କାରରୁ ଜବତ ହେଲା ବିଜେପି ନେତାଙ୍କ ଶବ

1 min read

ଝାଡ଼ଖଣ୍ଡ : ଝାଡ଼ଖଣ୍ଡ ପଲାମୁ ଅଞ୍ଚଳରେ ଏକ କାରରୁ ଭାରତୀୟ ଜନତା ପାର୍ଟି ଯୁବ ମୋର୍ଚ୍ଚା କୋଷାଧ୍ୟକ୍ଷ ସୁମିତ ଶ୍ରୀବାସ୍ତବଙ୍କ ଶବ ଜବତ ହୋଇଛି । ୨୫ ବର୍ଷୀୟ ସୁମିତଙ୍କୁ ହତ୍ୟା କରାଯାଇଥିବା କଥା କୁହାଯାଉଛି । ଏନଏଚ ୯୮ ଡାଲଟନଙ୍ଗଜ-ଓୈରଙ୍ଗାବାଦ ମୁଖ୍ୟ ପଥ ନିକଟସ୍ଥ ହରିହରଗଞ୍ଜ ଥାନା ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ଥିବା ପାହାଡ଼ି ମନ୍ଦିର ରୋଡରେ ସୁମିତଙ୍କ ଗାଡ଼ି ଜବତ ହୋଇଥିଲା ।

ଏହି ଘଟଣା ପରେ ଭାଜପା କର୍ମକର୍ତ୍ତାବୃନ୍ଦ ଆକ୍ରୋଶ କରୁଥିବା ବେଳେ ସୁମିତଙ୍କ ପରିବାରରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି । ପୋଲିସ ମାମଲାର ତଦନ୍ତ କରିବା ସହ ଖୁବ୍ ଶୀଘ୍ର ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହେବ ବୋଲି ସ୍ପଷ୍ଟ କରିଛି । ଭାରତୀୟ ଜନତା ପାର୍ଟି ଯୁବ ମୋର୍ଚ୍ଚାର ନେତା ସୁମିତ ହରିହରଗଞ୍ଜର ନିବାସୀ । ସୁମିତଙ୍କ ବାପା ବିଜୟ କୁମାର ସିହ୍ନାଙ୍କ କହିବାନୁସାରେ ଗତକାଲି ୧୦:୩୦ ସମୟରେ ସୁମିତ ସପରିବାର ସହ ଭୋଜନ କରିବା ପରେ ପ୍ରତ୍ୟେକ ଦିନ ଭଳି ସେ ନିଜ ଭାଇଙ୍କ ସହ ଘରଠୁ ଶହେ ମିଟର ଦୂରରେ ଥିବା ନିଜ ହୋଟେଲରେ ଶୋଇବାକୁ ଗଲେ । ପାଖାପାଖି ୧୨ଟା ସମୟରେ ସୁମିତଙ୍କୁ ଏକ ଫୋନ କଲ ଆସିଥିଲା । କୈାଣସି ଏକ କାମରେ ଯାଉଥିବା କଥା ସାନ ଭାଇଙ୍କୁ କହିଥିଲେ ।  ମାତ୍ର ଏହାପରେ ସେ ଆଉ ଘରକୁ ଫେରିନଥିଲେ ।

ସକାଳୁ ମର୍ଣ୍ଣିୱାକରେ ଯାଉଥିବା ଲୋକ କାରରେ ସୁମିତଙ୍କୁ ଦେଖିବାକୁ ପାଇଲେ । କାରଟି ଲକ୍ ଥିବାରୁ ସମସ୍ତଙ୍କୁ ସନ୍ଦେହ ହୋଇଥିଲା । ସ୍ଥାନୀୟ ଲୋକେ ସୁମିତଙ୍କ ପରିବାରବର୍ଗଙ୍କୁ ଜଣାଇବା ପରେ ତାଙ୍କୁ ନିକଟସ୍ଥ ଡାକ୍ତରଖାନା ନିଆଯାଇଥିଲା । ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଡାକ୍ତରଙ୍କ କହିବାନୁସାରେ ସୁମିତଙ୍କ କାନ ତଳେ ଧାରୁଆ ଅସ୍ତ୍ରରେ ଗଭୀର କ୍ଷତି ହୋଇଥିବା କାରଣରୁ ତାଙ୍କର ମୃତ୍ୟୁ ହୋଇଛି । ସୁମିତଙ୍କ ହତ୍ୟା ହୋଇଥିବା ଏଥିରୁ ଜଣାପଡ଼ୁଛି । ଏହି ହତ୍ୟା ଯୋଜନାବଦ୍ଧ ଭାବେ କରାଯାଇଥିବା ପୋଲିସ ତରଫରୁ ସୂଚନା ମିଳିଛି ।

 

 

 

 

 

 

 

Leave a Reply