spot_img
Home Blog Page 5035

ପୂର୍ବାଞ୍ଚଳ ଇଣ୍ଡିଆ ସ୍କିଲ୍ସ-୨୦୨୧ରେ ଶୀର୍ଷରେ ଓଡ଼ିଶା, ମିଳିଲା ୨୩ ସ୍ୱର୍ଣ୍ଣ

ଭୁବନେଶ୍ୱର: ଇଣ୍ଡିଆ ସ୍କିଲ୍ସ-୨୦୨୧ରେ ଓଡ଼ିଶାକୁ ସଫଳତା । ପାଟଣାରେ ଆୟୋଜିତ ପୂର୍ବାଞ୍ଚଳ ଇଣ୍ଡିଆ ସ୍କିଲ୍ସ ପ୍ରତିଯୋଗିତାରେ ଓଡ଼ିଶା ୨୩ଟି ସ୍ୱର୍ଣ୍ଣ ପଦକ ପାଇଛି । ୩୯ଟି କୌଶଳରେ ୮୫ ଜଣ ଓଡ଼ିଆ ଭାଗ ନେଇଥିଲେ । ସଫଳତାର ସହ ଜାତୀୟ ସ୍ତରରେ ସ୍ଥାନ ପାଇଛନ୍ତି ।

ପୂର୍ବାଞ୍ଚଳ ପାଇଁ ହୋଇଥିବା ପ୍ରତିଯୋଗିତାରେ ସର୍ବାଧିକ ପଦକ ପାଇଛି ଓଡ଼ିଶା । ୨୧ଟି କୌଶଳରେ ୨୩ଟି ସ୍ୱର୍ଣ୍ଣ ପଦକ, ୧୯ଟି କୌଶଳରେ ୨୦ଟି ରୌପ୍ୟ ପଦକ ମିଳିଛି । ଏହି ସଫଳତା ପାଇଁ ପ୍ରତିଯୋଗୀଙ୍କୁ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଅକ୍ଟୋବର ୨୦ରୁ ୨୩ ମଧ୍ୟରେ ପାଟଣାରେ ଅନୁଷ୍ଠିତ ପ୍ରତିଯୋଗିତାରେ ୮ଟି ରାଜ୍ୟର ୨୪୦ ପ୍ରତିଯୋଗୀ ଭାଗ ନେଇଥିଲେ । ଏଥିରେ ବିଜୟ ଲାଭ କରିଥିବା ପ୍ରତିଯୋଗୀ ୨୦୨୧ ଡିସେମ୍ବରରେ ହେବାକୁ ଥିବା ଇଣ୍ଡିଆ ସ୍କିଲ୍ ନ୍ୟାସନାଲ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ।

ଗୋଲ୍ଡ ମେଡାଲ ପାଇଥିବା ପ୍ରତିଯୋଗୀଙ୍କୁ ୨୧ ହଜାର ସହ ପଦକ ଏବଂ ରୌପ୍ୟ ପାଇଥିବା ପ୍ରତିଯୋଗୀଙ୍କୁ ୧୧ ହଜାର ଟଙ୍କା ପଦକ ଦିଆଯାଇଛି । ଏଥିରେ ଆଣ୍ଡାମାନ ଓ ନିକୋବର, ଆସାମ, ବିହାର, ଝାଡ଼ଖଣ୍ଡ, ମିଜୋରାମ, ଓଡ଼ିଶା, ତ୍ରିପୁରା ଓ ପଶ୍ଚିମବଙ୍ଗର ପ୍ରତିଯୋଗୀ ଭାଗ ନେଇଥିଲେ ।

ସାଉଥ ସୁପରଷ୍ଟାର ରଜନୀକାନ୍ତ ପାଇବେ ଦାଦା ସାହେବ ଫାଲକେ ପୁରସ୍କାର, ଟ୍ୱିଟ୍ କରି ରଖିଲେ ପ୍ରତିକ୍ରିୟା

ଚେନ୍ନାଇ: ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କୁ ମିଳିବ ଦାଦା ସାହେବ ଫାଲକେ ପୁରସ୍କାର । ଚେନ୍ନାଇ ସ୍ଥିତ ବାସଭବନରେ ସେ ଏନେଇ ସାମ୍ୱାଦିକଙ୍କୁ ଜଣାଇଛନ୍ତି । ବୈଠକ କରି ସୁପରଷ୍ଟାର କହିଛନ୍ତି ଯେ ସେ ଏହି ସମ୍ମାନଜନକ ପୁରସ୍କାର ପାଇବାକୁ କେବେ ଆଶା କରିନଥିଲେ । ସେ ଏହା ମଧ୍ୟ କହିଛନ୍ତି ଯେ ତାଙ୍କୁ ପୁରସ୍କାର ପାଇବା ଦେଖିବାକୁ ତାଙ୍କ ପରାମର୍ଶଦାତା କେବି (କେ ବାଲାଚାନ୍ଦ) ସାର୍ ଜୀବିତ ନାହାଁନ୍ତି ବୋଲି କହିବା ସହ ଅତ୍ୟନ୍ତ ଦୁଃଖପ୍ରକାଶ କରିଥିଲେ ।

ଗଣମାଧ୍ୟମ ସହ କଥାବାର୍ତ୍ତା କରି ସେ କହିଛନ୍ତି, “ମୁଁ ଦାଦାସାହେବ ଫାଲକେ ପୁରସ୍କାର ପାଇଥିବାରୁ ମୁଁ ବହୁତ ଖୁସି ଅଟେ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରଜନୀକାନ୍ତ ଆସନ୍ତାକାଲି ଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ପୁରସ୍କାର କାର୍ଯ୍ୟକ୍ରମରେ ଯୋଗଦେବେ ଏବଂ ସେଠାରୁ ସେ ପୁରସ୍କାର ଗ୍ରହଣ କରିବେ । ଏପ୍ରିଲ୍ ୨୦୨୧ରେ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର ଘୋଷଣା କରିଛନ୍ତି ଯେ ଗତ ଚାରି ଦଶନ୍ଧି ଧରି ଭାରତୀୟ ସିନେମାରେ ଅବଦାନ ପାଇଁ ସୁପରଷ୍ଟାର ରଜନୀକାନ୍ତଙ୍କୁ ସମ୍ମାନଜନକ ଦାଦାସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରାଯାଇଛି ।

ତେବେ, COVID-19 ମହାମାରୀ ହେତୁ ପୁରସ୍କାର କାର୍ଯ୍ୟକ୍ରମ ବିଳମ୍ବରେ କରାଯାଇଛି । ଭାରତର ଅନ୍ୟତମ ଲୋକପ୍ରିୟ ତାରକା ରଜନୀକାନ୍ତଙ୍କୁ ୨୦୦୦ରେ ପଦ୍ମ ଭୂଷଣ ଏବଂ ୨୦୧୬ରେ ଭାରତ ସରକାର ପଦ୍ମଭୂଷଣ ପ୍ରଦାନ କରିଛନ୍ତି । ରଜନୀକାନ୍ତ ତାମିଲ ସିନେମାରେ ଆପୋରଭା ରାଗଙ୍ଗାଲଙ୍କ ସହ ଡେବ୍ୟୁ କରିଥିଲେ । ତାଙ୍କର ଅନେକ ହିଟ୍ ମଧ୍ୟରେ ‘ବାଶା’, ‘ଶିବାଜୀ’ ଏବଂ ‘ଏଣ୍ଟିରାନ୍’ ଭଳି ଚଳଚ୍ଚିତ୍ର ରହିଛି।

ସେ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଥାଲାଇଭର୍ (ନେତା) ଭାବରେ ଜଣାଶୁଣା । ସିନେମା ଜଗତରେ ଭାରତରେ ଦିଆଯାଇଥିବା ସର୍ବୋଚ୍ଚ ସମ୍ମାନ ଦାଦାସହେବ ଫାଲକେ ପୁରସ୍କାର । ଏହାକୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସହିତ ଚଳଚ୍ଚିତ୍ର ମହୋତ୍ସବ ନିର୍ଦ୍ଦେଶାଳୟ, ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ, ଭାରତ ସରକାର ପ୍ରଦାନ କରିଛନ୍ତି । ଏହି ପୁରସ୍କାର ଅଭିନେତ୍ରୀ ଦେବିକା ରାନୀଙ୍କୁ ପ୍ରଥମ ଥର ପାଇଁ ପ୍ରଦାନ କରାଯାଇଥିଲା ।

 

ନାଇଜେରିଆ ଜେଲ ଉପରେ ବନ୍ଧୁକଧାରୀଙ୍କ ଆକ୍ରମଣ, ୮୦୦ ଅପରାଧୀ ଫେରାର

ନାଇଜେରିଆ: ନାଇଜେରିଆ ଜେଲ ଉପରେ ବନ୍ଧୁକଧାରୀଙ୍କ ଆକ୍ରମଣ । ଡିନାମାଇଟ ଲଗାଇ କାନ୍ଥ ଉଡାଇ ଦେବାରୁ କେଇ କ୍ଷଣରେ ମୁକୁଳିଗଲେ ୮୦୦ ରୁ ଅଧିକ ଅପରାଧୀ । ଓୟୋରେ ଥିବା ଏକ ଜେଲରେ ଏହା ଘଟିଛି । ସେମାନଙ୍କ ମଧ୍ୟରୁ ୫୭୫ ଜଣ ବିଚାରାଧୀନ ବନ୍ଦୀ ଥିଲେ । ଫେରାର ଅପରାଧୀଙ୍କ ମଧ୍ୟରୁ ୨୬୦ ଅପରାଧୀଙ୍କୁ ଧରାଯାଇପାରିଛି ।

ବିସ୍ଫୋରଣ ପରେ କେବଳ ୬୪ଜଣଙ୍କୁ ଛାଡି ଅନ୍ୟ ସମସ୍ତେ ବାହାରି ଯାଇଥିଲେ । ଦେଶରେ ଇସଲାମିକ ଆତଙ୍କବାଦୀ ସଂଗଠନର ପ୍ରଭାବ ବଢୁଥିବାବେଳେ ଉତ୍ତର ପଶ୍ଚିମାଞ୍ଚଳରେ ଅପରାଧୀ ଗ୍ୟାଙ୍ଗ ବେଶ୍ ସକ୍ରିୟ ରହିଛନ୍ତି । ଛାତ୍ରଛାତ୍ରୀମାନଙ୍କୁ ମୁଣ୍ଡଜାମିନ ରଖି ଅର୍ଥ ଆଦାୟ କରିବା ଦେଶରେ ଏକ ସାଧାରଣ ଘଟଣାରେ ପରିଣତ ହୋଇଛି । ଗତ ଏପ୍ରିଲରେ ଇମୋ ରାଜ୍ୟରେ ମଧ୍ୟ ଏକ ଜେଲରୁ ୧୮୦୦ ଅନ୍ତେବାସୀ ଫେରାର ହୋଇଯାଇଥିଲେ ।

ଭାରତ ସହ ବିବାଦ ଭିତରେ ଚୀନର ନୂଆ ସୀମା ଆଇନ

ନୂଆଦିଲ୍ଲୀ: ଦୁଇ ଦେଶ ମଧ୍ୟରେ କଥାବାର୍ତ୍ତା ବିଫଳ ହୋଇଥିବାବେଳେ ଚୀନ ଏକ ନୂଆ ସୀମା ଆଇନ ଗୃହିତ କରିଛି । ସୀମାର ସୁରକ୍ଷା ଓ ସୀମାନ୍ତରେ ନିଜର ପ୍ରାଧାନ୍ୟ ବିସ୍ତାର ଲାଗି ଏହି ଆଇନ ପ୍ରସ୍ତୁତ ହୋଇଛି । ଚୀନର ନୂଆ ଆଇନ ଭାରତ ଲାଗି ଅଧିକ ସମସ୍ୟା ସୃଷ୍ଟି କରିବା ଆଶଙ୍କା ରହିଛି । ନ୍ୟାସନାଲ ପିପୁଲ୍ସ କଂଗ୍ରେସ ବା ଏନପିସିର ଷ୍ଟାଣ୍ଡିଂ କମିଟି ଏହି ନୂଆ ଆଇନକୁ ମଞ୍ଜୁରୀ ଦେଇଛି । ଆସନ୍ତା ବର୍ଷ ଜାନୁଆରୀ ୧ରୁ ଏହି ନୂଆ ଆଇନ ଲାଗୁ ହେବ । ଏଥିରେ ସୀମାର ସାର୍ବଭୌମତ୍ବ ଓ ସୀମାନ୍ତ ସଂହତି ଉପରେ ଗୁରୁତ୍ବ ଦିଆଯାଇଛି । ସୀମାନ୍ତକୁ ଶକ୍ତିଶାଳୀ କରିବା, ଅର୍ଥନୈତିକ ଓ ସାମାଜିକ ବିକାଶ, ସାଧାରଣ ସେବାକୁ ଅଧିକ କରିବ, ଭିତ୍ତିଭୂମିର ବିକାଶ, ସ୍ଥାନୀୟ ଲୋକଙ୍କୁ ସହଯୋଗ କରିବା, ସୀମାରେ ପ୍ରତିରକ୍ଷାକୁ ମଜଭୁତ କରିବା ଆଦି ଉପରେ ଗୁରୁତ୍ବ ଦିଆଯାଇଛି । ସମାନତା, ପାରସ୍ପରିକ ଆସ୍ଥା, ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଲୋଚନା ଉପରେ ଗୁରୁତ୍ବ ଦେବା ଲାଗି ଏଥିରେ ବ୍ୟବସ୍ଥା ରହିଛି । ବର୍ତ୍ତମାନ ସୁଦ୍ଧା ଭାରତ ଓ ଭୁଟାନ ସମେତ ୧୨ଟି ରାଷ୍ଟ୍ର ସହ ଚୀନର ସୀମା ବିବାଦ ଲାଗି ରହିଛି ।

ଆର୍ଯ୍ୟନ ଖାନ ଗିରଫଦାରୀ ମାମଲା: NCB ଅଧିକାରୀ ସମୀର ୱାଙ୍ଖଡେଙ୍କୁ ୮ କୋଟି ଟଙ୍କା ଦିଆଯିବା ନେଇ ଅଭିଯୋଗ

ମୁମ୍ବାଇ: ଆର୍ଯ୍ୟନ ଖାନ ଗିରଫଦାରୀ ମାମଲାରେ ଟ୍ବିଷ୍ଟ । ଡ୍ରଗସ ପାର୍ଟିରେ ରେଡ ଘଟଣାରେ ଜଣେ ସାକ୍ଷୀ ଦେଇଛନ୍ତି ଚାଞ୍ଚଲ୍ୟକର ବୟାନ । ଏନସିବିର ଜୋନାଲ ନିର୍ଦ୍ଦେଶକ ସମୀର ଓ୍ବାଙ୍ଖଡେ ଓ ଆର୍ଯ୍ୟନଙ୍କ ସହ ସେଲଫି ଉଠାଇଥିବା କେ.ପି. ଗୋସାଭିଙ୍କ ମଧ୍ୟରେ ଥିବା ସମ୍ପର୍କ ନେଇ ସାକ୍ଷୀ ଜଣକ ବୟାନ ଦେଇଛନ୍ତି । ତେବେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଓ୍ବାଙ୍ଖଡେ । ଏକ ସତ୍ୟପାଠରେ ପ୍ରଭାକର ସାଇଲ କହିଛନ୍ତି- କେ.ପି. ଗୋସାଭି ଓ ସାମ ଡି ସୌଜା ନାମକ ଜଣେ ବ୍ୟକ୍ତିଙ୍କ ମଧ୍ୟରେ ୧୮ କୋଟି ଟଙ୍କା ଦେବାନେବା କଥା ସେ ଶୁଣିଛନ୍ତି ।

ଏହା ସହ ଏହି ଟଙ୍କାରୁ ୮ କୋଟି ଟଙ୍କା ସମୀର ଓ୍ବାଙ୍ଖଡେଙ୍କୁ ଦିଆଯିବା ନେଇ ବାର୍ତ୍ତାଳାପ ହୋଇଥିଲା ବୋଲି ସେ କହିଛନ୍ତି । ଏପରିକି ସେ ଏହି ଟଙ୍କା ଗୋସାଭିଙ୍କଠାରୁ ପାଇଥିଲେ ଏବଂ ସୌଜାଙ୍କୁ ଦେଇଥିଲେ ବୋଲି ସାକ୍ଷୀ ଜଣକ କହିଛନ୍ତି । ଗତ ଅକ୍ଟୋବର ୨ ତାରିଖରେ ହୋଇଥିବା ରେଭ ପାର୍ଟି ରେଡ ଘଟଣାରେ କିଛି ସାକ୍ଷୀଙ୍କ ବୟାନ ନେଇଥିଲା ଏନସିବି । ତେବେ ସାକ୍ଷୀଙ୍କ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଓ୍ବାଙ୍ଖଡେ । ଠିକ୍ ସମୟରେ ଏହାର ଉଚିତ ଜବାବ ଦେବେ ବୋଲି ଓ୍ବାଙ୍ଖଡେ କହିଛନ୍ତି ।

ଅବିଭକ୍ତ କୋରାପୁଟ ଜିଲ୍ଲାର ବିକାଶ ପାଇଁ ବିଜେଡିରେ ଯୋଗଦେବି: ପ୍ରଦୀପ ମାଝୀ

ନବରଙ୍ଗପୁର: ଖୁବ୍‌ଶୀଘ୍ର ବିଜେଡିରେ ମିଶିବେ ପୂର୍ବତନ କଂଗ୍ରେସ ସାଂସଦ ପ୍ରଦୀପ ମାଝୀ । ସପ୍ତାହକ ମଧ୍ୟରେ ବିଜେଡିରେ ଆନୁଷ୍ଠାନିକ ଭାବେ ଯୋଗଦେବେ । ଅବିଭକ୍ତ କୋରାପୁଟ ଜିଲ୍ଲାର ବିକାଶ ପାଇଁ ସେ ବିଜେଡିରେ ସାମିଲ ହେବେ ବୋଲି ବୋଲି ପ୍ରଦୀପ ମାଝୀ କହିଛନ୍ତି । ରବିବାର ଅନୁଷ୍ଠିତ ଏକ ସାମ୍ୱାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ଅବିଭକ୍ତ କୋରାପୁଟ ଜିଲ୍ଲାରେ ଅନେକ ସମସ୍ୟା ରହିଛି ଏବଂ ସେ ସମସ୍ୟାର ସମାଧାନ ପାଇଁ କଂଗ୍ରେସର ଏବେ ଶକ୍ତି ନାହିଁ ।

ରାଜ୍ୟରେ କଂଗ୍ରେସ ଦଳ ଆଗକୁ ବଢ଼ିପାରିବ ନାହିଁ । ବିଜେଡି ଦୀର୍ଘଦିନ ଧରି ଓଡ଼ିଶାରେ ଏକ ସ୍ଥିର ସରକାର ଦେଇଛି । ଦିନକୁ ଦିନ ବିଜେଡିର ଶକ୍ତି ବଢ଼ିଚାଲିଛି । ବିଜେଡି ସହାୟତାରେ ସମସ୍ୟାର ସମାଧାନ ହୋଇପାରିବ । ତାହାକୁ ନଜରରେ ରଖି ସେ କଂଗ୍ରେସ ଛାଡ଼ିଥିବା କହିଛନ୍ତି । କଂଗ୍ରେସର ଅଧଃପତନ ହୋଇଛି, ବିଶ୍ୱସନୀୟତା ହରାଇଛି ଦଳ । ଦଳର ଅଧଃପତନ ପାଇଁ ନିଜକୁ ୩୦%ଦାୟୀ କଲେ ପ୍ରଦୀପ । ଛାତି ଉପରେ ପଥର ରଖି କଂଗ୍ରେସ ଛାଡ଼ିଥିବା କହିଲେ ପ୍ରଦୀପ । ବିଜେଡି ଓ କଂଗ୍ରେସର ବିଚାରଧାରାରେ କୌଣସି ଫରକ୍ ନାହିଁ । ସବୁ ବର୍ଗର ଲୋକଙ୍କୁ ନେଇ ଆଗେଇ ଚାଲିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ।ବିଜେଡିରେ ରହି ଜନସେବାକୁ ବ୍ୟାପକ କରିବେ । ଗଣତନ୍ତ୍ରରେ ଦଳବଦଳ କିଛି ନୂଆ କଥା ନୁହେଁ, ଲୋକଙ୍କ ପରାମର୍ଶରେ ଦଳବଦଳ କରିଥିବା କହିଛନ୍ତି ପ୍ରଦୀପ ।

ଏଥିସହିତ ପଢ଼ନ୍ତୁ: ଭୁଶୁଡୁଛି ବିରୋଧୀଙ୍କ ଶିବିର

ଭୂମିକମ୍ପ, ବନ୍ୟା, ବଜ୍ରାଘାତ, ଝଡ ଆଦି କ୍ଷେତ୍ରରେ ଦାୟୀ ରହିବନି ବ୍ୟାଙ୍କ

ନୂଆଦିଲ୍ଲୀ: ବଦଳିଲା ବ୍ୟାଙ୍କ ଲକର ନିୟମ । ବ୍ୟାଙ୍କ ଦ୍ବାରା ପ୍ରଦାନ କରାଯାଉଥିବା ଏହି ସୁବିଧା ଲାଗି କିଛି ନିୟମରେ ପରିବର୍ତ୍ତନ ଆଣିଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ଆସନ୍ତା ଜାନୁଆରୀ ୧ରୁ ଲାଗୁ ହେବ ନିୟମ । ନୂଆ ବ୍ୟବସ୍ଥା ଅନୁସାରେ ଭୂମିକମ୍ପ, ବନ୍ୟା, ବଜ୍ରାଘାତ, ଝଡ ଆଦି କ୍ଷେତ୍ରରେ ବ୍ୟାଙ୍କ ଦାୟୀ ରହିବ ନାହିଁ । ତେବେ ଏହାର ସୁରକ୍ଷା ନିଶ୍ଚିତ କରିବା ଦିଗରେ ବ୍ୟାଙ୍କ ପଦକ୍ଷେପ ନେବ । ଡକାୟତି ଓ ଚୋରି କ୍ଷେତ୍ରରେ ବ୍ୟାଙ୍କ ଦାୟୀ ରହିବା ବ୍ୟବସ୍ଥା ରହିବ । ଲକର ଏଗ୍ରିମେଣ୍ଟରେ ଏଣିକି ଏକ ନୂଆ ବ୍ୟବସ୍ଥା ରହିବ । ଏଥିରେ ଗ୍ରାହକ ଲକରର କ୍ଷତି ପହଞ୍ଚାଇବା ପରି କୌଣସି ସାମଗ୍ରୀ ରଖିବେ ନାହିଁ ବୋଲି ବ୍ୟବସ୍ଥା ରହିବ ।

ବ୍ୟାଙ୍କିଂ ଓ ପ୍ରଯୁକ୍ତିକୁ ଆଧାର କରି ଆରବିଆଇ ଏହି ନିଷ୍ପତ୍ତି ନେଇଛି । ଭାରତୀୟ ବ୍ୟାଙ୍କ ଆସୋସିଏସନ ବା ଆଇବିଏର ଫିଡବ୍ୟାକକୁ ଭିତ୍ତି କରି ଏହି ନିୟମରେ ପରିବର୍ତ୍ତନ କରାଯାଇଛି । ଅନେକ ସମୟରେ ଲକରକୁ ଭଡାରେ ନେଇଥିବା ଗ୍ରାହକମାନେ ଲକରର ମ୍ୟାନେଜମେଣ୍ଟ କରୁନାହାନ୍ତି ବା ଚାର୍ଜ ବି ଠିକ୍ ସମୟରେ ଦାଖଲ କରୁନାହାନ୍ତି । ଠିକ୍ ସମୟରେ ଦେୟ ପାଉ ନଥିବାରୁ ବ୍ୟାଙ୍କଗୁଡିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ଲକର ଆଲଟମେଣ୍ଟ ସମୟରେ ଟର୍ମ ଡିପୋଜିଟ ନେବା ଲାଗି ବ୍ୟାଙ୍କଗୁଡିକୁ କୁହାଯାଇଛି ।

ଏଥିରେ ରହିଛି ୩ ବର୍ଷର ଭଡା ତଥା ଲକର ଭାଙ୍ଗିବା ଲାଗି ଆବଶ୍ୟକ ହେଉଥିବା ଖର୍ଚ୍ଚ । ତେବେ ବର୍ତ୍ତମାନ ରହିଥିବା ଲକର ହୋଲଡରଙ୍କ କ୍ଷେତ୍ରରେ ଟର୍ମ ଡିପୋଜିଟ ଦାଖଲ କରିବା ବ୍ୟବସ୍ଥା ରହିବ ନାହିଁ । ଏହା ସହ ଯେଉଁମାନେ ବର୍ତ୍ତମାନ ଆକାଉଣ୍ଟ ଅପରେଟ କରୁଛନ୍ତି ସେମାନଙ୍କ ଲାଗି ବି ଏହି ନିୟମ ଲାଗୁ ହେବ ନାହିଁ । ଯଦି ଲକର ଭଡା ଆଗୁଆ ନିଆଯାଇଥାଏ ତେବେ ପରେ ଏହା ଫେରାଇ ଦିଆଯିବ । ଯଦି ଗ୍ରାହକ ଲଗାତର ୩ ବର୍ଷ ଧରି ଭଡା ନଦେବେ ତେବେ ବ୍ୟାଙ୍କ କର୍ତ୍ତୃପକ୍ଷ ଲକରକୁ ଭାଙ୍ଗିପାରିବେ । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବି ସେମାନଙ୍କ ଉପଭୋକ୍ତାଙ୍କୁ ଅବଗତ କରାଇବା ଲାଗି ବ୍ୟବସ୍ଥା କରିବେ ।

‘ମନ୍ କି ବାତ୍’: ପୋଲିସ ସେବାରେ ମହିଳାଙ୍କ ସଂଖ୍ୟା ବୃଦ୍ଧି, କରୋନା ଟିକାକରଣ ସମ୍ପର୍କରେ କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ‘ମନ୍‌ କି ବାତ୍‌’ର ୮୨ତମ୍ ସଂସ୍କରଣ ଅବସରରେ ମହିଳା ପୋଲିସ କର୍ମଚାରୀଙ୍କ ଯୋଗଦାନ ସମ୍ପର୍କରେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।ମହିଳା ପୋଲିସ କର୍ମଚାରୀମାନେ ଭାରତର ଲକ୍ଷ ଲକ୍ଷ ଝିଅମାନଙ୍କର ଆଦର୍ଶ ପାଲଟୁଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ।

୨୦୧୪ ବେଳକୁ ପୋଲିସ ବିଭାଗରେ ପ୍ରାୟ ଦେଢ଼ ଲକ୍ଷ ମହିଳା କାର୍ଯ୍ୟରତ ଥିବା ବେଳେ ୨୦୨୦ ବେଳକୁ ଏହି ସଂଖ୍ୟା ଅଢ଼େଇ ଲକ୍ଷରେ ପହଞ୍ଚିଛି । ଏଥିସହିତ କେନ୍ଦ୍ରୀୟ ସଶସ୍ତ୍ର ବଳରେ କାର୍ଯ୍ୟରତ ମହିଳାଙ୍କ ସଂଖ୍ୟା ମଧ୍ୟ ବଢ଼ିଛି । କେବଳ ମହିଳାଙ୍କ ସଂଖ୍ୟାରେ ବୃଦ୍ଧି ଘଟିନି , ସେମାନେ କଠିନରୁ କଠିନ କାର୍ଯ୍ୟରେ ନିଜକୁ ନିୟୋଜିତ ରଖିବା ସହ ସମ୍ପୂର୍ଣ୍ଣ ଉତ୍ସାହ ସହ କାର୍ଯ୍ୟ କରୁଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ।

ଏଥିସହିତ ଆଜିର ‘ମନ୍‌ କି ବାତ୍’ କାର୍ଯ୍ୟକ୍ରମ ପ୍ରାରମ୍ଭରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନାଭାଇରସ୍‌ ରୋଗ ବିପକ୍ଷରେ ଦେଶର ଟିକାକରଣ ଅଭିଯାନକୁ ପ୍ରଶଂସା କରିବା ସହ ଅକ୍ଳାନ୍ତ କଠିନ ଶ୍ରମ କରିଥିବା ସ୍ୱାସ୍ଥ୍ୟସେବା କର୍ମୀଙ୍କୁ ଅଭିବାଦନ ଜଣାଇ କହିଛନ୍ତି ଯେ, ନାଗରିକମାନଙ୍କୁ ଟିକା ଦେବାରେ ସେମାନେ ସବୁ ପ୍ରକାର ଉଦ୍ୟମ କରିଛନ୍ତି। ଦେଶର ଏକତା ଏବଂ ମହାନତା ପାଇଁ କିଛି ନା କିଛି କରିବା ଲାଗି ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ଭାରତବାସୀଙ୍କୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି, ଏହି କାମ କେତେ ଆତ୍ମସନ୍ତୋଷ ଦେବ ତାହା ଆପଣମାନେ ହୃଦୟଙ୍ଗମ କରିପାରିବେ ।

ସେ କହିଛନ୍ତି, ଆଗାମୀ ରବିବାର, ଅକ୍ଟୋବର ୩୧ ତାରିଖ ହେଉଛି ସର୍ଦାର୍‌ ପଟେଲଙ୍କ ଜୟନ୍ତୀ। ‘ମନ୍‌ କି ବାତ୍’ର ସମସ୍ତ ଶ୍ରୋତା ଏବଂ ମୋ ତରଫରୁ, ମୁଁ ଭାରତର ଲୌହମାନବଙ୍କ ପ୍ରତି ସମ୍ମାନ ଜ୍ଞାପନ କରୁଛି। ସର୍ଦାର ପଟେଲ୍‌ଙ୍କ ଜୀବନ ଓ ଆଦର୍ଶରୁ ଆମେ ବହୁତ କିଛି ଶିଖି ପାରିବା। ନିକଟରେ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ସର୍ଦାର ପଟେଲଙ୍କ ଉପରେ ଏକ ସଚ୍ଚିତ୍ର ଜୀବନୀ ପ୍ରକାଶ କରିଛି। ଏହାକୁ ନିଶ୍ଚୟ ପଢ଼ିବା ପାଇଁ ତରୁଣ ବନ୍ଧୁମାନଙ୍କୁ ନିବେଦନ କରିଛନ୍ତି ପ୍ରଧାନମନ୍ତ୍ରୀ । ଏଥିସହିତ ଦେଶରେ ବିକଶିତ ହେଉଥିବା ଡ୍ରୋନ୍ ଟେକ୍ନୋଲିଜ୍ ନେଇ ମଧ୍ୟ କହିଛନ୍ତି । କେନ୍ଦ୍ରର ନୂତନ ‘ଡ୍ରୋନ୍‌ ନୀତି’ର ସଦୁପଯୋଗ କରିବା ପାଇଁ ପ୍ରଧାନମନ୍ତ୍ରୀ ଦେଶର ତରୁଣମାନଙ୍କୁ କହିଛନ୍ତି। ଆମ ବିଶ୍ୱକୁ ଅଧିକ ସୁନ୍ଦର କରିବାରେ ଭାରତ ପ୍ରମୁଖ ଭୂମିକା ଗ୍ରହଣ କରିବ। ସୂଚନା ଥାଉ କି, ନିକଟ ଅତୀତରେ ଚାନ୍ଦିପୁରରେ ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ  ନିର୍ମିତ ‘ଅଭ୍ୟାସ’ ଡ୍ରୋନ୍‌ର ପରୀକ୍ଷଣ ସଫଳ ହୋଇଛି ।

ଏଥିସହିତ ପଢ଼ନ୍ତୁ: ଆମେରିକା, ଫ୍ରାନ୍ସ ଓ ଜର୍ମାନୀ ସମେତ ୧୦ ଦେଶର ରାଜଦୂତଙ୍କୁ ଦେଶ ଛାଡ଼ିବାକୁ ତୁର୍କୀର ନିର୍ଦ୍ଦେଶ

ଆତ୍ମହତ୍ୟା ପୂର୍ବରୁ ଇନଷ୍ଟାଗ୍ରାମରେ ମନ କଥା ଲେଖିଥିଲେ ସାଇଶ୍ରୀ, ‘ଅମାନୁଷିକ ଲାଗେ ପୃଥିବୀ’

ଭୁବନେଶ୍ୱର: ବିନ୍ଦୁସାଗରକୁ ଡେଇଁ ଇଞ୍ଜିନିୟରିଂ ଛାତ୍ରଙ୍କ ଆତ୍ମହତ୍ୟା ଅଭିଯୋଗ । ଆତ୍ମହତ୍ୟାର କାରଣ ଜଣାପଡ଼ିନାହିଁ । ମୃତକ ବିଟେକ୍ ଛାତ୍ର ସାଇଶ୍ରୀ ଜ୍ୟୋତିପ୍ରକାଶ । ମାନସିକ ଦୁଶ୍ଚିନ୍ତାରେ ଥିଲେ ସାଇଶ୍ରୀ । ସେଥିପାଇଁ ଆତ୍ମହତ୍ୟା କରିଥିବା ସନ୍ଦେହ କାରଯାଉଛି । ଏମିତିକି ଆତ୍ମହତ୍ୟା ପୂର୍ବରୁ ସୋସିଆଲ ସାଇଟରେ ସେ ସୁଇସାଇଡ୍‌ ନୋଟ୍ ଅପଲୋଡ୍ କରିଥିବା ଦେଖିବାକୁ ମିଳିଛି । ଲିଙ୍ଗରାଜ ଥାନା ପୋଲିସ ଓ ଅଗ୍ନିଶମ ବିଭାଗ ମୃତଦେହ ଉଦ୍ଧାର କରିଛନ୍ତି ।

Saishree Wrote In Social Media Before Suicide

ଆତ୍ମହତ୍ୟା ପୂର୍ବରୁ ଇନଷ୍ଟାଗ୍ରାମରେ ଶେଷ ପୋଷ୍ଟ କରିଥିଲେ ସାଇଶ୍ରୀଙ୍କ । ଯେଉଁଥିରେ ସେ କଷ୍ଟଦାୟକ ଜୀବନ ନେଇ ଉଲ୍ଲେଖ କରିଛନ୍ତି । ସେ ଲେଖିଛନ୍ତି, ‘ପୃଥିବୀ ତାଙ୍କୁ ଅମାନୁଷିକ ଲାଗେ । ତାଙ୍କ ଜୀବନ ସବୁଠାରୁ କଷ୍ଟକର । ଏଣୁ ମୁଁ ମୋ ନିଜକୁ ମାରି ଦେବାକୁ ଚାହୁଁଛି । ବହୁଦିନ ହେଲା ମୋ ଜୀବନ ଶେଷ କରି ଦେବାକୁ ଚାହୁଁଥିଲି । ହେଲେ କିଛି ସାଙ୍ଗସାଥୀ ଓ ସମ୍ପର୍କୀୟଙ୍କ ଯୋଗୁ ମତେ ସାମାନ୍ୟ ଆଶ୍ୱାସନା ମିଳିଯାଉଥିଲା ।

Saishree Wrote In Social Media Before Suicide

ଯାହାର ଶେଷ ମୁହୂର୍ତ୍ତ ଆସିଛି । ଶେଷ ଦିନରେ ମୁଁ ସମସ୍ତଙ୍କୁ ଗୁଡ୍ ବାଏ କହୁଛି । ଧନ୍ୟବାଦ ସମସ୍ତଙ୍କୁ ଜଣାଉଛି । ମୁଁ ମରିବା ବେଳେ ହସି ହସି ମରୁଛି । ମୋର ପ୍ରତି ମୁହୂର୍ତ୍ତର ସ୍ମୃତିକୁ ମୁଁ ସେୟାର କରିଛି । ମୁଁ ହସି ହସି ମରୁଛି । ମୁଁ ତୁମକୁ ବହୁତ ଭଲ ପାଉଥିଲି । ବହୁତ ବିଶ୍ୱାସ କରୁଛି । ରହୁଛି ତୁମର ସାଇଶ୍ରୀ ବୋଲି ଇନଷ୍ଟାଗ୍ରାମରେ ପୋଷ୍ଟ ହୋଇଛି ।

Saishree Wrote In Social Media Before Suicide

ସେପେଟ ସାଇଶ୍ରୀଙ୍କ ବାପା ଓ ମାଆଙ୍କ ମଧ୍ୟରେ ବିବାଦ ଚାଲିଥିବାରୁ ସାଇଶ୍ରୀ ଓ ତାଙ୍କ ମାଆ ଭୁବନେଶ୍ୱରର ସାମନ୍ତରାପୁରରେ ଘର ଭଡ଼ା ନେଇ ରହୁଥିଲେ । ଟଙ୍କା ଅଭାବରୁ ଘର ଭଡ଼ା ଦେଇ ପାରୁ ନଥିଲେ । ଏପରିକି ଥରେ ଘରଭଡ଼ା ପାଇଁ ଘର ମାଲିକ ଜିନିଷ ବିକ୍ରି କରିବାରୁ ଧମକ ଦେଇଥିଲା । ସେପଟେ କଲେଜ ଫି’ ପାଇଁ ଟେନସନରେ ରହୁଥିଲେ ସାଇଶ୍ରୀ । ଶେଷରେ ଏପରି ଚରମ ନିଷ୍ପତ୍ତି ନେଇଥିବା ଅନୁମାନ କରାଯାଉଛି ।

ଆମେରିକା, ଫ୍ରାନ୍ସ ଓ ଜର୍ମାନୀ ସମେତ ୧୦ ଦେଶର ରାଜଦୂତଙ୍କୁ ଦେଶ ଛାଡ଼ିବାକୁ ତୁର୍କୀର ନିର୍ଦ୍ଦେଶ

ଆଙ୍କରା: ତୁର୍କୀ ରାଷ୍ଟ୍ରପତି ରିସେପ ତାଇପ ଏର୍ଦୋଗାନ ଆମେରିକା, ଫ୍ରାନ୍ସ ଏବଂ ଜର୍ମାନୀ ସମେତ ୧୦ ଦେଶର ରାଜଦୂତଙ୍କୁ ଦେଶ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତୁର୍କୀ ସରକାର ଏମାନଙ୍କୁ Person Non Grata ଅଣସ୍ୱୀକାର୍ଯ୍ୟ ବ୍ୟକ୍ତି ଘୋଷିତ କରିଛନ୍ତି । ଏହି ରାଜଦୂତମାନେ ତୁର୍କୀରେ ବନ୍ଦୀ ଥିବା ଜଣେ ସମାଜିକ କର୍ମୀଙ୍କୁ ମୁକ୍ତ କରିବାକୁ ଅପିଲ୍ କରିଥିଲେ । ଦେଶର ରାଜଧାନୀ ଆଙ୍କାରାରେ ୟୁଏସ୍ , ଫ୍ରାନ୍ସିସ୍ ଏବଂ ଜର୍ମାନୀ ସହିତ ୧୦ଦେଶର ରାଜଦୂତ ଏହି ସପ୍ତାହ ଆରମ୍ଭରେ ଏକ ବୟାନ ଜାରି କରି କହିଛନ୍ତି ଯେ, ତୁର୍କୀ ବ୍ୟବସାୟୀ ଉସ୍‌ମାନ କବଲା ଦୋଷୀ ନ ଥିବା ସତ୍ତ୍ୱେ ୨୦୧୭ଠାରୁ ଜେଲ୍‌ରେ ରଖାଯାଇଛି ।

ଅପରପକ୍ଷରେ ଏର୍ଦୋଗାନ ନିଜ ବୈଦେଶିକ ମନ୍ତ୍ରୀଙ୍କୁ ଘଟଣା ସମ୍ପର୍କରେ ନଜର ରଖିବାକୁ କହିବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ କରିଥିବା ପଶ୍ଚିମ ସହର ଏକ୍ସିସେରରେ ଅନୁଷ୍ଠିତ ଏକ ରାଲିରେ କହିଛନ୍ତି । ସେ ଆହୁରି କହିଥିଲେ, ଯେଉଁମାନେ ତୁର୍କୀକୁ ବୁଝିପାରିବେ ନାହିଁ ସେମାନେ ଦେଶ ଛାଡ଼ି ଯାଇପାରିବେ । ୟୁଏସ୍, ଫ୍ରାନ୍ସ ଏବଂ ଜର୍ମାନ ସମେତ ନେଦରଲ୍ୟାଣ୍ଡ, କାନାଡା, ଡେନମାର୍କ, ସ୍ୱଡେନ, ନରଓ୍ୱେ ଏବଂ ନ୍ୟୁଜିଲ୍ୟାଣ୍ଡର ରାଜଦୂତଙ୍କୁ ଅଣସ୍ୱୀକାର୍ଯ୍ୟ ବ୍ୟକ୍ତି ଭାବେ ଘୋଷଣା କରାଯାଇଛି । ଏ ସମସ୍ତଙ୍କୁ ମଙ୍ଗଳବାର ବିଦେଶ ମନ୍ତ୍ରାଳୟ ରିପୋର୍ଟ ତଲବ କରିଛନ୍ତି । ପରସନ ନନ୍ ଗ୍ରେଟା ଘୋଷଣାର ସାଧାରଣତଃ ମାନେ ହେଉଛି ରାଜଦୂତ ଅବସ୍ଥାପିତ ଦେଶରେ ରହିବା ନେଇ ପ୍ରତିବନ୍ଧକ ଜାରି କରିବା ।

୬୪ ବର୍ଷୀୟ କବାଲାଙ୍କୁ ୨୦୨୦ରେ ୨୦୧୩ରେ ଦେଶବ୍ୟାପୀ ସରକାର ବିରୋଧୀ ପ୍ରଦର୍ଶନ ସହ ଜଡ଼ିତ ଅଭିଯୋଗରେ ମୁକ୍ତ କରାଯାଇଥିଲା । କିନ୍ତୁ ପରେ ଏହି ଆଦେଶକୁ ପ୍ରତ୍ୟାହାର କରିଦିଆଯାଇଥିଲା ଏବଂ ୨୦୧୬ରେ କ୍ଷମତା ପରିବର୍ତ୍ତନ ନେଇ ପ୍ରୟାସ ସମ୍ପର୍କିତ ଅଭିଯୁକ୍ତଙ୍କ ମଧ୍ୟରେ ତାଙ୍କୁ ସାମିଲ କରାଯାଇଥିଲା ।

ଏଥିସହିତ ପଢ଼ନ୍ତୁ: ପାର୍ବଣରେ ବ୍ୟାପୁଛି କରୋନା, ୨ଟି ଟ୍ରେନର ୫୫ ଯାତ୍ରୀ କୋଭିଡ୍ ସଂକ୍ରମିତ