ପଦାର୍ପଣ ଟେଷ୍ଟରେ ଶ୍ରେୟସଙ୍କ ଶତକ; ଭାଙ୍ଗିଲେ ଏଜି କ୍ରିପାଲ ସିଂହଙ୍କ ରେକର୍ଡ

1 min read

କାନପୁର: ଭାରତ-ନ୍ୟୁଜିଲାଣ୍ଡ ଦୁଇ ଟିକିଆ ଟେଷ୍ଟ ସିରିଜର ପ୍ରଥମ ଟେଷ୍ଟ କାନପୁରରେ ଖେଳାଯାଉଛି । ଟସ୍ ଜିତି ବ୍ୟାଟିଂର ନିଷ୍ପତି ନେଇଥିଲା ଟିମ୍ ଇଣ୍ଡିଆ । ଏହି ମ୍ୟାଚରେ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଛି । ବିରାଟଙ୍କ ସ୍ଥାନରେ ପ୍ରଥମ ଟେଷ୍ଟରେ ଅଧିନାୟକତ୍ବ କରିଥିଲେ ଆଜିଙ୍କେ ରାହାଣେ । ପ୍ରଥମ ଟେଷ୍ଟରେ ବିରାଟ କୋହଲିଙ୍କ ସ୍ଥାନରେ ଡେବ୍ୟୁ କରିଥିଲେ ଶ୍ରେୟସ ଆୟାର । ତେବେ ଡେବ୍ୟୁ ମ୍ୟାଚରେ ଶତକ ହାସଲ କରି ରେକର୍ଡ ସୃଷ୍ଟି କରିଛନ୍ତି ଶ୍ରେୟସ ଆୟର । ଏଥିସହ ଆୟର ଏଜି କ୍ରିପାଲ ସିଂଙ୍କ ରେକର୍ଡ ଭାଙ୍ଗିଛନ୍ତି । ଏଜି କ୍ରିପାଲ ସିଂ ପଦାର୍ପଣ ଟେଷ୍ଟରେ ଅପରାଜିତ ୧୦୦ ରନ କରିଥିଲେ ।

ପ୍ରଥମ ଟେଷ୍ଟର ପ୍ରଥମ ଦିନରେ ଆରମ୍ଭରୁ ଭଲ ଆରମ୍ଭ କରିଥିଲା ଟିମ୍ ଇଣ୍ଡିଆ । କିନ୍ତୁ ୧୦୬ ରନରେ ୩ଟି ଓ୍ବିକେଟ ଗଲା ପରେ ବ୍ୟାଟିଂ କରିବାକୁ କ୍ରିଜକୁ ଆସିଥିଲେ ଶ୍ରେୟସ ଆୟର । ତେବେ ଏଭଳି ସ୍ଥିତିରେ ଦମଦାର ପ୍ରଦର୍ଶନ କରିଥିଲେ ଆୟର । ପ୍ରଥମ ଦିନ ଶେଷ ସୁଦ୍ଧା ଆୟର ୭୫ ରନ କରି ଅପରାଜିତ ଥିଲେ । ତେବେ ଆଜି ଦ୍ବିତୀୟ ଦିନ ଆରମ୍ଭରୁ ସେହି ଫର୍ମ ଜାରି ରଖିଥିଲେ ଆୟର । ଯାହା ଫଳରେ ୧୬ ତମ ଖେଳାଳି ଭାବରେ ଟେଷ୍ଟ ଡେବ୍ୟୁରେ ଶତକ ହାସଲ କରିଛନ୍ତି ଆୟର ।

ତେବେ ପଦାର୍ପଣ ଟେଷ୍ଟରେ ପ୍ରଥମ ଶତକ ହାସଲ କରିଥିଲେ ଲାଲା ଅମରନାଥ । ୧୯୩୩ ମସିହାରେ ଇଂଲଣ୍ଡ ବିପକ୍ଷରେ ୧୧୮ ରନର ପାରି ଖେଳିଥିଲେ ଅମରନାଥ । ଆୟରଙ୍କ ପୂର୍ବରୁ ୨୦୧୮ରେ ପୃଥ୍ବୀ ଶ’ ଡେବ୍ୟୁ ମ୍ୟାଚରେ ଶତକ ହାସଲ କରିଥିଲେ । ସେହିପରି ଭାବର ୨୦୧୩ରେ ଭାରତୀୟ ଦଳର ଦୁଇ ଓପନର ଶିଖର ଧାଓ୍ବନ ଓ ରୋହିତ ଶର୍ମା ନିଜର ପଦାର୍ପଣ ମ୍ୟାଚରେ ଶତକ ହାସଲ କରିଥିଲେ ।

Leave a Reply