କପିଲଙ୍କ ଶୋ’ରେ ମିଳିଲାନି ସ୍ମୃତିଙ୍କୁ ପ୍ରବେଶ

ମୁମ୍ବାଇ:  ଜଣେ ପ୍ରସିଦ୍ଧ ଏବଂ ସଫଳ ଅଭିନେତ୍ରୀ ହେବାଠାରୁ ଆରମ୍ଭ କରି କେନ୍ଦ୍ର ମନ୍ତ୍ରୀ ପର୍ଯ୍ୟନ୍ତ  ସ୍ମୃତି ଇରାନୀ ଅନେକ ଆଗକୁ ବଢ଼ିଛନ୍ତି ।  ଆଉ ଏବେ ସ୍ମୃତି ଜଣେ ଲେଖକ ଭାବରେ ଭିନ୍ନ ଏକ କ୍ୟାରିଅରରେ ପାଦ ଥାପିବାକୁ ଯାଉଛନ୍ତି ।  ରାଜନୀତିର ବ୍ୟସ୍ତ ବହୁଳ ସିଡ୍ୟୁଲ ମଧ୍ୟରୁ  ଏଣ୍ଟରଟେନମେଣ୍ଟ ଦୁନିଆର  ବନ୍ଧୁ ମାନଙ୍କୁ ସାକ୍ଷାତ୍‌ ପାଇଁ ସମୟ ନିହାତି ଭାବରେ ବାହାର କରନ୍ତି ସ୍ମୃତି ।  ନିକଟରେ ସେ କପିଲ ଶର୍ମାଙ୍କ ଶୋ’ରେ ନଜର ଆସିଥାନ୍ତେ । କିନ୍ତୁ କିଛି ଭୁଲ ବୁଝାମଣା ଯୋଗୁଁ ତାହା ସମ୍ଭବ ହୋଇପାରିଲା ନାହିଁ ।

ସୂଚନା ଅନୁସାରେ  କପିଲ ଶର୍ମାଙ୍କ ଶୋ’ ସେଟ୍‌ ମଧ୍ୟକୁ ତାଙ୍କୁ ପ୍ରବେଶ ଦିଆଗଲା ନାହିଁ । ସିକ୍ୟୁରିଟି ଜଣଙ୍କର କହିବା ଥିଲା ଯେ ଜଣେ ମନ୍ତ୍ରୀ ବିନା ସୁରକ୍ଷା କର୍ମୀରେ କିଭଳି ଏଠାକୁ ଆସିଥାଇ ପାରନ୍ତି । ବାସ୍‌ ସେତିକିରେ କଥା ଶେଷ । ଶେଷରେ ଅଧ ଘଣ୍ଟାର ଅପେକ୍ଷା ପରେ ସ୍ମୃତିକୁ ସେଠାରୁ ଖାଲି ଖାଲି ଫେରିବାକୁ ପଡ଼ିଲା । ଅବଶ୍ୟ ସ୍ମୃତିଙ୍କର ଅଧ ଘଣ୍ଟା ପରେ ଫ୍ଲାଇଟ୍‌ ଥିବାରୁ ସେ ଅଧିକ ଅପେକ୍ଷା ନ କରି ଫେରି ଯାଇଥିଲେ ।

କିନ୍ତୁ କପିଲଙ୍କୁ ଏହି ବାବଦରେ ଜଣା ପଡ଼ିବା ପରେ ସେ ଖୁବ୍‌ ମନ ଦୁଃଖ କରିଥିଲେ ଏବଂ ସ୍ମୃତିକୁ ଏଥିପାଇଁ କ୍ଷମା ମଧ୍ୟ ମାଗିଥିଲେ ।

ଅନ୍ୟପଟେ ଜଣେ ଲେଖିକା ଭାବରେ ଡେବ୍ୟୁ କରିବାକୁ ଯାଉଥିବାରୁ ସ୍ମୃତିଙ୍କୁ ପ୍ରଶଂସା କରିଛନ୍ତି ତାଙ୍କ ଘନିଷ୍ଠ ବାନ୍ଧବୀ ଏକତା କପୂର ।

ତେବେ ସ୍ମୃତି କେବଳ ଜଣେ ଅଭିନେତ୍ରୀ କିମ୍ବା ମନ୍ତ୍ରୀ ନୁହଁନ୍ତି ବରଂ ଜଣେ ସହୃଦୟ ବ୍ୟକ୍ତିତ୍ୱ । ଯିଏ ଅନ୍ୟର ଦୁଃଖ ସହିପାରନ୍ତି ନାହିଁ  ବୋଲି ଏକତା ଲେଖିଛନ୍ତି ।

Leave a Reply