spot_img
Home Blog Page 5036

ପାକିସ୍ତାନୀ ହ୍ୟାକର ହ୍ୟାକ କଲେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ୱେବସାଇଟ୍

ସମ୍ବଲପୁର: ସମ୍ବଲପୁର ବିଶ୍ବବିଦ୍ୟାଳୟର ୱେବ୍‌ସାଇଟ୍‌ ହ୍ୟାକ୍‌ । ବିଶ୍ୱବିଦ୍ୟାଳୟର ଗ୍ରିଭାନ୍ସ ୱେବସାଇଟ ହ୍ୟାକ୍ ହୋଇଥିବା ଅଭିଯୋଗ ହୋଇଛି । ପାକିସ୍ତାନ ହ୍ୟାକର ୱେବସାଇଟ୍ ହ୍ୟାକ୍ କରିଥିବା ସୂଚନା ମିଳିଛି । ୱେବସାଇଟ୍ ଖୋଲିଲେ ହ୍ୟାକ୍ ବାଏ ଡେଭିଲ୍ କିଲର ସହ ଅଲ୍‌ ପାକିସ୍ତାନୀ ବୋଲି ଲେଖା ଆସୁଛି ।

Sambalpur University Website Hacked By Pakistan Hackers

ହ୍ୟାକ୍ ହୋଇଥିବା ୱେବସାଇଟରେ ବିଶ୍ୱବିଦ୍ୟାଳୟର ସବୁ ଛାତ୍ରଛାତ୍ରୀଙ୍କ ବିସ୍ତୃତ ତଥ୍ୟ ଥାଏ । ନୋଟିସ୍, ପରୀକ୍ଷା ଓ ରେଜଲ୍ଟ ସମ୍ପର୍କୀୟ ତଥ୍ୟ ମଧ୍ୟ ରହିଥିବାରୁ ସେସବୁ ତଥ୍ୟ ଚୋରି ହେବା ଆଶଙ୍କା ପ୍ରକାଶ ପାଇଛି । ଗୋଟିଏ ପଟେ ସନ୍ଧ୍ୟାରେ ଭାରତ-ପାକିସ୍ତାନ ମ୍ୟାଚ୍ ଥିବା ବେଳେ ଅନ୍ୟପଟେ ପାକିସ୍ତାନ ଦ୍ୱାରା ୱେବସାଇଟ୍ ହ୍ୟାକ୍ ଅଭିଯୋଗ ନେଇ ଚର୍ଚ୍ଚା ଜୋର୍‌ ଧରିଛି ।

ପାର୍ବଣରେ ବ୍ୟାପୁଛି କରୋନା, ୨ଟି ଟ୍ରେନର ୫୫ ଯାତ୍ରୀ କୋଭିଡ୍ ସଂକ୍ରମିତ

ରାଞ୍ଚି: ଦେଶରେ ଚାଲିଛି ପାର୍ବଣ ଋତୁ । ନବରାତ୍ରୀ ପରେ ଦିପାବଳୀ ଓ ଛଟ୍ ପୂଜା ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି । ଅନ୍ୟପଟେ କରୋନା ସଂକ୍ରମଣ ମାମଲା ବଢ଼ୁଛି । ଗୋଟିଏ ପରେ ଗୋଟିଏ ମାମଲା ବଢ଼ିବା ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢ଼ାଇ ଦେଇଛି । କରୋନା ସଂକ୍ରମଣ ବ୍ୟାପୁଥିବାରୁ ପୁଣି ଥରେ ରେଲୱେ ଷ୍ଟେସନରେ କୋଭିଡ୍ ଟେଷ୍ଟ ଆରମ୍ଭ ହୋଇଛି ।

ଝାଡ଼ଖଣ୍ଡର ହାଟିଆ ଷ୍ଟେସନରେ କରୋନା ଟେଷ୍ଟ କରାଯାଉଛି । ଟ୍ରେନରୁ ଓହ୍ଲାଇଥିବା ଯାତ୍ରୀଙ୍କ ହେଉଛି ଆଣ୍ଟିଜେନ୍ ଟେଷ୍ଟ । ଶନିବାର ହାଟିଆ ଷ୍ଟେସନରୁ ଗୋଟିଏ ଥରରେ ୫୫ ଜଣ ଯାତ୍ରୀ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସୂଚନା ଅନୁସାରେ, ସମସ୍ତ ଯାତ୍ରୀ ତପସ୍ୱିନୀ ଏକ୍ସପ୍ରେସ୍ ଓ ରାଉରକେଲା ଏକ୍ସପ୍ରେସରେ ହାଟିଆ ପହଞ୍ଚିଥିଲେ । ରେଲୱେ ଷ୍ଟେସନରେ ରାପିଡ୍ ଆଣ୍ଟିଜେନ ଟେଷ୍ଟରେ ୫୫ ଜଣଙ୍କ ନମୁନା କୋଭିଡ୍ ପଜିଟିଭ୍ ଆସିଛି ।

ସୂଚନା ଅନୁସାରେ, କୋଭିଡ୍ ଟେଷ୍ଟ ପାଇଁ ନମୁନା ଦେଇ ସମସ୍ତ ଯାତ୍ରୀ ପଳାଇଛନ୍ତି । ଯେତେବେଳେ କି କୌଣସି ବ୍ୟକ୍ତି କରୋନା ସଂକ୍ରମିତ ଚିହ୍ନଟ ହେଲେ ତାଙ୍କୁ ଆଇଲୋଲେସନ ସେଣ୍ଟର କିମ୍ବା କୋଭିଡ୍ ସେଣ୍ଟରରେ ଭର୍ତ୍ତି ପାଇଁ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶ ରହିଛି । ତେବେ ନିର୍ଦ୍ଦେଶ ସତ୍ତ୍ୱେ ଯାତ୍ରୀଙ୍କୁ ଘରକୁ ଛଡ଼ା ଯାଇଛି । ଯେଉଁଥିପାଇଁ କରୋନା ସଂକ୍ରମଣ ବ୍ୟାପିବା ଆଶଙ୍କା ରହିଛି ।

T20 ବିଶ୍ୱକପ୍: ଆଜି ଭାରତ-ପାକିସ୍ତାନ ମ୍ୟାଚ୍, ଜାଣନ୍ତୁ ଦୁବାଇର ପାଣିପାଗ ସ୍ଥିତି

ଆବୁଧାବି: ଟି-ଟ୍ୱେଣ୍ଟି ବିଶ୍ୱକପରେ ସବୁଠୁ ବଡ଼ ମୁକାବିଲା । କ୍ରିଜରେ ଲଢ଼ିବେ ଭାରତ-ପାକିସ୍ତାନ । ଯାହା ଉପରେ ରହିଛି ସମସ୍ତଙ୍କ ନଜର । ସନ୍ଧ୍ୟା ୭ଟା ୩୦ରେ ଦୁବାଇରେ ଆରମ୍ଭ ହେବ ଟକ୍କର । ପୂର୍ବରୁ ପାକିସ୍ତାନ ସହ ହୋଇଥିବା ସମସ୍ତ ମ୍ୟାଚ୍ ଭାରତ ସପକ୍ଷରେ ଯାଇଛି । ତେବେ ଟି-ଟ୍ୱେଣ୍ଟି ଫର୍ମାଟରେ ପାକିସ୍ତାନ ବି ଚକମା ଦେଇପାରେ । ଟି-ଟ୍ୱେଣ୍ଟି ବିଶ୍ୱକପରେ ଭାରତ-ପାକିସ୍ତାନ ୫ ଥର ମୁହାଁମୁହିଁ ହୋଇଛନ୍ତି । ବିଜୟ ଧାରାକୁ ଅବ୍ୟାହତ ରଖି ୬-୦ ସ୍କୋର କରିବାକୁ ଚାହିଁବ ଭାରତ । ତେବେ ଏସବୁ ଉପରେ ନିର୍ଭର କରୁଛି ଦୁବାଇର ପାଣିପାଗ । ଆସନ୍ତୁ ଜାଣିବା କଣ ରହିଛି ସେଠାକାର ପାଣିପାଗ ସ୍ଥିତି…

Cricket T20 World Cup India Vs Pakistan Dubai Weather Update

ଦୁବାଇୁ କ୍ରିକେଟପ୍ରେମୀଙ୍କ ଲାଗି ଭଲ ଖବର ଆସିଛି । ଦୁବାଇରେ ଆଜି ସନ୍ଧ୍ୟା ସମୟରେ ଆକାଶ ସଫା ରହିବା ସହ ବର୍ଷାର କୌଣସି ଆଶଙ୍କା ନାହିଁ । ସନ୍ଧ୍ୟା ବେଳେ ତାପମାତ୍ରା ପ୍ରାୟ ୩୧ ଡିଗ୍ରୀ ପାଖାପାଖି ରହିବ । ଦକ୍ଷିଣରୁ ପୂର୍ବ ଦିଗକୁ ଘଣ୍ଟାପ୍ରତି ୭ କିଲୋମିଟର ବେଗରେ ପବନ ବହିବ । ଏହାସହ ସନ୍ଧ୍ୟାରେ ଆଦ୍ରତା ୭୦ ପ୍ରତିଶତ ପାଖାପାଖି ରହିବ । ଅର୍ଥାତ୍ କ୍ରିକେଟ୍ ପାଇଁ ଭଲ ପାଗ ।

Cricket T20 World Cup India Vs Pakistan Dubai Weather Update

ଭାରତ-ପାକିସ୍ତାନ ମଧ୍ୟରେ ଖେଳା ଯିବାକୁ ଥିବା ମ୍ୟାଚରେ ଟସର ବଡ଼ ଭୂମିକା ରହିବ । ୟୁଏଇରେ ପାଗ ବଦୁଳିଥିବାରୁ କମ ଗରମ ହେବ । ସନ୍ଧ୍ୟା ସମୟରେ କାକରର ପ୍ରଭାବ ମ୍ୟାଚ୍ ଉପରେ ପଡ଼ିପାରେ । ସୂଚନାଯୋଗ୍ୟ ୨୦୨୦ ଆଇପିଏଲ୍ ମୁକାବିଲାର ପ୍ରଥମ ଭାଗରେ ଅଧିକ ଗରମ ହେଉଥିଲା । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୭୭ ପ୍ରତିଶତ ବିଜୟ ମିଳୁଥିଲା ।

Cricket T20 World Cup India Vs Pakistan Dubai Weather Update

ଭାରତ ଗ୍ରୁପରେ ୫ଟି ମ୍ୟାଚରୁ ୪ଟି ମୁକାବିଲା ଦୁବାଇରେ ଖେଳିବ । ବିଗତ ବର୍ଷର ପାଣିପାଗ ସ୍ଥିତି ଉପରେ ନଜର ପକାଇଲେ ଏଠାରେ ପିଚ୍ ସେତେ ବଦଳି ନାହିଁ । ବିଗତ ୨ଟି ଆଇପିଏଲ୍ ସିଜିନରେ ମଧ୍ୟ ସ୍କୋର ୧୫୦ରୁ ୧୬୦ ଭିତରେ ରହିଛି । ଦ୍ରୁତ୍ ବୋଲରଙ୍କୁ ଅଧିକ ୱିକେଟ୍ ମିଳିଛି । ରେକର୍ଡ କଥା କହିଲେ ଦୁବାଇରେ ଗୋଟିଏ ୱିକେଟ୍ ପାଇଁ ୨୭ ରନ୍ ଦିଅନ୍ତି ଦ୍ରୁତ ବୋଲର । ଯେତେବେଳେ କି ଗୋଟିଏ ୱିକେଟ୍ ନେବାକୁ ସ୍ପିନର ହାରାହାରି ୩୨ ରନ୍ ଦିଅନ୍ତି ।

୨୬ ଜିଲ୍ଲାରୁ ୪୪୭ କୋଭିଡ୍ ପଜିଟିଭ୍, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୪୪୭ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଶୂନରୁ ୧୮ ବର୍ଷ ମଧ୍ୟରେ ୭୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୨୬୦ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୮୭ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳରୁ ୩, ବାଲେଶ୍ୱରରୁ ୧୩, ବରଗଡ଼ରୁ ଜଣେ, ଭଦ୍ରକରୁ ୨ ଜଣ, ବଲାଙ୍ଗିରରୁ ଜଣେ, କଟକରୁ ୬୨, ଦେବଗଡ଼ରୁ ୨, ଢେଙ୍କାନାଳରୁ ୪, ଗଜପତିରୁ ୪, ଗଞ୍ଜାମରୁ ୨, ଜଗତସିଂହପୁରରୁ ୧୨, ଯାଜପୁରରୁ ୧୧, ଝାରସୁଗୁଡ଼ାରୁ ଜଣେ, କଳାହାଣ୍ଡିରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

କେନ୍ଦ୍ରାପଡ଼ାରୁ ୮, କୋରାପୁଟରୁ ୨, ମାଲକାନଗିରିରୁ ୨, ମୟୂରଭଞ୍ଜରୁ ୧୭, ନୟାଗଡ଼ରୁ ୫, ନୂଆପଡ଼ାରୁ ୨, ପୁରୀରୁ ୮, ରାୟଗଡ଼ାରୁ ୩୧, ସମ୍ବଲପୁରରୁ ୨୪, ସୋନପୁରରୁ ୧, ସୁନ୍ଦରଗଡ଼ରୁ ୫ ଓ ଷ୍ଟେଟପୁଲରୁ ୪୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୩୮ ହଜାର ୪୧୧କୁ ବୃଦ୍ଧି ପାଇଛି । ୧୦ ଲକ୍ଷ ୨୫ ହଜାର ୫୦୭ ଜଣ କରୋନାରୁ ସୁସ୍ଥ ହୋଇଥିବା ବେଳେ ୪ ହଜାର ୫୪୨ ସକ୍ରିୟ ସଂକ୍ରମିତ ଅଛନ୍ତି ।

T20 ବିଶ୍ୱକପ୍: ମହା ମୁକାବିଲା ପୂର୍ବରୁ ମୁହାଁମୁହିଁ ଭାରତ ଓ ପାକିସ୍ତାନ କମ୍ପାନୀ

ନୂଆଦିଲ୍ଲୀ: ଆଜି ସନ୍ଧ୍ୟାରେ ଭାରତ-ପାକିସ୍ତାନ ମଧ୍ୟରେ ଖେଳାଯିବ ଟି-ଟ୍ୱେଣ୍ଟି ବିଶ୍ୱକପ୍ ସୁପର-୧୨ର ପ୍ରଥମ ମ୍ୟାଚ୍ । ଏହି ମ୍ୟାଚକୁ ଉତ୍କଣ୍ଠାର ସହ ଦୀର୍ଘ ଦିନରୁ ଅପେକ୍ଷା କରି ରହିଛନ୍ତି କ୍ରିକେଟ୍ ପ୍ରେମୀ । ଉଭୟ ଦେଶ ମଧ୍ୟରେ ଦୀର୍ଘ ବର୍ଷ ପରେ ମୁକାବିଲା ହେବାକୁ ଯାଉଛି । ଏହାକୁ ନେଇ ସବୁଠି କ୍ରେଜ୍ ରହିଛି । ତେବେ ଆଜି ସନ୍ଧ୍ୟା ୭ଟା ୩୦ରେ ହେବାକୁ ଥିବା ମ୍ୟାଚକୁ ନେଇ ଟ୍ୱିଟରରେ ଆରମ୍ଭ ହୋଇଛି ଭିଡ଼ାଭିଡ଼ି ।

ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ଟ୍ୱିଟରରେ ମାହୋଲ ଜମୁଥିବା ବେଳେ ଦୁଇ କମ୍ପାନୀଙ୍କ ମଧ୍ୟରେ ଟ୍ୱିଟ୍ ଯୁଦ୍ଧ ଆରମ୍ଭ ହୋଇଛି । ଭାରତ ପକ୍ଷରୁ ଜମାଟୋ ମ୍ୟାଚକୁ ନେଇ ଏକ ଟ୍ୱିଟ୍ କରିଥିଲା । ଯାହାପରେ ପାକିସ୍ତାନ ପକ୍ଷରୁ କରିମ ପାକିସ୍ତାନ କମ୍ପାନୀ ଟ୍ୱିଟର ଜବାବ ଦେଇଛି । ପରେ ଏହି ଦୁଇ ଟ୍ୱିଟକୁ ନେଇ ପ୍ରଶଂସକ ବି ଯୁଦ୍ଧକୁ ଡେଇଁଛନ୍ତି ।

ମ୍ୟାଚ୍ ପୂର୍ବରୁ ଜମାଟୋ ପାକିସ୍ତାନ କ୍ରିକେଟ୍ ବୋର୍ଡକୁ ଟ୍ୱିଟ୍ କରି ଲେଖିଥିଲା ‘ପ୍ରିୟ ପିସିବି, ଯଦି ଆପଣଙ୍କୁ ବର୍ଗର ଓ ପିଜ୍ଜାର ଆବଶ୍ୟକତା ଅଛି ତ ଆମେ କେବଳ ଏକ ମେସେଜ ଦୂରରେ ଅଛୁ ।’ ଜମାଟୋ କରିଥିବା ଏହି ଟ୍ୱିଟର ଜବାବରେ କରିମ ପାକିସ୍ତାନ ଲେଖିଛି ‘ଚିନ୍ତା କର ନାହିଁ, ଆମେ ତାଙ୍କୁ ମାଗଣାରେ ବର୍ଗର ଓ ପିଜ୍ଜା ଯୋଗାଉଛୁ । ଏବଂ ଆପଣଙ୍କ ପାଇଁ ବଢ଼ିଆ ଚା ପଠାଉଛୁ ।’ ୨ କମ୍ପାନୀର ଏହି ଟ୍ୱିଟକୁ ନେଇ ମଧ୍ୟ ଫ୍ୟାନଙ୍କ ଟିପ୍ପଣୀ ବଢ଼ି ଚାଲିଛି ।

ଲଗାତାର ପଞ୍ଚମ ଦିନ ବଢ଼ିଲା ତୈଳଦର, ମାଲକାନଗିରିରେ ୧୧୦ ଡେଇଁଲା ଡିଜେଲ୍

ଭୁବନେଶ୍ୱର: ଦେଶରେ ପୁଣି ବଢ଼ିଛି ପେଟ୍ରୋଲ ଓ ଡିଜେଲ ଦାମ । ଲଗାତାର ପଞ୍ଚମ ଦିନରେ ତୈଳଦର ବୃଦ୍ଧି ପାଇଛି । ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଉଭୟ ପେଟ୍ରୋଲ ଓ ଡିଜେଲ୍ ଦାମ ଲିଟର ପିଛା ୩୫ ପଇସା ଲେଖାଏଁ ବଢ଼ିଛି । ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୦୭ ଟଙ୍କା ୫୯ ପଇସା ଓ ଡିଜେଲ୍ ଦାମ ୯୬ ଟଙ୍କା ୩୨ ପଇସା ରହିଛି ।

ତୈଳଦର ବଢ଼ୁଥିବାରୁ ପରିବହନ ଭଡ଼ା ବଢ଼ି ସବୁର ଦରଦାମ ମଧ୍ୟ ବୃଦ୍ଧି ପାଉଛି । ରାଜ୍ୟର ସମସ୍ତ ଜିଲ୍ଲାରେ ଡିଜେଲ୍ ଦର ୧୦୫ ଟଙ୍କା ଉପରେ ରହିଛି । ମାଲକାନଗିରିରେ ଡିଜେଲର ସର୍ବାଧିକ ଦର ଲିଟର ପିଛା ୧୧୦ ଟଙ୍କା ୪୭ ପଇସା ଥିବାବେଳେ କୋରାପୁଟରେ ୧୦୯ ଟଙ୍କା ୯୦ ପଇସା, ନବରଙ୍ଗପୁରରେ ୧୦୯ ଟଙ୍କା ୨୪ ପଇସା, ରାୟଗଡ଼ାରେ ୧୦୯ ଟଙ୍କା ୬ ପଇସା ରହିଛି । ଭୁବନେଶ୍ୱରରେ ଡିଜେଲ୍ ୧୦୫ ଟଙ୍କା ୭ ପଇସାରେ ବିକ୍ରି ହେଉଛି ।

ଡିଜେଲ୍ ଭଳି ପେଟ୍ରୋଲ୍ ଦର ମଧ୍ୟ ସର୍ବକାଳୀନ ରେକର୍ଡ ଭାଙ୍ଗିଛି । ରାଜ୍ୟର ୧୩ ଜିଲ୍ଲାରେ ପେଟ୍ରୋଲ ଦର ୧୧୦ ଟଙ୍କା ଉପରେ ରହିଛି । ମାଲକାନଗିରିରେ ପେଟ୍ରୋଲର ସର୍ବାଧିକ ଦର ୧୧୪ ଟଙ୍କା ୧୩ ପଇସା ଥିବାବେଳେ କୋରାପୁଟରେ ୧୧୩ ଟଙ୍କା ୫୪ ପଇସା, ନବରଙ୍ଗପୁରରେ ୧୧୨ ଟଙ୍କା ୮୫ ପଇସା, ରାୟଗଡ଼ାରେ ୧୧୨ ଟଙ୍କା ୬୯ ପଇସା ରହିଛି । ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୧୦୮ ଟଙ୍କା ୫୫ ପଇସାରେ ବିକ୍ରି ହେଉଛି ।

ମମିତା ମେହେର ହତ୍ୟା ମାମଲା, ଗୋବିନ୍ଦକୁ ପୋଲିସର ଘନ ଘନ ଜେରା

ବଲାଙ୍ଗିର: ସନ୍‌ ସାଇନ ପ୍ଲବିକ ସ୍କୁଲ୍ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲା । ରିମାଣ୍ଡରେ ସତ ଉଗାରୁଛି ଅଭିଯୁକ୍ତ ଗୋବିନ୍ଦ ସାହୁ । ଗତକାଲି ରାତିରେ ଗୋବିନ୍ଦକୁ ଏସପି ଅଫିସରୁ କଡ଼ା ସୁରକ୍ଷା ଭିତରେ ରିଜର୍ଭ ପୋଲିସ ବାରାକକୁ ଅଣାଯାଇଥିଲା । ରାଧେ ଘରୁ ମିଳିଥିବା ବ୍ୟାଗ କାହାର ସେ ନେଇ ରିଜର୍ଭ ପୋଲିସ ତିନି ଘଣ୍ଟା ଧରି ପଚରାଉଚରା କରିଥିଲା । ପରେ ବିଳମ୍ବିତ ରାତିରେ ପୁଣି ଗୋବିନ୍ଦଙ୍କୁ ଏସପିଙ୍କ କାର୍ଯ୍ୟାଳୟକୁ ଫେରାଇ ଆଣିଥିଲା ପୋଲିସ ।

Mamita Meher Murder Case, Gobinda Sahoo Remand Last Day

ଆଜି ସରୁଛି ଗୋବିନ୍ଦର ରିମାଣ୍ଡ ଅବଧି । ରିମାଣ୍ଡର ଶେଷ ଦିନରେ ଅଧିକ ଜେରା କରି ସତ ଉଗାରିବ ପୋଲିସ । ଏହାସହ ମମିତା ମର୍ଡର ମାମଲାରେ ଗ୍ରାଉଣ୍ଡ ଜିରୋରେ ପହିଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ମହିଳା କମିଶନ ଅଧ୍ୟକ୍ଷା । ଝରଣୀ ଗାଁରେ ମମିତାଙ୍କ ପରିବାର ଲୋକଙ୍କୁ ଭେଟି ଆଲୋଚନା କରି ସମସ୍ତ ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ ଅଧ୍ୟକ୍ଷା । ଦୋଷୀମାନଙ୍କୁ ଉଚିତ୍ ଦଣ୍ଡ ଦେଇ ମମିତାଙ୍କୁ ନ୍ୟାୟ ଦେବା ପାଇଁ ସେ ପ୍ରତିଶ୍ରୁତି ଦେଇଛନ୍ତି ।

Mamita Meher Murder Case, Gobinda Sahoo Remand Last Day

କଲେଜର ଛାତ୍ରଛାତ୍ରୀଙ୍କ କ୍ୟାରିଅର କିଭଳି ଅନ୍ଧାର ଭିତରକୁ ଠେଲି ନହୋଇଯିବ, କିଭଳି କଲେଜ ଠିକଠାକ୍ ଚାଲିବ ସେ  ନେଇ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ । ସେପଟେ ଗୋବିନ୍ଦକୁ କଠୋର ଦଣ୍ଡ ଦେବାକୁ ଏସପିଙ୍କୁ ଭେଟି ଦାବି କରିଛନ୍ତି ମମିତାଙ୍କ ପରିବାର ।

T20 ବିଶ୍ୱକପ୍: ଦୁବାଇରେ ଆଜି ଭାରତ-ପାକିସ୍ତାନ ଲଢ଼େଇ

ଆବୁଧାବି: କମୁଛି ସମୟ, ବଢ଼ୁଛି ଉତ୍କଣ୍ଠା । ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା । ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷ ମ୍ୟାଚରୁ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବ ଭାରତ । ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ମ୍ୟାଚ ଖେଳାଯିବ । ଏହି ମ୍ୟାଚର୍ ଉପରେ ରହିଛି ସମସ୍ତଙ୍କ ନଜର । ଭାରତୀୟ କ୍ରିକେଟ ଦଳର ନେତୃତ୍ୱ ବିରାଟ କୋହଲି ନେଉଥିବା ବେଳେ ପାକିସ୍ତାନର ମଙ୍ଗ ସମ୍ଭାଳୁଛନ୍ତି ବାବର ଆଜମ ।

ମ୍ୟାଚ ପାଇଁ ପାକିସ୍ତାନ ୧୨ ଜଣିଆ ଦଳ ଘୋଷଣା କରିଥିବା ବେଳେ ଭାରତୀୟ ଦଳର କ୍ୟାପଟେନ କୋହଲି କହିଛନ୍ତି ଆମର ସମ୍ପୂର୍ଣ୍ଣ ଫୋକସ୍ ମ୍ୟାଚ୍ ଉପରେ ରହିଛି । ଆମେ ଭଲ ଖେଳିବୁ । ମ୍ୟାଚର ୨୪ ଘଣ୍ଟା ପୂର୍ବରୁ ୧୨ ଖେଳାଳିଙ୍କ ନାଁ ଘୋଷଣା କରିଛି ପିସିବି । ପାକିସ୍ତାନ ଟିମକୁ ସୋଏବ ମଲିକ ଫେରିଛନ୍ତି । ଏଥିସହ ମୋହମ୍ମଦ ହାଫିଜଙ୍କ ଭଳି ବରିଷ୍ଠ ଖେଳାଳି ଦଳରେ ଅଛନ୍ତି ।

ଭାରତ ପାଇଁ ପାକିସ୍ତାନ ଟିମ୍

ବାବର ଆଜମ (ଅଧିନାୟକ), ମୋହମ୍ମଦ ରିଜବାନ, ଫକର ଜମାନ, ମୋହମ୍ମଦ ହାଫିଜ୍, ସୋଏବ ମଲିକ, ଆସିଫ୍ ଅଲୀ, ଇମାଦ ବସିନ, ଶାଦାବ ଖାନ, ଶାହୀନ ଆଫ୍ରିଦି, ହସନ ଅଲୀ, ହରୀସ ରଊଫ, ହାଇଦର ଅଲୀ ।

ଭାରତ ଓ ପାକିସ୍ତାନ ଉଭୟଙ୍କ ପାଇଁ ଏହି ମୁକାବିଲା ଗୁରୁତ୍ୱପୂର୍ଣ୍ଣ । ଦୁଇ ଟିମଙ୍କ ମଧ୍ୟରେ ଟି-ଟ୍ୱେଣ୍ଟି ବିଶ୍ୱକପ୍ ୨୦୨୧ର ସୁପର୍-୧୨ ରାଉଣ୍ଡରେ ପ୍ରଥମ ମ୍ୟାଚ୍ ହେବ । ଉଭୟ ଦଳ ବିଜୟରୁ ଆରମ୍ଭ କରିବାକୁ ପ୍ରୟାସ କରିବେ । ଅତୀତରେ ଭାରତ-ପାକିସ୍ତାନ ମଧ୍ୟରେ ୫ଟି ମ୍ୟାଚ୍ ଖେଳା ଯାଇଥିବା ବେଳେ ସମସ୍ତ ମ୍ୟାଚ ଭାରତ ଜିତିଛି ।

ଭାରତୀୟ ଦଳ

ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପ ଅଧିନାୟକ), କେଏଲ୍ ରାହୁଲ, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ (ୱିକେଟ୍ କିପର), ଇଶାନ କିଷାନ, ହାର୍ଦ୍ଦିକ ପଣ୍ଡ୍ୟା, ରବୀନ୍ଦ୍ର ଜଡ଼େଜା, ରାହୁଲ ଚହର, ରବିଚନ୍ଦ୍ରନ ଅଶ୍ୱିନ, ଶାର୍ଦ୍ଦୁଲ ଠାକୁର, ବରୁଣ ଚକ୍ରବର୍ତ୍ତୀ, ଜସପ୍ରୀତ ବୁମରା, ଭୁବନେଶ୍ୱର କୁମାର, ମୋହମ୍ମଦ ସାମି ।

ମୁକାବିଲାର ୨୪ ଘଣ୍ଟା ପୂର୍ବରୁ ପାକିସ୍ତାନ ଦଳ ଘୋଷଣା କରିଥିବା ବେଳେ ଅଧିନାୟକ ବିରାଟ କୋହଲି କହିଛନ୍ତି ଦଳ ମ୍ୟାଚ୍ ବେଳେ ପ୍ଲେଇଂ ଇଲେଭେନ ଘୋଷଣା କରିବ ଭାରତ । ତେବେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଦଳ ଚିନ୍ତିତ ନଥିବା କହିଛନ୍ତି କୋହଲି ।

ଅନ୍ୟପଟେ ମ୍ୟାଚ୍ ପୂର୍ବରୁ ଜୋରସୋରରେ ଅଭ୍ୟାସ କରିଛି ଟିମ୍ ଇଣ୍ଡିଆ । ଟି-ଟ୍ୱେଣ୍ଟି ବିଶ୍ୱକପରେ ଟିମ୍ ଇଣ୍ଡିଆର ମେଣ୍ଟର ଏମଏସ୍ ଧୋନି ମଧ୍ୟ ନେଟ୍ ପ୍ରାକ୍ଟିସରେ ଖେଳାଳିଙ୍କୁ ସହଯୋଗ କରିଛନ୍ତି । ଧୋନିଙ୍କ ନେତୃତ୍ୱରେ ଭାରତୀୟ ଦଳ ୨୦୦୭ରେ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଜିତିଥିଲା । ଏବେ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଉପରେ ଭାରତର ନଜର ରହିଛି । ଭାରତୀୟ ଦଳ ଦୁଇଟି ୱାର୍ମ ଅପ୍ ମୁକାବିଲାରେ ବିଜୟୀ ହୋଇ ଶକ୍ତି ପ୍ରଦର୍ଶନ କରି ସାରିଛି । ପ୍ରଥମ ୱାର୍ମ ଅପ୍ ମୁକାବିଲାରେ ଭାରତୀୟ ଦଳ ଇଂଲଣ୍ଡକୁ ୭ ୱିକେଟରେ ମାତ୍ ଦେଇଥିବା ବେଳେ ଦ୍ୱିତୀୟ ମ୍ୟାଚରେ ଅଷ୍ଟ୍ରେଲିଆ ବିରୋଧରେ ୮ ୱିକେଟରେ ଏକତରଫା ବିଜୟ ହାସଲ କରିଥିବା ଭାରତର ମନୋବଳ ଦୃଢ଼ ରହିଛି ।

କ୍ୟାପିଟାଲ ହସପିଟାଲ ପଛପଟେ ଯୁବକଙ୍କୁ ଗୋଡ଼େଇ ପିଟିଲେ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଯୁବକକୁ ନିସ୍ତୁକ ମାଡ । ଲୁହା ରଡରେ କଲେ ଆକ୍ରମଣ । ଭୁବନେଶ୍ବରର କ୍ୟାପିଟାଲ ହସପିଟାଲ ଅଞ୍ଚଳରେ ଘଟିଛି ଏଭଳି ଘଟଣା । ସରକାରୀ ଜାଗାକୁ ନେଇ ଗଣ୍ଡଗୋଳ ହୋଇଥିବା ଅଭିଯୋଗ ହୋଇଛି । ଏଥିରେ ସିନୁ ସେଠୀ ଗୁରୁତର ହୋଇ ହସପିଟାଲରେ ଭର୍ତ୍ତି ହୋଇଛନ୍ତି । କ୍ୟାପିଟାଲ ଥାନା ପୋଲିସ ଜଣକୁ ଅଟକ ରଖି ତଦନ୍ତ ଚଳାଇଛି । ମାଡ ମରାଯିବାର ଭିଡିଓ ଭାଇରାଲ ହେବାରେ ଲାଗିଛି ।

T20 World Cup: ସୁପର 12ର ପ୍ରଥମ ଦିନରେ ଜିତିଲେ ଅଷ୍ଟ୍ରେଲିଆ, ଇଂଲଣ୍ଡ

ଦୁବାଇ: ଟି-୨୦ ବିଶ୍ବକପର ସୁପର ଟୁଏଲଭ୍ ପର୍ଯ୍ୟାୟର ପ୍ରଥମ ଦିନରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡର ରୋମାଞ୍ଚକର ବିଜୟ । ପ୍ରଥମେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହୋଇଥିଲା ମ୍ୟାଚ୍ । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ୯ ଓ୍ବିକେଟ ହରାଇ ୧୧୮ ରନ୍ କରିଥିଲା ଦକ୍ଷିଣ ଆଫ୍ରିକା । ମାର୍କରମ ସର୍ବାଧିକ ୪୦ ରନ୍ କରିଥିବାବେଳେ ଅନ୍ୟ ବ୍ୟାଟସମ୍ୟାନ ଭଲ ପ୍ରଦର୍ଶନ କରିନଥିଲେ ।

ଏହାର ଜବାବରେ ୫ ଓ୍ବିକେଟ୍ ହରାଇ ମ୍ୟାଚ୍ ଜିତି ନେଇଛି କଙ୍ଗାରୁ ଟିମ୍ । ସେପଟେ ଦ୍ବିତୀୟ ମ୍ୟାଚରେ ମୁହାଁମୁହଁ ହୋଇଥିଲେ ଓ୍ବେଷ୍ଟଇଣ୍ଡିଜ ଓ ଇଂଲଣ୍ଡ । ଓ୍ବେଣ୍ଟଇଣ୍ଡିଜ ମାତ୍ର ୫୫ ରନ୍ ଅଲଆଉଟ୍ ହୋଇଥିଲା । ଇଂଲଣ୍ଡର ଆଦିଲ ରସିଦ ସର୍ବାଧିକ ୪ଟି ଓ୍ବିକେଟ ନେଇଥିଲେ । ୫୫ ରନର ବିଜୟ ଲକ୍ଷ୍ୟକୁ ୪ ଓ୍ବିକେଟ ହରାଇ ହାସଲ କରିନେଇଥିଲା ଇଂଲଣ୍ଡ ।