ହ୍ବାଟ୍ସଆପ ଡିପି ଦେଖି ଟେଷ୍ଟ କ୍ରିକେଟ ଖେଳିବା ପାଇଁ ଆୟରଙ୍କୁ ମିଳୁଥିଲା ପ୍ରେରଣା

1 min read

କାନପୁର: ଗତକାଲିଠାରୁ କାନପୁରରେ ଆରମ୍ଭ ହୋଇଛି ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟ । ପ୍ରଥମ ଟେଷ୍ଟର ଟସ୍ ଜିତି ବ୍ୟାଟିଂ ନିଷ୍ପତି ନେଇଛି ଟିମ୍ ଇଣ୍ଡିଆ । ଦ୍ବିତୀୟ ଦିନ ଲଞ୍ଚ ସୁଦ୍ଧା ଭାରତ ୮ ଓ୍ବିକେଟ ବିନିମୟରେ ୩୩୯ ରନ ସଂଗ୍ରହ କରିଛି । ଭାରତ ପକ୍ଷରୁ ପଦର୍ପଣ କରିଥିବା ଶ୍ରେୟସ ଆୟର ୧୦୫ ରନ କରିଥିଲେ । ଆୟର ୧୬ ତମ ଖେଳାଳି ଭାବରେ ପଦାର୍ପଣ ମ୍ୟାଚରେ ଶତକ ହାସଲ କରିଥିଲେ । ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଆୟରଙ୍କୁ ମିଳିଥିଲା ସୁଯୋଗ । ମିଳିଥିବା ସୁଯୋଗକୁ ହାତଛଡା ନ କରି ଦମଦାର ଶତକ ହାସଲ କରିଥିଲେ ଆୟର ।

ଶ୍ରେୟସ ଆୟରଙ୍କ ଟେଷ୍ଟ ଡେବ୍ୟୁରେ ତାଙ୍କ ପିତା ସନ୍ତୋଷ ଆୟର ବେଶ୍ ଖୁସି ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି କି ସେ ସବୁବେଳେ ଚାହୁଁଥିଲେ କି ଶ୍ରେୟସ ଭାରତୀୟ ଦଳ ପାଇଁ ଟେଷ୍ଟ ମ୍ୟାଚ ଖେଳୁ । ସେ ଆହୁରି କହିଛନ୍ତି କି ବିଗତ ୪ ବର୍ଷ ହେବ ବର୍ଡର-ଗାଭାସ୍କର ଟ୍ରଫି ସହ ଆୟରଙ୍କ ଫଟୋକୁ ସେ ତାଙ୍କ ହ୍ବାଟସ ଆପ୍ ଡିପିରେ ରଖିଛନ୍ତି । ଯାହା ଫଳରେ ଆୟର ସେହି ଫଟୋକୁ ଦେଖି ଟେଷ୍ଟ କ୍ରିକେଟ ଖେଳିବା ପାଇଁ ପ୍ରେରଣା ମିଳିଥାଏ ।

ଆୟର ୨୦୧୭ରେ ଅଷ୍ଟ୍ରେଲିଆରେ ବିରାଟ କୋହଲିଙ୍କ ବ୍ୟାକଅପ ଖେଳାଳି ଭାବରେ ଆୟରଙ୍କୁ ଦଳରେ ସାମିଲ କରାଯାଇଥିଲା । ତେବେ ଏହି ସିରିଜର ଭାରତ ଅଷ୍ଟ୍ରେଲିଆକୁ ପରାସ୍ତ କରି ବର୍ଡର ଗାଭାସ୍କର ଟ୍ରଫି ଜିତିଥିଲେ । ସେହି ସମୟରେ ଆୟର ବର୍ଡର-ଗାଭାସ୍କର ଟ୍ରଫି ସହ ଫଟୋ ଉଠାଇଥିଲେ । ସେହି ଫଟୋକୁ ଶ୍ରେୟାସ ଆୟରଙ୍କ ପିତା ୪ ବର୍ଷ ଧରି ହ୍ବାଟସ ଆପରେ ଡିପି ରଖିଥିଲେ । ଆୟରଙ୍କୁ ଟେଷ୍ଟ କ୍ରିକେଟ ଖେଳିବା ପାଇଁ ପ୍ରେରିତ କରିବା ପାଇଁ ଲଗାତର ଭାବରେ ଏହି ଡିପି ରଖିଥିଲେ ତାଙ୍କ ପିତା । ସେ ଆହୁରି କହିଛନ୍ତି କି ମୁଁ ଶ୍ରେୟସଙ୍କ ସହ ସବୁବେଳେ ଟେଷ୍ଟ କ୍ରିକେଟକୁ ନେଇ ଆଲୋଚନା କରିଥାଏ । ଆଉ ସେ ସବୁବେଳେ କୁହେ କି ମୁଁ ବହୁତ ଶୀଘ୍ର ଭାରତୀୟ ଟେଷ୍ଟ ଦଳରେ ଖେଳିବି ।

କାନପୁରରେ ଚାଲୁଥିବା ପ୍ରଥମ ଟେଷ୍ଟରେ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲା ଟିମ୍ ଇଣ୍ଡିଆ । ତେବେ ପ୍ରଥମ ଟେଷ୍ଟରେ ଭାରତୀୟ ଦଳର ସିନିୟର ବ୍ୟାଟ୍ସମ୍ୟାନ ଚେତେଶ୍ବର ପୂଜାରା ଓ ଅଧିନାୟକ ଆଜିଙ୍କେ ରାହାଣେ କିଛି କମାଲ କରିପାରିନଥିଲେ । କିନ୍ତୁ ପଦାର୍ପଣ ମ୍ୟାଚରେ ଶତକ ହାସଲ କରି ଭାରତ ପାଇଁ ସଙ୍କଟମୋଚକ ସାଜିଥିଲେ ଶ୍ରେୟସ ଆୟର ।

Leave a Reply