ଧୋନିଙ୍କ ପ୍ରେମରେ WWE ସୁପରଷ୍ଟାର ଜନ୍ ସିନା; ଇନଷ୍ଟାଗ୍ରାମରେ ସେୟାର କଲେ ଫଟୋ

1 min read

ନୂଆଦିଲ୍ଲୀ: ମହେନ୍ଦ୍ର ସିଂ ଧୋନୀ ଭାରତୀୟ କିକେଟ ଦଳର ପୂର୍ବତନ ଅଧିନାୟକ । ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇସାରିଲେଣି ଧୋନି । କିନ୍ତୁ ଏବେ ବି ସବୁବେଳେ ଚର୍ଚ୍ଚାରେ ରହିଛନ୍ତି ଧୋନି । ଖାଲି ଭାରତରେ ଲୋକପ୍ରିୟ ନୁହଁନ୍ତି ମହେନ୍ଦ୍ର ସିଂ ଧୋନି । ସାରା ବିଶ୍ବରେ ଲୋକପ୍ରିୟ ମହେନ୍ଦ୍ର ସିଂ ଧୋନି । ତେବେ ଧୋନିଙ୍କ ଏହି ଫ୍ୟାନ ଲିଷ୍ଟରେ ସାମିଲ ହୋଇଛନ୍ତି WWE ସୁପରଷ୍ଟାର ଜନ୍ ସିନା । ସିନା ଶନିବାର ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏମଏସ ଧୋନିଙ୍କ ଫଟୋ ସେୟାର କରିଛନ୍ତି । ସେୟାର ହୋଇଥିବା ଫଟୋଟି ଚଳିତ ଟି-୨୦ ବିଶ୍ବକପର । ଏହି ଫଟୋରେ ଧୋନି କାହା ସହ ହାତ ମିଳାଉଥିବାର ନଜର ଆସୁଛନ୍ତି । ଏହି ଫୋଟକୁ ଲକ୍ଷ ଲକ୍ଷ ଲୋକ ଲାଇକ କରିଛନ୍ତି ।  ଜନ୍ ସିନା ପ୍ରାୟ ଭାରତୀୟ କଳାକାର, କ୍ରୀଡାବିତଙ୍କ ଫଟୋକୁ ସେୟାର କରନ୍ତି । କିନ୍ତୁ ପ୍ରଥମ ଥର ପାଇଁ ସେ ନିଜ ଇନଷ୍ଟାଗ୍ରାମରେ ଧୋନିଙ୍କ ଫଟୋକୁ ପୋଷ୍ଟ କରିଛନ୍ତି । ଏହା ପୂବର୍ରୁ ଜନ ସିନା ବିରାଟ କୋହଲି, ଅମିତାଭ ବଚ୍ଚନ, ଶାହାରୁଖ ଖାନ, ଐଶ୍ବର୍ଯ୍ୟା ରାୟଙ୍କ ପରି ଷ୍ଟାରଙ୍କ ଫଟୋ ସେୟାର କରିଥିଲେ ।

 

View this post on Instagram

 

A post shared by John Cena (@johncena)

;

ଚଳିତ ଟି-୨୦ ବିଶ୍ବକପରେ ବିସିସିଆଇ ଏମଏସ ଧୋନିଙ୍କୁ ଭାରତୀୟ ଦଳର ମେଣ୍ଟର ଭାବରେ ନିଯୁକ୍ତି କରିଥିଲେ । କିନ୍ତୁ ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ନୈରାଶଜନକ ପ୍ରଦର୍ଶନ କରିଥିଲା ଯାହା ଫଳରେ ସେମିଫାଇନାଲରେ ନିଜର ସ୍ଥାନ ପକ୍କା କରିପାରିନଥିଲା  । ୪୦ ବର୍ଷିୟ ଧୋନି ୨୦୨୦ ମସିହା ଅଗଷ୍ଟ ୧୫ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ । ଭାରତ ପାଇଁ ଧୋନି ୩୫୦ଟି ଦିନିକିଆ, ୯୮ଟି ଟି-୨୦ ଅନ୍ତର୍ଜାତୀୟ ଓ ୯୦ଟି ଟେଷ୍ଟ ମ୍ୟାଚ ଖେଳି ୧୭ ହଜାର ୨୬୬ ରନ ସଂଗ୍ରହ କରିଥିଲେ । ଧୋନିଙ୍କ ଅଧିନାୟକତ୍ବରେ ଟିମ୍ ଇଣ୍ଡିଆ ତିନିଟୋ ଆଇସିସି ଟ୍ରଫି ଜିତିବାରେ ସଫଳ ହୋଇଛନ୍ତି । ଏହା ସହ ଧୋନି ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଚାରୋଟି ଟ୍ରଫି ଜିତିବାରେ ସଫଳ ହୋଇଛନ୍ତି ।

Leave a Reply