା ଉତ୍ପାଦନ କରୁଛି ୫୨ ଲକ୍ଷ ମେଟ୍ରିକ ଟନ୍  । ତେବେ ବଳକା ଚାଉଳକୁ କେନ୍ଦ୍ର ସଠିକ ସମୟରେ ଓଡ଼ିଶାରୁ ଉଠାଇବା ନେଇ ମୁୁଖ୍ୟମନ୍ତ୍ରୀ ଚିଠିରେ ଅବଗତ  କରିଛନ୍ତି  ।  ପୂର୍ବରୁ କେନ୍ଦ୍ର ଯେଉଁ ପ୍ରସ୍ତାବ ଦେଇଥିଲା ସେହି ଅନୁଯାୟୀ ଚାଫଳ ଉଠାଉ ନାହିଁ  । ଓଡ଼ିଶାର ଅଧିକାଂଶ ଲୋକ ଉଷୁନା ଚାଉଳ ଖାଇଥାନ୍ତି  ।

ତେଣୁ କେନ୍ଦ୍ରସରକାର ବଳକା ଚାଉଳ ଉଠାଣ ପାଇଁ ଆଗ୍ରହ ପ୍ରକାଶ କରନ୍ତୁ  । ଯଦ୍ୱାରା ଓଡ଼ିଶାର ଚାଷୀ କୂଳ ଲାଭଭାନ ହେବେ  । ନଚେତ ଚାଷୀକୂଳ ପୁଣି ଥରେ ଖରିଫ ରତୁ ଧାନ ବିକ୍ରୟରେ ଅସୁବିଧାର ସମ୍ମୁଖୀନ ହେବେ  । କୋଭିଡ ମହାମାରୀ ସମୟରେ ପ୍ରାୟ ୧୦ ଲକ୍ଷ ଚାଷୀ ଏହଦ୍ୱାରା ପ୍ରଭାବୀତ ହୋଇଛନ୍ତି  ।

ଭୁବନେଶ୍ୱରରେ ପୋଖରୀରୁ ମିଳିଲା ବରିଷ୍ଠ ସାମ୍ବାଦିକଙ୍କ ପୁଅର ମୃତଦେହ,ହତ୍ୟା ସନ୍ଦେହ

ଭୁବନେଶ୍ୱର: ପାତ୍ରପଡ଼ାର ଏକ ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର  । ପୋଖରୀରେ ଯୁବକଙ୍କ ମୃତଦେହ ଭାସୁଥିବାବେଳେ କିଛି ଲୋକ ଏହାକୁ ଦେଖିଥିଲେ  । ପରେ  ଭାସମାନ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି  । ଅଭିଯୋଗ ପରେ ପୋଲିସ ଏବଂ ସାଇଣ୍ଟିଫିକ୍‌ ଟିମ ଘଟଣାସ୍ଥଳରେ ଛାନଭିନ୍‌ ଆରମ୍ଭ କରିଛନ୍ତି  । ମୃତଦେହ ଭାସିବା ଘଟଣାକୁ ନେଇ ବିଭିନ୍ନ ସନ୍ଦେହ ସୃଷ୍ଟି ହୋଇଛି  ।

ମୃତ ଯୁବକ ଜଣଙ୍କ ପରିଚୟ ପୋଲିସ ହାତରେ ଲାଗିଛି  । ମିଳିଥିବା ସୂଚନା ମୁତାବକ ମୃତକ  ହେଲେ ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନିଶ ଦାସ । ତାଙ୍କ ବୟସ ପାଖାପାଖି ୩୦ ବର୍ଷ ହେବ ।  ମିନୀଷଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ଆଜି ଅପରାହ୍ନରେ ପୋଖରୀରରେ ମନୀଷଙ୍କ ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକେ ।  ଘଟଣା ସ୍ଥଳରେ ଭୁବନେଶ୍ବର ଡିସିପି, ସ୍ପେଶାଲ ସ୍କାଡ ଓ ତମାଣ୍ଡୋ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ହତ୍ୟା ହୋଇଛି କି ନା ନାହିଁ, ସେ ନେଇ ସାଇଣ୍ଟଫିକ ଟିମ ପହଞ୍ଚି ଛାନଭିନ କରୁଛି ।

ମନୀଷଙ୍କ ପରିବାର ପକ୍ଷରୁ ଗତକାଲି ରାତିରେ ଇନଫୋସିଟି ଥାନାରେ ଏକ ଅପହରଣ ମାମଲା ରୁଜୁ ହୋଇଥିଲା । ମନୀଷ ଗତକାଲି ସଂଧ୍ୟାରେ ଘରୁ ଦୁଇଜଣ ଯୁବକଙ୍କ ସହିତ କାରରେ ବାହାରକୁ ଯାଇଥିଲେ । କିଛି ଘଣ୍ଟା ପରେ ତାଙ୍କୁ କେହି ଟଙ୍କା ମାଗୁଥିବା ନେଇ ମନୀଷ ବାପାକୁ ଫୋନ କରି କହିଥିଲେ । ସେତେବେଳେ ମନୀଷଙ୍କ କହିବା ଅତ୍ୟନ୍ତ ଅସ୍ପଷ୍ଟ ଥିଲା । ତେବେ ତାପରଠାରୁ ମନୀଷଙ୍କ ସହ ପରିବାରର ଆଉ ଯୋଗାଯୋଗ ହୋଇପାରିନଥିଲା । ଗତ କାଲି ଭୋର ୪ଟାରେ ତାଙ୍କ ମୋବାଇଲ ସୁଇଚଅଫ ମଧ୍ୟ ହୋଇ ଯାଇଥିଲା । ଆଜି ପାତ୍ରପଡାର ଏକ ପୋଖରୀରୁ ମୃତ ଦେହ ଉଦ୍ଧାର ହୋଇଛି । ତେଣୁ ଏହା ଏକ ସୁଚିନ୍ତିତ ହତ୍ୟା ବୋଲି ଅଭିଯୋଗ କରିଛନ୍ତି ପରିବାର ଲୋକେ  ।

ମନୀଷଙ୍କ ଦେହରେ ଏକ ଲାଲ ରଂଗର ସାର୍ଟ ରହିଛି । ମନୀଷ କଳା ରଙ୍ଗର ପ୍ୟାଣ୍ଟ ପିନ୍ଧିଥିବାବେଳେ ମୁହଁରେ ଚଷମାଟି ଲାଗି ରହିଛି । ଦେହରେ କେଉଁଠି କଣ କ୍ଷତ ଚିହ୍ନ ରହିଛି ପୋଲିସ ତାର ଯାଂଚ କରୁଛି । ସ୍ପେଶାଲ ସ୍କାଡ, ତମାଣ୍ଡୋ ଥାନ ଓ ଇନଫୋସିଟି ଥାନା ପୋଲିସକୁ ନେଇ ସ୍ବତନ୍ତ୍ର ଟିମ ଗଠନ ହୋଇଚି । ଉଦ୍ଧାର ପରେ ଶବକୁ ଭୁବନେଶ୍ବର ଏମ୍ସକୁ ପଠାଇଦିଆଯାଇଛି । ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ଫଷ୍ଟ ହେବ । ପାଣିରେ ବୁଡି ମନୀଷଙ୍କ ମୃତ୍ୟୁ ହୋଇଛି କି ନାହିଁ ସେନେଇ ଡାଇଟମ ଟେଷ୍ଟ ମଧ୍ୟ ହେବ ।

 

ଅପରାଜିତାଙ୍କୁ ସମର୍ଥନ କରି ଦଳୀୟ ଦାୟିତ୍ୱରୁ ବିଦା ହେଲେ ବିଜେପି ନେତା

ରାୟଗଡ଼ା: ମହଙ୍ଗା ପଡ଼ିଲା ଅପରାଜିତାଙ୍କୁ ସମର୍ଥନ । ରାୟଗଡ଼ା ଜିଲ୍ଲାର ଦୁଇ ବିଜେପି ପଦାଧିକାରୀ ହେଲେ ପଦଚ୍ୟୁତ । ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ରାୟଗଡ଼ା ଜିଲ୍ଲା ଗସ୍ତ ପରେ ରାୟଗଡ଼ା ଜିଲ୍ଲା ବିଜେପିରେ ସୃଷ୍ଟି ହୋଇଛି ଅଭାବନୀୟ ପରସ୍ଥିତି । ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ଦେବାଶିଷ ପଣ୍ଡା ଓ କୃଷକ ମୋର୍ଚ୍ଚା ସଭାପତି ପ୍ରେମପ୍ରସାଦ ପଣ୍ଡାଙ୍କୁ ଦାୟିତ୍ୱରୁ ହଟାଇବା ପରିସ୍ଥିତିକୁ ଆହୁରି ଜଟିଳ କରିଛି । ଅପରାଜିତାଙ୍କ କାର୍ଯ୍ୟକ୍ରମରେ ଏମାନେ ଯୋଗଦେଇଥିବାରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଥିବା ଚର୍ଚ୍ଚା ହେଉଛି ।

Two BJP Leader Of Rayagada Remove From Party Responsibility For Supporting To Aparajita

ଅପରାଜିତା ସମାନ୍ତରାଳ ଭାବେ ସଂଗଠନ ଓ ସଭା କରୁଥିବାରୁ ବିଜେପି ରାଜ୍ୟ ନେତୃତ୍ୱ ମଧ୍ୟ ଅଡୁଆରେ ପଡୁଛନ୍ତି । ଏଭଳି କ୍ଷେତ୍ରରେ ଅପରାଜିତା ରାୟଗଡ଼ା ଗସ୍ତରେ ଯାଇଥିବା ବେଳେ କେହି ବିଜେପି କର୍ମୀ ତାଙ୍କ ସଭାରେ ଯୋଗ ନଦେବାପାଇଁ ଅଲିଖିତ ହ୍ୱିପ୍ ମଧ୍ୟ ଜାରି କରାଯାଇଥିଲା । କିନ୍ତୁ ହ୍ବିପକୁ ନମାନି କିଛି କର୍ମୀ ଅପରାଜିତାଙ୍କ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ପରଦିନ ଅର୍ଥାତ ୮ତାରିଖରେ ରାୟଗଡ଼ା ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ଦେବାଶିଷ ପଣ୍ଡା ଓ କୃଷକ ମୋର୍ଚ୍ଚା ସଭାପତି ପ୍ରେମପ୍ରସାଦ ପଣ୍ଡାଙ୍କୁ ଦାୟିତ୍ୱରୁ ଅନ୍ତର କରାଯାଇଛି ।

Two BJP Leader Of Rayagada Remove From Party Responsibility For Supporting To Aparajita

ଫଳରେ ଏବେ ରାୟଗଡ଼ା ଜିଲ୍ଲାରେ ବିଜେପି ଭାଗଭାଗ ହେବାରେ ଲାଗିଛି । ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଜିଲ୍ଲା ବିଜେପି ସଭାପତି ଶିବ ପଟ୍ଟନାୟକ ଗତକାଲି ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରି କହିଛନ୍ତି ଯେ, ଏହି ଦୁଇ ଜଣଙ୍କୁ ଦଳୀୟ ଶୃଙ୍ଖଳା ଭଙ୍ଗ ପାଇଁ ଦାୟିତ୍ୱରୁ ହଟା ଯାଇଛି । ଅପରାଜିତା ଷଡ଼ଙ୍ଗୀଙ୍କ ଗସ୍ତ ସହିତ ଏହାର କୌଣସି ସମ୍ପର୍କ ନାହିଁ । ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ରାୟଗଡ଼ାରେ ପହଞ୍ଚିବା ପରେ ଜିଲ୍ଲା ବିଜେପି ପକ୍ଷରୁ ତାଙ୍କୁ କୌଣସି ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇନଥିଲା । ଅପରପକ୍ଷେ ବିଶ୍ୱ ହିନ୍ଦୁ ପରିଷଦର ରାୟଗଡ଼ା ଶାଖା ତାଙ୍କୁ ସମ୍ବର୍ଦ୍ଧନା ଦେଇଥିଲା ।

କୋଇଲା ଯୋଗାଣ ନହେଲେ ଅନ୍ଧାର ହୋଇଯିବ ଦିଲ୍ଲୀ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ବିୁଜଳି ସଂକଟ । କୋଇଲା ଅଭାବ ଦେଖା ଦେଇଥିବା ବେଳେ ଯଦି ଶୀଘ୍ର ଆବଶ୍ୟକ କୋଇଲା ଯୋଗାଣ ନହୁଏ, ତା’ହେଲେ ଦୁଇ ଦିନ ପରେ ପୂରା ଅନ୍ଧାର ହୋଇଯିବ ରାଜଧାନୀ । ଦିଲ୍ଲୀ, ପଞ୍ଜାବ, ରାଜସ୍ଥାନ ସମେତ ଦେଶର ଅନେକ ରାଜ୍ୟ ଏବେ ବିଦ୍ୟୁତ୍ ସଂକଟ ଦେଇ ଗତି କରୁଛନ୍ତି । ଏହି ରାଜ୍ୟଗୁଡିକରେ କୋଇଲା ଭିତ୍ତିକ ତାପଜ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରରେ କିଛି ଦିନ ପାଇଁ ହିଁ କେବଳ କୋଇଲା ମହଜୁଦ୍ ଅଛି।

ଯଦି ସମସ୍ୟାର ସମାଧାନ ନ ହୁଏ ଉତ୍ତର ଭାରତ ବ୍ଲାକ ଆଉଟ୍ ହେଇଯିବ । କୋଇଲା ଯୋଗାଣକୁ ସ୍ୱାଭାବିକ କରିବାକୁ କେନ୍ଦ୍ରକୁ ଅନୁରୋଧ କରିଛନ୍ତି ଦିଲ୍ଲୀ ଶକ୍ତି ମନ୍ତ୍ରୀ ସୈତେନ୍ଦ୍ର ଜୈନ୍ । ଆବଶ୍ୟକ କୋଇଲା ନ ମିଳିଲେ ପୁରା ଦିଲ୍ଲୀ ଅନ୍ଧକାର ହୋଇଯିବ । ଯେଉଁ ପାୱାର ପ୍ଲାଣ୍ଟରୁ ବିଦ୍ୟୁତ୍ ସପ୍ଲାଇ ହୋଇଥାଏ, ସେଠାରେ ଅତିକମ୍‌ରେ ମାସକ ପାଇଁ କୋଇଲା ଷ୍ଟକ୍ ରହିବା କଥା । ମାତ୍ର ଏବେ ଗୋଟିଏ ଦିନ ପାଇଁ ଷ୍ଟକ୍ ରହିଛି ।

ଏଥିସହ ପଢ଼ନ୍ତୁ: ଏହି ୪ କାରଣ ପାଇଁ ଦେଶରେ ଦେଖାଦେଇଛି କୋଇଲା ଅଭାବ

ଯଦି ଏହି ସମସ୍ୟା ସମାଧାନ ନହୁଏ ତେବେ ଏସବୁ ରାଜ୍ୟ ବ୍ଲାକ ଆଉଟ୍ ପରିସ୍ଥିତିର ସାମ୍ନା କରିପାରନ୍ତି। ଦିଲ୍ଲୀ ସମେତ ଅନେକ ରାଜ୍ୟରେ ବିଜୁଳି କାଟ୍ ଆରମ୍ଭ ହୋଇଯାଇଛି । ସେପଟେ ରାଜ୍ୟଗୁଡ଼ିକର ଅଭିଯୋଗକୁ ଖଣ୍ଡନ କରିବା ସହ ଦେଶରେ ବିଦ୍ୟୁତ୍ ସଂକଟ ନାହିଁ ବୋଲି କେନ୍ଦ୍ର ସରକାର କହିଛନ୍ତି ।

ଭୁଶୁଡ଼ୁଛି ମାଓ ଗଡ଼, କନ୍ଧମାଳ ପୋଲିସ ପାଖରେ ଜଣେ ମାଓବାଦୀର ଆତ୍ମସମର୍ପଣ

ଫୁଲବାଣୀ: କନ୍ଧମାଳ ପୋଲିସ ପାଖରେ ମାଓବାଦୀଙ୍କ ଆତ୍ମସମର୍ପଣ । ଛତିଶଗଡ଼ରେ ସକ୍ରିୟ ଥିବା ମାଓବାଦୀ ରାହୁଲ ମୂଷାକୀ ଆତ୍ମସମର୍ପଣ କରିଛି । ସୁକୁମା ଜିଲ୍ଲା ତଲତ ଗାଁରେ ରାହୁଲର ଘର । ୨୦୧୫ରେ ମାଓବାଦୀ ସଂଗଠନରେ ଯୋଗ ଦେଇଥିଲା ଏବଂ ଜଣେ ପାର୍ଟି ମେମ୍ବର ଭାବେ ବଂଶଧାରା ଘୁମୁସର ନାଗାବଳି ଡିଭିଜନରେ କାମ କରୁଥିଲା ।

Maoist Surrendered Before Kandhamal SP

ବହୁ ମାଓ ସଂଗଠନରେ କାମ କରୁଥିବା ସମୟରେ ବହୁ ମାଓ ହିଂସାକାଣ୍ଡରେ ସାମିଲ୍ ଥିଲା । ମାଓବାଦୀଙ୍କ କଥା ନଶୁଣିଲେ ତାଙ୍କୁ ନିର୍ଯାତନା ସହ ହତ୍ୟା କରୁଥିଲା । ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ ହେବାକୁ ସେ ମାଓ ସଂଗଠନ ଛାଡ଼ିଥିବା କହିଛି । ମାଓବାଦୀ ହିଂସାର ରାସ୍ତା ଛାଡ଼ି ମୁଖ୍ୟ ସ୍ରୋତରେ ସାମିଲ୍ ହୋଇ ବିକାଶରେ ସାମିଲ୍ ହୁଅନ୍ତୁ ବୋଲି କନ୍ଧମାଳ ଏସପି ଭିନୀତ ଅଗ୍ରୱାଲ କହିଛନ୍ତି ।

ଜାମ୍ମୁ କାଶ୍ମୀରର ୧୬ ସ୍ଥାନରେ NIAର ରେଡ୍, ୬୦୦ ଜଣଙ୍କୁ ଜେରା

ଶ୍ରୀନଗର: ଜାମ୍ମୁ-କାଶ୍ମୀରରେ ଆତଙ୍କୀ କାର୍ଯ୍ୟକଳାପ ଜାରି ରହିଥିବା ବେଳେ ଆଜି ୧୬ଟି ସ୍ଥାନରେ ଚଢ଼ାଉ କରିଛି NIA । ଟେରର୍ ଫଣ୍ଡିଂ ଓ ଦୁଇଟି ଆତଙ୍କୀ ହମଲାରେ ସମ୍ପୃକ୍ତି ଥିବା ସନ୍ଦେହରେ NIA  ଚଢ଼ାଉ କରିଛି । ଶ୍ରୀନଗର, ଅନନ୍ତନାଗ, କୁଲଗାମ, ବାରମୂଳାର ବିଭିନ୍ନ ଅଞ୍ଚଳରେ ରେଡ୍ ଜାରି ରହିଛି ।

NIA Continues Raids In 16 Places OF J&K In Terror Link

ଗତକିଛି ଦିନ ମଧ୍ୟରେ ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇଥିବା ବେଳେ ଗତ ୧୦ ଦିନ ମଧ୍ୟରେ ୧୦ରୁ ଊର୍ଦ୍ଧ୍ବ ସାଧାରଣ ଲୋକଙ୍କୁ ହତ୍ୟା କରାଯାଇଛି । ପାକିସ୍ତାନ ଆତଙ୍କୀ ସଂଗଠନ ଲିଙ୍କ୍ ଓ ଟେରର ଫଣ୍ଡିକୁ ନେଇ ବିଭିନ୍ନ ସ୍ଥାନରେ ରେଡ୍‌ ଜାରି ରହିଛି । ଘଟଣାରେ ସମ୍ପୃକ୍ତି ସନ୍ଦେହରେ ତଦନ୍ତକାରୀ ସଂସ୍ଥା ଶ୍ରୀନଗରର ପ୍ରାୟ ୭୦ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି ।

ଗତ ଦୁଇ ତିନି ମଧ୍ୟରେ NIA ପାଖାପାଖି ୬୦୦ ଲୋକଙ୍କୁ ଉଠାଇ ଆଣି ଜେରା କରୁଛି । ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଏବା, ହିଜବୁଲ ମୁଜାହିଦ୍ଦିନ, ଜୈଶ-ଏ-ମହମ୍ମଦ ସହ ଲିଙ୍କ ନେଇ ଏମାନଙ୍କୁ ପଚରାଉଚରା କରାଯାଉଛି । ଏହାସହ ଅନେକ ମୋବାଇଲ ଫୋନ୍, ହାର୍ଡଡିସ୍କ  ଓ SD କାର୍ଡ ଜବତ କରିଛି NIA ।

୮ ମାସ ହେଲା ଇଟା ଭାଟିରେ ବନ୍ଧକ ଥିଲେ ଦାଦନ ଶ୍ରମିକ, ମୁକୁଳାଇଲା ପ୍ରଶାସନ

ନବରଙ୍ଗପୁର: ପେଟ ପାଇଁ ଦାଦନ ଖଟିବାକୁ ଯାଇ ବନ୍ଧା ପଡ଼ି ଯାଇଥିଲେ ଶ୍ରମିକ । ସୂଚନା ପାଇ ତେଲଙ୍ଗାନାର ରାଙ୍ଗାରେଡ୍ଡୀ ଜିଲ୍ଲାରୁ ବନ୍ଧକ ଶ୍ରମିକଙ୍କୁ ଉଦ୍ଧାର କଲା ନବରଙ୍ଗପୁର ଜିଲ୍ଲା ପ୍ରଶାସନ । କରୋନା ଯୋଗୁଁ ଆର୍ଥିକ ପରିସ୍ଥିତ ଖରାପ ହେବା ପରେ ଡାବୁଗାଁ ବ୍ଲକ ଓ ଉମରକୋଟ ବ୍ଲକର ୧୧ ଜଣ ଯୁବକ ତେଲଙ୍ଗାନା ଯାଇଥିଲେ । ସେମାନଙ୍କୁ ମାଲକାନଗିରି ଜିଲ୍ଲାର ଏମଭି-୭୯ର ଛୋଟୁ ମଣ୍ଡଳ ନାମକ    ଦଲାଲ ତେଲଙ୍ଗାନା କାମ ଦେବ ବୋଲି ନେଇ ଯାଇଥିଲା ।

Nabarangpur Administration Rescued Stranded Labour From Telangana

ସେଠାରେ ରାଙ୍ଗାରେଡ୍ଡୀ ଜିଲ୍ଲା ହିମାଏଚ ସାଗର ଗାଁର ଏକ ସିମେଣ୍ଟ ଇଟା ଫ୍ୟାକ୍ଟ୍ରିରେ ଶ୍ରମିକଙ୍କୁ ନିୟୋଜିତ କରାଯାଇଥିଲା । ଯୁବକ ଯୁବତୀଙ୍କ ଅସହାୟତର ସୁଯୋଗ ନେଇ ସମ୍ପୃକ୍ତ ଇଟା ଭାଟି ମାଲିକ କାମ କରାଇ ୮ ମାସ ହେଲା ପାରିଶ୍ରମିକ ନଦେଇ ବନ୍ଧକ ରଖିଥିଲା । କୌଶଳକ୍ରମେ ୩ ଜଣ ଖିସ ଆସି ପ୍ରଶାସନକୁ ଏନେଇ ସୂଚନା ଦେଇଥିଲେ ।

Nabarangpur Administration Rescued Stranded Labour From Telangana

ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ ବିଭାଗର ଏକ ଟିମ ତେଲଙ୍ଗାନା ଯାଇ ସେଠାକାର ପ୍ରଶାସନ ସହାୟତାରେ ବନ୍ଧକ ୮ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରି ଫେରିଛି । ଏଥିସହ ଇଟା ଫ୍ୟାକ୍ଟ୍ରି ମାଲିକ ଠାରୁ ଶ୍ରମିକଙ୍କ ବକେୟା ବାବଦ ୫ଲକ୍ଷ ଟଙ୍କା ଆଣିଛି ପ୍ରଶାସନ । ଏନେଇ ଶ୍ରମ ବିଭାଗ ଆନ୍ତଃ ରାଜ୍ୟ ଶ୍ରମିକ ଚାଲାଣ ଅଭିଯୋଗରେ ମାମଲା ରୁଜୁ କରିଛି ।

ଦରବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କ ଆର୍ଥିକ ନୀତିକୁ ଦାୟୀ କଲା ବ୍ୟବସାୟୀ ସଂଘ

ଭୁବନେଶ୍ୱର: ହୁ ହୁ ହୋଇ ରାଜ୍ୟରେ ବଢ଼ି ଚାଲିଛି ଅତ୍ୟାବଶ୍ୟକ ସାମଗ୍ରୀର ଦର । ଏନେଇ କେନ୍ଦ୍ର ସରକାରଙ୍କ ଆର୍ଥିକ ନୀତିକୁ ଦାୟୀ କରିଛି ବ୍ୟବସାୟୀ ସଂଘ । କେନ୍ଦ୍ର ସରକାର କର୍ପୋରେଟ ସଂସ୍ଥାଙ୍କୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗ କରିଛନ୍ତି ସଂଘର ମହାସଚିବ ସୁଧାକର ପଣ୍ଡା । ମାର୍କେଟରେ କମ୍ ଗଚ୍ଛିତ ଥିବା ସାମଗ୍ରୀକୁ କର୍ପୋରେଟ୍ ସଂସ୍ଥା ନେଇ ଯାଇ କୃତ୍ରିମ ଅଭାବ ସୃଷ୍ଟି କରୁଛନ୍ତି ।

Traders Association Alleged Price Hiked For Corporate House

ଯେଉଁ ଅତ୍ୟାବଶ୍ୟକୀୟ ସାମଗ୍ରୀର ଅଧିକ ଆବଶ୍ୟକତା ରହୁଛି, ତାକୁ ସେମାନେ ଅଧିକ ପରିମାଣରେ ଗଚ୍ଛିତ କରିବାରୁ ଦରଦାମ ବୃଦ୍ଧି ହେବାରେ ସହାୟକ ହେଉଛି । ତେଣୁ କେନ୍ଦ୍ର ସରକାର ନିଜ ଆର୍ଥିକ ନୀତି ସୁଧାରିବା ପାଇଁ ଅନୁରୋଧ କରିଛନ୍ତି ସଂଘର ମହାସଚିବ । ନ ହେଲେ ଆଗକୁ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବ ବୋଲି କହିଛନ୍ତି ସୁଧାକର ପଣ୍ଡା ।

ରାଜ୍ୟରେ ଏବେ ଯଥେଷ୍ଟ ଖାଦ୍ୟ ସାମଗ୍ରୀ ମହଜୁଦ୍ ରହିଛି । ବାତ୍ୟା ପାଇଁ କେହି ଭୟଭୀତ ହୁଅନ୍ତୁ ନାହିଁ । ଆବଶ୍ୟକତା ଅନୁସାରେ ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯିବା ନେଇ ବ୍ୟବସାୟୀ ସଂଘ ଆଶ୍ୱସନା ଦେଇଛି ।